October 19, 2024

Odia Express

Here, There and Everywhere

ଗୁରୁବାର ଦିନ ଏଥିରୁ କରିନିଅନ୍ତୁ କିଛି ବି କାମ, ପଇସାର ଅସୁବିଧା ହେବ ଦୁର , ହେବ ବହୁତ ସାରା ଲାଭ

1 min read

ଆଜିକାଲିର ସମୟରେ ସମସ୍ତେ ନିଜ ଜୀବନରେ ସୁଖ ସୁବିଧାରେ ପରିପୁର୍ଣ୍ଣ ହେବାକୁ ଚେଷ୍ଟା କରନ୍ତି । ଦିନ ରାତି ପରିଶ୍ରମ କରି ବ୍ୟକ୍ତି ପଇସା କମାଇବାରେ ଚେଷ୍ଟା କରିଥାଏ, କିନ୍ତୁ ନ ଚାହିଁଲେ ବି ଜୀବନରେ ଧନ ସହ ଯୋଡି ହୋଇଥିବା ଅସୁବିଧା ସହ ନାନାପ୍ରକାରର ଅସୁବିଧା ଉତ୍ପନ୍ନ ହୋଇଯାଏ , ଯଦି ଆପଣଙ୍କ ଜୀବନରେ ନାନାପ୍ରକାରର ଅସୁବିଧା ହେଉଛି, ତେବେ ସେଥିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଜ୍ୟୋତିଷ୍ୟଶାସ୍ତ୍ରରେ ନାନାପ୍ରକାରର ଉପାୟ କୁହାଯାଇଛି, ଯାହାକୁ କରିଲେ ମନୁଷ୍ୟ ଜୀବନରେ ନାନାଦି ଅସୁବିଧା ଦୁର ହୋଇପାରିବ ।

ଆପଣଙ୍କୁ କହିଦେବୁ କି ଜ୍ୟୋତିଷ୍ୟ ଓ ଧାର୍ମିକ ମାନ୍ୟତା ଅନୁସାରେ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କର ଦିନ ବୋଲି ଜଣାଯାଏ , ଏହା ଛଡା ଏହି ଦିନ ଗୁରୁ ବୃହସ୍ପତିଙ୍କ ଦିନ ବି ହୋଇଥାଏ, ଦେବଗୁରୁ ବୃହସ୍ପତି ବୃଦ୍ଧିର କାରକ ଦେବତା ବୋଲି ଜଣାଯାଆନ୍ତି, ଯେଉଁ ଲୋକଙ୍କର ଉପରେ ଦେବଗୁରୁ ବୃହସ୍ପତିଙ୍କର କୃପା ହୋଇଥାଏ, ତାଙ୍କ ଉପରେ ଅପାର ଧନପ୍ରାପ୍ତି ହୋଇଥାଏ, ଓ ତାଙ୍କର ଧନ ସଂମ୍ପତ୍ତିରେ ବହୁତ ବୃଦ୍ଧି ହୋଇଥାଏ । ସେମିତି ଭଗବାନ ବିଷ୍ଣୁଜୀଙ୍କ ଧନର ଦେବୀ ମା ଲକ୍ଷ୍ମୀଙ୍କର ସ୍ୱାମୀ ବୋଲି ଜାଣିଛନ୍ତି, ଯଦି ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କର ପୁଜା କରାଯାଏ

ତେବେ ସେ ପ୍ରସନ୍ନ ହୋଇଯାଆନ୍ତି, ଯଦି ଭଗବାନ ବିଷ୍ଣୁଜୀ ପ୍ରସନ୍ନ ହୋଇଗଲେ ତେବେ ମା ଲକ୍ଷ୍ମୀ ସ୍ୱୟଂ ପ୍ରସନ୍ନ ହୋଇଯିବେ, ଓ ଜୀବନରେ ଧନ ବୈଭବ, ସୁଖ ଓ ସମୃଦ୍ଧିର ପ୍ରାପ୍ତି ହେବ, ଯଦି କେଉଁ ବ୍ୟକ୍ତି ଜୀବନରେ ଆର୍ଥିକ ଅସୁବିଧା ଲାଗି ରହୁଛି, ଓ ଲଗାତାର ପଇସାର ଅଭାବ ଦେଖାଯାଉଛି, ତେବେ ଧନ ସହ ଯୋଡି ହେଉଥିବା ମାମଲାରୁ ସଫଳତା ପାଇବା ପାଇଁ ଗୁରୁବାର ଦିନ କିଛି ବିଶେଷ ଉପାୟ କରିପାରିବେ ।

୧) କୁବେର-ଆପଣଙ୍କୁ କହିଦେବୁ କି କୁବେରଙ୍କୁ ସ୍ଥାୟୀ ଧନ ଦେବତା ବୋଲି ଜଣାଯାଆନ୍ତି, ଯଦି କୁବେର ଦେବତାଙ୍କ କୃପାରୁ କେଉଁ ବ୍ୟକ୍ତି ଉପରେ ପଡେ ତେବେ ବ୍ୟକ୍ତି ନିଜ ଜୀବନରେ ବହୁତ ଧନ ସଂଞ୍ଚୟ କରିଥାଏ , ଆପଣ ଗୁରୁବାର ଦିନ ତମ୍ବା ପତ୍ରରେ କୁବେର ଅଥବା ଶ୍ରୀଯନ୍ତ୍ର ଅଙ୍କିତ କରି ନିଜ ପର୍ସରେ ରଖନ୍ତୁ । ଏହା ଛଡା ଗୋମତୀ ଚକ୍ର,କୋଡି ,କେସର ଓ ହଳଦୀର ଖଣ୍ତରୁ ଏଥିରୁ ଗୋଟେ ଜିନିଷ ଆପଣଙ୍କ ପର୍ସରେ ରଖିପାରିବେ, ଏହି ଉପାୟ କରିଲେ ଆପଣଙ୍କ ପକେଟ୍ ସର୍ବଦା ପଇସାରେ ଭରି ରହିବ, ଏହା ସବୁ ଜିନିଷର ସମୃଦ୍ଧି କାରକ ବୋଲି ଜଣାଯାଏ , ଏହା ଧନ ଲାଭ କରିଥାଏ ।

୨) କଦଳି ଗଛର ପୁଜା- ଧାର୍ମିକ ମାନ୍ୟତା ଅନୁସାରେ କଦଳିର ଗଛ ଭଗବାନ ବିଷ୍ଣୁଙ୍କର ବାସ ହୋଇଥାଏ, ଯଦି ବ୍ୟକ୍ତି ଗୁରୁବାର ଦିନ କଦଳିର ଗଛ ପୁଜା କରିଥାଏ , ତେବେ ଏଥିରେ ଭଗବାନ ବିଷ୍ଣୁଜୀ ପ୍ରସନ୍ନ ହୁଅନ୍ତି, ଓ ଖୁସି ହୋଇ ସୁଖଶାନ୍ତି ଓ ବରଦାନ ଦିଅନ୍ତି, ଗୁରୁବାର ଦିନ କଦଳି ଗଛ ପୁଜା କରିବାର ବିଧାନ ଅଛି, ଏଥିପାଇଁ କଦଳି ସେବନ କରିବେ ନାହିଁ, ଧାର୍ମିକ ମାନ୍ୟତା ଅନୁସାରେ କଦଳୀର ଗଛରେ ଭଗବାନ ବିଷ୍ଣୁଙ୍କର ବାସ ହୋଇଥାଏ , ଓ ଗୁରୁବାର ଦିନ ତାଙ୍କୁ ହିଁ ସମର୍ପିତ ହୋଇଥାଏ ।

୩) କୁଣ୍ତଳୀରେ ଗୁରୁଙ୍କ ସ୍ଥିତି ମଜବୁତ୍ କରିବାପାଇଁ- ଯଦି କେଉଁ ବ୍ୟକ୍ତିର କୁଣ୍ତଳୀରେ ଗୁରୁଙ୍କ ସ୍ଥିତି ଖରାପ ଅଛି ତେବେ ଏହାର କାରଣରୁ ବିବାହରେ ବାଧା ହେଉଥିବ, ଏମିତି ସ୍ଥିତିରେ କେଉଁ ଜ୍ୟୋତିଷ୍ୟଙ୍କୁ ପଚାରି ବୃହସ୍ପତିଙ୍କ ବ୍ରତ ରଖିବା ଉଚିତ୍, ଓ କଦଳିର ଗଛକୁ ପୁଜା କରିବେ , ଏମିତି କରିଲେ କୁଣ୍ତଳୀରେ ଗୁରୁଙ୍କ ସ୍ଥିତି ମଜବୁତ୍ ହେବ, ଓ ବିବାହରେ ଆସୁଥିବା ସବୁ ବାଧାଗୁଡିକ ଦୁର ହୋଇଯିବ ।

Leave a Reply

Your email address will not be published. Required fields are marked *