March 9, 2025

Odia Express

Here, There and Everywhere

ଏବେ ଡ୍ରାଇଭିଙ୍ଗ୍ ଲାଇସେନ୍ସ ନୁଆ ଆପ୍ଲାଇ କରିବା କିମ୍ବା ରିନ୍ୟୁ କରିବା ପୁର୍ବରୁ କରିବାକୁ ହେବ ଏହି କାମ

ଯଦି ଆପଣ ଏବେ ପର୍ଯ୍ୟନ୍ତ ଡ୍ରାଇଭିଙ୍ଗ୍ ଲାଇସେନ୍ସ ବନାଇନାହାନ୍ତି ତେବେ ଆପଣ ରିନ୍ୟୁ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର ଅଛି, କାରଣ ଏବେ ଠାରୁ ଡ୍ରାଇଭିଙ୍ଗ୍ ଲାଇସେନ୍ସ ଆପ୍ଲାଇ କରିବା ପାଇଁ ଓ ରିନ୍ୟୁ କରିବାପାଇଁ ଏବେ ନୁଆ ନିୟମ ଲାଗୁ ହୋଇଛି, ଏହି ନିୟମରେ ଆପଣଙ୍କୁ ବହୁତ ବଡ ଫାଇଦା ହେବ । ଆପଣଙ୍କୁ କହିଦେବୁ କି ଏବେ ଡ୍ରାଇଭିଙ୍ଗ୍ ଲାଇସେନ୍ସ କରିଲା ବେଳେ ପ୍ରଥମେ ରୋଡ୍ ସେଫଟି ମ୍ୟାନୁଆଲ୍ ବୁକ୍ କିଣିବା ଓ ପଢିବା ଅନିର୍ବାର୍ଯ୍ୟ ଅଟେ, ଏହି ନିୟମ ପୁର୍ବରୁ ଚଣ୍ତିଗଡରେ ଲାଗୁ ହେବାକୁ ଯାଉଛି, ତାହା ସହ ଗ୍ରାଫିକ୍ସ ଜରିଆରେ ସ୍କୁଲର ପ୍ରଥମ ଶ୍ରେଣୀରୁ ଛୁଆଙ୍କୁ ରୋଡ୍ ସେଫଟି ସୁଚନା ଦିଆଯିବ୍ । ଖବର ଏହା କି ଜାନୁୟାରୀ ଦ୍ୱିତୀୟ ସପ୍ତାହରେ ଏହି ବହି ଚଣ୍ତିଗଡର ପ୍ରଶାସକ ବିପି ସିଂ ବଦନୋର୍ ଙ୍କ ଦ୍ୱାରା ଲଞ୍ଚ କରାଯିବ

ଆପଣଙ୍କୁ କହିଦେବୁ କି ଏକ ବର୍ଷର ରିସର୍ଚ୍ଚର ପରେ ରୋଡ୍ ସେଫଟି ମ୍ୟାନୁଆଲ୍ ବୁକ୍ ଚଣ୍ତିଗଡର ଟ୍ରାଫିକ୍ ପୋଲିସ୍, ଟ୍ରାନ୍ସପୋର୍ଟ ବିଭାଗ, ଏସ୍ ସିଇ ଆରଟି, ଓ ଅରାଇଭ୍ ସେଫ୍ ସଂସ୍ଥା ସଂସ୍ଥାପକ ହରମନ୍ ସିନ୍ଧୁ ମିଶିକରି ବନାଇଛନ୍ତି, ଏହି ରୋଡ୍ ସେଫଟି ମ୍ୟାନୁଆଲ୍ ବୁକ୍ କୁ ସବୁ ସ୍କୁଲ, କଲେଜ ୟୁନିର୍ଭରସିଟି ରେ ପଠାଯିବ, ଯାହାଦ୍ୱାରା ବିଦ୍ୟାର୍ଥୀଙ୍କୁ ସୁଚନା ଦିଆଯାଇପାରିବ, ଏହି ବୁକର ଅସଲ ମକସଦ୍ ସ୍କୁଲ୍ ସ୍ତରରେ ଛୁଆଙ୍କୁ ଟ୍ରାଫିକ୍ ନିୟମ ବିଷୟରେ ପଢାଇବାର ଅଛି , ଯାହାଦ୍ୱାରା ଛୁଆଟି ଦିନରୁ ଟ୍ରାଫିକ୍ ନିୟମ ବିଷୟରେ ଗଂମ୍ଭିର ହୋଇପାରିବେ ।

ଏହି ବହି ସବୁ ବର୍ଗ ଓ ବୟସର ଲୋକଙ୍କ ପାଈଁ ଫିଡବ୍ୟାକ୍ ନେଇକରି ଲେଖାଯାଇଛି, ତାହା ସହ ଏଥିରେ କୁହାଯାଇଛି କି ରାଉଣ୍ତ ଅବାଉଟ୍ ରେ କିପରି ଗାଡି ଚଲାଇବାର ଅଛି, ଓ କିପରି ପାର୍ କରିବାର ଅଛି, ଟ୍ରାଫିକ୍ ନିୟମର ସହ ବହିରେ ହାଇୱେ ରେ ଗାଡି ଚଲାଇବା ସମୟରେ ସାବଧନତା ରଖିବାକୁ ସବୁ ସୁଚନା ଦିଆଯାଇଛି । ପ୍ରଶାସନ କହନ୍ତି କି ୨୦୦ ପୃଷ୍ଠା ର ଏହି ବହି କୁ ସବୁ ନୁଆ ଲାଇସେନ୍ସ ତିଆରି କରିବା ଓ ଲାଇସେନ୍ସ ରିନ୍ୟୁ କରିବା ବ୍ୟକ୍ତିକୁ କିଣିବା ବାଧ୍ୟତା ମୁଳକ ହେବ, ଏହି ବହିର ଦାମ୍ ୧୫୦ ଟଙ୍କା ରଖାଯାଇଛି ।

Leave a Reply

Your email address will not be published. Required fields are marked *