October 17, 2024

Odia Express

Here, There and Everywhere

ଜାଣନ୍ତୁ ଭଗବାନ କୃଷ୍ଣଙ୍କର ୮ ଟି ସ୍ତ୍ରୀ ଓ ୮୦ ଟି ପୁଅଙ୍କ ବିଷୟରେ ସଂପୁର୍ଣ୍ଣ ବର୍ଣ୍ଣନା – କେବେ ଜାଣି ନଥିବେ ଆପଣ ଏହି କଥା ଗୁଡିକ

1 min read

ଭଗବାନ ଶ୍ରୀକୃଷ୍ଣ ଦ୍ୱାପର ଯୁଗରେ ଭଗବାନ ବିଷ୍ଣୁଙ୍କ ଅବତାର ଥିଲେ , ଏହି ବିଷ୍ଣୁ ଭଗବାନଙ୍କ ଅଷ୍ଟମ ଅବତାର ଥିଲେ, ଭଗବାନ ଶ୍ରୀକୃଷ୍ଣଙ୍କର ଶୋଳ ହଜାରରେ ଏକ ଶହ ଆଠ ଜଣ ସ୍ତ୍ରୀ ଥିଲେ , ବିଷ୍ଣୁଙ୍କ ଶ୍ରୀକୃଷ୍ଣ ଅବତାର ଦ୍ୱାପର ଯୁଗରେ ଜନ୍ମ ନେଇଥିଲା, ତାଙ୍କ ଜନ୍ମ ତ ମା ଦେବକୀଙ୍କ ଗର୍ଭରୁ ହୋଇଥିଲା, କିନ୍ତୁ ତାଙ୍କର ଲାଳନ ପାଳନ ଯଶୋଦା ମା କରିଥିଲେ । ଭଗବାନ ଶ୍ରୀକୃଷ୍ଣଙ୍କର ୧୬ ହଜାର ରାଣୀ ଥିଲେ , ତେବେ ଆଠ ରାଣୀଙ୍କର ତାଙ୍କ ମୁଖ୍ୟ ପଟ୍ଟରାଣୀ ଥିଲେ , ପ୍ରତ୍ୟେକ ପଟ୍ଟରାଣୀ ରୁ ତାଙ୍କ ୧୦ ପୁତ୍ରଙ୍କ ପ୍ରାପ୍ତି  ହୋଇଥିଲା ,ଏହି ପରି ତାଙ୍କର ୮୦ ପୁତ୍ର ଥିଲେ, ଆଜି ଆମେ ଆପଣଙ୍କୁ ଶ୍ରୀକୃଷ୍ଣଙ୍କର ୮ ଜଣ ରାଣୀ ଓ ୮୦ ପୁଅଙ୍କର ବିଷୟରେ କହିବୁ ।

ଭଗବାନ ଶ୍ରୀକୃଷ୍ଣଙ୍କର ୮ ଜଣ ପତ୍ନୀ- ୧) ରୁକମଣୀ, ୨) ସତ୍ୟଭାମା, ୩) ସତ୍ୟା, ୪) ଜାମ୍ବବତୀ ୫) କାଳନ୍ଦୀ ୬) ଲକ୍ଷ୍ମଣା ୭) ମିତ୍ରବିନ୍ଦା ୮) ଭଦ୍ରା

୧) ରୁକମଣୀ- ମହାଭାରତ ଅନୁସାରେ କୃଷ୍ଣ ରୁକମଣୀଙ୍କ ହରଣ କରି ତାଙ୍କୁ ବିବାହ କରିଥିଲେ , ବିଦର୍ଭ ରାଜା ଭୀଷ୍ମକ ପୁତ୍ରୀ ରୁକମଣୀ ଭଗବାନ କୃଷ୍ଣଙ୍କୁ ପ୍ରେମ କରୁଥିଲେ , ଓ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ , ରୁକମଣୀଙ୍କ ପାଞ୍ଚ ଭାଇ ଥିଲେ , ରୁକମ୍, ରୁକମରଥ, ରୁକମବାହୁ, ରୁକମକେସ୍ ତଥା ରୁକମମାଳୀ । ରୁକମଣୀ ସର୍ବଗୁଣ ସମ୍ମର୍ଣ୍ଣ ଥିଲେ,  କିନ୍ତୁ ତାଙ୍କ ମା ବାପା ତାଙ୍କ ବାହାଘର କୃଷ୍ଣଙ୍କ ସହ କରିବାକୁ ଚାହୁଁଥିଲେ , ଏହି କାରଣରୁ କୃଷ୍ଣଙ୍କୁ ରୁକମଣୀକୁ ହରଣ କରି ତାଙ୍କୁ ବିବାହ କରିବାକୁ ପଡିଲା । ରୁକମଣୀଙ୍କ ପୁଅଙ୍କ ନାଁ- ପ୍ରଦ୍ୟୁମ୍ନ, ଚାରୁଦେଷଣ୍ୟ, ସୁଦେଷଣ୍ୟ, ଚାରୁଦେହ, ସୁଚାରୁ, ବିଚାରୁ, ଚାରୁ, ଚରୁଗୁପ୍ତ, ଭଦ୍ରଚାରୁ, ଚାରୁଚନ୍ଦ୍ର ।

୨) ସତ୍ୟଭାମା- ସତ୍ୟଭାମା ସନ୍ନାଜିତଙ୍କ ଝିଅ ଥିଲେ,  ସନ୍ନାଜିତଙ୍କୁ ଶକ୍ତିସେନ ନାମରୁ ଜାଣୁଥିଲେ, ସତ୍ୟଭାମାଙ୍କ ପୁଅଙ୍କ ନାଁ ହେଲା- ଭାନୁ,ସୁଭାନୁ, ସ୍ୱରଭାନୁ, ପ୍ରଭାନୁ, ଭାନୁମାନ, ଚନ୍ଦ୍ରଭାନୁ, ବୁଦଦ୍ରାନୁ, ଅତିଭାନୁ ଶ୍ରୀଭାନ୍ତୁ, ପ୍ରତିଭାନୁ ।

୩) ସତ୍ୟା- ରାଜା କୌଶଳଙ୍କ ଝିଅ ଥିଲେ , ସତ୍ୟାଙ୍କ ପୁଅଙ୍କ ନାଁ- ବୀର,ଅଶ୍ୱସେନ, ଚନ୍ଦ୍ର, ଚିତ୍ରଗୁ, ବେଗବାନ, ବୃଷ, ଆମ, ଶକୁ, ବସୁ, ଓ କୁନ୍ତ

୪) ଜାମ୍ବବନ୍ତି- ଜାମ୍ବବନ୍ତି- ନିଷାଦ ରାଜା ଜାମ୍ବବନଙ୍କ ଝିଅ ଥିଲେ- ଜାମ୍ବବାନ ପୌରାଣିକ ପାତ୍ରରୁ ଜଣେ ଅଟନ୍ତି ଯିଏ ରାମାୟଣ ଓ ମହାଭାରତ ଦୁହେଁରେ ଉପସ୍ଥିତ ଥିଲେ –ଜାମ୍ବବତୀଙ୍କ ପୁଅଙ୍କ ନାଁ- ସାମ୍ବ, ସୁମିତ୍ର, ପୁରୋଜିତ,ଶତଜିତ, ସହସ୍ରଜିତ, ବିଜୟ, ଚିତ୍ରକେତୁ, ବସୁମାନ,ଦ୍ରାବିଡ ଓ କ୍ରତୁ

୫) କାଳିନ୍ଦୀ- ଖାଣ୍ତବ ବନରେ ରହୁଥିଲେ, ଏଠାରେ ପାଣ୍ତବଙ୍କ ଇନ୍ଦ୍ର ପ୍ରସ୍ଥ ହୋଇଥିଲା ।କାଳିନ୍ଦୀଙ୍କ ପୁଅଙ୍କ ନାଁ- ଶ୍ରୁତ, କବି,ବୃଷ, ବୀର, ସୁବାହୁ, ଭଦ୍ର,ଶାନ୍ତି, ଦର୍ଶ, ପୁର୍ଣ୍ଣମାସ ଏବଂ ସୋମକ ।

୬) ଲକ୍ଷ୍ମଣା- ମଦ୍ର କନ୍ୟା ଲକ୍ଷ୍ମଣା ବୃହତ୍ସେନାଙ୍କ ଝିଅ ଥିଲେ – ତାଙ୍କ ପୁଅଙ୍କ ନାଁ ହେଲା- ପ୍ରଘୋଷ, ଗାତ୍ରବାନ, ସିଂହ, ବଳ, ପ୍ରବଳ, ଉଧବ୍ରେଗ, ମହାଶକ୍ତି, ସହ, ଔଜ, ଏବଂ ଅପରାଜିତ ।

୭) ମିତ୍ରବିନ୍ଦା- ଅବନ୍ତିକାର୍ ରାଜକୁମାରୀ ଥିଲେ , ତାଙ୍କ ପୁଅଙ୍କ ନାଁ- ବୃକ, ହର୍ଷ, ଅନିଲ, ଗୁଦ୍ଦ, ବର୍ଦ୍ଧନ, ଅନ୍ନାଦ, ମହାଂଶ ,ପାବନ ,ବହିନ ତଥା କ୍ଷୁଧୀ

୮) ଭଦ୍ରା- ଭଦ୍ରା କୈକୟଙ୍କ ଝିଅଥିଲେ,  ତାଙ୍କ ପୁଅଙ୍କ ନାଁ ହେଲା- ସଂଗ୍ରାମଜିତ, ବୃହତସେନ, ଶୁର, ପ୍ରହରଣ, ଅରିଜିତ, ଜୟ, ସୁଭଦ୍ର, ବାମ, ଆୟୁ ଓ ସତ୍ୟକ

Leave a Reply

Your email address will not be published. Required fields are marked *