October 19, 2024

Odia Express

Here, There and Everywhere

କିଛି ହିଁ ବର୍ଷରେ ଏତେ ବଦଳିଗଲେ Bajrangi Bhaijaan ର ମୁନ୍ନୀ, ଫଟୋ ଦେଖିଲେ ଆପଣ ବି ଚିହ୍ନିପାରିବେ ନାହିଁ

ହିନ୍ଦୀ ଫିଲ୍ମ ଜଗତ ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନ୍ ଙ୍କ ଫିଲ୍ମ ବଜରଙ୍ଗୀ ଭାଇଜାନ୍ ରେ ମୁନ୍ନୀ ଭୁମିକା ନିଭାଇଥିବା ବାଳ କଳାକାର ହର୍ଷାଳି ମଲହୋତ୍ରା ଙ୍କୁ ନିଜ କାମ ପାଇଁ ବହୁତ ପ୍ରଶଂସା ଓ ଲୋକପ୍ରିୟତା ମିଳିଥିଲା, ଫିଲ୍ମରେ ସଲମାନ ଙ୍କ ପିଠିରେ ସବାର୍ ହୋଇଥିବା ନଜର ଆସିଥିବା ହର୍ଷାଲି ଏବେ ବଡ ହୋଇଯାଇଛନ୍ତି, ଏବେ ଫଟୋରେ ତାଙ୍କୁ ଚିହ୍ନିପାରିବା ମୁସକିଲ୍ ହୋଇପାରେ ଆପଣଙ୍କୁ ।ବଜରଙ୍ଗୀ ଭାଇଜାନ୍ ର ମୁନ୍ନୀ ମାନେ ହର୍ଷାଳୀ ମଲହୋତ୍ରା ଏବେ ବହୁତ ବଡ ହୋଇସାରିଲେଣୀ ଓ ସୁନ୍ଦର ବି, ହର୍ଷାଳୀ ଓରଫ୍ ମୁନ୍ନୀ ବଜରଙ୍ଗି ଭାଇଜାନ୍ ରେ ସହିଦା ଭୁମିକା ନିଭାଇଥିଲେ, ଯେଉଁଥିରେ କବିର୍ ଖାନ୍ ନିର୍ଦ୍ଧେଶନା ଏହି ଫିଲ୍ମ ଦେଇଥିଲେ, ଏଥିରେ ସଲମାନ ଖାନ୍, କରିନା କାପୁର୍ ଖାନ୍, ନବାଜୁଦ୍ଧିନ୍ ସିଦ୍ଧିକି, ମୁଖ୍ୟ କଳାକାର ଭାବେ ନଜର ଆସିଥିଲେ ।

୨୦୧୫ ରେ ଆସିଥିବା ଫିଲ୍ମ ବଜରଙ୍ଗୀ ଭାଇଜାନ୍ ରେ ନଜର ଆସିଥିବା ହର୍ଷାଳୀ ସୋସିଆଲ୍ ମିଡିଆରେ ବହୁତଆକ୍ଟିଭ୍ ରୁହନ୍ତି, ଦିପାବଳୀର ଉତ୍ସବରେ ଭାଇଦୁଜ୍ ର ମୌକା, ହର୍ଷାଳୀଙ୍କ ଇନଷ୍ଟାଗ୍ରାମ୍ ଏକାଉଣ୍ଟ ଜରିଆରେ ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଦେଉଛନ୍ତି ।

ଏବେ ତାଙ୍କର ଭାଇ ଦୁଜ୍ ର ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ହର୍ଷାଳୀ ନିଜ ଭାଇଙ୍କୁ ଟିକାଲଗାଉଛନ୍ତି, ଫଟୋର କ୍ୟାପସନରେ ହର୍ଷାଳି ଲେଖିଛନ୍ତି କି ହ୍ୟାପି ଭାଇ ଦୁଜ୍ ସେହି ମଣିଷକୁ ଯିଏ ମୋତେ ସବୁବେଳେ ଚିଡାଏ, କିନ୍ତୁ ମୁଁ ତାକୁ ଅଧିକା ଭଲ ପାଏ , ଦିପାବଳୀର ମଉକାରେ ହର୍ଷାଳୀ ବହୁତ ଫଟୋ ସେୟର୍ କରିଥିଲେ, ଗୋଟେ ଫଟୋରେ ସେ ହାତରେ ଆରତୀ ନେଇକରି ମୁଣ୍ତରେ ଦୁପଟ୍ଟା ପକାଇଥିବାର ନଜର ଆସେ, ଏହି ସବୁ ଫଟୋ ତାଙ୍କ ଫ୍ୟାନ୍ସଙ୍କ ଦ୍ୱାରା ବହୁତ ପସନ୍ଦ୍ କରାଯାଇଛି ।

କେଉଁ ଫଟୋରେ ସେ ହାତରେ ଦିପ ନେଇ ନଜର ଆସୁଛନ୍ତି ତ କେଉଁ ଫଟୋରେ ସେ ଘରେ ରଙ୍ଗୋଲି ପକାଇଥିବାର୍ ନଜର ଆସିଛନ୍ତି, ହର୍ଷାଳୀଙ୍କ ଏହି ଫଟୋଗୁଡିକ ସେୟାର୍ କରି ଫ୍ୟାନ୍ସଙ୍କୁ ହାପି ଦିପାବଳୀ ଶୁଭେଚ୍ଛା ଜଣାଇଛନ୍ତି ।

ହର୍ଷାଳି ମଲହୋତ୍ରାଙ୍କ ଶାନଦାର୍ ଅଭିନୟ ତାଙ୍କୁ ସର୍ବଶ୍ରେଷ୍ଠ ଫିମେଲ୍ ଡେବ୍ୟୁ ଫିଲ୍ମଫେୟାର୍ ଆୱାର୍ଡ ଦେଇଥିଲା, ସେ ସେହି ବର୍ଷରେ ଅନ୍ୟ ପୁରସ୍କାର ଦ୍ୱାରା ନାମାଙ୍କନରେ ସାମିଲ୍ ହୋଇଥିଲେ, ଓ ସେ ସର୍ବଶ୍ରେଷ୍ଠ ବାଳ କଳାକାର ରୁପ ବି ସ୍କ୍ରିନ୍ ଆୱାର୍ଡ ଜିତିଥିଲେ, ସେ ଏହାପୁର୍ବରୁ କୁବୁଲ୍ ହେ ଓ ଲୋଟ୍ ଆଓ ତୃଷ୍ଣା ପରି ଟିଭି ଶୋରେ ଦେଖାଦେଇଥିଲେ, କିଛି ଟିଭି ବିଜ୍ଞାପନରେ ଓ ପ୍ରିଣ୍ଟ୍ ବିଜ୍ଞାପନରେ ସେ କାମ କରିଥିଲେ, ୨୦୧୬ ରେ ହର୍ଷାଳୀ ମଲହୋତ୍ରା ମରକୋ ର ପପ ଷ୍ଟାର୍ ଲାମରଜ୍ରେଡ୍ ଙ୍କ ଗୀତ ସଲାମ୍ ୱାଲେକୁମ୍ ଗୀତରେ ଦେଖାଯାଇଥିଲେ ।

ଆମେ ଆପଣଙ୍କୁ କହିଦେବୁ କି ହର୍ଷାଳୀ ଓ ତାଙ୍କ ଭାଇଙ୍କ ବଣ୍ତିଙ୍ଗ୍ ବହୁତ କମାଲ୍ ର୍ ଅଟେ, ଗତ ରକ୍ଷା ବନ୍ଧନରେ ସେ ନିଜ ଭାଇଙ୍କ ସହ ଫଟୋ ସେୟାର୍ କରିଥିଲେ, ଫଟୋର କ୍ୟାପସନରେ ଲେଖିଥିଲେ କି ଓ ମୋର ଭାଇ ହାର୍ଦିକ୍, ଯେବେ ପର୍ଯ୍ୟନ୍ତ୍ ତୁମେ ମୋର ଜୀବନରେ ଅଛ, ମୋତେ କେଉଁ ସାଙ୍ଗର ଦରକାର ନାହିଁ, ହ୍ୟାପି ରକ୍ଷା ବନ୍ଧନ ।

Leave a Reply

Your email address will not be published. Required fields are marked *