October 18, 2024

Odia Express

Here, There and Everywhere

ଭାରତରେ ଅଲଗା ଅଲଗା ରଙ୍ଗର ମାଇଲ ଖୁଣ୍ଟ ମାନଙ୍କର ଅର୍ଥ କଣ – ଏହାର ଅସଲ ସତ୍ୟତା ୯୦ ପ୍ରତିଶତ ଲୋକ ଜାଣି ନାହାନ୍ତି – ଏବେ ଜାଣିରଖନ୍ତୁ

1 min read

ସାଙ୍ଗମାନେ ଆମେ ଯେତେବେଳେ କୌଣସି ସ୍ଥାନକୁ ଯାତ୍ରା କରୁ ତ ରାସ୍ତାରେ ଥିବା ସାଇନ ବୋର୍ଡ ଓ ମାଇଲ ଖୁଣ୍ଟ ଆମର ମାର୍ଗଦର୍ଶନ କରିଥାଆନ୍ତି।ଆଜିକାଲି ଗୁଗଲ ମ୍ୟାପର ବହୁତ ଅଧିକ ବ୍ୟବହାର ହେଲାଣି।କିନ୍ତୁ ଏବେ ବି ଏପରି ଲୋକ ଅଛନ୍ତି ଯେଉଁମାନେ ଏପରି ବୋର୍ଡ ବ୍ୟବହାର କରିଥାଆନ୍ତି।ଏହା ଆମକୁ ସଠିକ ସୂଚନା ଦେଇଥାଏ।ଯଦି ଆମେ କୌଣସି ଜାଗାକୁ ଯାଉଚେ ତ ଆଗକୁ କେଉଁ ଗ୍ରାମ ବା ସହର ଅଛି ଓ ତାହା ଆମଠାରୁ କେତେ ଦୂରରେ ଅଛି ତାହା ମଧ୍ୟ ଜଣାପଡିଥାଏ।କିନ୍ତୁ ଯଦି ଆପଣ କେବେ ଏହି ପଥର ଗୁଡ଼ିକୁ ଭଲଭାବେ ନିରୀକ୍ଷଣ କରି ଦେଖିବେ ତ ଏହା ଭିନ୍ନ ଭିନ୍ନ ରଙ୍ଗର ହୋଇଥାନ୍ତି।ଆଜି ମୁଁ ଆପଣ ମାନଙ୍କୁ କହିବି ଏହାର କାରଣ ବିଷୟରେ।

ନାରଙ୍ଗୀ ରଙ୍ଗର ପଥର:- ଯଦି ଆପଣ କୌଣସି ସ୍ଥାନକୁ ଯାଉଛନ୍ତି ଓ ଆପଣ ବାଟ ଜାଣିପାରୁ ନାହାନ୍ତି କି ଏହା ସହର ନା ଗାଁ ତ ଆପଣ ଚିନ୍ତାରେ ପଡିଯାନ୍ତି।କିନ୍ତୁ ଏଥିରେ ଚିନ୍ତା କରିବାର କୌଣସି କାରଣ ନାହିଁ।ପ୍ରାୟତଃ ଗ୍ରାମକୁ ଯାଉଥିବା ରାସ୍ତାରେ ମାଇଲ ଖୁଣ୍ଟକୁ ନାରଙ୍ଗୀ ଓ ଧଳା ରଙ୍ଗରେ ତିଆରି କରା ଯାଇଥାଏ।ଯଦି ଆପଣ ଏକ ନାରଙ୍ଗୀ ରଙ୍ଗର ପଥର ଦେଖୁଛନ୍ତି ତ ଆପଣ ଜାଣିବେ ଯେ ଏହା ଏକ ଗ୍ରାମ ଆଡ଼କୁ ଯାଉଚି।ଏହାର ଅର୍ଥ ଆପଣ ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା ଦ୍ବାରା ନିର୍ମିତ ରାସ୍ତାରେ ଯାଉଛନ୍ତି।

ସବୁଜ ରଙ୍ଗର ପଥର:- ଆପଣ ରାସ୍ତାରେ ଗଲାବେଳେ ସବୁଜ ରଙ୍ଗର ମାଇଲ ଖୁଣ୍ଟ ତ ନିଶ୍ଚିତ ଦେଖିଥିବେ। ପ୍ରାୟତ ଜାଗା ମାନଙ୍କରେ ଏହି ରଙ୍ଗର ପଥର ମିଳିଥାଏ।ଯଦି ଆପଣଙ୍କୁ ଏହି ରଙ୍ଗର ପଥର କେବେ ଦେଖାଯାଏ ତ ଆପଣ ଜାଣିବେ ଯେ ଆପଣ ଏକ ରାଜ୍ୟ ରାଜପଥରେ ଯାଉଛନ୍ତି।ଏହା ଗୋଟିଏ ରାଜ୍ୟକୁ ଅନ୍ୟ ରାଜ୍ୟ ସହ ଯୋଡ଼ିଥାଏ।ଏହିଭଳି ସଡ଼କ ମାନଙ୍କର ନିର୍ମାଣ ରାଜ୍ୟ ସରକାର ହିଁ କରିଥାନ୍ତି।ଏହାର ରକ୍ଷଣା ବେକ୍ଷଣର ଦାୟିତ୍ୱ ମଧ୍ୟ ରାଜ୍ୟ ସରକାର ହିଁ କରିଥାନ୍ତି।

ହଳଦିଆ ରଙ୍ଗର ପଥର:- ଆପଣ ଯଦି ଏହିଭଳି ହଳଦିଆ ରଙ୍ଗର ପଥର ଗଲାବେଳେ ଦେଖନ୍ତି ତ ଆପଣ ଜାଣିବେ ଯେ ଏହା ଏକ ଜାତୀୟ ରାଜପଥ ଅଟେ।ଏହା କେନ୍ଦ୍ର ସରକାରଙ୍କ ଦ୍ଵାରା ନିର୍ମିତ ହୋଇଥାଏ।ଏହାର ରକ୍ଷଣା ବେକ୍ଷଣର ଦାୟିତ୍ୱ ମଧ୍ୟ କେନ୍ଦ୍ର ସରକାର ହିଁ କରିଥାନ୍ତି।

କଳା ବା ନୀଳ ରଙ୍ଗର ପଥର:- ଯଦି ଆପଣ କେବେ ରାସ୍ତାରେ ଗଲା ସମୟରେ ଏହିଭଳି ରଙ୍ଗର ପଥର ଦେଖନ୍ତି ତ ବୁଝିବେ ଯେ ଆପଣ କୌଣସି ବଡ଼ ସହର ଆଡ଼କୁ ଯାଉଛନ୍ତି ଯେପରି ଦିଲ୍ଲୀ,କଲିକତା ମୁମ୍ବାଇ, ଅହମଦାବାଦ ଇତ୍ୟାଦି।

Leave a Reply

Your email address will not be published. Required fields are marked *