October 22, 2024

Odia Express

Here, There and Everywhere

ଶ୍ରାବଣ ମାସରେ ପିନ୍ଧନ୍ତୁ ରୁଦ୍ରାକ୍ଷ, ସବୁ ମନୋକାମନା ହେବ ପୁରା , ଦୁର୍ଭାଗ୍ୟରୁ ମିଳିବ ସୌଭାଗ୍ୟ

ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ବହୁତ ମହତ୍ତ୍ୱପୁର୍ଣ୍ଣ ମାନାଯାଇଛି, ଶ୍ରାବଣ ମାସରେ ଭଗବାନ ଶିବଙ୍କର ବିଶେଷ ପୁଜା ଅର୍ଚ୍ଚନା ହୋଇଥାଏ , ଏହି ମାସରେ ଦେବଙ୍କ ଦେବ ମହାଦେବଙ୍କୁ ସମର୍ପିତ ହୋଇଛି ,ଏମିତି ମାନ୍ୟତା ଅଛି କି ଶ୍ରାବଣ ମାସରେ ଯେଉଁ ବ୍ୟକ୍ତି ସଚ୍ଚା ଶ୍ରଦ୍ଧାପୁର୍ବକ ଭଗବାନ ଶିବଙ୍କର ପୁଜା ଆରାଧନା କରିଥାଏ , ତାର ସବୁ ମନୋକାମନା ପୁରା ହୋଇଯାଏ , ଏହିଥର ୨୫ ଜୁଲାଇକୁ ଶ୍ରାବଣମାସ ଆରମ୍ଭ ହେବ, ଓ ଏହା ୨୨ ଅଗଷ୍ଟ ଯାଏଁ ଚାଲିବ, ଶ୍ରାବଣ ମାସରେ ଶିବ ଭକ୍ତଙ୍କ ପାଇଁ ମହତ୍ତ୍ୱପୁର୍ଣ୍ଣ ମାନାଯାଇଛି , ପୁରା ବର୍ଷ ଏହି ମାସରେ ଶିବଭକ୍ତ ବହୁତ ଅପେକ୍ଷାରେ ରୁହନ୍ତି ।

ଆପଣଙ୍କୁ କହିଦେବୁ କି ଶ୍ରାବଣ ମାସରେ କିଛି ସାଧାରଣ ଉପାୟ କରିଦେଲେ ବ୍ୟକ୍ତିର ଜୀବନରେ ସବୁ ଅସୁବିଧା ଦୁର ହୋଇଯାଏ , ଧର୍ମ ଓ ଜ୍ୟୋତିଷ୍ୟଶାସ୍ତ୍ରର ଅନୁସାରେ ରୁଦ୍ରାକ୍ଷ ଭଗବାନ ଶିବଙ୍କର ଲୁହରୁ ତିଆରି ହୋଇଛି, ଓ ନିଜେ ଭଗବାନ ଶିବ ରୁଦ୍ରାକ୍ଷ ମାଳା ଧାରଣ କରନ୍ତି, ଓ ଯେଉଁ ଭକ୍ତ ରୁଦ୍ରାକ୍ଷ ପିନ୍ଦନ୍ତି, ତାଙ୍କ ଉପରେ ଭଗବାନ ଶିବଙ୍କର କୃପା ଦୃଷ୍ଟି ସର୍ବଦା ରହିଥାଏ ।

ଏମିତି କୁହାଯାଏ କି ରୁଦ୍ରାକ୍ଷ ପିନ୍ଧିଲେ ସକରାତ୍ମକ ଉର୍ଜା ପ୍ରାପ୍ତି ହୋଇଥାଏ, ରୁଦ୍ରାକ୍ଷ ଏକ ମୁଖୀରୁ ନେଇକରି ୧୪ ମୁଖୀ ପର୍ଯ୍ୟନ୍ତ ହୋଇଥାଏ , ଓ ସବୁ ରୁଦ୍ରାକ୍ଷ ଅଲଗା ଅଲଗା ଦେବୀ ଦେବତାଙ୍କ ରୁପ ବୋଲି ଜଣାଯାଏ , ଆଜି ଆମେ ଏହି ଲେଖ ମାଧ୍ୟମରେ ରୁଦ୍ରାକ୍ଷ ପିନ୍ଧିବା ଦ୍ୱାରା କଣକଣ ଫାଇଦା ମିଳିଥାଏ ସେହି ବିଷୟରେ କହିବୁ ।

ଯଦି ଆପଣ କେଉଁ କ୍ଷେତ୍ରରେ ସଫଳତାର ଶିଖରରେ ପହଞ୍ଚିବାକୁ ଚାହଁନ୍ତି ତେବେ ଆପଣଙ୍କୁ ଏକ ମୁଖୀରୁ ନେଇକରି ୧୪ ମୁକ୍ଷୀ ରୁଦ୍ରାକ୍ଷ ପର୍ଯ୍ୟନ୍ତ ସବୁ ରୁଦ୍ରାକ୍ଷ ମାଳାକୁ ପିନ୍ଧିପାରିବେ, ଏମିତି କରିଲେ ଶିବଙ୍କର କୃପା ଦୃଷ୍ଟି ରହିବ, ଓ ଆପଣ ନିଜ କାର୍ଯ୍ୟକ୍ଷେତ୍ରରେ ଲଗାତାର ସଫଳତା ହାସିଲ୍ କରିପାରିବେ ।

ବହୁତଥର ଦେଖାଯାଏ କି ନିଜ ମନପସନ୍ଦର ଚାକିରି ସନ୍ଦାନରେ ବହୁତ ଲୋକ ଏପଟ ସେପଟ ଚାକିରି ଅନ୍ୱେଷଣରେ ରୁହନ୍ତି, ବହୁତ ଲୋକ ଏମିତି ହୋଇଥାନ୍ତି କି ଚାକିରି ପାଇଁ ଇଣ୍ଟରଭ୍ୟୁ ଦେଇଥାନ୍ତି, କିନ୍ତୁ ସଫଳତା ମିଳିପାରେ ନାହିଁ, ଏହା ଛଡା ବିଦ୍ୟାର୍ଥୀ ଲୋକ କେଉଁ ଖାସ୍ କଲେଜ୍ ରେ ଆଡମିଶନ୍ ନେବାକୁ ଚାହୁଁଥିଲେ, ତେବେ କଡା ପରିଶ୍ରମ କରିବାପରେ ବି ଯଦି ଆପଣଙ୍କୁ ନିଜ ମନମୁତାବିକ ଜାଗାରେ ସଫଳତା ମିଳିପାରେ ନାହିଁ

ତେବେ ଏହାପାଇଁ ଆପଣଙ୍କୁ କଡା ପରିଶ୍ରମ କରିବା ସହ ଏକମୁଖୀ ରୁଦ୍ରାକ୍ଷ ଧାରଣ କରିଦିଅନ୍ତୁ, ଏମିତି କରିଲେ ଭାଗ୍ୟର ସହ ସାଥ୍ ମିଳିବ, ଏକ ମୁଖୀ ରୁଦ୍ରାକ୍ଷ ଅସୁବିଧାର ସମୟରେ ବାହାରିବାର ସାହାଯ୍ୟ କରେ, ଆପଣ ଗଣେଷଙ୍କ ରୁଦ୍ରାକ୍ଷ ଧାରାଣ୍ କରିପାରିବେ , ଗଣେଷଙ୍କ ରୁଦ୍ରାକ୍ଷ ବୁଦ୍ଧିମତାଓ ଏକାଗ୍ରତା ବଢାଇଥାଏ, ଯେଉଁ ଲୋକ ବିଦ୍ୟାର୍ଥି ଅଛନ୍ତି ତାଙ୍କ ପାଇଁ ଏହି ରୁଦ୍ରାକ୍ଷ ବହୁତ ଭଲ ପ୍ରମାଣିତ ହେବ ।

ଯଦି କେଉଁ ବ୍ୟକ୍ତି ନିଜ ଜୀବନରେ ଯୋଡି ହୋଇଥିବା ଅସୁବିଧାର ସାମ୍ନା କରୁଛି ତେବେ ଏମିତି ସ୍ଥିତିରେ ରୁଦ୍ରାକ୍ଷ ପିନ୍ଧିବା ବହୁତ ଫାଇଦାଦାୟକ ହୋଇଥାଏ, ରୁଦ୍ରାକ୍ଷରେ ନାନାପ୍ରକାରର ଗ୍ରହ ଦୋଷ ଦୁର କରିଥାଏ, ଦାରିଦ୍ରତା ଦୁର କରିବାପାଇଁ ଗୌରି ଶଙ୍କରଙ୍କ ରୁଦ୍ରାକ୍ଷ ଧାରଣ କରନ୍ତୁ, ଏହା କରଜ, ଦାରିଦ୍ରତାରୁ ମୁକ୍ତି ଦେଇକରି ବ୍ୟକ୍ତିକୁ ଧନବାନ ବନାଇଥାଏ ।

Leave a Reply

Your email address will not be published. Required fields are marked *