October 19, 2024

Odia Express

Here, There and Everywhere

ମା କରୁଥିଲେ ଲୋକଙ୍କର ଘରେ କାମ , ଦିନ ରାତି ପରିଶ୍ରମ କରି ପୁଅକୁ ପଢାଇଲେ, ଆଜି ହୋଇଗଲା Ford କମ୍ପାନୀର ଇଞ୍ଜିନିୟର୍ କିନ୍ତୁ ତାପରେ

ଜଣେ ସଫଳ ବ୍ୟକ୍ତି ହେବାର ସ୍ୱପ୍ନ ସମସ୍ତେ ଦେଖିଥାନ୍ତି କିନ୍ତୁ ସବୁ ଲୋକଙ୍କୁ ସଫଳତା ମିଳିପାରିନଥାଏ , ସଫଳ ହେବାପାଇଁ ବ୍ୟକ୍ତି ନିଜ ଜୀବନରେ ବହୁତ ଉତଥାନପତନର ସାମ୍ନା କରିଥାଏ । ଅଧିକାଂଶଥର ଏମିତି ହୋଇଥାଏ କି ଲୋକେ ନିଜ ଦାରିଦ୍ରତାର କଷାଘାତ ତଳେ ଚାପି ହୋଇ ହାର୍ ମାନିବସନ୍ତି, ନିଜ ପରିସ୍ଥିତିର ଆଗରେ ଲୋକେ ଭାଙ୍ଗିପଡନ୍ତି କିନ୍ତୁ ଏମିତି ନୁହେଁ କି ଗରିବ ଲୋକଙ୍କୁ ସଫଳତା ପାଇପାରିବେ ନାହିଁ । ଏମିତି କୁହାଯାଏ କି ସଫଳତା କାହାର ମୋହତାଜ୍ ନୁହେଁ, ଯଦି ମଣିଷର କିଛି କରିବାର୍ ଦୃଢ ସଂକଳ୍ପ ରହିଥାଏ ଓ ଲଗାତାର୍ ପରିଶ୍ରମ କରିଥାଏ ତେବେ ତାକୁ ଦିନେ ନା ଦିନେ ସଫଳତା ନିଶ୍ଚିତ ମିଳିଥାଏ

ଆଜି ଆମେ ଆପଣଙ୍କୁ ଏହି ଲେଖ ମାଧ୍ୟମରେ ଉଦୟପୁରର ଭାବେଶ ଲୋହର୍ ଙ୍କ କାହାଣୀ ବିଷୟର୍ କହିବାକୁ ଯାଉଛୁ, ଭାବେଶ ଲୋହର୍ ନିଜ ସ୍ୱପ୍ନର ଚାକିରି ପାଇବା ପାଁ ସବୁ ବାଧାଙ୍କୁ ଭାଙ୍ଗିଦେଲେ, ଆଜି ସେ କାର୍ ବନାଉଥିବା କମ୍ପାନୀ ଫୋର୍ଡ କମ୍ପାନୀରେ ଇଞ୍ଜିନିୟର୍ ହୋଇଯାଇଛନ୍ତି, ଭାବେଶ ଲୋହରଙ୍କ ପାଇଁ ଏହି ସଫଳତା ପାଇବା ଏତେ ସହଜ ନଥିଲା କିନ୍ତୁ ତାଙ୍କ ମା ସବୁଠାରୁ ବଡ ତ୍ୟାଗ କରିଥିଲେ ,ଭାବେଶ ଲୋହରଙ୍କ ମା ବହୁ ବର୍ଷରୁ ଲୋକଙ୍କ ଘରେ ଝାଡୁ ପୋଛା ଓ ବାସନ ମାଜିକରି ନିଜ ପୁଅକୁ ପଢାଇଲେ ,।

ଆପଣଙ୍କୁ କହିଦେବୁ କି ଭାବେଶ ଲୋହର୍ ରାଜସ୍ଥାନର ଉଦୟପୁରରେ ରହନ୍ତି , ତାଙ୍କ ମା ଲୋକଙ୍କ ଘରେ ଘରୋଇ କାମ କରୁଥିଲେ, ମା ନିଜ ପୁଅକୁ ଦିନ ରାତି ପରିଶ୍ରମ କରି ପଢାଇଲେ ଓ ମା ଙ୍କ ତ୍ୟାଗ ଯୋଗୁଁ ପୁଅ ଫୋର୍ଡ କମ୍ପାନୀରେ ସଫ୍ଟୱେର୍ ଇଞ୍ଜିନିୟର୍ ଚାକିରି ପାଇଲା, ସେ ଲିଙ୍କ୍ଡଇନ୍ ରେ ନିଜ ସଫଲତାର କାହାଣୀକୁ ସେୟାର୍ କରିଥିଲେ, ଯାହା ସୋସିଆଲ୍ ମିଡିଆରେ ବହୁତ ଅଧିକା ଭାଇରାଲ୍ ହେଉଛି । ମିଡିଆ ରିପୋର୍ଟ ଅନୁସାରେ ଏହି ପୋଷ୍ଟରେ ଭାବେଶ ଲୋହର୍ ନିଜ ସଂଘର୍ଷର ଦିନକୁ ମନେ ପକାଇ ଏହା ଲେଖିଥିଲେ କି ଆଜି ବି ମୋତେ ସେହି ଦିନ ମନେ ଅଛି ଯେବେ ହାଇୱେରେ ଆମେ ଖାଲି ପାଦରେ ସରକାରୀ ସ୍କୁଲ ଯାଉଥିଲି, ମୁଁ ମୋର ସାଙ୍ଗ ଫ୍ୟୁଚର୍ କାର୍ ବିଷୟରେ କଥାବାର୍ତ୍ତା ହେଉଥିଲୁ, ଓ ଏହା କହୁଥିଲୁ କି ଦିନେ ବଡ ମଣିଷ ହୋଇକରି ଏହି କାର୍ କିଣିବୁ, ସେହି ଦିନରୁ ମୋତେ ଫୋର୍ଡ ଫିଗୋ ବହୁତ ଭଲ ଲାଗୁଥିଲା, ମୁଁ ସେ ଲୋକାଲ୍ ନ୍ୟୁଜପେପରରୁ ଦେଖିଥିଲି, ଓ ପଇସା ଆସିଲେ ତାକୁ କିଣିବାକୁ ଚାହୁଁଥିଲି ।

ଭାବେଶ କହିଲେ କି ସେ ଭୋପାଳରେ ନ୍ୟାଶାନାଲ୍ ଇନଷ୍ଟିଟ୍ୟୁଡ୍ ଅଫ୍ ଟେକ୍ନୋଲୋଜିରେ ପଢୁଥିଲା, ସେଠାରେ ଏକ ହଷ୍ଟେଲ୍ ତାଙ୍କୁ ଛାଡିବାକୁ ପଡିଥିଲା କାରଣ କୋରନା ମହାମାରୀ ସମୟରେ ନିଜ ପରିବାରର ଅନ୍ୟ ୭ ଜଣ ସଦସ୍ୟଙ୍କ ସହ ଥରେ ୬/୬ ରୁମ୍ ରେ ରହୁଥିଲେ , ଆମର ପାଖରେ ଗୋଟିଏ ରୁମ୍ ଥିଲା, ଏଥିରେ ମୁଁ ନିଜ ପାଠପଢିବା ଓ ଇଣ୍ଟରଭ୍ୟୁ ଦେବାପାଈଁ ଏକ ଭାଗ ବନାଇଦେଇଥିଲି, ସେ ଆଗକୁ କହିଲେ କି ମୁଁ ବହୁତ ସୌଭାଗ୍ୟଶାଳୀ ଅଟେ ମୁଁ ବହୁତ ବଡ କମ୍ପାନୀର ଇଣ୍ଟରଭ୍ୟୁ ଏହି ରୁମ୍ ରେ ଦେଇଛି, ଓ ମୁଁ ଫୋର୍ଡରେ ସିଲେକ୍ଟ ହୋଇଗଲି,

ଭାବେଶ ଲୋହର୍ ନିଜ ସଫଳତାର ଶ୍ରେୟ ନିଜ ବଡ ଭଉଣୀ ଓ ମାଙ୍କୁ ଦିଅନ୍ତି, ସେ କହିଲେ କି ତାଙ୍କ ମା ଏହି ଲୋକଙ୍କର ଘରେ କାମ କରୁଥିଲେ , ତାଙ୍କ ବାପା ୭ ହଜାର ଟଙ୍କା କମାଉଥିଲେ । ଏହି କାରଣରୁ କରଜ ସୁଜିବା ପାଇଁ ପରିବାର ଅନ୍ୟ ସଦସ୍ୟଙ୍କ ବି ଚାକିରି କରିବାକୁ ପଡିଥିଲା, ଭାବେଶ ଲୋହର୍ ଏହା ବି କହିଲେ କି ନିଜ କାମରେ ଇମାନଦାରୀ କରୁଥାନ୍ତୁ, ଓ ସକରାତ୍ମକ ଭାବନ୍ତୁ, କାରଣ ଭଗବାନଙ୍କ ପାଖରେ ଆପଣଙ୍କ ପାଇଁ ଭଲ ଯୋଜନାଗୁଡିକ ଅଛି ।

Leave a Reply

Your email address will not be published. Required fields are marked *