June 20, 2025

Odia Express

Here, There and Everywhere

ଭାତୁଡିକୁ ଜଡରୁ ବାହାର କରିବାପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ – ମାତ୍ର କିଛି ଦିନରେ ଗାୟବ ହେଇଯିବ ଆପଣଙ୍କ ଭାତୁଡ଼ି..

1 min read

ଭାତୁଡି ଚେହେରାରେ ଦେଖାଯାଉଥିଲେ ଏହା ଦେଖିବାକୁ ସେତେ ସୁନ୍ଦର ଲାଗେ ନାହିଁ କିନ୍ତୁ ହ୍ୟୁମାନ୍ ପେପିଲୋମା ଭାଇରସ୍ ଦ୍ୱାରା ହେଉଥିବା ଏକ ଚର୍ମ ରୋଗ ଅଟେ, ଯାହା କାହାକୁ ବି ବ୍ୟାପିପାରେ, ସେମିତି ଭାତୁଡି ବହୁତ ପ୍ରକାରର ହୋଇଥାନ୍ତି, ଯେପରି ସାଧାରଣ ଭାତୁଡି, ବିମାନ ଭାତୁଡି, ତଳର ଭାତୁଡି, ଓ ଫିଲ୍ଲାନଡ୍ ଭାତୁଡି, ଏହା ଶରୀରର କେଉଁ ବି ଭାଗରେ ହୋଇପାରନ୍ତି । ଭାତୁଡି କ୍ଷତି ରହିତ ତ୍ୱଚାରେ ବୃଦ୍ଧି ହୋଇଥାଏ,  ଏହା ହ୍ୟୁମାନ୍ ପେପିଲୋମା ଭାଇରସ୍ ଏଚ୍ ପିବି ନାମକ ଏକ ବିଷାଣୁର କାରଣରୁ ହୋଇଥାଏ , ଏହା ନନ୍ କ୍ୟାନ୍ସରସ୍ ହୋଇଥାଏ, ଏହି ଭାଇରସ୍ ଶରୀରରେ ଏମିତି ଜାଗାରେ ପ୍ରବେଶ କରେ ଯାହା ତ୍ୱଚା କଟା କିମ୍ବା ଫଟା ହୋଇଥିବ,  ସେଠାରେ ଏହା ବଢିକରି ତ୍ୱଚାର ବାହାର ପରସ୍ଥକୁ ପ୍ରଭାବିତ୍ କରାଏ । ଏଥିରୁ ମୁକ୍ତି ପାଇବାକୁ ହେଲେ ଆମେ କଣ ନା କଣ କରିଥାଉ, ନାନାପ୍ରକାରର ଟ୍ରିଟ୍ ମେଣ୍ଟ ର ସାହାରା ନେଇଥାଉ, କିନ୍ତୁ ଏହା ତ୍ୱଚାରେ ଯିବାର ନାଁ ନେଇନଥାଏ , ଯଦି ଆପଣ ଭାତୁଡି ଯୋଗୁଁ ଚିନ୍ତିତ ହୋଇଛନ୍ତି ତେବେ ଜାଣନ୍ତୁ କିଛି ପ୍ରାକୃତିକ ଘରୋଇ ଉପାୟ ।

୧) ସେଓର ସିରକା- ସେଓର ସିରକାରେ ପାଣି ମିଶାନ୍ତୁ, ଓ ଏହାର ପେଷ୍ଟକୁ ଭାତୁଡି ହୋଇଥିବା ସ୍ଥାନରେ ଲଗାଇକରି କପଡାରେ ଘୋଡାଇଦିଅନ୍ତୁ ଏମିତି ସବୁଦିନ କିଛି ଦିନ ପର୍ଯ୍ୟନ୍ତ କରିଲେ ଆପଣଙ୍କ ଭାତୁଡି ତ୍ୱଚାରୁ ଅଲଗା ହୋଇଯିବ , ଏହା ଭାତୁଡିକୁ ଜଡରୁ ପ୍ରଭାବିତ କରେ , ଓ ସିଧା ଭାତୁଡିର ଜଡକୁ ସୁଖାଇଥାଏ, ଯାହାର କାରଣରୁ ଆଉଥରେ ସେହି ଜାଗାରେ ନୁଆ ଭାତୁଡି ହେବାର ସଂମ୍ଭାବନା କମ୍ ହୋଇଯାଏ । ସେଓର ସିରକା ଭାତୁଡିକୁ ଜଡରୁ ନିପାତକରିବାପାଇଁ ପ୍ରଭାବକାରୀ ହୋଇଥାଏ, ଏହାକୁ ପ୍ରତିଦିନ କମ୍ ସେ କମ୍ ୩ ଥର ଭାତୁଡିରେ ଲଗାଇ କପଡା ଦେଇ ଚିପିକାଇଦିଅନ୍ତୁ, କିଛି ଦିନରେ ଭାତୁଡିର ରଙ୍ଗ ଗଭୀର ହୋଇଯିବ , ଓ ତାହାର ତ୍ୱଚା ସୁଖିକରି ବାହାରିଯିବ,  ଯଦି ପରେ କିଛି ଅସୁବିଧା ହୁଏ ତେବେ ଆଲୋବେରା ଜେଲ୍ ଲଗାଇପାରିବେ ।

୨) ରସୁଣ- ରସୁଣର ପାଖୁଡାକୁ ଚଢେଇ କାଟିଦିଅନ୍ତୁ, ଓ ଏହାକୁ ଭାତୁଡି ହୋଇଥିବା ସ୍ଥାନରେ ରଗଡନ୍ତୁ, ତାପରେ ଏହାର ପେଷ୍ଟ ବନାଇକରି ଭାତୁଡି ସ୍ଥାନରେ ଲଗାନ୍ତୁ, ଏମିତି କରିଲେ କିଛି ଦିନରେ ଭାତୁଡି ଗାୟବ ହୋଇଯିବ, ଲେମ୍ବୁର ରସରେ ଭାତୁଡିରେ ଲଗାଇଲେ ଲାଭପ୍ରଦ ହୋଇଥାଏ ।

୩) ଆଳୁର ରସ- ଆଳୁର ରସ ଲଗାଇବା କିମ୍ବା ଆଳୁକୁ କାଟିକରି ଭାତୁଡିରେ ରଗଡିବା ବି ଏକ ଭଲ ବିକଳ୍ପ ଅଟେ, ଅଦରକାରୀ ଭାତୁଡିରୁ ମୁକ୍ତି ପାଇବାପାଇଁ , ଆପଣ ଚାହିଁଲେ ଆଳୁର ରସ କୁ ରାତିସାରା ଭାତୁଡି ସ୍ଥାନରେ ଲଗାଇକରି ରଖିପାରିବେ ।

୪) ପାନ ପତ୍ର- ଭାତୁଡିକୁ ଦୁରେଇବାପାଇଁ ଆପଣଙ୍କୁ କେଉଁ ପାନ ବାଲା ପାଖରୁ ଗୋଟେ ପାନପତ୍ର ଓ କିଛି ଚୁନ ନେବାର ଅଛି ,ପାନରପତ୍ରକୁ ଚୁନ ଲଗାଇ ଭାତୁଡି ହୋଇଥିବା ସ୍ଥାନରେ ଲଗାନ୍ତୁ , ଏବେ ତାକୁ ସେତେପର୍ଯ୍ୟନ୍ତ ରହିବାକୁ ଦିଅନ୍ତୁ, ଯେବେ ପର୍ଯ୍ୟନ୍ତ ଚୁନା ଶୁଖିନଯାଉ, ଓ ସୁଖିବାପରେ ଏହାକୁ ହାଳକା ନଖଉଷୁମ ପାଣିରେ ଧୋଇଦିଅନ୍ତୁ, ଏବେ ଆପଣ ପାଇବେ କି ଆପଣଙ୍କ ଚେହେରାରେ ଭାତୁଡି ପୁରା ଗାୟବ ହୋଇଯାଇଛି ।

୫) ଟି ଟ୍ରି ଅୟେଲ୍- ଟି ଟ୍ରି ଅୟେଲ୍ ଆଣ୍ଟି ଭାଇରାଲ୍ ଗୁଣ ହୋଇଥାଏ, ଯାହା ସଂକ୍ରମଣରୁ ଶେଷ କରିଦିଏ, ଏହି ତେଲରେ ଟିକିଏ ଆଲୋବେରା ଜେଲ୍ ମିଶାଇକରି ମିକ୍ସ କରନ୍ତୁ, ତାପରେ ଏହାକୁ ଦିନକୁ ୪-୫ ଥର ଭାତୁଡି ହୋଇଥିବା ସ୍ଥାନରେ ଲଗାନ୍ତୁ, ଶେଷରେ ଏହାଶୁଖିକରି ତଳେ ପଡିଯିବ, ଓ କିଛି ପୀଡା ବି ହେବ ନାହିଁ ।

୬) ଜୁଆଣୀର ତେଲ- ଏମିତି କୁହାଯାଏ କି ତେଲରେ ଭାତୁଡିକୁ ଜଳାଇବାର ସକ୍ଷମ ହୋଇଥାଏ, ଜୁଆଣିର ପତ୍ରକୁ ଆବଶ୍ୟକ ତତ୍ତ୍ୱ କାରୋବାକୋଲ୍ ମହଜୁଦ୍ ହୋଇଥାଏ, ଯେଉଁଥିରେ ଆଣ୍ଟିଭାଇରାଲ୍ ଗୁଣ ମହଜୁଦ୍ ହୋଇଥାଏ, ଏହି ତତ୍ତ୍ୱ ଭାତୁଡିକୁ ସୁଖାଇଦିଏ, ଓ ସୁଖିଲା ଭାତୁଡି ଆପେ ଆପେ ନିଜ ଜାଗା ଛାଡିଦିଏ ।

୭) ଅଦାର ତେଲ- ଏହି ସମସ୍ୟାର ସମାଧାନ ପାଇଁ ବହୁତ ସାରା ଲୋକ ଅଦାର ତେଲ ଉପରେ ଭରସା କରନ୍ତି, ନିଜର ଆଣ୍ଟିଭାଇରାଲ୍ ଗୁଣରେ ଭରପୁର୍ ଏହି ତେଲ ଭାତୁଡିକୁ ଶୁଖାଇବାରେ କାରଗର ଅଟେ, ଏହାର ନିୟମିତ ପ୍ରୟୋଗରୁ ଭାତୁଡିର ଜଡ ସୁଖିବାକୁ ଲାଗେ, ଓ ପୁରା ଭାବେ ସୁଖିଯିବାପରେ ଏହା ତ୍ୱଚାରୁ ଅଲଗା ହୋଇଯାଏ , ଓ କିଛି ଚିହ୍ନ ବି ରହେନାହିଁ ।

୮) ବେକିଙ୍ଗ୍ ସୋଢା- ବେକିଙ୍ଗ୍ ସୋଢାରେ ଭାଇରାଲ୍ ଇନଫେକ୍ସନ୍ ସହ ଲଢିବାର ଗୁଣ ମହଜୁଦ୍ ଅଛି, ଓ ଭାତୁଡି ହଟାଇବାରେ କାରଗର ହୋଇଥାଏ, ବେକିଙ୍ଗ୍ ସୋଢାରେ ସିରକା ମିଶାନ୍ତୁ, ଓ ପେଷ୍ଟ ତିଆରି କରନ୍ତୁ, ଏହି ପେଷ୍ଟକୁ ସକାଳୁ ଓ ସଂନ୍ଧ୍ୟାରେ ଭାତୁଡି ହୋଇଥିବା ସ୍ଥାନରେ ଲଗାନ୍ତୁ, ଏଥିରେ ଭାତୁଡି କିଛି ଦିନରେ ଗାୟବ ହୋଇଯିବ , ଏହାର ପ୍ରୟୋଗରେ ତ୍ୱଚାରେ ନିଖାର ଆସିବାକୁ ଲାଗିବ ।

Leave a Reply

Your email address will not be published. Required fields are marked *