October 18, 2024

Odia Express

Here, There and Everywhere

ଘରେ ଏହି ୧୩ ଟି ଜିନିଷର ବି ହୋଇଥାଏ ଏକ୍ସପାରୀ ଡେଟ୍, ଜାଣିନିଅନ୍ତୁ ନହେଲେ ଜୀବନ ପ୍ରତି ବିପଦ ନ ହୋଇଯାଉ…

1 min read

ଘରେ ଏମିତି ବହୁତ ସାରା ଜିନିଷ ହୋଇଥାଏ ଯାହାକୁ ଆମେ ଲୋକେ ବର୍ଷ ବର୍ଷ ଧରି ବ୍ୟବହାର କରି ଆସୁଛେ ଓ ତେବେ ତାକୁ ସେହି ଘରରୁ ବେଘର କରନ୍ତି ନାହିଁ ଯେବେ ପର୍ଯ୍ୟନ୍ତ ସେ ଜିନିଷ ଖରାପ ନ ହୋଇଯାଉ, କିମ୍ବା ଆପଣଙ୍କ ହାତରୁ ଭାଙ୍ଗି ନଯାଉ । କିନ୍ତୁ କଣ ଆପଣ ଜାଣିଛନ୍ତି ମେଡିସିନ୍ ଗୁଡିକ ପରି ଜିନିଷର ବି ଏକ୍ସପାରୀ ଡେଟ୍ ହୋଇଥାଏ , ସେମିତି ସେ ଜିନିଷ ଖରାପ ହୋଇନଥାଉ । ତେବେ ଆସନ୍ତୁ ଜାଣିବା ଏମିତି କେଉଁ ଜିନିଷ ଅଛି, ଯାହାକୁ ସବୁଦିନ ବ୍ୟବହାର ହେଉଥିବା ବେଳେ ଗୋଟେ ସମୟରେ ତାକୁ ବଦଳାଇବା ବା ହଟାଇବାକୁ ଫଇସଲା ନେବା ଉଚିତ୍ ।

୧) ବର୍ଷରେ ଥରେ ବଦଳାନ୍ତୁ ତଉଲିଆ- ବହୁତ ଲୋକ ତଉଲିଆକୁ ଥରେ କିଣିଥାନ୍ତି ଓ ତାକୁ ବର୍ଷ ବର୍ଷ ଧରି ବ୍ୟବହାର କରିଥାନ୍ତି, ଯଦି ଆପଣ ଏମିତି ଆପଣ କରୁଛନ୍ତି ତେବେ ଆଜି ହିଁ ବଦଳାଇଦିଅନ୍ତୁ, ତଉଲିଆକୁ କମ୍ ସେ କମ୍ ଏକ ବର୍ଷରେ ଥରେ ବଦଳିବା ଉଚିତ୍ । ସବୁଦିନ ବ୍ୟବହାର କରିଲେ ତାହାର ନରମ ଅଂଶ ଶେଷ ହୋଇଯାଏ , ଓ ସେ ତାହା ରଫ୍ ହୋଇ ସ୍କିନ୍ କୁ କ୍ଷତି କରିପାରେ ।

୨) ଛଅ ମାସରେ ଆଣନ୍ତୁ ଆଉ ଏକ ପାନିଆଁ – ଯେଉଁ ଭଳି ତଉଲିଆ ବ୍ୟବହାର ଏକ ବର୍ଷ ପାଇଁ କରିବା କଥା ସେମିତି ବାଳ କୁଣ୍ଢାଇବା ପାଇଁ ବ୍ୟବହାର ହେଉଥିବା ପାନିଆଁକୁ ବି କମ୍ ସେ କମ୍ ୬ ମାସରେ ଥରେ ବଦଳାଇନେବା ଉଚିତ୍ , ଏମିତି କରିବା କଥା କାରଣ ଆପଣଙ୍କ ପାନିଆଁ ବ୍ୟବହାର କରି କରି ତାହାର ଦାନ୍ତିଗୁଡିକ ସାର୍ଫ୍ ହୋଇଯାଏ , ଯାହା ଆପଣ ବାଳକୁ କୁଣ୍ଢାଇବା ବେଳେ ଏହା ଆପଣଙ୍କ ସ୍କାଲପ୍ କୁ କ୍ଷତି ପହଞ୍ଚାଇପାରେ ।

୩) ଘରେ ସମସ୍ତଙ୍କ ସାବୁନ୍ ବ୍ୟବହାର କରନ୍ତୁ ଅଲଗା ଅଲଗା- ଘରେ ବହୁତ ପ୍ରକାରର ଲୋକ ହୋଇଥାନ୍ତି, କିନ୍ତୁ ଦେଖାଯାଏ କି ଅଧିକାଂଶ ଘରେ ଲୋକେ ଗାଧୋଇବା ସମୟରେ ସାବୁନର ବ୍ୟବହାର୍ କରନ୍ତି, ଯଦି ଆପଣ ଏମିତି କରୁଛନ୍ତି ତେବେ ଏହି ଅଭ୍ୟାସକୁ ଛାଡିଦିଅନ୍ତୁ, ଓ ସମସ୍ତଙ୍କ ସାବୁନ୍ କୁ ଅଲଗା ଅଲଗା ବ୍ୟବହାର କରିବାର ଅଭ୍ୟାସ ପକାନ୍ତୁ, କାରଣ ସାବୁନରେ ଇନଫେକ୍ସନ୍ ହେବାର ଭୟ ଅଧିକା ହୋଇଥାଏ।

୪)ଗୋଟେ ବ୍ରଶ୍ ର ଅଧିକା କରନ୍ତୁ ନାହିଁ ବ୍ୟବହାର- ଦାନ୍ତକୁ ସଫା କରିବାପାଇଁ ବ୍ରଶ୍ ସେମିତି ବ୍ୟବହାର କରାଯାଏ , ଦାନ୍ତର ଯତ୍ନ ନେବାପାଇଁ ଆମେ ନରମ ବ୍ରଶ୍ ର ବ୍ୟବହାର୍ କରିଥାଉ, ଏଥିପାଇଁ ଆମେ କହିବୁ କି ଆପଣ ନିଜ ଟୁଥ୍ ବ୍ରଶ୍ କୁ କମ୍ ସେ କମ୍ ୩ ମାସରେ ଥରେ ବଦଳାଇଦିଅନ୍ତୁ ।

୫) ତକିଆ- ଏହାର ଏକ୍ସପାରୀ ଡେଟ୍ ୨-୩ ବର୍ଷର ହୋଇଥାଏ, ସମୟର ସହ ତକିଆରେ ଧୁଳିକଣ ବସିବାକୁ ଲାଗେ, ଏହା ସହ ଏହାର ଆକାର ବି ବଦଳିଯାଏ , ଯାହାର କାରଣରୁ ଗଳାରେ ପୀଡା ହେବାର ସଂମ୍ଭାବନା ହୋଇପାରେ ।

୬) ଚପଲ- ଚପଲର ହାରାହାରି ଏକ୍ସପାରୀ ଡେଟ୍ ଛଅମାସର ହୋଇଥାଏ, ଏଥିରେ ଫଙ୍ଗଲ୍ ଇନଫେକ୍ସନ୍ ହେବାର ଭୟ ଥାଏ, ଏଥିପାଇଁ ନିଶ୍ଚିତ ସମୟ ଅନ୍ତରାଳରେ ତାହାକୁ ଧୋଇବା ଉଚିତ୍ ।

୭) ସ୍ପଞ୍ଜ ଓ ସାୱାର୍ ପୁଫ୍- ବାଥରୁମ୍ ରେ ବ୍ୟବହାର ହେଉଥିବା ସ୍ପଞ୍ଜ ଏକ୍ସପାରୀ ଡେଟ୍ ଦୁଇ ସପ୍ତାହ ହୋଇଥାଏ,  ଓ ସାୱାର୍ ପୁଫର ଏକ୍ସପାରୀ ଡେଟ୍ ଛଅମାସର ହୋଇଥାଏ, ଏକ୍ସପାରୀ ଡେଟ୍ ବାହାରିବା ପରେ ଏହି ପ୍ରଡକ୍ଟରେ ଫଙ୍ଗସ୍ ହୋଇଯାଏ , ନ୍ୟାଚୁରାଲ୍ ଓ ସିନ୍ଥେଟିକ୍ ସାୱାର୍ ପୁଫ୍ କୁ ପାଣିରେ ସିଝାଇକରି ବ୍ୟବହାର କରିପାରିବେ, ସେଥିରୁ ବ୍ୟାକ୍ଟେରିଆ ମରିଯାଆନ୍ତି

୮) ପରଫ୍ୟୁମ୍- ପରଫ୍ୟୁମ୍ ର ଏକ୍ସପାରୀ ଡେଟ୍ ୧-୩ ବର୍ଷର ହୋଇଥାଏ, ଏଥିରେ ବହୁତ ଖାସ୍ ପ୍ରକାରର ଅୟେଲ୍ ମିଶାଯାଏ , ଯାହା ୩ ବର୍ଷର ସୁରକ୍ଷିତ ରହିବ, ଯଦି ପରଫ୍ୟୁମ୍ ଖୋଲା ରଖିଦେବେ ତେବେ ୨ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରହିବ

୯) ପେସଫାୟର୍- ଏହାର ଏକ୍ସପାରୀ ଡେଟ୍ ୨-୫ ସପ୍ତାହର ହୋଇଥାଏ, ଲାଟେକ୍ସ ତିଆରି ହୋଇଥିବା ପେସଫାୟାର୍ କୁ ଏକ ନିଶ୍ଚିତ ଅନ୍ତରାଳରେ ବଦଳାଇବା ଉଚିତ୍ , ଲେଟେକ୍ସ ସହଜରେ ଫାଟିଯାଏ , ଓ ଏହାର ମଧ୍ୟରେ ଫାଟ ହେଲେ କିଟାଣୁ ସୃଷ୍ଟି ହୋଇଯାଆନ୍ତି ।

୧୦) ଚାଇଲ୍ଡ କାର୍ ସିଟ୍- କାରରେ ଲାଗିଥିବା ଚାଇଲ୍ଡ୍ ସିଟ୍ ବୟସ ୬-୧୦ ବର୍ଷର ହୋଇଥାଏ, ସମୟର ସହ ସିଟ୍ ପ୍ଲାଷ୍ଟିକ୍ ଓ ଫୋମ୍ ଖରାପ ହେବାକୁ ଲାଗେ, ଏଥିରେ ସିଟ୍ ଆକାର ବଦଳାଇବାକୁ ଲାଗେ , ଓ ଛୁଆ ସୁରକ୍ଷିତ ରହେ ନାହିଁ ।

୧୧) ଜୋତା- ଜୋତାର ହାରାହାରୀ ବୟସ ଏକ ବର୍ଷର ହୋଇଥାଏ, ୨୫୦-୩୦୦ ମିଲ୍ ପର୍ଯ୍ୟନ୍ତ ବ୍ୟବହାର କରିବାପରେ ତାହା ନରମ ହେବାକୁ ଲାଗେ, ଏହାକୁ ପିନ୍ଧିଲେ ଆପଣଙ୍କ ପାଦକୁ ପୀଡା ହେବାର ସଂମ୍ଭାବନା ଅଧିକା ହୋଇଥାଏ ।

୧୨) ଗ୍ରାଇଣ୍ତ ହୋଇଥିବା ମସଲା- ସମୟର ସହ ମସଲାର ସ୍ୱାଦ ବି ଫିକା ପଡିଯାଏ , ଓ ତାହାର ବାସ୍ନା ବି ଗାୟବ ହୋଇଯାଏ , ପେଷିଥିବା ମସଲା ୬ ମାସରୁ ଅଧିକା ସମୟ ପର୍ଯ୍ୟନ୍ତ ରଖିବା ଉଚିତ୍ ନୁହେଁ ।

୧୩) ଅଗ୍ନିନାଶକ – ଅଗ୍ନିନାଶକ ଯନ୍ତ୍ରର ଏକ୍ସପାରୀ ଡେଟ୍ ୧୫ ବର୍ଷର ହୋଇଥାଏ , କିନ୍ତୁ ଯଦି ଆପଣଙ୍କ ଅଗ୍ନିନାଶକ କେଉଁ ପ୍ରକାରର ଖରାପି ହେଇଛି ତେବେ ତୁରନ୍ତ ବଦଳାଇଦିଅନ୍ତୁ ।

Leave a Reply

Your email address will not be published. Required fields are marked *