June 21, 2025

Odia Express

Here, There and Everywhere

ନା ଝଡିବ ନା ଭାଙ୍ଗିବ,ଏହି ଉପାୟ ଅବଲମ୍ବନ କରନ୍ତୁ ଦେଖିବେ ଆପଣଙ୍କ ବାଳ କିପରି ବଢୁଛି – ମାତ୍ର କିଛି ଦିନରେ ଫରକ ଦେଖିବେ ଆପଣ

1 min read

ସାଙ୍ଗମାନେ ରୋଷେଇ ଘର ଏକ ଏମିତି ଜାଗା ହୋଇଥାଏ ଯେଉଁଠାରେ ମହିଳା ମାନଙ୍କର ଅଧିକ ସମୟ ବିତିଥାଏ।ଏହି ରୋଷେଇ ଘରେ ଏମିତି ବହୁତ ଜିନିଷ ରହିଥାଏ ଯାହା ଆମର କାମରେ ଲାଗିଥାଏ।ଆଜି ମୁଁ ଆପଣ ମାନଙ୍କୁ କଳା ଓ ଘନ ବାଳ ପାଇଁ କିଛି ଘରୋଇ ଉପାୟ କହିବାକୁ ଯାଉଚି ଯାହା ଆପଣଙ୍କ ପାଇଁ ବହୁତ ଫାଇଦାମନ୍ଦ ହେବ।

୧- ଅଁଳାର ପ୍ରୟୋଗ:- ଅଁଳାରେ ବହୁତ ପ୍ରକାର ପୋଷାକ ତତ୍ତ୍ଵ ରହିଥାଏ ଯାହା ଚୁଟିକୁ ଶୀଘ୍ର ବଢ଼ାଇବାରେ ସାହାଯ୍ୟ କରିଥାଏ।ସୋରିଷ ତେଲରେ ଅଁଳାର ପାଉଡର ମିଶାଇ ଏହାକୁ ଅଳ୍ପ ଉଷୁମ କରିଦିଅନ୍ତୁ।ଏବେ ଏହି ମିଶ୍ରଣକୁ ବାଳରେ ଲଗାନ୍ତୁ।ଏହାର ନିୟମିତ ପ୍ରୟୋଗ କରିବା ଦ୍ୱାରା ଆପଣ ଜଲଦି କଳା ଓ ଘନ ବାଳ ପାଇପାରିବେ।

୨- ବାଦାମ:- ରାତିରେ ବାଦାମ ତେଲରେ ଚୁଟିକୁ ମାଲିସ କରନ୍ତୁ ଓ ସକାଳେ ବାଳକୁ ଶାମ୍ପୁ କରନ୍ତୁ।ଏହି ଉପାୟ ସପ୍ତାହକୁ ଦୁଇଥର କରିବା ଦ୍ଵାରା ଚୁଟି ଘନ ଓ କଳା ହୋଇଥାଏ।

୩- ଭଲ ଡାଏଟ:- ଯଦି ଆପଣ ନିଜ ବାଳ ଲମ୍ବା,କଳା ଓ ଚମକ ଦାର କରିବାକୁ ଚାହୁଁଛନ୍ତି ତ ନିଜ ଖାଦ୍ୟରେ ଏପରି ଜିନିଷ ସାମିଲ କରନ୍ତୁ ଯେଉଁଥିରେ ଆଇରନ,ଭିଟାମିନ ଡି,ଜିଙ୍କ ଆଦି ଅଧିକ ମାତ୍ରାରେ ରହିଥିବ।ଏହା ସହିତ ପାଣି ବି ଠିକ ଭାବେ ପିଇବା ଦରକାର।

୪- କେଷ୍ଟର ଅଏଲ:- କେଷ୍ଟର ଅଏଲକୁ ହାଲକା ଉଷୁମ କରି ତାକୁ ବାଳରେ ମାଲିସ କରନ୍ତୁ।ମାଲିସ କରିବାର ୧୫ ମିନିଟ ପର୍ଯ୍ୟନ୍ତ ବାଳରେ ଟାୱେଲ ଘୋଡ଼ାଇ ରଖନ୍ତୁ।ଏହି ଉପାୟ ସପ୍ତାହରେ ଦୁଇଥର କରନ୍ତୁ।

୫- ଆଲୋଭେରା ଓ ମହୁ:- ଆଲୋଭେରା ଓ ମହୁ ଚୁଟି ପାଇଁ ବରଦାନ ସଦୃଶ ହୋଇଥାଏ।ଆଲୋଭେରାରେ ଭିଟାମିନ ଆଦି ବହୁତ ପୋଷାକ ତତ୍ଵ ରହିଥାଏ।ଆଲୋଭେରା ଜେଲ ଓ ମହୁ ମିଶାଇ କରି ବାଳରେ ମାଲିସ କରିବା ଦ୍ଵାରା ବାଳ ମଜବୁତ ଓ ଘନ ହୋଇଥାଏ।

୬- ପିଆଜ ରସ:- ପିଆଜକୁ ଖଣ୍ଡଖଣ୍ଡ କରି କାଟିବା ପରେ ତାହାର ରସ ବାହାର କରିଦିଅନ୍ତୁ।ଏବେ ଏହି ରସକୁ ନିଜ ଚୁଟିରେ ଲଗାନ୍ତୁ।ଏହାକୁ ୧୫ ମିନିଟ ପର୍ଯ୍ୟନ୍ତ ବାଳରେ ରହିବାକୁ ଦିଅନ୍ତୁ ଓ ଏହାପରେ ସମ୍ପୁ କରିଦେବେ। ପିଆଜରେ ସଲ୍ଫର ଅଧିକ ରହିଥାଏ ଯାହା ଚୁଟିକୁ ଘନ ଓ କଳା କରିଥାଏ।

୭- ଅଣ୍ଡା:- ଅଣ୍ଡା ମହୁ ଓ ଜୈତୁନ ତେଲର ଏକ ମିଶ୍ରଣ ତିଆରି କରି ଏହାକୁ ଚୁଟିରେ ଲଗାନ୍ତୁ।କୋଡ଼ିଏ ମିନିଟ ପରେ ବାଳକୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ।ସପ୍ତାହରେ ନିହାତି ଦୁଇଥର ଏହି ଉପାୟ ପ୍ରୟୋଗ କରନ୍ତୁ।

୮- ଭୃଷଙ୍ଗ ପତ୍ର:- କିଛି ଭୃଷଙ୍ଗ ପତ୍ରକୁ ନଡ଼ିଆ ତେଲରେ ଗରମ କରନ୍ତୁ।ଏବେ ଏହି ତେଲକୁ ଛାଣିକରି ଥଣ୍ଡା କରନ୍ତୁ।ଏହି ତେଲରେ ଚୁଟି ମୂଳରେ ମାଲିସ କରନ୍ତୁ।ଏହା ଚୁଟିକୁ ଲମ୍ବା ଓ ଘନ କରିଥାଏ।

Leave a Reply

Your email address will not be published. Required fields are marked *