October 18, 2024

Odia Express

Here, There and Everywhere

ନିତା ଅମ୍ବାନୀଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ – କିଭଳି ଜଣେ ଗରିବ ଝିଅ ହେଲେ ଦେଶ ର ସବୁଠୁ ଧନୀ ଲୋକଙ୍କ ସ୍ତ୍ରୀ – ବିବାହ କରିବା ପାଇଁ ଏହି ସର୍ତ ରଖିଥିଲେ ନିତା..

ସାଙ୍ଗମାନେ ନୀତା ଅମ୍ବାନୀ ଏକ ଏମିତି ନାମ ଯାହାକୁ ସମସ୍ତେ ଜାଣିଛନ୍ତି।ସିଏ ଦେଶର ସବୁଠୁ ଧନୀ ବ୍ୟକ୍ତିଙ୍କ ପତ୍ନୀ ନୁହେଁ ତା ସହିତ ଏକ ସମାଜସେବୀ ମଧ୍ୟ ଅଟନ୍ତି।ସେ ଏକ ଖେଳପ୍ରେମି ଓ ସଫଳ ବ୍ୟବସାୟୀ ମହିଳା ମଧ୍ୟ ଅଟନ୍ତି।ଆଜି ମୁଁ ଆପଣ ମାନଙ୍କୁ ଏମିତି କିଛି କଥା କହିବି ଯାହାଦ୍ଵାରା ଆପଣ ନିତା ଆମ୍ବନୀଙ୍କ ଉପରେ ନିଶ୍ଚୟ ଇମ୍ପ୍ରେସ ହୋଇଯିବେ।ନିତା ଅମ୍ବାନୀଙ୍କ ଜନ୍ମ ୧୯୭୩ ମସିହାରେ ଏକ ମଧ୍ୟବିତ ପରିବାରରେ ଜନ୍ମ ହୋଇଥିଲା।ତାଙ୍କ ପିତା ବିର୍ଲା କମ୍ପାନୀରେ କାର୍ଯ୍ୟରତ ଥିଲେ।ତାଙ୍କ ମାଆ ଏକ ଗୃହିଣୀ ଥିଲେ। ନିତାଙ୍କୁ ପାଠ ପଢା ବ୍ୟତୀତ ଇଣ୍ଟରିଅର ଡିଜାଇନରେ ମଧ୍ୟ ଇଚ୍ଛା ଥିଲା।ଏହା ସହିତ ତାଙ୍କୁ ନୃତ୍ୟର ମଧ୍ୟ ବଡ଼ ଇଚ୍ଛା ରହିଥିଲା।ତାଙ୍କର ଏହି ଇଚ୍ଛା ଅମ୍ବାନୀ ପରିବାର ସହିତ ଯୋଡ଼ିବା ପାଇଁ ଏକ ରାସ୍ତା ହୋଇଗଲା।ଆସନ୍ତୁ ଜାଣିବା ଦେଶର ଏକ ମଧ୍ୟବିତ୍ତ ଘରର ଝିଅ ଆଜି ଦେଶର ସବୁଠୁ ଧନୀ ବ୍ୟକ୍ତି ଙ୍କ ପତ୍ନୀ ହୋଇପାରିଲା।

ଧୀରୁଭାଇ ଅମ୍ବାନୀ ଯିଏ କି ମୁକେଶ ଅମ୍ବାନୀଙ୍କ ପିତା ସେ ଥରେ ବିର୍ଲା କମ୍ପାନୀର ଏକ ସମାରୋହରେ ନୀତାଙ୍କୁ ଭାରତ ନାଟ୍ୟମ ପରିବେଷଣ କରୁଥିବାର ଦେଖିଲେ।ସେ ସେଠାରେ ନୀତାଙ୍କ ଉପରେ ପ୍ରଭାବିତ ହୋଇ ତାଙ୍କୁ ନିଜ ଘରର ବୋହୂ କରିବାକୁ ନିଷ୍ପତି ନେଲେ।ସେ କୌଣସି ସୂତ୍ରରୁ ତାଙ୍କ ଘରର ଫୋନ ନମ୍ବର ସଂଗ୍ରହ କଲେ ଓ ନିଜେ ତାଙ୍କ ଘରକୁ ଫୋନ କଲେ।ସଂଯୋଗ ବଶତଃ ଫୋନ ନିଜେ ନିତା ଉଠାଇଲେ ଓ ଆର ପଟୁ ଯେତେବେଳେ ଶବ୍ଦ ଆସିଲା ଯେ ମୁଁ ଧିଟୁଭାଇ କହୁଛି ତ ନିତା ଭାବିଲେ ଯେ ତାଙ୍କ ସହ କେହି ବୋଧେ ମଜା କରୁଛି।

ଯଦି ଆପଣ ମଧ୍ୟ ଏହି ପରିସ୍ଥିତିରେ ପଡନ୍ତି ତ ଆପଣ ମଧ୍ୟ ଏହିପରି ଭାବେ ଉତ୍ତର ଦେବେ।ଯେତେବେଳେ ସେ ଦ୍ଵିତୀୟ ଥର ଫୋନ ଲଗାଇଲେ ତ ତାଙ୍କ ବାପା ତାଙ୍କ ସ୍ୱରକୁ ଜାଣିପାରିଲେ ଓ ଅଧିକ ସମୟ ଧରି କଥାବାର୍ତ୍ତା କଲେ।ପ୍ରଥମେ ନୀତା ଏହା ଶୁଣି ଯିବାପାଇଁ ମନା କଲେ କିନ୍ତୁ ତାଙ୍କ ବାପାଙ୍କ କଥା ଅନୁଯାୟୀ ସେ ଧୀରୁଭାଇଙ୍କ ସହିତ ଦେଖା ହେବା ପାଇଁ ତାଙ୍କ ଅଫିସକୁ ଯିବାପାଇଁ ବାହାରିଲେ। ତା ପରେ ନିତା ଧିରୁଭାଇଙ୍କ ସହ ଦେଖା ହେବା ପାଇଁ ତାଙ୍କ ଅଫିସ ଗଲେ ଓ ସେଠାରେ ଧିରୁଭାଇ ତାଙ୍କୁ କିଛି ପ୍ରଶ୍ନ ପଚାରିଲେ।

ସେ ନିତାଙ୍କୁ ତାଙ୍କ ଘରକୁ ଯିବା ପାଇଁ ଆମନ୍ତ୍ରଣ ଦେଲେ। ଏତେ ବଡ ଘରର ବୋହୂ ହେବା ବୋଧେ କେଉଁ ସାଧାରଣ ଝିଅ ପାଇଁ ସ୍ବପ୍ନ ଅଟେ। ନିତା କହିଲେ କି ସେ ବାହାଘର ପରେ ମଧ୍ୟ ତାଙ୍କ ଚାକିରି ଛାଡ଼ିବାକୁ ଚାହାଁନ୍ତି ନାହିଁ କାରଣ ସେ ଚାହାଁନ୍ତି ନାହିଁ କି ତାଙ୍କୁ ଲୋକମାନେ ଅମ୍ବାନୀ ଘରର ବୋହୂ ଭାବରେ ଜାଣନ୍ତୁ।ଏହା ମୁକେସଙ୍କୁ ବହୁତ ପ୍ରଭାବିତ କଲା।ସେ କହିଲେ କି ତୁମେ ବିବାହ ପରେ ମଧ୍ୟ ଚାକିରୀ କରିପାରିବ।

Leave a Reply

Your email address will not be published. Required fields are marked *