October 18, 2024

Odia Express

Here, There and Everywhere

କୁକୁଡ଼ା ମାଂସର କେଉଁ ଭାଗ ଖାଇବା ଉଚିତ? କୁକୁଡ଼ା ମାଂସ ଖାଉଥିଲେ ନିଶ୍ଚୟ ଏହି କଥା ଗୁଡିକ ଜାଣିବା ଦରକାର

ସାଙ୍ଗମାନେ ଦୁନିଆରେ ପ୍ରାୟ ୮୦ ଭାଗ ଲୋକ ସର୍ବହାରୀ ହୋଇଥାନ୍ତି।ଏହାର ଅର୍ଥ ସେମାନେ ନିଜ ଖାଦ୍ୟରେ ଶାକାହାର ସହିତ ଆମିଷ ମଧ୍ୟ ଭୋଜନ କରିଥାନ୍ତି।ଏମାନଙ୍କ ଭିତରୁ ପ୍ରାୟ ଲୋକ ଚିକେନ ଖାଇବା ପାଇଁ ପସନ୍ଦ କରିଥାଆନ୍ତି।କାରଣ ଏହା ସ୍ଵାଦିଷ୍ଟ ହେବା ସହିତ ବିଭିନ୍ନ ପୋଷକ ତତ୍ୱରେ ଭରି ରହିଥାଏ।କିନ୍ତୁ ସାଙ୍ଗମାନେ ବହୁତ ଲୋକ ଏହା ଜାଣି ନଥାନ୍ତି ଯେ ଚିକେନର କେଉଁ ଅଂଶ ଖାଇବା ଜରୁରୀ।କାରଣ ସେଥିରେ ସବୁଠୁ ଭଲ ପୋଷକ ତତ୍ତ୍ଵ ରହିଥାଏ।ଯେବେ ଆପଣ ବଜାରରୁ ଚିକେନ କିଣନ୍ତି ତ ଯଦି ଆପଣ ସେହି ପଇସାରେ ସବୁଠୁ ବେଷ୍ଟ ପାର୍ଟ ଚିକେନର କିଣନ୍ତି ତ ଆପଣଙ୍କ ପଇସାର ମହତ୍ତ୍ଵ ରହିବ।

ଆପଣ ସେହି ପାର୍ଟ ବିଷୟରେ ଜାଣିବା ପୂର୍ବରୁ ଚିକେନ କିଣିବା ସମୟରେ କିଛି ଧ୍ୟାନ ରଖିବେ।ସର୍ବପ୍ରଥମେ ଆପଣ ଏକ ସଫା ସୁତୁରା ଚିକେନ ଦୋକାନକୁ ଯାନ୍ତୁ।ଚିକେନ ଆଣିବା ସମୟରେ ତାଜା ଚିକେନ ହିଁ କାଟିକରି ଆଣନ୍ତୁ।ଯଦି ଚିକେନ ପୂର୍ବରୁ ସେଠାରେ ଅଛି ତ ଆପଣ ପ୍ରଥମେ ରଙ୍ଗ ଚେକ କରିବେ।ତାଜା ଚିକେନର ରଙ୍ଗ ଗୋଲାପି ହୋଇଥାଏ।ଯଦି ଆପଣ ଦେଖିବେ ଯେ ଏହାର ରଙ୍ଗ ଫିକା ପଡ଼ିଯାଇଛି ତ ଆପଣ ବୁଝିବେ ଯେ ଏହା ବହୁତ ସମୟ ଧରି କଟା ହୋଇଛି।ଯଦି ଚିକେନ ଖରାପ ହୋଇଯାଇଛି ତ ସେଥିରୁ ବହୁତ ଜୋରରେ ଗନ୍ଧ ବାହାରିବ ଓ ଏକ ଖଟାଳିଆ ମହକ ଆସିବ।

ଯଦି ଧୋଇବା ପରେ ମଧ୍ୟ ଚିକେନ ହାତକୁ ଅଠାଳିଆ ଲାଗୁଚି ତ ତାହା ଖରାପ ହୋଇଯାଇଛି।ଏପରି ଚିକେନକୁ ଫିଙ୍ଗିଦେବା ହିଁ ଶ୍ରେୟସ୍କର।ଏବେ ଜାଣିବା ଚିକେନର ସେହି ପାର୍ଟ ବିଷୟରେ ଯାହା ସବୁଠୁ ବେଷ୍ଟ ହୋଇଥାଏ।ଆପଣ ମାନେ ଭାବୁଥିବେ ଯେ ଚିକେନ ଲେଗ ପିସ ସବୁଠୁ ଭଲ ହୋଇଥାଏ କିନ୍ତୁ ଏହା ନୁହେଁ କାରଣ ଚିକେନ ଲେଗରେ ଫ୍ୟାଟ ପ୍ରଚୁର ମାତ୍ରାରେ ମିଳିଥାଏ।ସେହି ପାର୍ଟ ହେଉଛି ଚିକେନ ବ୍ରେଷ୍ଟ।ସେହି ଭାଗରେ ବାକି ଜାଗା ଠାରୁ ଅଧିକ ମାତ୍ରାରେ ପ୍ରୋଟିନ ମିଳିଥାଏ।ଏହି ପାର୍ଟରେ ଲିନ ଫ୍ୟାଟ ରହିଥାଏ ଓ ବାକି ମାନଙ୍କରେ ରହି ନଥାଏ।

ଏଥିପାଇଁ ବଡି ବିଲଡର ମାନେ ଚିକେନ ବ୍ରେଷ୍ଟର ବ୍ୟବହାର ଅଧିକ କରିଥାଆନ୍ତି।ଆପଣ ମାନେ କଣ ଜାଣିଛନ୍ତି ଯେ ୧୦୦ ଗ୍ରାମ ଚିକେନ ବ୍ରେଷ୍ଟରେ ୩୧ ଗ୍ରାମ ପ୍ରୋଟିନ ରହିଥାଏ ଓ ବାକି ପାର୍ଟ ମାନଙ୍କରେ ୨୫ ଗ୍ରାମ ପ୍ରୋଟିନ ରହିଥାଏ।ଚିକେନ ବ୍ରେଷ୍ଟ ବଡି ବିଲ୍ଡିଂ ପାଇଁ ସବୁଠୁ ଭଲ ଜିନିଷ ଅଟେ।ଏହାକୁ ଖାଇବା ଦ୍ଵାର ମାଂସପେଶୀ ମାନେ ଶୀଘ୍ର ବଢ଼ି ଥାଆନ୍ତି।ଚିକେନ ବ୍ଲଡ ପ୍ରେସରକୁ ନିୟନ୍ତ୍ରଣରେ ରଖିଥାଏ।ଆପଣଙ୍କ ହାଡ଼କୁ ମଜବୁତ କରିଥାଏ।ଆପଣଙ୍କ ବାଳ,ନଖ ଆଦିକୁ ସ୍ଵସ୍ତ ରଖିଥାଏ।ଆପଣଙ୍କ ଆଖି ଓ ସ୍ମରଣ ଶକ୍ତିକୁ ମଜବୁତ କରିଥାଏ।

Leave a Reply

Your email address will not be published. Required fields are marked *