October 25, 2024

Odia Express

Here, There and Everywhere

ଜୋତା ପଲିସ୍ କରୁଥିବା ସନି ହିନ୍ଦୁସ୍ଥାନୀର ବିଦେଶୀ ଗାର୍ଲଫ୍ରେଣ୍ତ ଆଗରେ ଫେଲ୍ ଅଛନ୍ତ ବଲିଉଡ୍ ର ଅଭିନେତ୍ରୀ ମାନେ

ଟିଭି ରିଆଲିଟି ଶୋ ଇଣ୍ତିଆନ୍ ଆଇଡଲ୍ ୧୨ ର ବିଜେତା ରହିଥିବା ସନି ହିନ୍ଦୁସ୍ଥାନୀ ଙ୍କୁ କିଏ ବା ନଜାଣେ , ସନି ଏବେ ସିଙ୍ଗଲ୍ ନାହାନ୍ତି, ସନି ସୋସିଆଲ୍ ମିଡିଆରେ ନିଜ ପ୍ରେମର ପରିପ୍ରକାଶ କରିଛନ୍ତି, ସନି ହିନ୍ଦୁସ୍ଥାନୀ ଦୁଇଟି ଫଟୋ ସେୟାର୍ କରିଛନ୍ତି, ଯେଉଁଥିରେ ସେ ନିଜ ଗାର୍ଲଫ୍ରେଣ୍ତ ରେମଡିଙ୍କ ସହ ନଜର ଆସୁଛନ୍ତି, ଏଥିରେ ଗୋଟେ ଫଟୋ ସେ ରେମେଡିଙ୍କ ସହ ମଥାରେ ଚୁମ୍ବନ ଦେଉଥିବାର ନଜର ଆସୁଛି, ଓ ଅନ୍ୟ ଏକ ଫଟୋରେ ସେ ରେମେଡିଙ୍କ ସହ ସେଲଫି ନେଉଥିବାର ନଜର ଆସୁଛନ୍ତି ସନି କେବେ ରାସ୍ତାରେ ଜୋତା ପଲିସ୍ କରୁଥିଲେ, ଏବେ ସେ ସ୍ୱରର ସରତାଜ୍ ଅଟନ୍ତି ,ଭତିଣ୍ତାର ରହୁଥିବା ସନି ଗୋଟେ ସମୟରେ ଆର୍ଥିକ ଅନାଟନରେ କାଳତିପାତ କରୁଥିଲେ ।

ସନିଙ୍କ ଗାର୍ଲଫ୍ରେଣ୍ତ ରେମଡି ଭାରତର ମୁଳ ବାସିନ୍ଦା ଅଟନ୍ତି । ରେମଡିଙ୍କ ଜନ୍ମ ନେଦରଲ୍ୟାଣ୍ତରେ ହୋଇଥିଲା, ରେମଡିଙ୍କ ସୁନ୍ଦରତାର ଆଗରେ ସବୁ ଅଭିନେତ୍ରୀ ଫିକା ପଡିଯିବେ , ଆପଣଙ୍କୁ କହିଦେବୁ କି ରେମଡି ଜଣେ ଲେଖକ ହେବା ସହ ଇଲୁଷ୍ଟେଟର ବି ଅଟନ୍ତି, ସେ ବହୁତ ଭଲ ପେଣ୍ଟିଙ୍ଗ୍ କରନ୍ତି, ରେମଡି ସେମିତି ଆଜି ରାଇଟିଙ୍ଗ୍ ରୁ କ୍ୟାରିୟର୍ କରୁଛନ୍ତି, କିନ୍ତୁ ରେମେଡି ନିଜ୍ ପାଠପଢା ମେଡିକାଲ୍ ରିସର୍ଚ୍ଚ ଫିଲଡରେ କରୁଛନ୍ତି । ରେମେଡି ଓ ସିଙ୍ଗର୍ ସନି ହିନ୍ଦୁସ୍ଥାନୀ ବହୁ ଦିନରୁ ରିଲେସନସିପ୍ ରେ ଅଛନ୍ତି, ବହୁତ ବର୍ଷ ପର୍ଯ୍ୟନ୍ତ ନିଜ ସଂମ୍ପର୍କକୁ ଲୁଚାଇବା ପରେ ସନି ଏହାର ଖୁଲାସା କରିଥିଲେ, ସନି ମୁଳ ରୁପରେ ପଞ୍ଜାବର ଭତିଣ୍ତା ସ୍ଥିତ ଅମରପୁରା ବସ୍ତିର ବାସିନ୍ଦା ଅଟନ୍ତି । ସନି ଏକ ଛୋଟ ଜାଗା ରୁ ମୁମ୍ବାଇ ଯାଏଁ ଯାତ୍ରା ତୟ କରିଥିଲେ

ତାଙ୍କର ଏହି ଯାତ୍ରା ଏତେ ସହଜ ନଥିଲା, ସନି ନିଜ କ୍ୟାରିୟରର ଆରମ୍ଭ ବସ୍ ଷ୍ଟାଣ୍ତ ଓ ରେଲୱେ ଷ୍ଟେସନରେ ଗୀତ ଗାଇକରି କରିଥିଲେ, ସେ ନିଜ ଘରର ଖର୍ଚ୍ଚ ଉଠାଇବାପାଇଁ ସବୁଦିନ ରାସ୍ତାରେ ବସିକରି ଜୋତା ପଲିସ୍ କରୁଥିଲେ ,ସନି ନିଜ ପରିଜନଙ୍କୁ କହିଲେ କି ତାଙ୍କ ଜେଜେମା ବି ଗାଇକରି ଭିକ ଭାଗୁଥିଲେ, ତାଙ୍କ ମା ବି ଗଳିକନ୍ଧିରେ ବେଲୁନ୍ ବିକ୍ରି କରୁଥିଲେ, ତାହା ସେ ଲୋକଙ୍କ ଠାରୁ ଚାଉଳ ମାଗି ଘର ଚଳାଉଥିଲେ । କହିଦେବୁ କି ସନି ଯେବେ ଛୋଟ ଥିଲେ ତେବେ ତାଙ୍କ ଉପରୁ ମା ବାପାଙ୍କ ଛତ୍ରଛାୟା ଉଠିଯାଇଥିଲା, ତାହାପରେ ତାଙ୍କ ମା ତାଙ୍କୁ ଭିକ ମାଗିକରି ପାଠପଢାଇଲେ, ଯେବେ ସନି ଇଣ୍ତିଆନ୍ ଆଇଡଲ୍ ଶୋର ବିଜୟୀ ହୋଇଥିଲେ ,ତେବେ ଭତିଣ୍ତାର ଲୋକମାନେ ରାସ୍ତାରେ ବାଣ ଫୁଟାଇ ଧୁମ୍ ଧାମ୍ ରେ ପାର୍ଟି କରିଥିଲେ

ସନି ହିନ୍ଦୁସ୍ଥାନୀ ଏକ ଇଣ୍ଟରଭ୍ୟୁରେ କହିଲେ କି ସେ ଇଣ୍ତିଆନ୍ ଆଇଡଲ୍ ବିଷୟରେ କିଛି ଜାଣିନଥିଲେ, ତାଙ୍କୁ ଜଣେ ସାଙ୍ଗ ଏହି ବିଷୟରେ କହିଲା କି ମୁମ୍ବାଇରେ ଇଣ୍ତିଆନ୍ ଆଇଡଲ୍ ଅଡିସନ୍ ହେଉଛି ସେ ସାଙ୍ଗବି ମୋତେ ବହୁତ ଉତ୍ସାହ ଦେଖାଇଲା, ଏହା କହିକରି କି ମୁଁ ଭଲ ଗାଏ, ଓ ମୋତେ ନିଜକୁ ଗୋଟେ ମଉକା ଦେବା ଉଚିତ୍ । ସନି କହିଲେ କି ମୋର ହାଲତ୍ ନଥିଲା କି ମୁମ୍ବାଇ ଯିବାପାଇଁ କାରଣ ମୋର ପାଖରେ ପଇସା ନଥିଲା ତାପରେ ମୁଁ ଭାବିଲି କିଛି ବଡ କରିବାକୁ ହେବ, ତେଣୁ ନିଜକୁ ମଉକାଦେବାକୁ ହେବ, ମା ଠାରୁ ଅଡିସନ୍ କଥା କହିଲି ସେ କହିଲେ ପଇସା ନାହିଁ । ଟିକିଏ ଯୁକ୍ତିତର୍କ ବି ହେଲା, କିନ୍ତୁ ମୁଁ ନିଷ୍ପତ୍ତି ନେଲି କି ମୁମ୍ବାଇ ହିଁ ଯିବି, ତାପରେ କିଛି ସାଙ୍ଗ ୨ ହଜାର ଟଙ୍କା ଦେଇଥିଲେ, ଓ ଅଡିସନ୍ ଦେବାପାଇଁ ମୁମ୍ବାଇ ଗଲି, ସନି ଏହି ଶୋରେ ଜିତିକରି ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି ପାଇଥିଲେ ।

Leave a Reply

Your email address will not be published. Required fields are marked *