October 18, 2024

Odia Express

Here, There and Everywhere

କିଛି ଅଜଣା କଥା ଯାହା ଆପଣ କେବେ ବି ଶୁଣି ନଥିବେ – ସବୁଠୁ ଶୀଘ୍ର କିଏ ଦୌଡେ ?ଉତ୍ତର ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେଇଯିବେ

1 min read

ସାଙ୍ଗମାନେ ଆପଣ ମାନେ ତ ଜାଣିଥିବେ ଯେ ମହୁ କେବେ ବି ଖରାପ ହୋଇ ନଥାଏ।କିନ୍ତୁ ଆପଣ ଜାଣିଛନ୍ତି କି କଣ ପାଇଁ ଖରାପ ହୋଇ ନଥାଏ।ଆଜି ମୁଁ ଆପଣଙ୍କୁ କିଛି ଚମକେଇଦେବା ଭଳି ତଥ୍ୟ କହିବି।

ଗ୍ୟାଷ୍ଟ୍ରୋଲିଥ ପଥର:- ଆପଣ କଣ କହିପାରିବେ କି ଯଦି ଏହି ପଥର ଆପଣଙ୍କ ପେଟ ଭିତରେ ରୁହେ ତ ଆପଣଙ୍କୁ ଫାଇଦା ହେବ କି କ୍ଷତି।ଆପଣ କହିବେ ପଥର ପେଟ ଭିତରେ ରହିଲେ ନିଶ୍ଚିତ ଖରାପ ହେବ।କିନ୍ତୁ ସମସ୍ତଙ୍କ ସହିତ ଏପରି ଘଟି ନଥାଏ।ପୃଥିବୀରେ ତିନୋଟି ପ୍ରଜାତିର ଡାଇନୋସର ଥିଲେ ଯେଉଁମାନେ ଏହି ପଥରକୁ ନିଜ ପେଟ ଭିତରେ ରଖୁଥିଲେ।ଏହି ଡାଇନୋସର ମାନଙ୍କ ଅବସେଷରୁ ଏପରି ବହୁତ ପଥର ମିଳିଛି।ଏହି ପଥର ତାଙ୍କ ପେଟର ହାଡ଼ ଭିତରୁ ମିଳିଲା।ଡାଇନୋସର ଯେଉଁ ଖାଦ୍ୟ ଖାଉଥିଲେ ତାର ଠିକ ଭାବେ ହଜମ ହେଉ ସେଥିପାଇଁ ସେମାନେ ଏହି ପଥରକୁ ପେଟ ଭିତରେ ରଖୁଥିଲେ।

ଟାଟୁ:- ଆଜିର ଏହି ଆଧୁନିକ ଯୁଗରେ ପ୍ରାୟ ଲୋକମାନେ ନିଜ ଶରୀରରେ ଟାଟୁ କରିଥାନ୍ତି।ଏହି ଟାଟୁର ଆରମ୍ଭ ବର୍ଷ ୧୮୬୧ ମସିହାରେ ସମୁଏଲ ଏଫ ରେଲି ନାମକ ବ୍ୟକ୍ତି ଉଦ୍ଭାବନ କରିଥିଲେ।କିନ୍ତୁ ଟାଟୁ ତିଆରି କରିବା ପାଇଁ ଯେଉଁ ମେସିନ ଥିଲା ତାହା ପ୍ରକୃତରେ କୌଣସି ମେସିନ ନଥିଲା ସେ ଏକ ବଲପେନ ଥିଲା।ଦୁନିଆର ମହାନ ବୈଜ୍ଞାନିକ ଥୋମାସ ଏଡିସନ ୧୮୭୬ ମସିହାରେ ଏକ ଇଲେକ୍ଟ୍ରିକ ପେନର ଉଦ୍ଭାବନ କରିଥିଲେ।୧୮୯୧ ମସିହାରେ ସମୁଏଲ ଏହାକୁ ପ୍ୟାଟେଣ୍ଟ କରାଇଲେ।ଏହା ଟାଟୁ କରିବାରେ କ୍ରାନ୍ତି ଆଣିଦେଲା।ଏହିଭଳି ଭାବରେ ଟାଟୁ ତିଆରି କରିବାର ମେଶିନର ଆବିଷ୍କାର ହୋଇଥିଲା।

ଆଖି:- ଆମର ଯେଉଁ ଆଖି ଅଛି ତାହା ଗୋଟିଏ ସେକେଣ୍ଡରେ କେତେ ଥର ବୁଲୁଥାଏ।କଣ ଆପଣ ଏହା ବିଷୟରେ କିଛି କହିପାରିବେ।ବିଜ୍ଞାନ ଅନୁସାରେ ଆମ ଆଖି ଗୋଟିଏ ସେକେଣ୍ଡରେ ପ୍ରାୟ ୫୦ ଥର ବୁଲିଥାଏ।ଆପଣ ମାନେ ହୁଏତ ଏହାକୁ ବିଶ୍ୱାସ ନ କରିପାରନ୍ତି।କିନ୍ତୁ ଆପଣ ଯଦି ଧ୍ୟାନ ସହକାରେ ଦେଖିବେ ତ ଆପଣ ବୁଝିପାରିବେ ଯେ ହଁ ଏତିକି ଥର ତ ବୁଲି ଯାଉଥିବ।

ଗଡ ଫାଦର ଫିଲ୍ମ:- ସାଙ୍ଗମାନେ କଣ ଆପଣ ଗଡ ଫାଦର ଫିଲ୍ମ ଦେଖିଛନ୍ତି।ଯଦି ଆପଣ ଦେଖିଥିବେ ତ ଆପଣ ଜାଣିଥିବେ ଯେ ଏହି ଫିଲ୍ମ ମାଫିଆ ମାନଙ୍କ ଉପରେ ନିର୍ମିତ କରାଯାଇଛି।କଣ ଆପଣ ଜାଣିଛନ୍ତି କି ଏହି ଫିଲ୍ମରେ ଗୋଟିଏ ଥର ବି ମାଫିଆ ଶବ୍ଦର ବ୍ୟବହାର କରାଯାଇନାହିଁ।ଯଦି ବା ତାଙ୍କର ଫିଲ୍ମ ମାଫିଆକୁ ନେଇ ଗଠିତ କିନ୍ତୁ ଫିଲ୍ମରେ ଥରେ ବି ମାଫିଆ ଶବ୍ଦର ବ୍ୟବହାର ହୋଇନାହିଁ।ଯେତେବେଳେ ଏହି ଫିଲ୍ମ ନିର୍ମାଣ ହେଉଥିଲା ତ ଏହାର କମାଣ ସତରେ ମାଫିଆ ମାନଙ୍କ ହାତରେ ଥିଲା।ସେଥିପାଇଁ ଏଥିରେ ଗୋଟିଏ ଥର ବି ମାଫିଆ ଶବ୍ଦର ବ୍ୟବହାର ହୋଇନାହିଁ।

ସାଙ୍ଗମାନେ ଉସେନ ବୋଲ୍ଟଙ୍କ ଗତି ୪୫ କିମି ପ୍ରତି ଘଣ୍ଟା ଅଟେ।ଏହାପରେ ଆସେ ବ୍ଲାକ ମାମ୍ବା ଏକ ସରୀସୃପ ଅଟେ ଯାହାର ବେଗ ୨୨ କିମି ପ୍ରତି ଘଣ୍ଟା।ସେଣ୍ଟ୍ରାଲ ଡ୍ରାଗନ ନାମକ ଏକ ପ୍ରଜାତି ଯାହାର ବେଗ ଘଣ୍ଟା ପ୍ରତି ୪୦ କିମି ପ୍ରତି ଘଣ୍ଟା।ପଶୁ ମାନଙ୍କ ଭିତରେ ସବୁଠୁ ତେଜ ଚିତା ଅଟେ।ଏହାର ବେଗ ୧୧୦ ରୁ ୧୨୦ କିମି ପ୍ରତି ଘଣ୍ଟା।ପକ୍ଷୀ ମାନଙ୍କ ଭିତରେ ଫାଲକନର ବେଗ ୨୪୦ ରୁ ୩୮୦ କିମି ପ୍ରତି ଘଣ୍ଟା।

Leave a Reply

Your email address will not be published. Required fields are marked *