October 18, 2024

Odia Express

Here, There and Everywhere

୧୦ ହଜାର୍ ଟଙ୍କାରେ ବୁକ୍ କରନ୍ତୁ ଏହି ବଢିଆ କାର୍, ଦୁଇଟି ଚକ ଆଗରେ ଓ ଗୋଟେ ପଛରେ , କେବଳ ୪୦ ପଇସାରେ ଯାତ୍ରା କରିବ ୧ କିଲୋମିଟର

1 min read

ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ବୃଦ୍ଧି ଯୋଗୁଁ ସାଧାରଣ ଜନତା ଏବେ ନିରାଶ ହୋଇଯାଇଛନ୍ତି, ଇଲେକ୍ଟ୍ରିକ୍ କାର୍ ଚଳନ ବଢିବାରେ ଲାଗିଛି, ସେମିତି ମୁମ୍ବାଇରେ ଏକ ଷ୍ଟାର୍ଟଅଫ୍ କମ୍ପାନୀ ଏକ ଇଲେକ୍ଟ୍ରିକ୍ କାର୍ ଆଣିଛନ୍ତି ଯାହା ଦୁନିଆଁର ସବୁଠାରୁ ଶସ୍ତା କାର୍ ଭାବେ ଜଣାଯାଉଛି, ଏହି ଇଲେକ୍ଟ୍ରିକ୍ କାର୍ କୁ Strom motors ଆଣିଛନ୍ତି, ଓ ଏହାର ନାଁ Strom R3 ରଖିଛନ୍ତି, କମ୍ପାନୀ ଭାରତରେ ଏହାକୁ ବୁକିଙ୍ଗ୍ ଆରମ୍ଭ କରିଦେଇଛନ୍ତି, ଏହାର ପ୍ରି ବୁକିଙ୍ଗ୍ ମୁମ୍ବାଇ ଓ ଦିଲ୍ଲୀ ଏନ୍ ସିଆର୍ ରେ କେବଳ ୧୦ ହଜାର ଟଙ୍କାର ପ୍ରାରମ୍ଭିକ ଦାମରେ ଆରମ୍ଭ ହୋଇସାରିଛି ।

କାରର ତିନୋଟି ଚକ ଅଛି, କିନ୍ତୁ ଏହା ତିନିଚକିଆ ପରି ଦେଖାଯାଉନାହିଁ, ଏଥିରେ ତିନୋଟି ଚକା ଅଛି ଯେମିତି ଗୋଟେ ଚକା ପଛରେ ଓ ଆଉ ଦୁଇଟି ଚକା ଆଗରେ, ଯାହାକି ବିଲକୁଲ୍ ବିପରିତ ଅଟେ,ଏହାକୁ ଦୁନିଆଁର ସବୁଠାରୁ ଶସ୍ତା କାର୍ ବୋଲି କୁହାଯାଉଛି । ସେମିତି ଏହାର ବୁକିଙ୍ଗ୍ ଆଗାମୀ କିଛି ସପ୍ତାହରେ ଖୋଲିଯିବ, ଆରମ୍ଭରୁ ଗ୍ରାହକ ୫୦ ହଜାର ମୁଲ୍ୟର ଅପଗ୍ରେଡେଡ୍ ଫାଇଦା ପାଇବେ, ଯେଉଁଥିରେ କଷ୍ଟମାଇଜଡ୍ କଲର୍ ଅପସନ୍, ପ୍ରିମିୟମ୍ ଅଡିଓ ସିଷ୍ଟମ୍, ଓ ତିନି ବର୍ଷ ଯାଏଁ ଫ୍ରୀ ମେଣ୍ଟେନାନ୍ସ ବି ଅଛି , କମ୍ପାନୀ କହିଛି କି ଥରେ ଚାର୍ଜରେ ପ୍ରାୟ ୨୦୦ କିମି ପର୍ଯ୍ୟନ୍ତ ଯାଇପାରିବ , ଏଥିରେ ୪ଜି କନେକ୍ଟଟେଡ୍ ଡାଇଗ୍ନୋଷ୍ଟିକ୍ ଇଞ୍ଜିନ୍ ଲାଗିଛି, ଯାହା ଚାଳକକୁ ଟ୍ରାକ୍ ଲୋକେସନ୍ ଓ ଚାର୍ଜିଙ୍ଗ୍ ଷ୍ଟାଟସ୍ କହିବ ।

କମ୍ପାନୀର ଅନୁସାରେ ଏହି ବର୍ଷ ବୁକିଙ୍ଗ୍ କରିଲେ ଏହି ଇଲେକ୍ଟ୍ରିକ୍ କାର୍ ର ଡେଲିଭରି ୨୦୨୨ ରେ ହେବ, ମିଡିଆ ରିପୋର୍ଟର୍ ମୁତାବିକ କମ୍ପାନୀ ଏବେ ପର୍ଯ୍ୟନ୍ତ ଏହି କାର୍ କୁ ୭,୫ କୋଟି ଟଙ୍କାରେ ପ୍ରାୟ ୧୬୫ ୟୁନିଟ୍ ବୁକିଙ୍ଗ୍ କରିଦେଇଛି, ଏହା ଚାରିଦିନର ଆଙ୍କଡା ଅଟେ, ଦିଲ୍ଲୀ ଓ ମୁମ୍ବାଇ ଛଡା ଜଲଦି ହିଁ ଅଲଗା ସହରରେ ବୁକିଙ୍ଗ୍ ପ୍ରକିୟା ଆରମ୍ଭ ହୋଇଯିବ,  ଏହାର ଦାମ୍ ୪,୫ ଲକ୍ଷ ଟଙ୍କା ଅଟେ । କମ୍ପାନୀର କହିବା କଥା କି ଏହାକୁ ସେହି ଲୋକଙ୍କୁ ଦେଖିକରି ବନାଯାଈଛି ଯିଏ ସବୁଦିନ ୧୦-୨୦ କିମି ମଧ୍ୟରେ ଯାତ୍ରା କରୁଛନ୍ତି, ଏହି କାର୍ କୁ ଚଲାଇବାରେ ଖର୍ଚ୍ଚ କେବଳ ୪୦ ପଇସା ପ୍ରତି କିଲୋମିଟର ଆସିବ, ଏହି କାର୍ ର ତିନୋଟି ଭ୍ୟାରିଆଣ୍ଟ୍ସ ଆସିବ ।

ସୁଚନା ପାଇଁ କହିଦେବୁ କି ଏହି କାର୍ ୨୦୧୬ ରେ ଆରମ୍ଭ କରାଯାଇଥିଲା, କମ୍ପାନୀର ପ୍ଲାଣ୍ଟ ଉତ୍ତରାଖଣ୍ତ ର କାଶିପୁରରେ ଅଛି, ଯାହାର ଉତ୍ପାଦନ କ୍ଷମତା ୫୦୦ ୟୁନିଟ୍ ଅଛି, ଏହି କାରର ରାଇଡିଙ୍ଗ୍ କଷ୍ଟ ବହୁତ ଶସ୍ତା ହେବ, କମ୍ପାନୀ ଦାବି କରିଛି କି ରେଗୁଲାର୍ କାର୍ ବିପରିତ ଏହାର ମେଣ୍ଟେନାନ୍ସ ୮୦ ପ୍ରତିଶତ ଶସ୍ତା ହେବାର ଦେଖାଯାଉଛି ।

Leave a Reply

Your email address will not be published. Required fields are marked *