October 19, 2024

Odia Express

Here, There and Everywhere

ପୋଷ୍ଟ ଅଫିସ୍ ସହ ଯୋଡି ହୋଇ ଏମିତି କରନ୍ତୁ ବିଜନେସ୍ – ମାସକୁ ହଜାର ହଜାର ଟଙ୍କାର ରୋଜଗାର ହେବ ଆପଣଙ୍କର

1 min read

ଆଜିର ସମୟରେ ଚାକିରିର କମି କାରଣରୁ ସବୁ ଯୁବା ନିଜ ବିଜନେସ୍ କରିବାର ଭାବନ୍ତି, ଯଦି ଆପଣ ବିଜନେସ୍ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଖରେ ପୋଷ୍ଟ ଅଫିସ୍ ଖୋଲିବାର ଶାନଦାର୍ ମଉକା ଅଛି, ଆପଣଙ୍କୁ କହିଦେବୁ କି ପୋଷ୍ଟ ଅଫିସର ଫ୍ରାଞ୍ଚାଇଜି ପାଇଁ ବିଭାଗଦ୍ୱାରା ଅଫିସିଆଲ୍ ନୋଟିଫିକେସନ୍ ଜାରି କରାଯାଇଛି, ଖାସ୍ କଥା ଏହା କି ଏହି ବିଜନେସ୍ ଆରମ୍ଭ କରିବାପାଇଁ ମାତ୍ର ୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ପୋଷ୍ଟ ଅଫିସ୍ ପୁରା ଦେଶରେ ନିଜ ପହଞ୍ଚ ବନାଇବାପାଇଁ ଫ୍ରାଞ୍ଚାଇଜି ଦେଉଛି, ପୋଷ୍ଟ ଅଫିସ୍ ଆହୁରି ଅଧିକା ବିସ୍ତାର କରିବାପାଇଁ ଆପଣ ଏହାର ଫାଇଦା ଉଠାଇପାରିବେ , ଆସନ୍ତୁ ଜାଣିବା ଆପଣ କେବଳ ୫ ହଜାର ଟଙ୍କାରେ କିପରି ପୋଷ୍ଟ ଅଫିସ୍ ରେ ଫ୍ରାଞ୍ଚାଇଜି ନେଇପାରିବେ ।

ସବୁଠାରୁ ପ୍ରଥମେ ଜାଣିନିଅନ୍ତୁ କି ପୋଷ୍ଟ ଅଫିସ୍ ଏହି ସମୟରେ ଦୁଇ ପ୍ରକାରର ଫ୍ରାଞ୍ଚାଇଜି ଦେଉଛି, ପ୍ରଥମେ ଆଉଟଲେଟ୍ ଫ୍ରାଞ୍ଚାଇଜି ଅଛି, ଓ ଅନ୍ୟ ଟି ପୋଷ୍ଟଲ୍ ଏଜେଣ୍ଟ୍ସଙ୍କ ଫ୍ରାଞ୍ଚାଇଜି ପାଇଁ, ଏହି ଦୁହେଁରୁ ଆପଣ କୌଣସି ବି ଫ୍ରାଞ୍ଚାଇଜି ନେଇପାରିବେ, ଆପଣଙ୍କୁ କହିଦେବୁ କି ପୁରା ଦେଶରେ ଏମିତି ବହୁତ ଜାଗା ଅଛି ଯେଉଁଠି ପୋଷ୍ଟ ଅଫିସ୍ ଖୋଲିବାର ଦରକାର ଅଛି । କିନ୍ତୁ ସେଠାରେ ପୋଷ୍ଟ ଅଫିସ୍ ଖୋଲାଯାଇପାରିବ ନାହିଁ, ଏଥିପାଇଁ ସେଠାକାର ଲୋକଙ୍କ ପାଇଁ ସୁବିଧା ଦେବାପାଇଂ ଫ୍ରାଞ୍ଚାଇଜି ଆଉଟ୍ ଲେଟ୍ ଖୋଲାଯାଏ ।

ସର୍ତ୍ତ- ଯଦି ଆପଣ ପୋଷ୍ଟ ଅଫିସ୍ ଫ୍ରାଞ୍ଚାଇଜି ନେବାର ଭାବୁଛନ୍ତି ତେବେ ତାଙ୍କ ପାଇଁ ବୟସ ୧୮ ବର୍ଷରୁ ଅଧିକା ହେବା ଉଚିତ୍ , ତାହା ସହ ଆପଣଙ୍କ କେଉଁ ମାନ୍ୟତା ପ୍ରାପ୍ତ ସ୍କୁଲରୁ ଅଷ୍ଟମ ପାସ୍ କରି ସାର୍ଟିଫିକେଟ୍ ହାସିଲ୍ କରିବା ଉଚିତ୍, ଫ୍ରାଞ୍ଚାଇଜି ନେବାପାଇଁ ଆପଣଙ୍କୁ ପ୍ରଥମେ ୫ ହଜାର ଟଙ୍କାର ସିକ୍ୟୁରିଟି ଡିପୋଜିଟ୍ ଦେବାକୁ ହେବ, ଫ୍ରାଞ୍ଚାଇଜି ମିଳିବାପରେ ଆପଣଙ୍କୁ ଏକ ନିଶ୍ଚିତ କମିଶନ୍ ଦିଆଯିବ ।

ଫ୍ରାଞ୍ଚାଇଜି ନେବା ଛଡା ଆପଣ ପୋଷ୍ଟାଲ୍ ଏଜେଣ୍ଟ ହୋଇକରି ଗ୍ରାହକଙ୍କ ପୋଷ୍ଟ ଅଫିସ୍ ରୁ ମିଳୁଥିବା ସୁବିଧା ଯେପରି ଷ୍ଟାମ୍, ସ୍ପିଡ୍ ପୋଷ୍ଟ, ଆର୍ଟିକିଲ୍ସ, ଷ୍ଟେନନାରୀ ,ମନିଅର୍ଡର ବୁକିଙ୍ଗ୍ ପାଇଁ ନିଜ ତରଫରୁ ସୁବିଧା ଦେଇପାରିବେ । ଫ୍ରାଞ୍ଚାଇଜି ନେବାପାଇଁ ଆପଣଙ୍କୁ ପ୍ରଥମେ ପୋଷ୍ଟ ଅଫିସର୍ ୱେବସାଇଡ୍ ରେ ଯାଇକରି ଏହି ଲିଙ୍କରେ ଆବେଦନ କରିବାକୁ ହେବ, ଏଥିରେ ଆପଣଙ୍କୁ ଏକ ଫର୍ମ ମିଳିବ ଯାହାକୁ ଭରି ଦେବେ, ଏହାପରେ ଆପଣଙ୍କ ଯେବେ ବଛାହେବ, ତେବେ ଆପଣଙ୍କୁ ପୋଷ୍ଟ ଡିପାର୍ଟମେଣ୍ଟ ସହ୍ ଏକ ଏମ୍ ଓ ୟୁ ସାଇନ୍ କରିବାକୁ ହେବ, ଏହା ପରେ ଆପଣ ଗ୍ରାହକଙ୍କ ପାଇଁ ସୁବିଧା ଦେଇପାରିବେ ।

Leave a Reply

Your email address will not be published. Required fields are marked *