October 18, 2024

Odia Express

Here, There and Everywhere

କଣ ପାଇଁ ଜିନିଷର ମୂଲ୍ୟ ଏକ ଟଙ୍କା କମ ରଖାଯାଏ – ଏହାର ଅସଲ ସତ୍ୟଟି ଆପଣ ଜାଣିଲେ ମୁଣ୍ଡରେ ହାତ ଦେଇକି ବସିବେ..

ସାଙ୍ଗମାନେ ଆପଣମାନେ ଆପଣଙ୍କ ପାଖ ସପିଙ୍ଗ ମଲ ମାନଙ୍କରୁ ନିଶ୍ଚୟ କିଛି ନା କିଛି ଜିନିଷ କିଣୁଥିବେ।ଯଦି ଆପଣ ମାନେ ଲକ୍ଷ କରିଥିବେ ତ ଦେଖିବେ ଅଧିକତମ ଜିନିଷର ଦାମ ୯୯,୧୯୯,୨୯୯ ୯୯୯ ଆଦି ରହିଥାଏ।ଆପଣ ମାନଙ୍କ ମନରେ ଏହି ପ୍ରଶ୍ନ ବାରମ୍ବାର ଆସୁଥିବ ଯେ କଣ ପାଇଁ ମଲ ମାନଙ୍କରେ ଏପରି ଭାବେ ମୂଲ୍ୟ ଲେଖାଯାଇଥାଏ।ଏହାକୁ ରାଉଣ୍ଡ ଫିଗରରେ ନା ଲେଖି ଏପରି କଣ ପାଇଁ ଲେଖନ୍ତି।ଯଦି କୌଣସି ଜିନିଷର ମୂଲ୍ୟ ୩୯୯ ନ ଲେଖି ୪୦୦ ଲେଖାଗଲେ କଣ ଅସୁବିଧା ହେବ।ଆଜି ମୁଁ ଆପଣ ମାନଙ୍କୁ କହିବି ଯେ ମଲ ବା ସପିଙ୍ଗ ସେଣ୍ଟର ମାନଙ୍କରେ ଏପରି ମୂଲ୍ୟ କଣ ପାଇଁ ଲେଖାଯାଇଥାଏ।

ସାଙ୍ଗମାନେ କୌଣସି ଜିନିଷକୁ ରାଉଣ୍ଡ ଫିଗରରେ ନ ଲେଖି ତାଠୁ ଏକ ଟଙ୍କା କମାଇ ଲେଖିଲେ ବିକ୍ରେତାକୁ ଦୁଇଟି ଜିନିଷରେ ଫାଇଦା ହୋଇଥାଏ।ବିକ୍ରେତାକୁ ପ୍ରଥମ ଫାଇଦା ଏହା ହୁଏ କି ସେ ଆମ ଉପରେ ଏକ ମନୋବୈଜ୍ଞାନିକ ପ୍ରେସର କ୍ରିଏଟ କରେ।ଆମ ବ୍ରେନ ସବୁ ଜିନିଷକୁ ରାଉଣ୍ଡ ଫିଗରରେ ପଢିବାକୁ ପସନ୍ଦ କରେ।ଆମ ବ୍ରେନ କୌଣସି ଜିନିଷକୁ ୧୦୧ ପଢ଼ିବା ବଦଳରେ ୧୦୦ ହିଁ ପଢ଼ିଥାଏ।ଏହି ଭାବନା ମାନଙ୍କର ଫାଇଦା କମ୍ପାନୀ ବାଲାମାନେ ଉଠାଇ ଥାଆନ୍ତି।ସେମାନେ ଜିନିଷକୁ ରାଉଣ୍ଡ ଫିଗରରେ ନ ଲେଖି ୨୯୯,୩୯୯,୪୯୯ ଆଦିରେ ଲେଖିଥାନ୍ତି।

ଏପରି କେସରେ ଆମ ବ୍ରେନ ବାମରୁ ଡାହାଣ ଆଡ଼କୁ ପଢିଥାଏ।ବାମରେ କେଉଁ ଜିନିଷ ଅଛି ତାହାକୁ ନଜର କରି ନଥାଏ।ଯଦି କୌଣସି ସ୍ଥାନରେ ଏକ କପଡ଼ାର ମୂଲ୍ୟ ୧୦୯୯ ଲେଖା ଯାଇଛି ତ ଆମ ବ୍ରେନ ତାକୁ ୧୦୦୦ ଅଥବା ୧୧୦୦ ପଢ଼ିବ।ଯଦି ଆମେ ତାକୁ କମ ପଢ଼ିଲେ ତ ଆମର କପଡା କିଣିବାର ଚାନ୍ସ ବଢିଯାଏ।ଏହାଦ୍ବାରା ବିକ୍ରେତାଙ୍କ ଫାଇଦା ହେବ।ଯେଉଁମାନେ ଅଧିକ ପଜିଟିଭ ଭାବନ୍ତି ସେମାନେ ୧୦୯୯ କୁ କେବେ ବି ୧୧୦୦ ପଢ଼ିବେ ନାହିଁ ସେମାନେ ଭାବିବେ ୧୧୦୦ ରୁ କମ ତ ଅଛି କିଣିଦେବା।ତାହାର ଫାଇଦା ମଧ୍ୟ ଏହି କମ୍ପାନୀ ବାଲା ମାନଙ୍କୁ ମିଳିଥାଏ।

ସାଙ୍ଗମାନେ ଯେତେବେଳ ଆମେ କୌଣସି ଜିନିଷ କିଣିଥାଉ ଓ ତାହାର ମୂଲ୍ୟ ଯଦି ୮୯୯ ଅଛି ତ ଆମେ ୧୦୦୦ ଦେଇଥାଉ ଓ ସେହି ଏକ ଟଙ୍କା ଆମେ ଆଣି ନଥାଉ।ପ୍ରାୟ ଲୋକ ସେହି ଏକ ଟଙ୍କାକୁ ନେଇ ନଥାନ୍ତି। ତ ଭାବନ୍ତୁ ସେହି ମାଲିକର ବର୍ଷକୁ କେତେ ଟଙ୍କା ଅତିରିକ୍ତ ରୋଜଗାର ହେଉଛି।ଏପରି ଭାବେ ଯଦି ସେହି ମାଲିକର ଏକ ରୁ ଅଧିକ ମଲ ଅଛି ତ ଚିନ୍ତା କରନ୍ତୁ ସେ ବର୍ଷକୁ କେତେ ଟଙ୍କା ଅତିରିକ୍ତ ଭାବେ କମାଉଛି।ସେ ସେହି ପଇସାକୁ କୌଣସି ଆକାଉଣ୍ଟରେ ଉଲ୍ଲେଖ କରିନଥାଏ।ଯଦି ସେ ଏକ ଟଙ୍କା ବଦଳରେ ଗୋଟିଏ ଟଫି ଦିଏ ତ ତାହାର ହିଁ ଫାଇଦା ହେବ।

Leave a Reply

Your email address will not be published. Required fields are marked *