October 18, 2024

Odia Express

Here, There and Everywhere

ରାମଙ୍କ ପରେ ଲବ କୁଶ ଓ ଅଯୋଧ୍ୟାର କଣ ହେଲା – ଏହି କଥା କୁ ଜାଣିନଥିବେ ପ୍ରାୟ ୯୯ ପ୍ରତିଶତ ଲୋକ..

ସାଙ୍ଗମାନେ ବଡ ଦୁଃଖର କଥା ଯେ ଏହି ଦେଶରେ ରାମ ମନ୍ଦିର ଠାରୁ ବାବରି ମସଜିଦ ବିବାଦ ଓ ରାମ ମନ୍ଦିର ବିବାଦ ଅଧିକ ପ୍ରସିଦ୍ଧ ହୋଇଯାଇଛି।କିନ୍ତୁ ଆଜି ବି ରାମ ମନ୍ଦିର ଚର୍ଚ୍ଚାରେ ଅଛି।ଏହା ଆଗକୁ ଆସୁଥିବା ନିର୍ବାଚନରେ ମୁଖ୍ୟ ବିଷୟ ମଧ୍ୟ ପାଲଟିଯିବ।କଣ ଆପଣ ଜାଣିଛନ୍ତି ଯେ ରାମଙ୍କ ଯିବା ପରେ ଅଯୋଧ୍ୟାର କଣ ହେଲା।ଅଯୋଧ୍ୟା ବଞ୍ଚିଲା କି ନଷ୍ଟ ହୋଇଗଲା।କୁଆଡେ ଗଲେ ଶ୍ରୀରାମଙ୍କ ବଂଶଜ।ଲବ ଓ କୁସଙ୍କ ପରେ କିଏ ଥିଲେ ଶ୍ରୀରାମଙ୍କ ବଂଶଜ।କଣ ଆଜି ବି ଶ୍ରୀରାମଙ୍କ ବଂଶଜ ଜୀବିତ ଅଛନ୍ତି।କଣ ଆଜି ବି ଶ୍ରୀରାମଙ୍କ ସହିତ ସମ୍ପର୍କ ରଖିଥିବା ବ୍ୟକ୍ତିମାନେ ଜୀବିତ ଅଛନ୍ତି?ଏହା ଉପରେ କୋର୍ଟରେ ବହୁତ ଜୋରରେ ଚର୍ଚ୍ଚା ଧରିଥିଲା।

୯ ଅଗଷ୍ଟ ୨୦୧୯ ତାରିଖରେ ସୁପ୍ରିମ କୋର୍ଟ ପଚାରିଲେ ଯେ କଣ ଶ୍ରୀରାମଙ୍କ ବଂଶଜ ଏବେ ବି ଜୀବିତ ଅଛନ୍ତି।ସୁପ୍ରିମ କୋର୍ଟଙ୍କ ଏହି ପ୍ରଶ୍ନ ପରେ ଦେଶରେ ଅନେକ ଲୋକମାନେ ବାହାରିଲେ।ଏହା ଭିତରେ ଜୟପୁର ରାଜକୁମାରୀ ଦିୟା କୁମାରୀଙ୍କ ନାମ ବହୁତ ଚର୍ଚ୍ଚାରେ ରହିଥିଲା।ସେ ଏକ ପତ୍ରିକା ଦେଖାଇଲେ ଯେଉଁଥିରେ ଶ୍ରୀରାମଙ୍କ ବଂଶର ରାଜା ମାନଙ୍କ ନାମ କ୍ରମରେ ଲେଖା ଯାଇଥିଲା।ଏଥିରେ ୨୮୯ ତମ ସ୍ଥାନରେ ତାଙ୍କର ନାମ ଥିଲା।ଏହାର ୩୦୭ ତମ ସ୍ଥାନରେ ଦିୟା କୁମାରୀଙ୍କ ବାପାଙ୍କ ନାମ ଭବାନିଙ୍କ ନାମ ରହିଥିଲା।

ଏହା ବ୍ୟତୀତ ଜୟପୁରର ସିରୋହି ବଂଶଜ ମାନେ ମଧ୍ୟ ନିଜକୁ ଭଗବାନ ଶ୍ରୀରାମଙ୍କ ବଂଶଜ ବୋଲି ଦାବି କଲେ।ଏହା ବିଷୟରେ ଅଧିକ ଜାଣିବାକୁ ହେଲେ ଆମକୁ ଶ୍ରୀରାମଙ୍କ ବଂଶଜ ବିଷୟରେ ଜାଣିବାକୁ ହେବ।ସାଙ୍ଗମାନେ ହିନ୍ଦୁ ମାନ୍ୟତା ଅନୁସାରେ ବ୍ରହ୍ମାଙ୍କ ଦଶ ପୁତ୍ର ଥିଲେ।ତାଙ୍କ ଭିତରୁ ଗୋଟିଏ ଥିଲେ ମାରିଚି।ରାମଙ୍କ ବଂଶକୁ ସୂର୍ଯ୍ୟବଂଶୀ ମଧ୍ୟ କୁହାଯାଇଛି।ଶେଷରେ ଏହା ଆସି ପହଁଚିଲା ରାଜା ଦଶରଥଙ୍କ ପାଖରେ।ଦଶରଥଙ୍କ ଚାରୋଟି ପୁତ୍ର ଥିଲେ ଯାହାଙ୍କ ନାମ ରାମ,ଲକ୍ଷ୍ମଣ,ଭାରତ, ଶତ୍ରୁଘ୍ନ।ରାମ ଦଶରଥଙ୍କ ବଡ ପୁଅ ଥିଲେ। ରାମଙ୍କର ଦୁଇଟି ପୁତ୍ର ଥିଲେ ଯାହାର ନାମ ଲବ ଓ କୁସ।

କିଛି ଇତିହାସକାର ମାନଙ୍କ ମତରେ ଲବ ଓ କୁସ ମଧ୍ୟରେ କେବଳ କୁସଙ୍କ ବଂସ୍ ହିଁ ଆଗକୁ ବଢିଲା। କୁସଙ୍କ ଠାରୁ କୁଶୱା ରାଜବଂଶର ଉତ୍ପତ୍ତି ହେଲା।ଏହା ବ୍ୟତୀତ ମୋର୍ଯ, ସାକ ଆଦି ବଂଶର ସ୍ଥାପନା ମଧ୍ୟ କୁସଙ୍କ ଠାରୁ ଉତ୍ପତ୍ତି ହେଲା।କିଛି ବହିରେ ଉଲ୍ଲେଖ ଅଛି ଯେ କୁସଙ୍କ ମୃତ୍ୟୁ ଦୈର୍ଜ୍ୟ ନାମକ ଏକ ରାକ୍ଷସ ସହିତ ଯୁଦ୍ଧ କରୁ କରୁ ହୋଇଥିଲା।ଏହିପରି ଭାବେ ବଂଶ ଆଗକୁ ବଢ଼ି ପହଞ୍ଚେ ମହାଭାରତ କାଳର ରାଜା ବୃହଦଳଙ୍କ ପର୍ଯ୍ୟନ୍ତ। ଏହାଙ୍କର ମୃତ୍ୟୁ ଅଭିମନ୍ୟୁ ଦ୍ଵାରା ହୋଇଥିଲା।ଏପରି ମଧ୍ୟ କୁହାଯାଏ ଯେ ଗୌତମ ବୁଦ୍ଧ ମଧ୍ୟ ଶ୍ରୀରାମଙ୍କ ବଂଶଜ ଅଟନ୍ତି। ଏହାଙ୍କର ଅନ୍ତିମ ରାଜା ଭାବେ ସୌମିତ୍ରଙ୍କୁ ଜଣାଯାଏ।

Leave a Reply

Your email address will not be published. Required fields are marked *