October 18, 2024

Odia Express

Here, There and Everywhere

ସ୍ୱାମୀ ଓ ପରିବାର ଲୋକେ କରିଦେଲେ ଅଲଗା , ମାନିଲେ ନାହିଁ ହାର୍, ୬ ବର୍ଷର ପୁଅକୁ ନେଇକରି ବିକ୍ରିକଲେ ଶିକଞ୍ଜି ଓ ଆଇସକ୍ରିମ୍ , ଏବେ ହୋଇଯାଇଛନ୍ତି ଏସ୍ ଆଇ ଅଫିସର୍

ମଣିଷର ଜୀବନ ଏତେ ସହଜ ନୁହେଁ ଯେତେ ଲାଗିଥାଏ, ମଣିଷ ତାର ଜୀବନରେ ବହୁତ ଦୁଃଖ ଓ ଅସୁବିଧାକୁ ନେଇ ଗତି କରିଥା,ଏ ବହୁତ ଲୋକେ ଏମିତି ହୋଇଥାନ୍ତି ଯେଉଁମାନେ ନିଜ ଜୀବନରେ ଅସୁବିଧା ହେଲେ ହାର୍ ମାନିଯାଆନ୍ତି, କିନ୍ତୁ କିଛି ଲୋକ ହୋଇଥାନ୍ତି ଯେଉଁମାନେ ନିଜ ଜୀବନରେ ଦୁଃଖକୁ ସହ୍ୟ କରି ଲଗାତାର୍ ନିଜ ଜୀବନରେ ଆଗକୁ ବଢିଚାଲନ୍ତି, ଯେଉଁ ଲୋକ ସାହାସର ସହ ନିରନ୍ତର ପ୍ରୟାସ୍ କରନ୍ତି ତାଙ୍କୁ ଦିନେ ନା ଦିନେ ନିଜ ସବୁ ଅସୁବିଧାରୁ ମୁକ୍ତି ମିଳୀଯାଏ, ଓ ସେ ନିଜ ଜିବନରେ ସଫଳତା ହାସିଲ୍ କରିନିଅନ୍ତି । ଆଜିକାଲି ସମୟରେ ଦେଖାଯାଉଛି କି ଲୋକେ ନିଜ ଜୀବନରେ ଖରାପ ପରିସ୍ଥିତିକୁ ନେଇ ପରିଶ୍ରମ କରିବା ଛାଡିଦିଅନ୍ତି, ଯାହାର କାରଣରୁ ତାଙ୍କ ଜୀବନରେ ଗୋଟେ ପରେ ଗୋଟେ ବହୁତ ଅସୁବିଧା ଦେଖାଦିଏ , କିନ୍ତୁ ଯେଉଁ ଲୋକ ଲଗାତାର ପରିଶ୍ରମ୍ କରିଚାଲନ୍ତି ସେମାନେ ନିଜ ଜୀବନରେ ଅସୁବିଧାକୁ ଜଲଦି ଦୁର କରିଦିଅନ୍ତି, ଏମିତି ସତ କୁହାଯାଏ କି ଅସୁବିଧାରୁ ଅସୁବିଧା ହାଲତରେ ସଫଳତା ସ୍ୱାଦ ବ୍ୟକ୍ତି ବହୁତ ପରିଶ୍ରମ ବଳରେ ଚାଖିଥାଏ ।

ଆଜି ଆମେ ଆପଣଙ୍କୁ କେରଳର କାଞ୍ଜିରାମକୁଲମ୍, ତୀରୁବନ୍ତପୁରମ୍ ର ଏନି ଶିବା ଙ୍କ କାହାଣୀ ବିଷୟରେ କହିବାକୁ ଯାଊଛୁ , ଏନି ସାମ୍ନାରେ ଦୁନିଆଁର ସବୁ ଅସୁବିଧା ସୃଷ୍ଟି ହୋଇଥିଲା, କିନ୍ତୁ ସେ କେବେ ହାର୍ ମାନିଲେ ନାହିଁ,  ଆଜି କଠିନ ପରିଶ୍ରମ ବଳରେ ସେ ସବ୍ ଇନସିପେକ୍ଟର ହୋଇସାରିଛନ୍ତି । ଆପଣଙ୍କୁ କହିଦେବୁ କି ଯେବେ ଆନି ୧୮ ବର୍ଷର ଥିଲେ ତେବେ ସେ କେଏନ୍ ଏମ୍ ଗର୍ଭମେଣ୍ଟ କଲେଜ କାଞ୍ଜିରାମକୁଲମ୍ ରେ ଫାଷ୍ଟ ଇୟରର ଛାତ୍ରୀଥିଲେ, ଏନି ନିଜ ପରିବାରର ଇଚ୍ଛା ବିରୁଦ୍ଧରେ ଯାଇକରି ନିଜ ପ୍ରେମୀ ସହ ରହିବାକୁ ଲାଗିଲେ, ଏନି ଏକ ପୁଅକୁ ଜନ୍ମ ଦେଲେ, ଯେବେ ପୁଅ ଜନ୍ମ ହେବାର ୬ ମାସ ହେଲା ତେବେ ତାହାପରେ ଏନି ତାଙ୍କ ପ୍ରେମୀ ତାଙ୍କୁ ଛାଡିଦେଲା, ଯାହାର କାରଣରୁ ଏନି ରାସ୍ତାରେ ଘୁରିବୁଲିଲେ, ଓ ବେସାହାରା ହୋଇଗଲେ

ଖବର ଅନୁସାରେ ଏମିତି କୁହାଯାଉଛି କି ଏନି ନିଜ ପରିବାର ପାଖକୁ ଫେରିଲେ କିନ୍ତୁ ତାଙ୍କ ପରିବାର ତାଙ୍କୁ ଆଉ ଗ୍ରହଣ କଲେ ନାହିଁ ,ଯାହାପରେ ଏନି ନିଜ ପୁଅର ସହ ନିଜ ଜେଜେମାଙ୍କ ଘର ପଛରେ ହୋଇଥିବା ଏକ ଚାଳ ଘରେ ରହୁଥିଲେ । ଏନିଙ୍କ ପାଖରେ ନିଜ ଗୁଜୁରାଣ ଚଳାଇବାପାଇଁ କିଛି ସାଧନ ନଥିଲା , ଯାହାର କାରଣରୁ ସେ ବହୁତ ଚିନ୍ତିତ ହୋଇଯାଇଥିଲେ, ତାଙ୍କ ସହ ତାଙ୍କର ୬ ମାସର ଛୁଆ ଥିଲା, ଯାହାର କାରଣରୁ ଚିନ୍ତା ଆହୁରି ବଢିଚାଲିଥିଲା, ତେବେ ସେ ବହୁତ ଛୋଟମୋଟ କାମ କରି ନିଜର ଓ ପୁଅର ଲାଳଣପାଳନ କଲେ ,ଏନି ଘର ଘର ଯାଇକରି ଡେଲିଭରି କାମ କରୁଥିଲେ, କରି ପାଉଡର୍, ସାବୁନ୍ ବିକ୍ରି କଲେ, ଏତିକି ନୁହେଁ ଏନି ଜଣେ ଇନସୁରାନ୍ସ ଏଜେଣ୍ଟ ରୁପରେ କାମ କରିଥିଲେ

ସେ ଛାତ୍ରଙ୍କ ପାଇଁ ପ୍ରୋଜେକ୍ଟ, ରେକର୍ଡସ୍ ବି ବନାଇଲେ, ଉତ୍ସବ ସମୟରେ ଭେଣ୍ତରଙ୍କ ସହ ମିଶିକରି ଆଇସକ୍ରିମ୍ ଓ ଲେମ୍ବୁ ପାଣି ବିକ୍ରି କଲେ, ଏନି ନିଜ ପାଠପଢା ସହ ନିଜ ପୁଅର ଦାୟିତ୍ୱ ସଂମ୍ଭାଳିଲେ ,ସେ ସମାଜଶାସ୍ତ୍ରରେ ଗ୍ରାଜୁଏସନ୍ କରିଥିଲେ, ସେ ଏହି ସମୟରେ ନିଜ ପୁଅ ଶିବାସୁର୍ଯ୍ୟଙ୍କୁ ନେଇ ବହୁତ ସ୍ଥାନରେ ରହିଥିଲେ । ଏନି ଏକ ପୁରୁଷ ପରି ଦେଖାଯିବାପାଈଁ ନିଜ ବାଳ କାଟିଦେଇଥିଲେ, ୨୦୧୪ ରେ ସେ ଏନି ତିରୁବନ୍ତପୁରମ୍ ର କୋଚିଙ୍ଗ୍ ସେଣ୍ଟରରେ ଦାଖିଲା ନେଲେ , ଓ ମହିଳା ଏସ୍ ଆଇ ପରୀକ୍ଷାଦେଲେ, ଏନି ଏହି ପରୀକ୍ଷା ପାସ୍ କରିବାପାଇଁ ବହୁତ ପରିଶ୍ରମ୍ କରିଥିଲେ, ଓ ଶେଷରେ ତାଙ୍କ ପରିଶ୍ରମ ସଫଳ ହେଲା , ୨୦୧୬ ରେ ଏନି ମହିଳା ପୋଲିସ୍ ରେ ନିଯୁକ୍ତ ହେଲେ ଓ ୨୦୧୯ ରେ ସେ ଏସ୍ ଆଇ ପରୀକ୍ଷା ପାସ୍ କରିନେଲେ ,୨୫ ଜୁନ୍ ୨୦୨୧ କୁ ବର୍କଲା ପୋଲିସ୍ ଷ୍ଟେସନରେ ଜଣେ ସବ୍ ଇନସିପେକ୍ଟର ରୁପରେ ଏନି ପୋଷ୍ଟିଙ୍ଗ୍ ହେଲା ।

Leave a Reply

Your email address will not be published. Required fields are marked *