October 17, 2024

Odia Express

Here, There and Everywhere

ଏହି ଗାଁରେ ଆଜି ବି କେବେ ଲାଗେ ନାହିଁ ତାଲା, ଶନିଦେବ କରନ୍ତି ସ୍ୱୟଂ ରକ୍ଷା – କୋଉ ଘରେ ମଧ୍ୟ କବାଟ ନାହିଁ – ନିଶ୍ଚୟ ଏବେ ଦେଖନ୍ତୁ

ଶନିଦେବ ଭଗବାନ ସୁର୍ଯ୍ୟ ଓ ମାତା ଛାୟାଙ୍କ ପୁତ୍ର ଅଟନ୍ତି, ଶନିଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ , ଏମିତି ମାନ୍ୟତା ଅଛି କି ଶନିଦେବ ଲୋକଙ୍କୁ ତାଙ୍କର କର୍ମ ଅନୁସାରେ ଦଣ୍ତଦେଇଥାନ୍ତି, ପୁରା ଭାରତରେ ଶନି ମହାରାଜଙ୍କ ଦୁଇଟି ପ୍ରମୁଖ ନିବାସ ଅଛି, ଯେଉଁଠି ମଥୁରା ପାଖରେ ସ୍ଥିତ କୋକିଲା ବନ ଅଛି ଓ ଦ୍ୱିତୀୟ ମହାରାଷ୍ଟ୍ରର ଅହମଦନଗର ସ୍ଥିତ ଶିଗନାପୁର ଧାମ । ଏହି ସିଗନାପୁର୍ ର ଏକ ବିଶେଷ ମହତ୍ତ୍ୱ ଅଛି, ଏଠାରେ ଶନି ମହାରାଜଙ୍କ କୌଣସି ମୁର୍ତ୍ତି ନାହିଁ ବରଂ ଏକ ବଡ କଳା ପଥର ଅଛି ଯାହା ଶନିଙ୍କ ବିଗ୍ରହ ବୋଲି ଜଣାଯାଏ । ଆପଣ କେବେ ନିଜ ଜିନିଷକୁ କିମ୍ବା ଦାମିକା ଜିନିଷକୁ ଏମିତି ଖୋଲା ଛାଡିକରି ଯାଆନ୍ତି ? ଯଦି ଚାଳିଗଲେ ତେବେ ପୁରା ଦିନ ଏହି ଚିନ୍ତା ରହେ କି କେହି ଆମର ଜିନିଷ ଚୋରୀ ନ କରନ୍ତୁ , ନିଜ ଜିନିଷର ମୋହ ତ ମାନବଜାତିର ହୋଇଥାଏ,  କହିବାପାଇଁ ଲୋକେ କହନ୍ତି କି ମଣିଷ ନିଜ ସହ କିଛି ନା କିଛି ନେଇକରି ଆସିଥାଏ, ନା କିଛି ନେଇକରି ଯିବ , କିନ୍ତୁ ସତ୍ୟତା ତ ସବୁ ଜଗତ ଜାଣିଛି, ନିଜ ନିଜର କହିକରି ଲୋକ ଏହି ଜିନିଷର ମୋହ ଛାଡିପାରିନଥାନ୍ତି । ବିଶ୍ୱ ପ୍ରସିଦ୍ଧ ଏହି ଶନି ମନ୍ଦିରର ବିଶେଷତା ଏହା କି ଏଠାରେ ସ୍ଥିତ ଶନିଦେବଙ୍କ ପାଷାଣ ପ୍ରତିମା ବିନା କେଉଁ ଛାତ କିମ୍ବା ଗୁଂବନ୍ଦ ର ଖୋଲା ଆକାଶ ତଳେ ଏକ ପଥରରେ  ବିରାଜମାନ ।

ଏକ ଏମିତି ଗାଁ, ଯେଉଁଠି ଶନିଦେବ ଅଛନ୍ତି, କିନ୍ତୁ ମନ୍ଦିର ନାହୀଁ, ଘରେ କବାଟ ଝରକା ନାହିଁ , ବୃକ୍ଷ ଅଛି କିନ୍ତୁ ଛାୟା ନାହିଁ , ଆପଣଙ୍କୁ ଏହା ଶୁଣିକରି ଟିକିଏ ଅଜବ ଲାଗୁଥିବ କିନ୍ତୁ ଏହା ସତ ଅଟେ । ଗାଁର ମଝିରେ ଶନିଦେବଙ୍କ ମୁର୍ତ୍ତି କଳାରଙ୍ଗର ଅଛି, ଏଇ ମୁର୍ତ୍ତି ୫ ଫୁଟ୍ ୯ ଇଞ୍ଚର ଉଚ୍ଚତା ଓ ୧ ଫୁଟ୍ ୬ ଇଞ୍ଚ ଚଉଡା ଅଛି, ଯାହା ଏକ କଳାପଥରରେ ବିରାଜମାନ । ଏଠାରେ ଶନିଦେବଙ୍କ ଅଷ୍ଟ ପ୍ରହର ସେମିତି ଖରାରେ ହେଉ, ବନ୍ୟା ହେଉ କିମ୍ବା ତୋଫାନ ଆସିଯାଉ, ସବୁ ରିତୁରେ ଶନିଦେବାଙ୍କୁ ବିନା ଛତ୍ର ଧାରଣ କରି ଠିଆ ହୁଅନ୍ତି । ପୁରା ବର୍ଷ ଏଠାରେ ହଜାର ସଂଖ୍ୟାରେ ଭକ୍ତ ଶନିଦେବଙ୍କୁ ଦର୍ଶନ କରିଆସନ୍ତି, ଏହି ଭକ୍ତଙ୍କ ବହୁତ ପ୍ରଭାବଶାଳୀ ରାଜନେତା ଓ କଳାକାର ସାମିଲ୍ ହୁଅନ୍ତି । ଶନି ସିଗନାପୁରରେ ସ୍ଥିତ ଶନିଦେବଙ୍କ କଳା ରଙ୍ଗର ପାଷାଣ ପ୍ରତିମା ସ୍ୱୟଂଭୁ ମାନାଯାଏ, ଏହି ପ୍ରତିମାକୁ ଦେଖିକରି ଏକ କଥା ପ୍ରଚଳିତ ଅଛି, ଯାହାର ଅନୁସାରେ କୁହାଯାଏ କି ସିଗନାପୁର ଗାଁରେ ଥରେ ବନ୍ୟା ଆସିଥିଲା, ତେବେ ସେଠାରେ ସବୁ କିଛି ବୁଡିଯାଇଥିଲା ବାତ୍ୟାରେ ଦେବୀୟ ଶିଳା ବୋହିକରି ଆସିଲା, ପାଣିର ସ୍ତର କମ୍ ହେବା ପରେ ଜଣେ ବ୍ୟକ୍ତି ଗଛରେ ଏକ ବଡ ପଥର ଦେଖିଲା ଓ ଲୋଭରେ ସେହି ପଥରକୁ ବାହାରକଲା, ଓ ଭାଙ୍ଗିବାପାଈଁ ଯେପରି ଧାରୁଆ ଅସ୍ତ୍ର ବାହାର କଲା ତେବେ ସେହି ପଥରରୁ ରକ୍ତବାହାରିବାକୁ ଲାଗିଲା ସେ ସେଠାରୁ ଦୌଡିପଳାଇଲା , ଓ ସମସ୍ତଙ୍କୁ ଏହି ବିଷୟରେ କହିଲା ।

ସବୁ ସେହି ପଥରକୁ ଦେଖିଲେ ତ ଆଶ୍ଚର୍ଯ୍ୟ ହୋଇଗଲେ, ସଂନ୍ଧ୍ୟା ହେବା କାରଣରୁ ସବୁ ନିଜ ନିଜ ଘରକୁ ଚାଲିଗଲେ ତାପରେ ରାତିରେ ଜଣେ ବ୍ୟକ୍ତିକୁ ସ୍ୱପ୍ନରେ ଶନିଦେବ ଆସିଲେ ଓ କହିଲେ ମୁଁ ଶନିଦେବ ଅଟେ, ଯେଉଁ ପଥର ମିଳିଛି, ସେଥିରେ ନିଜ ଗାଁକୁ ଆଣିକରି ସ୍ଥାପନା କର, ସକାଳୁ ଏହା ଶୁଣିକରି ସମସ୍ତଙ୍କୁ ସେ କହିଦେଲା,  ତେବେ ଗାଁ ଲୋକେ ସେହି ପଥରକୁ ଏକ ବଡ ପଡିଆରେ ସୁର୍ଯ୍ୟଙ୍କ କିରଣ ତଳେ ସ୍ଥାପନ କରିଦେଲେ, ତେବେ ସେ ଜାଗାରେ ଶନିଦେବଙ୍କ ପୁଜା ଓ ତେଲ ଅଭିଷେକ କରିବାର ପରମ୍ପରା ଚାଲିଆସୁଛି, ଏଠାକୁ ଆସୁଥିବା ଲୋକ କେଶରିଆ ରଙ୍ଗର ଲୁଗା ପରିଧାନ କରି ଆସନ୍ତି। ଏହି ଗାଁରେ ଲୋକେ ବର୍ଷବର୍ଷ ଧରି ଚୋରି ହେବାର ଭୟର ବିନା ରୁହନ୍ତି, ଏଥିପାଇଁ ଘରେ ତାଲା ଲଗାଯାଏ ନାହିଁ , ଏଠାରେ ଦୋକାନରେ ବି ତାଲା ଲଗାଯାଏ ନାହିଁ , କି ସଟର୍ ଲାଗେ ନାହିଁ , ଦୋକାନୀ ବିନା ଚିନ୍ତାରେ କାରୋବାର କରନ୍ତି ।

ଗାଁ ଲୋକଙ୍କର ଏମିତି ମାନିବା କଥାକ୍ ଇ ଯିଏ ବି ଚୋରି କରିବ ତାଙ୍କୁ ଶନିଦେବତାଙ୍କ ଦଣ୍ତ ଭୋଗିବାକୁ ପଡିବ, ଶନି ସିଗନାପୁରରେ ଥିବା ପୋଲିସ୍ ଥାନାରେ ବି ଲକ୍ ଅଫ୍ ରେ ବିନା ତାଲାରେ ଅଛି । ଶନି ସିଗନାପୁର ପୋଲିସ୍ ଥାନାର ପିଏସ୍ ମଣ୍ତଳଙ୍କ ମୁତାବିକ ଶନି ସିଗନାପୁର୍ ଥାନାରେ ଲକ୍ ଅଫ୍ ଅଛି ଯେଉଁଥିରେ ବଦମାସ୍ କିମ୍ବା ସଂଙ୍ଗୀନ ଅପରାଧୀଙ୍କୁ ରକ୍ଷାଯାଏ , କିନ୍ତୁ ସେହି ଲକ ଅଫ୍ ରେ କୌଣସି ତାଲା ନାହିଁ । ସୁରକ୍ଷାପାଇଁ କବାଟରେ ଏକ ଲୁହାର ପଟି ଯୋଡାଯାଇଛି , ଯେଉଁଥିରେ ଗୋଟେ ନଟ୍ ବୋଲଟ୍ ରୁ ବନ୍ଦ କରାଯାଏ , ଯେବେ ପୋଲିସ୍ ଥାନାର ନିର୍ମାଣ ହେଲା ତେବେ ଠାରୁ ଆଜି ପର୍ଯ୍ୟନ୍ତ କିଛି ବି କେସ୍ ରେଜିଷ୍ଟର ହୋଇନାହୀଁ ।

ଶନିଦେବଙ୍କ ପ୍ରତିମାରେ ତେଲ ଚଢାଇବା ପୁର୍ବରୁ ତେଲରେ ନିଜ ଚେହେରା ନିଶ୍ଚିତ ଦେଖନ୍ତୁ  ଏମିତି କରିଲେ ଶନିଙ୍କ ଦୋଷରୁ ମୁକ୍ତି ମିଳିଥାଏ, ଧନ ସଂବନ୍ଧୀ କାର୍ଯ୍ୟରୁ ଆସୁଥିବା ପ୍ରତିବନ୍ଧକ ଦୁର ହୋଈଯାଏ, ସୁଖ ସମୃଦ୍ଧି ରହିଥାଏ ।ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଆମର ଶରୀରରେ ସବୁ ଅଙ୍ଗରେ ଅଲଗା ଅଲଗା ଗ୍ରହର ବାସ ହୋଇଥାଏ ,ମାନେ ଅଲଗା ଅଲଗା ଅଙ୍ଗର କାରକ ଗ୍ରହ ଅଲଗା ଅଲଗା ହୋଇଥାଏ, ଶନିଦେବ ତ୍ୱଚା,ଦାନ୍ତ, କାନ ହାଡ ଓ ଆଣ୍ଠୁର କାରକ ଗ୍ରହ ଅଟନ୍ତି ଯଦି କୁଣ୍ତଳିରେ ଶନି ଅଶୁଭ ଅଛନ୍ତି ତେବେ ଏହି ଅଙ୍ଗର ସଂବନ୍ଧିତ ଅସୁବିଧା ହୋଇପାରନ୍ତି, ଏହି ଅଙ୍ଗରେ ବିଶେଷ ଦେଖାଶୁଣା କରିବା ପାଇଁ ସବୁ ଶନିବାର ତେଲ ମାଲିସ୍ କରିବା ଉଚିତ୍ ।

ମହାରାଷ୍ଟ୍ରର ପ୍ରମୁଖ ସହର, ପୁଣେ, ମୁମ୍ବାଇ, ନାସିକ୍ , ଆଦି ସହର ପର୍ଯ୍ୟନ୍ତ ଏଠାରେ ବସର ସୁବିଧା ଅଛି, ଶନି ସିଗନାପୁର ଗାଁର ପାଖରେ ରେଲୱେ ଷ୍ଟେସନ ରାହୁରି, ଅହମଦନଗର, ଶ୍ରୀରାମପୁର, ଶିରିଡି ରେଲୱେ ଷ୍ଟେସନ ଅଛି, ଯାହା ଦେଶର ଅନ୍ୟ ରେଲ ଲାଇନ୍ ରୁ ଭଲ ଭାବରେ ସଂଯୋଗ ଅଛି, ଏଠାରେ ପାଖରେ ଏକ ହବାଇ ଅଡ୍ଡା ଅଛି, ଯେଉଁଠି ପ୍ରାୟ ୯୦ କିମି ଦୁରରେ ଅଛି, ତେବେ ଆପଣ ଆଗାମୀ ଥର ମହାରାଷ୍ଟ୍ର ଯାତ୍ରା ଏହି ଅନୋଖା ଗାଁର ଯାତ୍ରା ଯୋଜନା କରିବା ଭୁଲନ୍ତୁ ନାହୀଁ ।

Leave a Reply

Your email address will not be published. Required fields are marked *