October 17, 2024

Odia Express

Here, There and Everywhere

ଶ୍ରୀକୃଷ୍ଣଙ୍କ ଏହି ଛଅଟି କଥା ଦ୍ଵାରା ନିଜ ଭୁଲକୁ ସୁଧାରନ୍ତୁ – ଦୁନିଆ ର ସବୁଲୋକ ଏହି କଥା ଜାଣିବା ଦରକାର…

ଆମ ଜୀବନରେ ଏମିତି ବହୁତ ସମସ୍ୟା ଆସିଯାଏ ଯାହାଠୁ ବାହାରିବାର ରାସ୍ତା ମିଳିନଥାଏ।ଆପଣ ଏପରି ପରିସ୍ଥିତିରୁ ମୁକୁଳି ପାରିବେ ଯଦି ଆପଣ ଶ୍ରୀକୃଷ୍ଣଙ୍କ କିଛି ମୂଳ ମନ୍ତ୍ର କୁ ପାଳନ କରିବେ।ଶ୍ରୀକୃଷ୍ଣ ମହାଭାରତ ଯୁଦ୍ଧ ସମୟରେ ଅର୍ଜୁନଙ୍କ ମନୋଭାବକୁ ଦେଖି ଗୀତା ର କିଛି କଥା ଶୁଣାଇଥିଲେ। ଗୀତା କେବଳ ଧାର୍ମିକ ଦୃଷ୍ଟି କୋଣରୁ ମହତ୍ୱପୂର୍ଣ୍ଣ ନୁହ ଏହା ବ୍ୟବହାରିକ ଓ ବର୍ତ୍ତମାନର ପରିପେକ୍ଷୀ ଦୃଷ୍ଟି କୋଣରୁ ମଧ୍ୟ ଜରୁରୀ।ପ୍ରଥମ ହେଉଛି ଅନ୍ୟ ବିଷୟରେ ଭାବିବା ଠାରୁ ଭଲ ନିଜ କାମ କରିବା।ଯଦି ଆପଣ ସବୁବେଳେ ଅନ୍ୟର କଥା ଭାବିବେ ଓ ଅନ୍ୟର ପରୋଷା ଥାଳି ଦେଖିବେ ତ ଆପଣଙ୍କୁ ଦୁଃଖ ହିଁ ଲାଗିବ।ଅନ୍ୟ ପାଖରେ କଣ ଅଛି,ଅନ୍ୟ କଣ କରୁଛି ତାହା ଜାଣିବା ଅପେକ୍ଷା ଆପଣ ଜାଣିବାକୁ ଚେଷ୍ଟା କରନ୍ତୁ ଯେ ଆପଣକଂ ପାଖେ କଣ କମି ରହିଛି।

ଦ୍ଵିତୀୟ କଥା ହେଉଛି ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ ହେ ଅର୍ଜୁନ କେବଳ କର୍ମ କର ଫଳ କୁ ଆଶା କର ନାହିଁ।ଆପଣକୁ ବି ଏହି ଉପଦେଶ ରେ ଚାଲିବାର ଅଛି।କାରଣ କର୍ମ ସବୁବେଳେ ଭଲ ଫଳ ଆଣିକରି ଆସିଥାଏ।ମନୁଷ୍ୟ ଯେତେବେଳେ ଫଳକୁ ଆଶା କରି କର୍ମ କରିଥାଏ ତ ସେ କମଜୋର ହୋଇଥାଏ।

ତୃତୀୟ ହେଉଛି ଲୋଭ ଓ ରାଗ ମନୁଷ୍ୟର ସବୁଠୁ ବଡ ଶତ୍ରୁ।ଏହି ଦୁଇଟି ବିକାର ମୃତୁ ପରେ ନର୍କର ରାସ୍ତା ଦେଖାଇଥାନ୍ତି।

ଚତୁର୍ଥ ହେଉଛି ବିତି ଯାଇଥିବା କାଲି ଓ ଆସୁଥିବା କାଲି ବିଷୟରେ କେବେ ବି ଚିନ୍ତା କରନାହିଁ।ନା ଆପଣ ଆପଣକଂ ବିତି ଯାଇଥିବା କାଲିକୁ ସୁଧାରି ପାରିବେ ନା ଆପଣ ଆପଣଙ୍କ ଆଗାମୀ କାଲିକୁ ଦେଖିପାରିବେ।ଏପରି କରିବା ଦ୍ବାରା ଆପଣକୁ କେବଳ ଚିନ୍ତା ହିଁ ମିଳିବ।ଚିନ୍ତା ସବୁବେଳେ ଚିତା ସମାନ ହୋଇଥାଏ।ନିଜ ବର୍ତ୍ତମାନ କୁ ଖୋଲିକରି ଜିଅନ୍ତୁ ଓ ବର୍ତ୍ତମାନ ଉପରେ ଧ୍ୟାନ ଲଗାନ୍ତୁ।

ପଞ୍ଚମ ହେଉଛି ଏ ଶରୀର ପଞ୍ଚତତ୍ତ୍ଵରେ ଗଢା ହୋଇଛି।ଏହା ଆପଣଙ୍କର ନୁହ କି ଆପଣ ବି ଏହାର ନୁହେଁ। ଆତ୍ମା ଆପଣଙ୍କର ଓ ଏହା ଶରୀର ବଦଳେଇବ।କଣ ଆପଣ କେବେ ଭାବିଛନ୍ତି ଯେ ଶରୀର ବଦଳରେ ଆତ୍ମା କୁ ଭଲ ପାଇଲେ କଣ ହେବ।ଏପରି କରିବା ଦ୍ବାରା ଆପଣ ଆପଣଙ୍କ ସତ୍ୟକୁ ଜାଣି ପାରିବେ।

ଷଷ୍ଠ ହେଉଛି ଆପଣ ଘଟୁଥିବା ଘଟଣାକୁ ବଦଳେଇ ପାରିବେ ନାହିଁ।ଆପଣ ଏହାକୁ ଭଲ ବନେଇବାର ଚେଷ୍ଟା କରିପାରିବେ।ମୃତ୍ୟୁ ଓ ଜୀବନ ଭିତରେ ଅଳ୍ପ ହିଁ ଫରକ୍ ଥାଏ।ମୃତ୍ୟୁ ର ମଝିରେ ଯେଉଁ ଅନ୍ତର ରହିଛି ତାକୁ ମପା ଯାଇ ପାରିବନାହିଁ। ନିଜ ମନ ଉପରେ ଧ୍ୟାନ ଲଗାନ୍ତୁ।

Leave a Reply

Your email address will not be published. Required fields are marked *