October 17, 2024

Odia Express

Here, There and Everywhere

କଣ ପାଇଁ ହୋଇଥାଏ ଛୁଆମାନଙ୍କର ମୁଣ୍ତନ , କାରଣ ଜାଣିଲେ ଆପଣ ହୋଇଯିବେ ଚକିତ – ସମସ୍ତେ ଜାଣିରଖନ୍ତୁ ଏହି ଆଶ୍ଚର୍ଯ୍ୟକାରୀ କଥା

1 min read

ଭାରତୀୟ ପରମ୍ପରାରେ ଛୁଆଙ୍କ ମୁଣ୍ତନ ବହୁତ ବିଶେଷ ମହତ୍ତ୍ୱ ହୋଇଥାଏ , ହିନ୍ଦୁ ଧର୍ମରେ ୧୬ ପ୍ରକାରର ସଂସ୍କାର ହୋଇଥାଏ, ଯେଉଁଥିରେ ମୁଣ୍ତନ ସଂସ୍କାର ଅଷ୍ଟମ ଅଟେ । ଏହି ସଂସ୍କାରର ସମୟରେ ଛୁଆଙ୍କ ମୁଣ୍ତନ କରାଯାଏ , ମାନେ ତାହାର ଜନ୍ମ ହେବା ପରେ ପ୍ରଥମଥର ମୁଣ୍ତର ବାଳକୁ ବାହାର କରାଯାଏ ।ମୁଣ୍ତନ ସଂସ୍କାରକୁ ଚୁଡାକର୍ମ ସଂସ୍କାର୍ ବି କୁହାଯାଏ,  ଏହା ପୁର୍ବରୁ ସପ୍ତମ ସଂସ୍କାର ଅନ୍ନପ୍ରସାନ ହୋଇଥାଏ , ଯେଉଁଥିରେ ଛୁଆକୁ ପ୍ରଥମଥର ଅନ୍ନ କୁ ଖୁଆଯାଏ । ଆଜି ଆମେ ଛୁଆଙ୍କ ମୁଣ୍ତନ ସହ ଯୋଡି ହୋଇଥିବା କିଛି ମହତ୍ତ୍ୱପୁର୍ଣ୍ଣ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଜାଣିକରି ଆପଣଙ୍କୁ ବି ଜଣାପଡିଯିବ କି ଛୁଆଙ୍କ ମୁଣ୍ତନ କଣ ପାଇଁ ଜରୁରୀ ହୋଇଥାଏ, ଲୋକେ ରୀତିନୀତି ଅନୁସାରେ ଜନ୍ମ ଓ ମୃତ୍ୟୁର ସମୟରେ ଏହି ସଂସ୍କାରକୁ କରିଥାନ୍ତି ,ମୁଣ୍ତନ କରିବାର ପରମ୍ପରା ବହୁତ ଦିନରୁ ଚାଲି ଆସୁଛି, ମୁଣ୍ତନ କରିବାର ମାନ୍ୟତା- ନବଜାତ ଛୁଆଙ୍କ ମୁଣ୍ତନ ଧାର୍ମିକ କାର୍ଯ୍ୟର କାରଣରୁ କରାଯାଏ , ଯେବେ ଶିଶୁ ଜନ୍ମ ନେଇଥାଏ , ତେବେ ତାର ମୁଣ୍ତ ଉପରେ ଗର୍ଭର ସମୟରେ କିଛି ବାଳ ମିଳିଥାଏ, ଯାହା ଅଶୁଭ ମାନାଯାଏ , ହିନ୍ଦୁ ଧର୍ମ ଅନୁସାରେ ମାନବ ଜୀବନ ୮୪ ଲକ୍ଷ ଯୋନୀର ପରେ ମିଳିଥାଏ

ଗତ ସବୁ ଜନ୍ମରୁ ରୁଣ ଉତାରିବା ଓ ପାପ କର୍ମରୁ ମୁକ୍ତି ପାଇବା ଉଦ୍ଧେଶ୍ୟରେ ତାହାର ଜନ୍ମକାଳୀନ କେଶ କଟାଯାଏ , ଓ ଏମିତି ନ କରିଲେ ଦୋଷ ଲାଗିଥାଏ । ଧାର୍ମିକ ମାନ୍ୟତା ଅନୁସାରେ ଏହାର ବୈଜ୍ଞାନିକ କାରଣ ବୋଲି ଜଣାଯାଏ , ପୌରାଣିକ ମାନ୍ୟତା ଅନୁସାରେ ଶିଶୁଙ୍କ ମସ୍ତିସ୍କ କୁ ମଜବୁତ୍ କରିବା ଓ ବୁଦ୍ଧି ବଢାଇବା ଓ ଗର୍ଭାବସ୍ଥାରେ ଅଶୁଦ୍ଧିକୁ ଦୁର କରିବା ମାନବତାବାଦୀ ଆଦର୍ଶକୁ ପ୍ରତିସ୍ଥାପିତ କରିବା ପାଇଁ ମୁଣ୍ତନ ସଂସ୍କାର କରାଯାଏ , ମୁଣ୍ତନ ପରେ କେଉଁଠି ନା କେଉଁଠି ଶିଖା ଛାଡିବାର ବି ପ୍ରୟୋଜନ ଅଛି, ଯାହାର ପଛରେ ମାନ୍ୟତା ଏହା କି ଏଥିରେ ଦିମାଗର ରକ୍ଷା ହୋଇଥାଏ, ତାହା ସହ ରାହୁ ଗ୍ରହକୁ ଶାନ୍ତି ମିଳିଥାଏ, ଯାହାର ଫଳ ସ୍ୱରୁପ ମୁଣ୍ତ ଥଣ୍ତା ରୁହେ । ଏମିତିରେ ମୁଣ୍ତନ ନିଜ ନିଜ ମାନ୍ୟତାର ଅନୁସାରେ କରିବା ଉଚିତ୍ , କିନ୍ତୁ ସାଧାରଣତଃ ଜନ୍ମର ପରେ ପ୍ରଥମବର୍ଷ ଅନ୍ତରେ କିମ୍ବା ତୃତୀୟ, ପଞ୍ଚମ, ସପ୍ତମବର୍ଷର ସମାପ୍ତିରେ ପ୍ରଥମେ ମୁଣ୍ତନ ସଂସ୍କାର କରିବା ପ୍ରଚଳିତ୍ ଅଛି ।

ହିନ୍ଦୁ ଧର୍ମର ଅନୁସାରେ ସଠିକ୍ ମୁହୁର୍ତ୍ତ ଦେଖିକରି ମୁଣ୍ତନ ସଂସ୍କାର କରାଯାଏ, ସାଧାରଣତଃ ଏହାକୁ କେଉଁ ଧାର୍ମିକ ତୀର୍ଥ ସ୍ଥଳରେ କରାଇବା ଉଚିତ୍ , ଧାର୍ମିକ ତୀର୍ଥ ସ୍ଥଳରେ ମୁଣ୍ତନ୍ କରିଲେ ଛୁଆକୁ ଧାର୍ମିକ ସ୍ଥଳର ବାତାବାରଣ ଲାଭ ମିଲିବ , ଏହାର ଶୁଭ ମୁହୁର୍ତ୍ତ ଲୋକେ ଛୁଆର ଜନ୍ମ ଓ ସମୟ ଆଧାରରେ ପଣ୍ତିତ ଠାରୁ ବାହାର୍ କରନ୍ତି ।

ମୁଣ୍ତନ ସଂସ୍କାର ସମୟରେ ଛୁଆର ମା ନିଜ କୋଳରେ ବସାଏ , ଓ ତାହାର ମୁଣ୍ତ୍ ପଶ୍ଚିମ ଦିଗ ଆଡକୁ ଅଗ୍ନି ତରଫକୁ ରଖିଥାଏ,  ଏହି ସମୟରେ ବ୍ରାହ୍ମଣ ହୋମ କରିଥାଏ,  ଏହାର ପରେ ଭଣ୍ତାରୀ ଖୁର  ସାହାଯ୍ୟରେ ଛୁଆର ମୁଣ୍ତନ କରନ୍ତି । କିଛି ପରିବାରଙ୍କ ଆରମ୍ଭରୁ ବାଳ ପଣ୍ତିତରୁ କଟାଯାଏ । ଏହାପରେ ଗଙ୍ଗାଜଳରୁ ଛୁଆର ମୂଣ୍ତକୁ ଧୁଆଯାଏ , ତାପରେ ଛୁଆର ମୁଣ୍ତରେ ହଳଦୀ ଓ ଚନ୍ଦନର ପେଷ୍ଟ ଲଗାଯାଏ , ଯଦି ଛୁଆର ମୁଣ୍ତରେ କେଉଁ ପ୍ରକାରର ଖୁର ବାଜିକରି ଖଣ୍ତିଆ ହୋଇଯାଏ ତେବେ ଏହି ପେଷ୍ଟ ଦ୍ୱାରା ଜଲଦି ଠିକ୍ ହେବାରେ ସାହାଯ୍ୟ ମିଳେ । ଏହାପରେ ଛୁଆର୍ ବାଳକୁ କେଉଁ ଭଗବାନଙ୍କ ମୁର୍ତ୍ତି ଆଗରେ ସମର୍ପଣ୍ କରାଯାଏ, କିମ୍ବା ନଦୀରେ ପ୍ରବାହିତ କରିଦିଆଯାଏ , କିଛି ପରମ୍ପରାରେ ମୁଣ୍ତନ ସମୟରେ ଟିକିଏ ବାଳକୁ ଛାଡିଦିଆଯାଏ , କୁହାଯାଏ କି ଏହି ଚୁଳ ମସ୍ତିଷ୍କକୁ ସୁରକ୍ଷାଦେଇଥାଏ ।

ମୁଣ୍ତନ କରିବାର ଲାଭ-

୧) ସଫା ପାଇଁ –କୁହନ୍ତି କି ଛୁଆ ମାର ଗର୍ଭରେ ଯେବେ ହୋଇଥାଏ , ତେବେ ତାର ମୁଣ୍ତରେ କିଛି ବାଳ ହୋଇଥାଏ , ଯେଉଁଥିରେ କିଛି କିଟାଣୁ କିମ୍ବା ବ୍ୟାକ୍ଟେରିଆ ଲାଗିଥାନ୍ତି, ଏହି ବ୍ୟାକ୍ଟେରିଆ ସାଧାରଣ ତରିକାରେ ଧୋଇଲେ ବାହାରନ୍ତି ନାହିଁ ଏଥିପାଇଁ ଜନ୍ମପରେ ଥରେ ଛୁଆକୁ ମୁଣ୍ତନ କରିବା ଉଚିତ୍ ।

୨) ଭଲ କେଶ ପାଇଁ – ମୁଣ୍ତନ କରିବାପରେ ମୁଣ୍ତକୁ ବିଲକୁଲ୍ ଖୋଲା ଛାଡିଦିଆଯାଏ , ଯେଉଁଥିରେ ଛୁଆର ମୁଣ୍ତ ଓ ଶରୀରରେ ଭିଟାମିନ୍ ଡି ମାନେ ଖରା ଓ କିରଣରୁ ସିଧା ପଡିଥାଏ,  ଏଥିରେ କୋଷିକା ଜାଗୃତ୍ ହୁଅନ୍ତି, ଓ ଶିରାରେ ରକ୍ତର ପରିସଂରଚନ ଭଲରେ ହୋଇଥାଏ,  ଏଥିରେ ତାଙ୍କ ଭବିଷ୍ୟତରେ ଆସୁଥିବା ବାଳ ବି ଭଲ ହୋଇଯାଏ ।

୩) ବୁଦ୍ଧି ପାଇଁ –ମୁଣ୍ତନ କରିବାପରେ ମୁଣ୍ତ ପୁରା ଖୋଲା ଖୋଲା ହୋଈଯାଏ , ଏହାକୁ କରିବା ସମୟରେ ଶିରା ଉପରେ ପ୍ରେସର୍ ପଡେ , ଯାହାଦ୍ୱାରା ରକ୍ତର୍ ପ୍ରବାହ ଭଲରେ ହୋଇଥାଏ , ଯାହାଦିମାଗର ବିକାଶ ପାଇଁ ବହୁତ ମହତ୍ତ୍ୱପୁର୍ଣ୍ନ ହୋଇଥାଏ,

୪) ସ୍ୱାସ୍ଥ୍ୟର ନଜରିଆରେ- ମୁଣ୍ତନ କରିବାପରେ ଛୁଆର ଶରୀର ତାପମାନ ସାମାନ୍ୟ ହୋଇଯାଏ , ଯେଉଁଥିରେ ତାର ଦିମାଗ ଓ ଶରୀର ଥଣ୍ତା ହୋଇଯାଏ , ଏହା ସହ ସ୍ୱାସ୍ଥ୍ୟ ସଂବନ୍ଧୀ ଅନ୍ୟ ଅସୁବିଧା ଯେପରି ଝାଡା,ଚିକେନ୍ ପକ୍ସ ଆଦିରୁ ମୁକ୍ତି ମିଳେ ।

୫) ଦାନ୍ତ – ଯେବେ ମୁଣ୍ତନ କରାଯାଏ ତେବେ ଛୁଆଙ୍କ ଦାନ୍ତ ବାହାରିବା ଆରମ୍ଭ ହୋଇଯାଏ । ଏହି କାରଣରୁତାଙ୍କୁ ଭାରିପଣ ଅନୁଭବହୁଏ , ମୁଣ୍ତରୁ ବାଳ ବାହାରିଯିବା କାରଣରୁ ତାଙ୍କୁ ଆରାମ ଲାଗେ, ଏହା ବି ମାନାଯାଏ କି ମୁଣ୍ତନ କରିବା ସମୟରେ ଦାନ୍ତ ବାହାରିବା ସମୟରେ ହେଉଥିବା ପୀଡା ଓ ତାଳୁ ଧରିବା ବନ୍ଧ ହୋଇଯାଏ ।

ଏହି କଥାକୁ ଧ୍ୟାନ ରଖିବେ-

ଛୁଆ ଯେବେ ଶାନ୍ତ ଥିବେ ତେବେ ମୁଣ୍ତରୁ ବାଳ ମୁଣ୍ତନ କରନ୍ତୁ, ନହେଲେ କଟିଯିବାର ଭୟ ରହିଥାଏ ।

ମୁଣ୍ତନ କରୁଥିବା ସମୟରେ ଆପଣଙ୍କ ଛୁଆଙ୍କ ପେଟ ଭଲ ଭାବରେ ଭରିରହିଥିବା ଜରୁରୀ, ଯଦି ସେ ଭୋକିଲା ଥିବ ହୋଇପାରେ କି ମୁଣ୍ତନ ସମୟରେ ଚିଲ୍ଲାଇବା ଓ ହାତ ଗୋଡ ଚଳାଇବା ଆରମ୍ଭ କରିଦେବ, ଏମିତିରେ ଖୁର ବାଜିଲେ ସେ ଆଘାତ ପାଇପାରେ ।

ଯେଉଁ ବ୍ଲେଡ୍ କିମ୍ବା ରେଜରର ବ୍ୟବହାର କରିବାର ଥିବ ତାକୁ ଭଲରେ ଡେଟଲ୍ ଦ୍ୱାରା ସଫା କରିବା ଉଚିତ୍ ।

ମୁଣ୍ତନ ପରେ ଛୁଆର ମୁଣ୍ତକୁ ଭଲଭାବରେ ସଫା କରନ୍ତୁ, ଓ ସେଥିରୁ କିଛି ତେଲ ଲଗାଇଦିଅନ୍ତୁ ଯାହାଦ୍ୱାରା ଜଳାପୋଡା ନହେଉ । ମୁଣ୍ତନପରେ କମ୍ ସେ କମ୍ ଏକ ସପ୍ତାହ ଛୁଆର ମୁଣ୍ତରେ କେଉଁ ପ୍ରକାରର ଶ୍ୟାମ୍ପୁ ବ୍ୟବହାର କରନ୍ତୁ ନାହିଁ କାରଣ ଏହାଦ୍ୱାରା ତ୍ୱଚା ସୁସ୍କ ହୋଈଯିବ , ଓ ଛୁଆ ବି ଚିଡଚିଡା ଅନୁଭବ କରିବାକୁ ଲାଗିବ ।

କିଛିଦିନରେ ଛୁଆର ମୁଣ୍ତକୁ କ୍ଷୀର ମାଧ୍ୟମରେ ଧୁଅନ୍ତୁ, ଏଥିରେ ତାର ମୁଣ୍ତର ତ୍ୱଚା କୋମଳ ହେବ ଓ ବାଳ ବି ଭଲ ଆସିବାକୁ ଲାଗିବ

Leave a Reply

Your email address will not be published. Required fields are marked *