October 20, 2024

Odia Express

Here, There and Everywhere

ଜୀବନ୍ତ ଠାକୁର ଅଟନ୍ତି ମାତୃ ପିତୃ – ଏହି କାହାଣୀ ପଢିଲେ ଆପଣଙ୍କ ଆଖି ଓଦା ହେଇ ଭିଜିଯିବ – ପଢନ୍ତୁ ଏବେ

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଏକ ବିଶେଷ କାହାଣୀ ବିଷୟରେ ଜାଣିବା।ଏହା ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ସମ୍ପୂର୍ଣ୍ଣ କାହାଣୀ ବିଷୟରେ।ଚାକିରୀରୁ ଅବସର ନେଇଥିବା ଜଣେ ମାଆ।ପୁଅ କିନ୍ତୁ ସୁଦୂର ଆମେରିକାରେ କାର୍ୟ୍ଯରତ ଗୋଟିଏ ବହୁରାଷ୍ଟ୍ରୀୟ କମ୍ପାନୀରେ।ଏହି ଅବସର ନେଇଥିବା ଶିକ୍ଷୟିତ୍ରୀ ମାଆ ଜଣଙ୍କ ବିଦେଶରେ ରହୁଥିବା ପୁଅ ପାଖକୁ ଫୋନ କଲେ।ଏବଂ କହିଲେ ତୁ ଆସିଲେ ଆମେ ପୁରୀ ଯିବା।ପୁଅ କୁହେ ହଁ ନିଶ୍ଚିତ।ମୁଁ ଯେବେ ଗାଁକୁ ଆସିବି ଆମେ ନିଶ୍ଚିତ ଭାବରେ ପୁରୀ ଯିବା।ମାଆ ଯେତେବେଳେ ଫୋନ କରନ୍ତି ଏହି ଗୋଟିଏ କଥା କୁହନ୍ତି।ଏବଂ ପୁଅ ମଧ୍ୟ କୁହେ।ମୁଁ ଆସିଲେ ଆମେ ନିଶ୍ଚିତ ପୁରୀ ଯିବା।

ସେହି ଦିନର ଅନ୍ତ ଘଟିଲା।ପୁଅ ସୁଦୂର ଆମେରିକାରୁ ନିଜ ଜନ୍ମ ମାଟି ଗାଁରେ ପହଞ୍ଚିଗଲା ମାଆ ପାଖରେ।ପୁଅ କହିଲା ମୁଁ ବହୁତ କାର୍ଯ୍ୟବ୍ୟସ୍ତ।ମାଆ କହିଲା କାର୍ଯ୍ୟଵ୍ୟସ୍ତ ଯେ ପୁରୀ ଯିବା କଥାଟା କେବେହେଲେ ମନରୁ ପାସୋରି ନଥିବୁ।କିଛି ଦିନ ପରେ ମାଆ କହିଲେ ତୁ ତ ଆସିବା କିଛି ଦିନହୋଇଗଲାଣି ଏବେ ଚାଲେ ଆମେ କାଲି ପୁରୀ ଯିବା।ପୁଅ ଚିଡ଼ ଚିଡ଼ ହୋଇ କହିଲା ହଉ ଠିକ ଅଛି।ମୁଁ ତତେ କାଲି ନେଇ ପୁରୀ ଯିବି।

ସକାଳୁ ସକାଳୁ ଗାଧେଇ କାମ ସାରି ମାଆ ପୁଅ ଦୁଇଜଣ ବାହାରି ପଡିଲେ ପୁରୀ ଯିବାପାଇଁ।ମାଆଙ୍କ ମନ ଭାରି ଖୁସି ପୂଅ ସହିତ ପୁରୀ ଯିବାପାଇଁ ବାହାରିଛନ୍ତି ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ।ଅଧା ବାଟରେ ପହଞ୍ଚିଛନ୍ତି ଦୁର୍ଭାଗ୍ୟ ବଶତଃ ଗାଡିଟି ଖରାପ ହୋଇଗଲା।ଡ୍ରାଇଭର କହିଲେ ଅଳ୍ପ ଦୂରରେ ଗ୍ୟାରେଜ ଅଛି ମୁଁ ଗାଡିଟି ଠିକ କରି ଆଣୁଛି।ବାଟରେ ମାଆ ପୁଅ ଠିଆ ହୋଇଥିଲେ।ପାଖରେ ଏକ ଆଶ୍ରମ ଥିଲା।ମାଆ ପଚାରିଲା ଏହା କଣ ଦେଖା ଯାଉଛି? ପୁଅ କହିଲା ଆଶ୍ରମ।ମାଆ ଦୁଇ ଥର ଏହି ପ୍ରଶ୍ନ ପଚାରିଲେ ଏବଂ ପୁଅ ଉତ୍ତର ଦେଲେ।ଏବଂ ଏହାପରେ ମାଆ ଯେତେବେଳେ ଆଉ ଥରେ ଏହି ପ୍ରଶ୍ନ ପଚାରିଲେ ପୁଅ ରାଗିକରି କହିଲା କେତେ ଥର କହିବି ଆଶ୍ରମ ବୋଲି।ତୁ କଣ କାଲୁଣି ହୋଇଗଲୁଣି?ଏହାପରର ମାଆ ଆଖିରୁ ଗଙ୍ଗା ଯମୁନାର ଧାର ବହିଗଲା।

ସେ କହିବାକୁ ଲାଗିଲେ ତୁ ଯେବେ ଛୋଟ ପିଲା ଥିଲୁ ଏହି ସ୍ଥାନରେ ଏହି ଆଶ୍ରମଟି ଥିଲା।ଏବଂ ତୁ ମତେ ବାରମ୍ବାର ଏହି ପ୍ରଶ୍ନ ପଚାରୁଥିଲୁ ଏହା କଣ? ଏବଂ ମୁଁ ବାରମ୍ବାର ଉତ୍ତର ଦେଉଥିଲି ଏଇଟା ଏକ ଆଶ୍ରମ।ତୁ ୫୦ ଥର ପଚାରୁଥିଲୁ ଏବଂ ମୁଁ ସବୁ ଥର ଉତ୍ତର ଦେଉଥିଲି କିନ୍ତୁ ତୁ ଆଜି ତିନି ଥରରେ ବିରକ୍ତ ହୋଇଯାଉଛୁ।ଏହାପରେ ମାଆ କହିଲେ ଚାଲ ଯିବା ଏଠାରେ ଜଣେ ସନ୍ଥ ମହାରାଜା ରୁହନ୍ତି ଦର୍ଶନ କରିବା।ପୁଅ ମଧ୍ୟ ଅସ୍ତବ୍ୟସ୍ତ ହୋଇପଡ଼ିଲା ଭାବ ବିହ୍ଵଳ ହୋଇପଡିଲା।ଏହାପରେ ମାଆ ପୁଅ ଆଶ୍ରମ ମଧ୍ୟକୁ ଚାଲିଗଲେ ଦର୍ଶନ କରିବା ପାଇଁ।ଅତି ବିନର୍ମତାର ସହିତ ମାଆ ଏବଂ ପୁଅ ସନ୍ଥ ମହାତ୍ମାଙ୍କୁ ଦର୍ଶନ କଲେ।ସନ୍ଥ ମହାତ୍ମା କହିଲେ ଜାଣିଛ ପୁଅ ମାଆ ବାପାଙ୍କ ସହିତ ପୁରୀ ଯିବା କୋଟିଏ ଜନ୍ମରେ ସେତିକି ପୁଣ୍ୟ କରିଥିଲେ ସେହି ସ୍ୱଭାଗ୍ୟ ମିଳେ।ଏବେ ଆସନ୍ତୁ ଏକ କାହାଣୀ ଶୁଣିବା।

ମହାରାଷ୍ଟ୍ରରେ ଏକ ଛୋଟ ପିଲା ବାସ କରୁଥିଲେ।ଯାହାର ନାମ ଥିଲା ପୁଣ୍ଡଲିକ।ସେ ପିଲା ଦିନରୁ ଜଣେ ଭଗବାନ କୃଷ୍ଣଙ୍କ ଭକ୍ତ ଥିଲେ।ଏବଂ ପିତା ମାତାଙ୍କୁ ବହୁତ ଭଲ ପାଉଥିଲେ।ସବୁବେଳେ ପିତା ଏବଂ ମାତାଙ୍କ ସେବାରେ ରହୁଥିଲେ।ସେ ସବୁବେଳେ ପିତା ମାତାଙ୍କ ସେବାରେ ନିବିଗ୍ନ ରହୁଥିଲେ ଏବଂ ଆଦେଶ ମଧ୍ୟ ମାନୁଥିଲେ।ଯେତେବେଳେ ସେ ଯୁବକ ହେଲେ ପିତା ମାତା ତାଙ୍କୁ ବିବାହ କରାଇଦେଲେ।ଏହାପରେ ସେ ତାଙ୍କ ପତ୍ନୀଙ୍କୁ ଏତେ ଭଲ ପାଇଲେ ପତ୍ନୀଙ୍କ ପାଖରେ ଏତେ ନିବିଗ୍ନ ହୋଇଗଲେ ଯେ ଯେଉଁ ବାପା ମାଆଙ୍କୁ ସେ ଭଗବାନ ଭଳି ଭଲ ପାଉଥିଲେ ତାଙ୍କୁ ହତାଦର କରିବାକୁ ଲାଗିଲେ।ଏହି କଥା ବାପା ମାଆଙ୍କୁ ଖରାପ ଲାଗିଲା।

ଏବଂ ସେମାନେ ରାତିରେ କାହାକୁ ନଜଣାଇ କାଶୀ ଚାଲିଗଲେ।ଏହି କଥା ପୁଣ୍ଡଲିକଙ୍କୁ ବହୁତ କଷ୍ଟ ହେଲା।ସେ କିଛି ଦିନପରେ ମଧ୍ୟ କାଶୀ ଚାଲିଗଲେ।ସେ ଏକ ଆଶ୍ରମରେ ବିଶ୍ରାମ ନେଇଥିଲେ।ରାତ୍ରିରେ ନିଦ ହେଉ ନଥାଏ।ହଠାତ ଦେଖିଲେ ଜଣେ ସୁନ୍ଦର କନ୍ୟା ସବୁ ସନ୍ଥ ମାନଙ୍କ ବସ୍ତ୍ର ସଫା କଲେ ଏବଂ ସନ୍ଥ ମାନଙ୍କ କଥା ବୁଝିଲେ ଏବଂ ଫେରିଗଲେ।ପୁଣ୍ଡଲିକ ଭାବିଲେ କିଏ ହୋଇପାରେ ଏହି ଦିବ୍ୟ କନ୍ୟା।କିଏ ହୋଇପାରେ ଏହି ଦିବ୍ୟ ନାରୀ।ପୁଣି ଆର ଦିନକୁ ଅପେକ୍ଷା କରିଲେ।

ସେ ପର ଦିନ ମଧ୍ୟ ପରୀକ୍ଷା କରିବା ପାଇଁ ଜାଗ୍ରତ ଅବସ୍ଥାରେ ରହିଲେ।ସେହିଦିନ ମଧ୍ୟ ରାତ୍ରିର ନିସ୍ତବ୍ଧ ସମୟରେ ସେହି କନ୍ୟା ଠାକୁର ଘରୁ ବାହାରି ଆସିଲେ।ସବୁ ସନ୍ଥ ମାନଙ୍କ ବସ୍ତ୍ର ସଫା କଲେ।ଅନ୍ୟାନ୍ୟ କଥା ବୁଜିଲେ ଏବଂ ପୁଣି ଫେରିଗଲେ।ଏହାପରେ ପୁଣ୍ଡଲିକ ବିନର୍ମତାର ସହିତ ତାଙ୍କ ଆଗକୁ ଯାଇ କହିଲେ ହେ ଦେବୀ ଆପଣ କିଏ?ସେହି ଦିବ୍ୟ କନ୍ୟା ଜଣଙ୍କ କହିଲେ ମୁଁ ହେଉଛି ପବିତ୍ର ଗଙ୍ଗା।ସେ ଗଙ୍ଗାଙ୍କୁ ପଚାରିଲେ ଆପଣ ଆଶ୍ରମରେ ଏତେ ସେବା କରୁଛନ୍ତି।

ଏହାପରେ ଗଙ୍ଗା କହିଲେ ସନ୍ଥ ମାନେ ପିତୃ ସଦୃଶ।ଯେଉଁ ମଣିଷ ବାପା ମାଆଙ୍କ ସେବାରେ ନିବିଗ୍ନ ରହିବ ତାହା ଭଗବାନଙ୍କ ସେବା ସହିତ ସମାନ।ଏହି କଥା ମାତା ଗଙ୍ଗାଙ୍କ ପାଖରୁ ଶୁଣି ସରିବା ପରେ ପିଲା ଦିନର କଥା ତାଙ୍କ ମଧ୍ୟରେ ଜାଗୃତ ହେଲା।ସେ ଭାବିଲେ ମୁଁ ଏତେ ହତଭାଗା।ବାପା ମାଆଙ୍କୁ ଯିଏ ଘରୁ ବାହାର କରିଦେଇଛି ଦେଖେଇ ହେବ ଧର୍ମରେ କିଛି ମୂଲ୍ୟ ନଥାଏ।ମାତା ଗଙ୍ଗାଙ୍କୁ ବିନର୍ମତାର ସହିତ କ୍ଷମା ପ୍ରାଥନା ପୂର୍ବକ ଚାଲି ଆସିଲେ ବାପା ମାଆଙ୍କ ପାଖକୁ ଅତି ବିନର୍ମତାର ସହିତ ବାପା ମାଆଙ୍କୁ କ୍ଷମା ପ୍ରଥନା କରି ଅତି ବିନର୍ମତାର ସହିତ ଜନ୍ମସ୍ଥାନକୁ ଫେରି ଆସିଲେ ପୁଣ୍ଡଲିକ ଏବଂ ଅତି ବିନର୍ମତ…

Leave a Reply

Your email address will not be published. Required fields are marked *