October 22, 2024

Odia Express

Here, There and Everywhere

ଖାଇବା ପରେ ପାଣି ପିଇବା ଉଚିତ ନା ନୁହେଁ?ଏହାକୁ ଜାଣିବା ପରେ ଆପଣ ଆଉ ଜୀବନରେ କେବେ ରୋଗରେ ପଡିବେ ନାହିଁ

1 min read

ଆମେ ସମସ୍ତେ ଜାଣୁ ପାଣି ପିଇବା ଆମ ଶରୀର ପାଇଁ ବହୁତ ଲାଭଦାୟକ ଅଟେ।ଆମେ ପ୍ରତିଦିନ ୭-୮ ଗ୍ଲାସ ପାଣି ପିଇବା ଆବଶ୍ୟକ।କିନ୍ତୁ ଆମେ ଯଦି ଆମ ଖାଦ୍ୟରେ ଅଧିକରୁ ଅଧିକ ଫଳ ଖାଇଥାଉ ତେବେ ଆମକୁ କମ ପରିମାଣର ପାଣି ପିଇବା ଆବଶ୍ୟକ।ଏହା ସହିତ ଆମେ ଖାଦ୍ୟ ଖାଇବାର ତୁରନ୍ତ ପରେ ଅଥବା ତୁରନ୍ତ ପୂର୍ବରୁ ପାଣି ପିଇବା ଉଚିତ ନା ଉଚିତ ନୁହେଁ ଏହି ବିଷୟରେ ଆମେ ବର୍ତ୍ତମାନ ଆଲୋଚନା କରିବା।ତେବେ ଆମେ ପ୍ରତିଦିନ ଆବଶ୍ୟକ ଅନୁସାରେ ପାଣି ପିଉ।ହେଲେ ଏହାକୁ ଉପଯୁକ୍ତ ସମୟରେ ପିଇବା ଆବଶ୍ୟକ।

ଆମେ ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଇବା ଉଚିତ ନୁହେଁ।କାରଣ ଆମେ ଖାଦ୍ୟ ଖାଇବା ମାତ୍ରେ ଆମ ଖାଦ୍ୟ ଯାଇ ଆମ ଯକୃତରେ ପହଞ୍ଚି ଥାଏ।ଯେଉଁଠାରେ ଆମ ଶରୀରର ପାଚକ ରସ ତିଆରି ହୋଇଥାଏ।ତେବେ ଆମେ ଖାଦ୍ୟ ଖାଇବାର ପରେ ଯଦି ପାଣି ପିଉ ତେବେ ଏହା ଆମ ଶରୀର ପାଇଁ ଅନେକ ମାତ୍ରାରେ ହାନି କାରକ ସାବ୍ୟସ୍ତ ହୋଇପାରେ।ସେଥିପାଇଁ ଖାଦ୍ୟ ଖାଇବାର ପରେ ପରେ ପାଣି ପିଇବା ଉଚିତ ନୁହଁ।ଏହା ଆମ ଶରୀର ପାଇଁ ଅନେକ ମାତ୍ରାରେ ହାନି କାରକ ହୋଇପାରେ।

ଆମ ଯକୃତରେ ପାଚକ ରସ ତିଆରି ହୋଇଥାଏ ଯାହା ଆମ ଶରୀରକୁ ଯାଉଥିବା ଖାଦ୍ୟର ହଜମ କରିଥାଏ।କିନ୍ତୁ ଆମେ ଯଦି ଖାଦ୍ୟ ଖାଇବାର ତୁରନ୍ତ ପୂର୍ବରୁ ପାଣି ପିଇ ଥାଉ ତେବେ ଏହି ପାଣି ଆମ ପାଚକ ରସରେ ମିଶି ଯାଇଥାଏ।ଯାହା ଫଳରେ ଆମ ପାଚକ ରସକୁ ଅଧିକ ସମୟ ଲାଗିଥାଏ ଆମ ଖାଦ୍ୟକୁ ହଜମ କରିବା ପାଇଁ।ଫଳରେ ଆମ ପେଟରେ ଖାଦ୍ୟ ପଡ଼ି ରହିଥାଏ।ଯାହା ଫଳରେ ଏହା ପଚିବାକୁ ଆରମ୍ଭ କରିଥାଏ।

ଯେତେବେଳ ଆମେ ଖାଉଥିବା ଖାଦ୍ୟ ହଜମ ହେବା ପରିବର୍ତ୍ତେ ପଚିବାକୁ ଆରମ୍ଭ କରିଥାଏ ସେତେବେଳେ ଏହା ଆମ ଶରୀରକୁ ଅନେକ ପ୍ରକାରର ରୋଗରେ ଆକ୍ରାନ୍ତ କରିଥାଏ।ଆୟୁର୍ବେଦ ଅନୁସାରେ ଯେତେବେଳେ ଖାଦ୍ୟ ହଜମ ହେବା ପରିବର୍ତ୍ତେ ପଚିବାକୁ ଆରମ୍ଭ କରେ ସେତେବେଳେ ଆମ ଶରୀରରେ ୧୦୩ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ।ସେଥିପାଇଁ ଆୟୁର୍ବେଦ ଖାଦ୍ୟ ଖାଇବା ପୂର୍ବରୁ ବା ଖାଦ୍ୟ ଖାଇବା ପରେ ପାଣି ପିଇବାକୁ ମନା କରିଛି।ତେବେ ଅନେକ ଲୋକ ପ୍ରଶ୍ନ କରିବେ ତେବେ ଖାଦ୍ୟ ଖାଇବାର କେତେ ସମୟ ପରେ ପାଣି ପିଇବା ଆବଶ୍ୟକ ?

ତେବେ ସେମାନେ ଜାଣି ରଖିବା ଆବଶ୍ୟକ କି ଖାଦ୍ୟ ଖାଇବାର ୧-୨ ଘଣ୍ଟା ପରେ ପାଣି ପିଇବା ଆବଶ୍ୟକ।ଏହା ସହିତ ଯଦି ଆପଣ ଖାଦ୍ୟ ଖାଇବା ପୂର୍ବରୁ ପାଣି ପିଇବାକୁ ଚାହୁଁଛନ୍ତି ତେବେ ଖାଦ୍ୟ ଖାଇବାର ୧ ଘଣ୍ଟା ପୂର୍ବରୁ ପାଣି ପିଇବା ଆବଶ୍ୟକ।ଖାଦ୍ୟ ଖାଇବାର ତୁରନ୍ତ ପୂର୍ବରୁ କେବେ ମଧ୍ୟ ପାଣି ପିଅନ୍ତୂ ନାହିଁ।ଏହା ଆପଣଙ୍କ ଶରୀର ପାଇଁ ହାନିକାରକ ହୋଇପାରେ।ତେବେ ସେଥିପାଇଁ କେବେ ମଧ୍ୟ ଖାଦ୍ୟ ଖାଇବା ପୂର୍ବରୁ ବା ଖାଦ୍ୟ ଖାଇବା ପରେ ପାଣି ପିଇବା ଉଚିତ ନୁହେଁ।ନଚେତ ଆମେ ନିଜେ ଆମ ଶରୀର ପାଇଁ ଅନେକ ରୋଗ ଡାକି ଆଣିବା।

Leave a Reply

Your email address will not be published. Required fields are marked *