October 25, 2024

Odia Express

Here, There and Everywhere

ଏହି ଝିଅର ଜିଦ୍ ଆଗରେ ନଇଁଲା ଭାରତୀୟ Railway ପରିଷଦ, ଏକ ଯାତ୍ରୀକୁ ଛାଡିବାକୁ ୫୩୫ କିମି ପର୍ଯ୍ୟନ୍ତ ନେବାକୁ ପଡିଲା ରାଜଧାନୀ ଏକ୍ସପ୍ରେସ୍

କୁହନ୍ତି କି ଯଦି କେଉଁ ବ୍ୟକ୍ତି କିଛି ଇଚ୍ଛା ରଖେ ତେବେ ସେ ଆଗକୁ ବଢିବାପାଇଁ କିଛି ବି କରିପାରେ, କିନ୍ତୁ କେବେ ହାର୍ ମାନେ ନାହିଁ , ଜିଦ୍ ମଣିଷର ଜୀବନର ଏକ ଗୁରୁତ୍ୱପୁର୍ଣ୍ଣ ଭାଗ ଟେ, ବହୁତ ସାରା କଥା ମଣିଷକୁ ଜିଦ୍ଦି ବନାଇଥାଏ, ସେମିତି ଆଜି ଆମେ ଆପଣଙ୍କୁ ଏମିତି ଏକ ଝିଅର ଅନୋଖା ଜିଦ୍ ବିଷୟରେ ସତ ଘଟଣା କହିବାକୁ ଯାଉଛୁ, ଯାହାକୁ ଶୁଣିକରି ଆପଣ ବି ଚକିତ ହୋଇଯିବେ , ଏହି ଗଜବ ଝିଅ ପୁରା ରେଲୱେ ବିଭାଗର ଏକ ଛୋଟ ଜିଦ୍ ଆଗରେ ନୁଆଁଇଦେଲା, ଓ ପରିଶେଷରେ ଅଫିସରଙ୍କୁ ତାଙ୍କ କଥା ମାନିକରି କେବଳ ଗୋଟେ ଯାତ୍ରୀଙ୍କ ପାଇଁ ୫୩୫ କିମି ପର୍ଯ୍ୟନ୍ତ ରାଜଧାନୀ ଏକ୍ସପ୍ରେସକୁ ନେବାକୁ ପଡିଲା, ଏବେ ଆପଣ ଭାବୁଥିବେ କି ଏମିତି କଣ ଅସୁବିଧା ହୋଇଥିଲା ଯାହା ରେଲୱେ ବିଭାଗ ଏପରି କଲେ, ତେବେ ଆସନ୍ତୁ ଆପଣଙ୍କୁ କହିଦେବୁ ପୁରା ମାମଲା ।

କହିଦେବୁ କି ଏହି ମାମଲା ବିଏଚ୍ ୟୁ ରେ ଓକିଲାତି ପଢୁଥିବା ଅନନ୍ୟା ସହ ଯୋଡା ହୋଇଛି, ରାଜଧାନୀ ଏକ୍ସପ୍ରେସ୍ ରେ ପ୍ରାୟ ୯୩୦ ଜଣ ଯାତ୍ରୀ ଥିଲେ, ଯାହାକି ପୁର୍ବରୁ କିମ୍ବା ତ ରାସ୍ତାରୁ ଓହ୍ଲାଇସାରିଥିଲେ, କିମ୍ବା ରାଞ୍ଚିପାଇଁ ବସ୍ ସୁବିଧା ନେଇସାରିଥିଲେ, କିନ୍ତୁ ଅନନ୍ୟା ବସରେ ଯାତ୍ରା କରିବାକୁ ସଫା ମନା କରିଦେଲେ ଓ ଟ୍ରେନରେ ଯାତ୍ରା କରିବାର ଜିଦ୍ ଧରିଲେ ।

ଖବରରୁ ଜଣାଯାଏ କି ଯାତ୍ରା କରୁଥିବା ସବୁ ଯାତ୍ରୀ ଡାଲଟେନଗଞ୍ଜ ରୁ ହିଁ ବସ୍ ରୁ ରାଞ୍ଚି ତରଫରୁ ବାହାରିଥିଲେ, କିନ୍ତୁ ଅନନ୍ୟା ଜିଦ୍ ଥିଲା କି ସେ ରାଜଧାନୀ ରୁ ରାଞ୍ଚ ପର୍ଯ୍ୟନ୍ତ ଯାତ୍ରା କରିବ, ସେ କହିଲେ କି ଯଦି ସେ ବସରେ ଯାତ୍ରା କରିବାର ହେବ ତେବେ ସେ ଟ୍ରେନରେ ଟିକେଟ୍ କଣପାଇଁ କରନ୍ତେ ।

ବାକି ସବୁ ଯାତ୍ରୀଙ୍କ ପରି ଅନନ୍ୟା ବସରୁ ରାଞ୍ଚି ପହଞ୍ଚିବା ସ୍ୱିକାର କଲେ ନାହିଁ, ଏହାପରେ ରେଲୱେ ବିଭାଗ ତାଙ୍କୁ କାର୍ କରିନେବାର ପାଇଁ କହିଥିଲେ କିନ୍ତୁ ଅନନ୍ୟା ମାନିଲେ ନାହିଁ ,ପରିଶେଷରେ ଏହି ମାମଲା ରେଲୱେର ଚେୟାରମ୍ୟାନ୍ ପାଖରେ ପହଞ୍ଚିଲା, ଯାହାପରେ ଚେୟାରମ୍ୟାନ୍ ସୁରକ୍ଷାର ବ୍ୟବସ୍ଥାସହ ଏକ ଯାତ୍ରୀ ସହ ଟ୍ରେନ ଚଲାଇବାର ଅନୁମତିଦେଲେ, ଏମିତି ପ୍ରଥମଥର ହେଲା ଯେବେ ଗୋଟେ ଯାତ୍ରୀପାଇଁ ରାଜଧାନୀ ଏକ୍ସପ୍ରେସ୍ କୁ ୫୩୫ କିମି ପର୍ଯ୍ୟନ୍ତ ଯାତ୍ରା କରିବାକୁ ପଡିଲା, ଏହି ଟ୍ରେନ୍ ରାତି ୧,୪୫ ମିନିଟ୍ ରେ ରାଞ୍ଚି ପହଞ୍ଚିଲା ।

ଲଗାତାର ୮ ଘଣ୍ଟା ପର୍ଯ୍ୟନ୍ତ ରେଲୱେ ଅଫିସରଙ୍କୁ ମନାଇବା ପରେ ପରିଶେଷରେ ଅନନ୍ୟାଙ୍କ ଜିଦ୍ ସଫଳ ହେଲା, ଏହି ଝିଅ ଠାରୁ ଆମକୁ ଆତ୍ମନିର୍ଭରଶୀଳ ହେବାର ଶିକ୍ଷା ମିଳେ, ସେ ନିଜ ଦାବିରେ ରହିଲାଲ୍ ଓ ରେଲୱେ ଦ୍ୱାରା ଦିଆଯାଇଥିବା ସବୁ ଅଫର୍ କୁ ମନାକରିଦେଲେ, ଅନନ୍ୟା କହିଲେ କି ରେଲୱେ ବିଭାଗ ଏହି ଫଇସଲା ରୁ ବହୁତ ନାରାଜ୍ ହୋଇଥିଲେ, ସେ ସବୁ ଯାତ୍ରୀଙ୍କୁ ବସରେ ଯିବାକୁ କହିଥିଲେ, କୋରନା ମହାମାରୀ ମଧ୍ୟରେ ନିୟମ ଉଲ୍ଲଘନ ହେବାର ଦେଖି ଅନନ୍ୟା ଆବାଜ୍ ଉଠାଇବା ଠିକ୍ ଭାବିଲେ, ବାକି ସବୁ ଯାତ୍ରୀ ବସ୍ ରେ ଯିବାପାଇଁ ବାହାରିଗଲେ କାରଣ ତାହା ଯାତ୍ରା ସହଜ ଥିଲା କିନ୍ତୁ ଅନନ୍ୟା ଏକେଲା ନିଜ ଜିଦ୍ ରେ ରହିଲେ ଓ ଏଥିରେ ସେ ସଫଳ ହେଲେ ।

Leave a Reply

Your email address will not be published. Required fields are marked *