October 19, 2024

Odia Express

Here, There and Everywhere

ପ୍ରଥମ ଫିଲ୍ମରୁ ହିଁ Vatsal Sethଙ୍କୁ ମିଳିଗଲା ସଫଳତା, ତାପରେ ଫ୍ଲପ୍ ହେଲାପରେ କଲେ ବିବାହ ୧୦ ବର୍ଷ ଛୋଟ ଝିଅ ସହ

ବଲିଉଡ୍ ଜଗତରେ ପରିଚୟ ବନାଇବା ଓ ସଫଳ ହେବା କେଉଁ ବି ମଣିଷ ପାଇଁ ସହଜ ହୋଇନଥାଏ, ଫିଲ୍ମ ଜଗତରେ ନିଜ ଦମ୍ ରେ ପରିଚୟ ତିଆରି ହୋଇଥାଏ, ଓ ଯିଏ ଏମିତି କରିବା ଦ୍ୱାରା ସଫଳ ହୋଇପାରେ ନାହିଁ ତାକୁ ଫିଲ୍ମ ଜଗତ ଦୁର କରିଦିଏ, କିମ୍ବା ଭୁଲିଯାଏ , ବଲିଉଡ୍ ଜଗତରେ ଏମିତି ବହୁତ ଷ୍ଟାର୍ ଅଛନ୍ତି ଯିଏ ନିଜ ପ୍ରଥମ ଫିଲ୍ମରୁ ବହୁତ ସଫଳତା ପାଇଥିଲେ, କିନ୍ତୁ ପରେ ତାଙ୍କ ଫିଲ୍ମ ଜଗତ ବର୍ବାଦ ହୋଇଗଲା, ଓ ସେ ଫିଲ୍ମ ଜଗତରୁ ଦୁରେଇ ଗଲେ, ଏହି ଲିଷ୍ଟରେ ଅଭିନେତା ବତ୍ସଲ ସେଠଙ୍କ ନାଁ ବି ଅଛି ।

ଆପଣଙ୍କୁ କହିଦେବୁ କି ବତ୍ସଲ ସେଠ ନିଜ ପ୍ରଥମ ଫିଲ୍ମରୁ ହିଟ୍ ହୋଇଥିଲେ, ପରେ ସେ ଆଉ ସଫଳ ହୋଇପାରିଲେ ନାହିଁ, ତାହାପରେ ସେ ବଲିଉଡ୍ ରୁ ଦୁରେଇ ଗଲେ, ଆପଣଙ୍କୁ କହିଦେବୁ କି ବତ୍ସଲ ସେଠ ୪୧ ବର୍ଷିୟ ହୋଇସାରିଲେଣି, ଚାଲନ୍ତୁ ଏହି ଖାସ୍ ମଉକାରେ ତାଙ୍କ ସହ କିଛି କଥା ସେୟାର୍ କରିବୁ, ୪୧ ବର୍ଷିୟ ବତ୍ସଲ ସେଠଙ୍କ ଜନ୍ମ ୫ ଅଗଷ୍ଟ ୧୯୮୦ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ, ମୁମ୍ବାଇରେ ଜନ୍ମ ନେଇଥିବା ବତ୍ସଲ ସେଠ ମୁମ୍ବାଇରେ ତାଙ୍କ ପାଠପଢା ବି ସେଠାରେ ହୋଇଥିଲା, ଅଭିନେତା ନିଜ କ୍ୟାରିୟର ଛୋଟ ପର୍ଦାରୁ ଆରମ୍ଭ କରିଥିଲେ, ୧୯୯୬ ରେ ଟେଲିଭିଜନ ଶୋ ଜଷ୍ଟ୍ ମୋହାବତ୍ ରେ ଦେଖାଯାଇଥିଲା, ପରେ ସେ ବଲିଉଡ୍ ରେ ପାଦ ଦେଇଥିଲେ , କିନ୍ତୁ ସେ ବଲିଉଡ୍ ରେ ଆଉ ରହିପାରିଲେ ନାହିଁ, ଆଜି ସେ ଛୋଟ ପର୍ଦାରେ ନଜର୍ ଆସନ୍ତି ।

ଜଷ୍ଟ୍ ମୋହବତ୍ ରେ ବତ୍ସଲ୍ ସେଠ୍ ପ୍ରାୟ ୪ ରୁ ୫ ବର୍ଷ କାମ କଲେ, ସେ ୧୯୯୬ ରୁ ୨୦୦୦ ପର୍ଯ୍ୟନ୍ତ ଏହି ସିରିଆଲ୍ ରେ କାମ କରିଥିଲେ, ଏହାପରେ ୨୦୦୪ ରେ ଅଭିନେତା ବଲିଉଡ୍ ରେ ପାଦ ଦେଇଥିଲେ, ତାଙ୍କ ପ୍ରଥମ ଫିଲ୍ମ ଟାର୍ଜନ ଦି ୱାଣ୍ତର୍ କାର୍ ଫିଲ୍ମ ଟି ଲୋକଙ୍କୁ ଭଲ ଲାଗିଲା, ଓ ନିଜ ପ୍ରଦର୍ଶନ ବି ଭଲ କରିଥିଲେ, ଫିଲ୍ମଟି ହିଟ୍ ହୋଇଥିଲା, ସେହି ଫିଲ୍ମରେ ବତ୍ସଲ ସେଠଙ୍କ ସହ ଅଭିନେତ୍ରୀ ଆୟିଶା ଟାକିଆ ଥିଲେ, ଦୁହେଁଙ୍କ ଯୋଡିଙ୍କୁ ଦର୍ଶକ ବହୁତ ପସନ୍ଦ ବି କରିଥିଲେ

ଫିଲ୍ମରେ ଦିଗଜ୍ କଳାକାର ଅଭିନେତା ଅଜୟ ଦେବଗନଙ୍କ ଛୋଟ ରୋଲ୍ ଥିଲା । ଅଜୟ ବତ୍ସଲଙ୍କ ବାପାଙ୍କ ରୋଲ୍ ନିଭାଇଥିଲେ, ଫିଲ୍ମ ହିଟ୍ ହେବାପରେ ଲାଗିଲା କି ବତ୍ସଲ ଭଲ କାମ କରିବେ, ତାଙ୍କ କ୍ୟାରିୟର ଆରମ୍ଭ ହୋଇଯାଇଛି, କିନ୍ତୁ ଏମିତି ହୋଇପାରିଲାନାହିଁ, ଏହା ଫିଲ୍ମ ପରେ ହିନ୍ଦୀ ସିନେମାର ବହୁତ ଫିଲ୍ମରେ ଦେଖାଯାଇଥିଲେ କିନ୍ତୁ ସଫଳତା ମିଳିପାରିଲା ନାହିଁ ଯାହାକି ଟାର୍ଜନ୍ ଦି ୱାଣ୍ତର୍ କାର୍ ରୁ ମିଳିଥିଲା ।

ସେମିତି ୨୦୧୪ ରେ ବତ୍ସଲ୍ ସେଠ୍ ଛୋଟ ପର୍ଦାରେ ଫେରି ଆସିଲେ ଓ ସେ ଏକ୍ ହସିନା ଥି ଶୋରେ ଦେଖିବାକୁ ପାଇଥିଲେ, ଏହି ଶୋ ହିଟ୍ ରହିଥିଲା, ବତ୍ସଲ ନିଜ କାମରୁ ଦର୍ଶକଙ୍କ ମନ ଜିଣିପାରିଥିଲେ ଅଭିନେତାଙ୍କ ସହ ଏହି ଶୋରେ ଅଭିନେତ୍ରୀ ସଂଞ୍ଜିଦା ଶେଖ୍ ଏକ ଗୁରୁତ୍ୱପୁର୍ଣ୍ଣ ରୋଲ୍ ନିଭାଇଥିଲେ, ପରେ ୨୦୧୬ ରେ ରିସ୍ତୋଁ କା ସୌଦାଗର୍ ବାଜିଗର୍ ରେ ବି ଦେଖାଯାଇଥିଲେ , ସୁଚନାପାଇଁ କହିଦେବୁ କି ୨୦୧୭ ରେ ସେ ଇଶିତା ଦତ୍ତାଙ୍କୁ ବିବାହ କରିଥିଲେ, ଇଶିତା ବି ଏକ ଅଭିନେତ୍ରୀ ଅଟନ୍ତି ଓ ବହୁତ ଶୋ ଏବଂ ହିନ୍ଦୀ ଫିଲ୍ମରେ କାମ କରିସାରିଛନ୍ତି, ଆପଣଙ୍କୁ କହିଦେବୁ କି ବତ୍ସଲ୍ , ଇଶିତା ଦତ୍ତାଙ୍କ ଠାରୁ ବୟସରେ ୧୦ ବର୍ଷ ବଡ ଅଟନ୍ତି, ବତ୍ସଲ ଓ ଇଶିତାଙ୍କ ସହ ଏକ ଭଲ ଜୀବନ ଅତିବାହିତ କରୁଛନ୍ତି, ଓ ଦୁହେଁ ମୁମ୍ବାଇରେ ରହୁଛନ୍ତି ।

Leave a Reply

Your email address will not be published. Required fields are marked *