October 17, 2024

Odia Express

Here, There and Everywhere

ଛାତିରେ ଜମିଥିବା କଫ ବାହାର କରନ୍ତୁ ଏହି ଉପାୟ ଦ୍ଵାରା – ହଳଦୀ ର ଏପରି ପ୍ରୟୋଗ କରିବା ଜାଣିରଖନ୍ତୁ

ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କ ପାଇଁ ସର୍ଦ୍ଦି,ଥଣ୍ଡା,କାଶ ଆଦିରୁ ମୁକ୍ତି ପାଇବା ପାଇଁ ଏକ ଘରୋଇ ଉପାୟ ଆଣିଚି।ନାକ ବନ୍ଦ,ଖରାପ ଗଳା,ମୁଣ୍ଡ ବିନ୍ଧା ଆଦି ଏହି ଋତୁରେ ସାମାନ୍ୟ କଥା। ମୌସୁମୀ ବଦଳିବା କାରଣରୁ ଆମ ଶରୀର ଏଭଳି ପରିବର୍ତ୍ତନକୁ ସହି ପାରେନାହିଁ।ଏହି କାରଣରୁ ଆମେ ଥଣ୍ଡା କାଶ ଆଦି ରୋଗରେ ପୀଡିତ ହେଉ।ବାରମ୍ବାର ଡକ୍ଟର ପାଖକୁ ଯିବା ଓ ଔଷଧ ଖାଇବା ଦ୍ବାରା ଆମ ଲିଭର ଉପରେ ଏହାର ପ୍ରଭାବ ପଡିଥାଏ ଓ ଆମ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମ କରିଥାଏ।ଆଜି ମୁଁ ଆପଣ ମାନଙ୍କୁ ଏମିତି ଏକ ଉପାୟ କହିବି ଯାହାଦ୍ଵାରା ଆପଣ ଏହି ରୋଗରୁ ମୁକ୍ତି ପାଇପାରିବେ।

ସାଙ୍ଗମାନେ ଏହି ଉପାୟ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଛାତିରୁ କଫ ସବୁଦିନ ପାଇଁ ଦୂରେଇଯିବ।ଏହି ଉପାୟ କରିବା ପାଇଁ ଆପଣ ପ୍ରଥମ ଜିନିଷ ଭାବେ ନେବେ ଗୋଲମରିଚ।ଆପଣ ୮ ରୁ ୧୦ ଟି ଗୋଲମରିଚ ଦାନା ନେବେ।ଗୋଲମରିଚରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ମାଇକ୍ରୋବିଆଲ ଗୁଣ ଯୋଗୁଁ ଏହା ଆମ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଖାସ ପାଇଁ ଗୋଲମରିଚ ବହୁତ ଉପାଦେୟ।ଆପଣ ଏହି ଗୋଲମରିଚ ଦାନା ଗୁଡ଼ିକୁ ଭଲ ଭାବେ ପେଶିଦେବେ।ଏବେ ଏଥିରେ ଦ୍ଵିତୀୟ ଜିନିଷ ଭାବେ ଆପଣ ମିଶେଇବେ ହଳଦୀ।

ହଳଦୀର ଆଣ୍ଟି ମାଇକ୍ରୋବିଆଲ ଓ ଅନ୍ୟାନ୍ୟ ଗୁଣ ଯୋଗୁଁ ଏହା ଆମ ଶରୀରରୁ ସମସ୍ତ ଜୀବାଣୁ ନାଶ କରିଥାଏ।ଏହା ଆମ ଶରୀରକୁ ରୋଗ ପ୍ରତିରୋଧକ ଶକ୍ତି ପ୍ରଦାନ କରିଥାଏ।ଏହା ଖାସ ଆଦି ପାଇଁ ବହୁତ ଜରୁରୀ ଅଟେ।ଆପଣ ଅଧା ଚାମଚ ହଳଦୀ ଏହି ଗୁଣ୍ଡରେ ମିଶାଇଦେବେ।ଏହାପରେ ଆପଣ ଏକ ଛୋଟ ପାତ୍ରରେ ନର୍ମାଲ ପାଣି ନେବେ।ଏବେ ଏହି ପାଉଡରକୁ ଏହି ପାଣିରେ ଭଲ ଭାବେ ଗୋଲାଇଦେବେ।ଏବେ ଏହି ପାଣିକୁ ଭଲ ଭାବେ ମିଶାନ୍ତୁ ଯେପରି ସମସ୍ତ ଜିନିଷ ନିଜ ଭିତରେ ଭଲ ଭାବେ ମିଶିଯିବେ।

ଏବେ ଏହାକୁ ଗୋଳାଇ ସାରିବା ପରେ ଏକ ପାତ୍ରରେ ଧିମା ଆଞ୍ଚରେ ଅଳ୍ପ ସମୟ ପାଇଁ ଗରମ କରନ୍ତୁ।ଏହାକୁ ପାଞ୍ଚରୁ ଦଶ ମିନିଟ ଗରମ କରିବା ପରେ ଏହାକୁ କାଢି ଆଣନ୍ତୁ।ଏବେ ଆପଣ ଏଥିରେ ମିଷାଇବେ ମହୁ।ଏବେ ସେହି ପାତ୍ରରେ ଗୋଟିଏ ଗ୍ଲାସ ମହୁ ମିଶାନ୍ତୁ।ଏବେ ଏହି ସମସ୍ତ ଜିନିଷକୁ ନିଜ ଭିତରେ ଗୋଳେଇ ଦିଅନ୍ତୁ।ଏବେ ଜାଣିବା ଯେ ଏହାର ପ୍ରୟୋଗ ଆମେ କିପରି କରିବା।ଯଦି ଆପଣଙ୍କ ଛାତିରେ ଦରଜ ହେବ ବା କଫ ଜମିଯିବ ଓ ବାହାରିବ ନାହିଁ ତ ଆପଣ ସେହି ସମୟରେ ଏହାକୁ ତିଆରି କରି ପିଇପାରିବେ।ଏହାକୁ ଆପଣ ଚା ଭଳି ଧୀରେ ଧୀରେ ପିଅନ୍ତୁ।

Leave a Reply

Your email address will not be published. Required fields are marked *