October 18, 2024

Odia Express

Here, There and Everywhere

ସବୁଠୁ ମଜାଦାର ଓଡ଼ିଆ ଢଗ ଢମାଳି ପ୍ରଶ୍ନ – ମୋଡ଼ି ମୋଡ଼ି ହୋଇ ଲମ୍ବିଥାଏ କିନ୍ତୁ ସାପ ନୁହେଁ – ତେଲ ଦେଇ ଫୁଲ ଛଡାନ୍ତି କିନ୍ତୁ ଦେବୀ ନୁହେଁ ତାହା କଣ?ବୁଦ୍ଧିମାନ ଲୋକ ହେଇଥିଲେ ଏହାର ସଠିକ ଉତ୍ତର ଦେବେ

1 min read

ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କ ପାଇଁ କେତୋଟି କୌତୁହଳପୂର୍ଣ୍ଣ ପ୍ରଶ୍ନ ଆଣିଛି।ଏଥିପାଇଁ ଆପଣ ମାନଙ୍କୁ ୫ ସେକେଣ୍ଡ ସମୟ ମିଳିବ।ଯଦି ଆପଣ ଏହା ଭିତରେ ଉତ୍ତର ଦେଉଛନ୍ତି ତ ଆପଣ ବୁଦ୍ଧିମାନ ଅଟନ୍ତି।ଏଥିରେ ମୁଁ ଆପଣ ମାନଙ୍କୁ କିଛି ଓଡ଼ିଆ ଢଗ ଓ ଢମାଳି ଦେଇଛି।ତେବେ ଏହି ପ୍ରଶ୍ନ ଗୁଡିକ ଯଦି ଆପଣାକୁ ଭଲ ଲାଗେ ତେବେ ନିଶ୍ଚୟ ନିଜ ସାଙ୍ଗ ମାନକ ସହ ବାଣ୍ଟିବେ ଓ ସେ କେତେ ସଠିକ ଉତ୍ତର ଦେଉଛନ୍ତ ଓ କେତେ ବୁଦ୍ଧିମାନ ସେ ବିଷୟରେ ନିହାତି ଜାଣିବେ | ତେବେ ଆପଣ ମଧ୍ୟ ଏହି ପ୍ରଶ୍ନ ଗୁଡିକର ସଠିକ କେତେ ଉତ୍ତର ଦେଲେ କମେନ୍ଟ କରିବେ

ପ୍ରଶ୍ନ:-ତାହା କଣ,ଯାହାକି ଅନ୍ୟକୁ ଦେଇଥିଲେ ମଧ୍ୟ ନିଜକୁ ରଖିବାକୁ ପଡିଥାଏ ?

ଉ:- ବଚନ

ପ୍ରଶ୍ନ:-ମୁଁ ସମୁଦ୍ରରେ ଜନ୍ମ ହୁଏ କିନ୍ତୁ ଆପଣଙ୍କ ଘରେ ରୁହେ?ତାହା ହେଲେ ମୁଁ କିଏ?

ଉ:-ଲୁଣ

ପ୍ରଶ୍ନ:-ଗରମ ହେଲେ ସେ ବଞ୍ଚିଥାଏ ଏବଂ ପବନ ହେଲେ ସେ ମରିଯାଏ।ସେ କିଏ?

ଉ:- ଝାଳ

ପ୍ରଶ୍ନ:-ସବୁ କିଛି ଲେଖାହୋଇଛି କିନ୍ତୁ କେହି ତାକୁ ପଢ଼ି ପାରନ୍ତି ନାହିଁ।ତାହା କଣ?

ଉ:-ଭାଗ୍ୟ

ପ୍ରଶ୍ନ:-ତାହା କଣ, ଯାହା ଆପଣ ଦେଖିଥାନ୍ତି କିନ୍ତୁ ଅନ୍ୟକୁ ଦେଖାଇ ପାରନ୍ତି ନାହିଁ?

ଉ:- ସ୍ବପ୍ନ

ପ୍ରଶ୍ନ:-ତାହା କଣ, ଯାହାକୁ ଆମେ ଖାଇ ପାରିବା ନାହିଁ କି ପିଇପାରିବା ନାହିଁ କିନ୍ତୁ ଆମେ ତା ବିନା ବଞ୍ଚିପାରିବା ନାହିଁ?

ଉ:- ଅମ୍ଳଜାନ

ପ୍ରଶ୍ନ:- କାହାକୁ ଆମେ ହାତ ନଧରି ମଧ୍ୟ ଅଟକାଇ ପାରିବା?

ଉ:- ନିଶ୍ବାସ

ପ୍ରଶ୍ନ:-ଗାଁ ସହରରେ ବୁଲୁଥାଏ, ମନ୍ଦିର ଯିବାକୁ ଡ଼ରୁଥାଏ।ତାହା କଣ?

ଉ:-ଚପଲ

ପ୍ରଶ୍ନ:-ଇଂରାଜୀରେ ଏକ ଶବ୍ଦ କୁହ, ଯେଉଁଥିରେ A ଠାରୁ F ପର୍ଯ୍ୟନ୍ତ ସମସ୍ତ ଅକ୍ଷର ଥିବ?

ଉ:-FEEDBACK

ପ୍ରଶ୍ନ:- ମୋଡ଼ି ମୋଡ଼ି ହୋଇ ଲମ୍ବିଥାଏ କିନ୍ତୁ ସାପ ନୁହେଁ – ତେଲ ଦେଇ ଫୁଲ ଛଡାନ୍ତି କିନ୍ତୁ ଦେବୀ ନୁହେଁ ତାହା କଣ?

ଉ:-ଝିଅ ପିଲାମାନଙ୍କର ବେଣୀ

Leave a Reply

Your email address will not be published. Required fields are marked *