October 17, 2024

Odia Express

Here, There and Everywhere

କଣ ପାଇଁ ନନ୍ଦୀଙ୍କ କାନରେ କହିଲେ ପୁରା ହୋଇଯାଏ ମନୋକାମନା – ଏହାର ଅସଲ କାରଣ ଆପଣ ଜାଣିନଥିବେ – ଏବେ ଜାଣିରଖନ୍ତୁ

ଆଜିର ସମୟରେ ସମସ୍ତେ ନିଜ ମନୋକାମନା ପୁରା କରିବାକୁ ଚାହଁନ୍ତି, ଏମିତିରେ ସମସ୍ତଙ୍କ ମନରେ ମନୋକାମନା ରହିଥାଏ , ଯାହାକୁ ପୁରା କରିବା ସମସ୍ତଙ୍କ ପକ୍ଷରେ ସଂମ୍ଭବପର ନୁହେଁ , ଆପଣ ସମସ୍ତଙ୍କୁ କୁହାଯାଏ କି ଭଗବାନ ଶିବ କିଛି ଏମିତି ଅଭିଳାଷା ସେ ଜଲଦି ପୁରା କରିଦିଅନ୍ତି । ନନ୍ଦୀ ଭଗବାନ ଶିବଙ୍କର ବାହାନ ଅଟେ ,ଓ କହନ୍ତି କି ଯଦି ଆପଣ ଭଗବାନ ଶିବଙ୍କୁ ନିଜ କଥା ପହଞ୍ଚାଇବାକୁ ଚାହୁଁଛନ୍ତି ତେବେ ଭଗବାନ ନନ୍ଦୀଙ୍କୁ କହିପାରିବେ । ଯେଉଁଠି ବି ଶିବ ମନ୍ଦିର ଅଛି ସେଠାରେ ନନ୍ଦୀର ସ୍ଥାପନା ନିଶ୍ଚିତ କରାଯାଏ , କାରଣ ନନ୍ଦୀ ଭଗବାନ ଶିବଙ୍କର ପରମ ଭକ୍ତ ଭାବେ ଜଣାଯାଆନ୍ତି । ଯେବେ କେଉଁ ବ୍ୟକ୍ତି ଶିବ ମନ୍ଦିରରେ ଆସିଥାଏ ତେବେ ସେ ନନ୍ଦୀଙ୍କ କାନରେ ନିଜ ମନୋକାମନା ନିଶ୍ଚିତ କରିଥାଏ ।

ଏହାର ପଛରେ ମାନ୍ୟତା ଏହା କି ଭଗବାନ ଶିବ ତପସ୍ୱୀ ଅଟନ୍ତି ଓ ସେ ସବୁବେଳେ ସମାଧୀରେ ରୁହନ୍ତି, ଏମିତିରେ ତାଙ୍କ ପର୍ଯ୍ୟନ୍ତ ଆମର ମନର କଥା ବୋଧେ ଏମିତି ପହଞ୍ଚିପାରେନାହିଁ , ଏମିତି ସ୍ଥିତିରେ ନନ୍ଦୀ ଆମର ମନୋକାମନା ଭଗବାନ ଶିବଙ୍କୁ ପହଞ୍ଚାଯାଇଥାଏ, ଏହି କାରଣରୁ ଲୋକେ ନନ୍ଦୀଙ୍କୁ ନିଜ ମନୋକାମନା କହନ୍ତି, ଯାହାଦ୍ୱାରା ସେ ଜଲଦି ଜଲଦି ପୁରା ହୋଇଯାଏ ।

ପୌରାଣିକ କଥା ଅନୁସାରେ ପ୍ରାଚୀନ କାଳରେ ଶିଲାଦ ନାମକ ଏକ ମୁନି ରହୁଥିଲେ , ଯିଏ ବ୍ରହ୍ମଚାରି ଥିଲେ , ବଂଶ ସମାପ୍ତ ହେବା ଦେଖି ତାଙ୍କ ପିତୃ ତାଙ୍କ ସନ୍ତାନ ଉତ୍ପନ୍ନ କରିବାକୁ କହିଲେ , ଶିଲାଦ ମୁନି ସନ୍ତାନ ଭଗବାନ ଶିବଙ୍କୁ ଖୁସିକରି ଅୟୋନିଜ ଓ ମୃତ୍ୟୁହୀନ ପୁତ୍ରର ମାଙ୍ଗ୍ କଲେ । ଭଗବାନ ଶିବ ଶିଲାଦ ମୁନିଙ୍କୁ ଏହି ବରଦାନ ଦେଇଦେଲା, ସେମିତି ଗୋଟେ ଦିନ ଯେବେ ଶିଲାଦ ମୁନି ଭୁମି ଜୋତୁଥିଲେ ତେବେ ତାଙ୍କୁ ଜଣେ ବାଳକ ମିଳିଲା , ଶିଲାଦ ତାଙ୍କ ନାଁ ନନ୍ଦୀ ରଖିଦେଲେ , ଏବେ ତାକୁ ବଡ ହୋଉଥିବାର ଦେଖି ଶିବ ମିତ୍ର ଓ ବରୁଣ ନାମକ ଦୁଇ ମୁନି ଶ୍ରୀଲାଦ ଙ୍କ ଆଶ୍ରମ ପଠାଇଲେ , ଯିଏକି ନନ୍ଦୀଙ୍କୁ ଦେଖିକରି ଭବିଷ୍ୟବାଣୀ କରିଥିଲେ କି ନନ୍ଦୀ ଅଳ୍ପାୟୁ ଅଛନ୍ତି, ଏବେ ଯେବେ ନନ୍ଦୀଙ୍କୁ ଏହା ଜଣା ହେଲା କି ମହାଦେବଙ୍କ ଆରାଧନାରେ ମୃତ୍ୟୁକୁ ଜିତିବା ପାଇଁ ବନରେ ଚାଲିଗଲା

ବନରେ ଶିବଙ୍କ ଧ୍ୟାନ ଆରମ୍ଭକରିଦେଲା, ନନ୍ଦୀଙ୍କ ଆରାଧନାରୁ ଶିବ ବହୁତ ପ୍ରସନ୍ନ ହେଲେ ଓ ତାଙ୍କ ସାମ୍ନାରେ ପ୍ରକଟ ହୋଇଗଲେ,  ତାହା ସହ କହିଲେ କି ତୁମେ ମୋର ଅଂଶ ଅଟ, ଏଥିପାଇଁ ତୁମକୁ ମୃତ୍ୟୁର ଭୟ କିପରି ହୋଇପାରେ ? ଭଗବାନ ଶଙ୍କର ଉମାଙ୍କ ସମ୍ମତିରୁ ସମସ୍ତ ଗଣ,ଗଣେଷ, ଓ ବେଦଙ୍କ ସମକ୍ଷରେ ଗଣୋର ଅଧିପତି ରୁପରେ ନନ୍ଦୀଙ୍କୁ ଅଭିଷେକ କରାଇଲେ , ଏହି ପ୍ରକାର ନନ୍ଦୀ, ନନ୍ଦେଶ୍ୱର ହୋଇଗଲେ , ପରେ ମରୁତଙ୍କ ଝିଅ ସୁୟଶାଙ୍କ ସହ ତାଙ୍କ ବିବାହ ହୋଇଥିଲା ।  ଭଗବାନ ଶିବ ବରଦାନ ଦେଇଥିଲେ କି ଯେଉଁଠି ତାଙ୍କ ନିବାସ ହେବ ସେଠାରେ ନନ୍ଦୀ ବିରାଜମାନ ହେବେ, ଯେଉଁ ବ୍ୟକ୍ତି ନନ୍ଦୀଙ୍କ ପୁଜା କରି ତାଙ୍କ କାନରେ ନିଜ ମନୋକାମନା କହିବ ତାର ମନୋକାମନା ନିଶ୍ଚିତ ଫଳପ୍ରଦ ହେବ , ଏହି କାରଣରୁ ନିଜ ମନୋକାମନା ପୁରା କରିବାପାଇଁ ଲୋକେ ନନ୍ଦୀଙ୍କ କାନରେ ନିଜ ଇଚ୍ଛାବ୍ୟକ୍ତ କରନ୍ତି, ଓ ନନ୍ଦୀ ତାଙ୍କ ମନୋକାମନା ଭୋଳାନାଥଙ୍କ ଯାଏଁ ପହଞ୍ଚାନ୍ତି, ଓ ତାହା ପରେ ସବୁ ଇଚ୍ଛା ପୁରା ହୋଇଯାଏ ।

ଆପଣଙ୍କୁ କହିଦେବୁ କି ନନ୍ଦୀଙ୍କ ପବିତ୍ରତା,ବିବେକ, ବୁଦ୍ଧି ଓ ଜ୍ଞାନର ପ୍ରତୀକ ଭାବେ ଜଣାଯାଆନ୍ତି, ନନ୍ଦୀଙ୍କ ସବୁ କ୍ଷଣ ଭଗବାନ ଶିବଙ୍କୁ ହିଁ ସମର୍ପିତ ଅଛି, ଓ ସେ ସବୁ ମନୁଷ୍ୟକୁ ବି ଏହା ଶିକ୍ଷା ଦିଅନ୍ତି କି ସେ ନିଜ ସବୁ ସମୟ ଭଗବାନ ଶିବଙ୍କୁ ଅର୍ପଣ କରୁଥାଉ, ବାକି ଭଗବାନ ତାଙ୍କ ଧ୍ୟାନ ନିଶ୍ଚିତ ରଖିବେ , ଓ ଆପଣଙ୍କ ସବୁ ଛୋଟ ବଡ ଇଚ୍ଛା ପୁରା କରିବେ । ଏବେ ଯେବେ ଆପଣ କେବେ ଭଗବାନ ଶିବଙ୍କର ମନ୍ଦିରକୁ ଯିବେ ତେବେ ଭଗବାନ ଶିବଙ୍କର ପୁଜା ସହ ନନ୍ଦୀଙ୍କ ପୁଜା କରିବାକୁ ଭୁଲିବେ ନାହିଁ ନନ୍ଦୀଙ୍କ ପୁଜା ପ୍ରେମପୁର୍ବକ ଓ ସଚ୍ଚା ମନରେ କରିବେ ତାହା ସହ ମନ୍ଦିରରୁ ଫେରୁଥିବା ସମୟରେ ନନ୍ଦୀଙ୍କ କାନରେ ନିଜ ମନୋକାମନାଗୁଡିକ କହିଦେବେ , ଦେଖିବେ ଆପଣଙ୍କ ମନୋକାମନା ବହୁତ ଜଲଦି ପୁରା ହୋଇଯିବ ।

Leave a Reply

Your email address will not be published. Required fields are marked *