October 18, 2024

Odia Express

Here, There and Everywhere

ଭାରତର ସବୁଠୁ ଧନୀ ମହିଳା କିଏ ଆପଣ ଜାଣିଛନ୍ତି କି ? ଏମାନେ ନିଜ ପରିଶ୍ରମ ରେ ଦେଶରେ ନିଜ ବଡ ନାମ କରିଛନ୍ତି – ଏବେ ଜାଣିରଖନ୍ତୁ ତାଙ୍କ ବିଷୟରେ

1 min read

ସାଙ୍ଗମାନେ ଯେବେ ଆପଣଙ୍କୁ କିଏ ପଚାରେ କି ଭାରତର ଧନୀ ବ୍ୟକ୍ତି ମାନେ କିଏ କିଏ ତ ଆପଣଙ୍କ ମନରେ କୌଣସି ପୁରୁଷର ଭାବନା ଆସେ।ସେ ମୁକେଶ ଅମ୍ବାନୀ କି ରତନ ଟାଟା କି ଗୌତମ ଆଦାନୀ ହେଉ।ଆମକୁ ଲାଗିଥାଏ କି କେବଳ ପୁରୁଷ ମାନେ ହିଁ ଦେଶର ଧନୀ ବ୍ୟକ୍ତି ହୋଇପାରନ୍ତି।କିନ୍ତୁ ଏଥିରେ ମହିଳା ମାନେ ମଧ୍ୟ ସାମିଲ ହୋଇଥାନ୍ତି।ଏପରି ବହୁତ ମହିଳା ଅଛନ୍ତି ଯେଉଁମାନେ ନିଜ ଦମରେ ଧନବାନ ହୋଇଛନ୍ତି।କିନ୍ତୁ ଆମେମାନେ ଏମାନଙ୍କ ନାମ କଣ ପାଇଁ ନେଇ ନଥାଉ।କାରଣ ଆମକୁ ଏମାନଙ୍କ ବିଷୟରେ କିଛି ଜଣା ହିଁ ନଥାଏ।ଆଜି ମୁଁ ଆପଣ ମାନଙ୍କୁ କିଛି ମହିଳାଙ୍କ ବିଷୟରେ କହିବି।

ଫାଲଗୁନି ନାୟାର:- ଇଏ ନାୟିକା କମ୍ପାନୀର ଉଦ୍ଭାବକ ଓ ଏମଡି ଅଟନ୍ତି।ସେ ଏହି କମ୍ପାନୀର ଆରମ୍ଭ ୨୦୧୨ ରେ କରିଥିଲେ।ସେ କେବଳ ପ୍ରସାଧନ ସାମଗ୍ରୀ ବିଷୟରେ ଜାଣିଲେ ନାହିଁ ତାକୁ ନିଜ ବିଜନେସର କାରଣ ମଧ୍ୟ କରିଦେଲେ। ଫଲଗୁନିଙ୍କ ସମ୍ପୂର୍ଣ୍ଣ ସମ୍ପତ୍ତିର ପରିମାଣ ୫୪୧୦ କୋଟି ଟଙ୍କା।

ଅନୁ ଆଗା ଓ ମେହେର ପଦୁମଜି:- ଆପଣ ଜାଣି ଆଶ୍ଚର୍ୟ୍ଯ ହେବେ ଯେ ଏହି ଦୁଇଜଣ ମା ଓ ଝିଅ।ଏହି ମା ଓ ଝିଅ ଏକ ଅଲଗା ପ୍ରକାର ସଫଳତା ହାସଲ କରିଛନ୍ତି।ଏହି ଯୋଡି ସମସ୍ତ ମହିଳା ମାନଙ୍କର ପ୍ରେରଣାର ସ୍ରୋତ ଅଟେ।୧୯୯୬ ରୁ ଏହି ଦୁଇଜଣ ଥର୍ମାକ କମ୍ପାନୀକୁ ଚଳାଉଛନ୍ତି।ଅନୁ କମ୍ପାନୀର ପୂର୍ବ ଚେୟାର ପର୍ସନ ଥିଲେ।ଏବେ ତାଙ୍କ ଝିଅ ମେହେର ଚେୟାର ପର୍ସନ ଅଟନ୍ତି।ଏହି ଦୁଇଜଣ ସାମାଜିକ କାର୍ଯ୍ୟ ମଧ୍ୟ କରିଥାନ୍ତି।ଏହି ଦୁଇଜଣଙ୍କ ମିଳିତ ସମ୍ପତି ୫୮୦୦ କୋଟି ଟଙ୍କା ଅଟେ।

ମଲିକା ଅମିନ:- ମଳିକା ଆଲେମ୍ବିକ କମ୍ପାନୀର ଚେୟାର ପର୍ସନ ଅଟନ୍ତି।ସେ ଏକା ସାଥିରେ ବିଭିନ୍ନ ପ୍ରକାରର ବ୍ୟାପାର ସମ୍ଭାଳି ଥାଆନ୍ତି।ଏହି କମ୍ପାନୀର ସ୍ଥାପନ ବର୍ଷ ୧୯୦୭ ରେ ହୋଇଥିଲା।ଏହାର ମୁଖ୍ୟ କାର୍ଯ୍ୟାଳୟ ଗୁଜରାଟର ଭଦୋଦରାରେ ରହିଛି।ତାଙ୍କର ସମୁଦାୟ ସମ୍ପତ୍ତିର ପରିମାଣ ୨୦୨୧ ସୁଦ୍ଧା ୭୫୭୦ ଟଙ୍କା ରହିଛି।

ରେଣୁ ମୁଞ୍ଜଲ:- ରେଣୁ ହିରୋ ଫିନକର୍ପର ଏମଡି ଅଟନ୍ତି। ରେଣୁଙ୍କର ଗୋଟିଏ ବର୍ଷର କମାଇ ୮୬୯୦ କୋଟି ଟଙ୍କା ଅଟେ।ସେ ଏହା ବ୍ୟତୀତ ମହିଳା ସଶକ୍ତିକରଣ ପ୍ରୋଜେକ୍ଟ ଉପରେ ମଧ୍ୟ କାମ କରନ୍ତି।

ଜୟଶ୍ରୀ ଉଲଲ:- ଜୟଶ୍ରୀଙ୍କ ଜନ୍ମ ୧୭ ମାର୍ଚ୍ଚ ୧୯୬୧ ମସିହାରେ ହୋଇଥିଲା।ସେ ଆରିଷ୍ଟା କମ୍ପାନୀର ଚେୟାର ପର୍ସନ ଅଟନ୍ତି।ସେ ବର୍ତ୍ତମାନ ଲଣ୍ଡନରେ ରହୁଛନ୍ତି।ତାଙ୍କର ସମୁଦାୟ ସମ୍ପତ୍ତିର ପରିମାଣ ୧୦୨୨୦ କୋଟି ଟଙ୍କା ଅଟେ।

ରାଧା ବମ୍ବୁ:- ରାଧା ଯୋହୋ ନାମକ ଏକ ସଫ୍ଟୱେର କମ୍ପାନୀର ଏକ ବଡ଼ ଷ୍ଟକ ହୋଲ୍ଡର ଅଟନ୍ତି।ରାଧାଙ୍କର ସମୁଦାୟ ସମ୍ପତି ୧୧୫୯୦ କୋଟି ଟଙ୍କା ଅଟେ।

Leave a Reply

Your email address will not be published. Required fields are marked *