October 18, 2024

Odia Express

Here, There and Everywhere

ଅର୍ଚ୍ଚିତାଙ୍କ ଜନ୍ମଦିନ ଭୁଲିଗଲେ ସବ୍ୟସାଚୀ – ଆଉ ତାପରେ ଅର୍ଚ୍ଚିତା କଲେ ଏହି କାମ ଯେ ଜାଣିଲେ ଆପଣ ମଧ୍ୟ ଖୁସି ହେଇଯିବେ..

ସାଙ୍ଗମାନେ ଆପଣ ମାନେ ତ ସମସ୍ତେ ଓଡ଼ିଆ ଚଳଚ୍ଚିତ୍ର ଦେଖୁଥିବେ।ଆପଣ ମାନଙ୍କ ଭିତରୁ ପ୍ରାୟ ସମସ୍ତେ ଚକଲେଟ ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ପସନ୍ଦ କରୁଥିବେ।ସାଙ୍ଗମାନେ ଆଜି ଆମେ ଜାଣିବା ସେହି ଓଡ଼ିଆ ଚଳଚିତ୍ର ଜଗତର କଳାକାରଙ୍କ ବିଷୟରେ।ସେ ହେଉଛନ୍ତି ଅର୍ଚ୍ଚିତା ସାହୁ।ସେ ତାଙ୍କ ଜୀବନରେ ବହୁତ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।ସେ ତାଙ୍କ ପିଲାଦିନୁ ଅଭିନୟ ପ୍ରତି ରୁଚି ରଖିଥିଲେ।ସେ ଏକ ନାଚୁରାଲ ପ୍ରତିଭା ଥିଲେ।ସେ ତାଙ୍କ ଅଭିନୟର ଯାଦୁରେ ଅନେକଙ୍କ ମନରେ ଘର ସୃଷ୍ଟି କରିଥିଲେ।ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ପ୍ରଶଂସକ ଥିଲେ।ସେ ସୋସିଆଲ ମିଡିଆରେ ତାଙ୍କର କିଛି କଥା ସେୟାର କରିଛନ୍ତି।

ସବ୍ୟସାଚୀ ମିଶ୍ରଙ୍କୁ ଓଲିଉଡର ଚକଲେଟ ବୟ ବୋଲି କୁହାଯାଏ।ଫିଲ୍ମ ଦୁନିଆରେ ପାଦ ଦେବା ଆଗରୁ ସେ ଆଲବମ ଦୁନିଆରେ କାମ କରୁଥିଲେ।୨୦୦୭ ମସିହାରେ ସେ ପାଗଳ ପ୍ରେମୀ ଜରିଆରେ ଓଲିଉଡରେ ଡେବ୍ୟୁ କରିଥିଲେ।ସେ କେବଳ ଓଡ଼ିଆ ଜଗତରେ ସୀମିତ ହୋଇ ରହିନାହାଁନ୍ତି ସେ ଅନେକ ତେଲୁଗୁ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।ସବ୍ୟସାଚୀ ଓ ଅର୍ଚ୍ଚିତା ଏଇ ୨୦୨୧ ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।ଅର୍ଚ୍ଚିତାଙ୍କ ଶାଶୂଘର ବ୍ରହ୍ମପୁର।କିନ୍ତୁ ସେ ସପରିବାର ଭୁବନେଶ୍ୱରେ ରହୁଛନ୍ତି।

ଏଇ କିଛି ଦିନ ତଳେ ଅର୍ଚ୍ଚିତାଙ୍କ ଜନ୍ମ ଦିନକୁ ସବ୍ୟସାଚୀ ଭୁଲି ଯାଇଥିଲେ।ରାତି ପ୍ରାୟ ୧୨ ଟା ସମୟରେ ଅର୍ଚ୍ଚିତା ମିଠା ଧରି ସବ୍ୟସାଚୀଙ୍କ ରୁମରେ ପହଞ୍ଚି ଯାଇଥିଲେ।ସେ ତାଙ୍କୁ ସରପ୍ରାଇଜ ଦେବାପାଇଁ ଚାହୁଁଥିଲେ।ଏବେ ଲକଡାଉନ ଚାଲିଥିବା ଯୋଗୁଁ ସେମାନେ ବାହାରକୁ ପାର୍ଟି କରିବା ପାଇଁ ଯାଇ ପାରିନାହାଁନ୍ତି ସେ ଘରେ ସମସ୍ତ ସଦସ୍ୟ ମାନଙ୍କୁ ମିଠା ତିଆରି କରି ଖୁଆଇଥିଲେ।ସବ୍ୟସାଚୀ ଓ ତାଙ୍କ ପରିବାର ସମସ୍ତ ସଦସ୍ୟ ଅର୍ଚ୍ଚିତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।ଏହା ତାଙ୍କ ଜୀବନର ସବୁଠୁ ଭଲ ମୁହୂର୍ତ୍ତ ବୋଲି ଅର୍ଚ୍ଚିତା କହିଛନ୍ତି।

ଅର୍ଚ୍ଚିତା ଓ ସବ୍ୟସାଚୀ ଅନ୍ୟ ପରିବାର ସହିତ ଭିଡିଓ କଲରେ ଅଧିକ ରାତି ପର୍ଯ୍ୟନ୍ତ କଥା ବାର୍ତ୍ତା ହେଲେ।ଅର୍ଚ୍ଚିତା ସବ୍ୟସାଚୀଙ୍କ ଉପରେ ରାଗିଥିବା ଜଣା ପଡ଼ିଲା କାରଣ ସବ୍ୟସାଚୀ ଅର୍ଚ୍ଚିତାଙ୍କ ଜନ୍ମଦିନକୁ ପୁରାପୁରି ଭୁଲି ଯାଇଥିଲେ।ସମସ୍ତ ପରିବାର ସଦସ୍ୟ ଅର୍ଚ୍ଚିତାଙ୍କୁ ବହୁତ ଶୁଭ କାମନା ଜଣାଇଲେ।ଅର୍ଚ୍ଚିତା ଓ ସବ୍ୟସାଚୀ ପ୍ରଶଂସକ ମାନଙ୍କୁ ଏହି ପରିସ୍ଥିତିରେ ସଚେତନ ହୋଇ ରହିବାକୁ କହିଛନ୍ତି।ଅର୍ଚ୍ଚିତା ଓ ସବ୍ୟସାଚୀ ପରଷ୍ପର ଏବେ ଭୁବନେଶ୍ୱରରେ ରହୁଛନ୍ତି।ସେମାନେ ଏହି ଲକଡାଉନରେ ରୋଷେଇ ଓ ଘର ବଗିଚା କାମ ଆଦି କରି ନିଜ ସମୟ କାଟୁଛନ୍ତି।ଅର୍ଚ୍ଚିତା କହିଛନ୍ତି ଯେ ତାଙ୍କ ସମସ୍ତ ପରିବାର ସଦସ୍ୟ ଓ ସବ୍ୟସାଚୀ ତାଙ୍କୁ ବହୁତ ଭଲ ପାଆନ୍ତି।

Leave a Reply

Your email address will not be published. Required fields are marked *