June 9, 2025

Odia Express

Here, There and Everywhere

ଚୁଟି ଲମ୍ବା ଏବଂ ଘନ କରିବାର ଘରୋଇ ଉପଚାର – ଏହି ଉପାୟ ଗୁଡିକ କରିଲେ ଆପଣଙ୍କ ଚନ୍ଦା ମୁଣ୍ଡରେ ମଧ୍ୟ ଚୁଟି ଉଠିବା ଆରମ୍ଭ କରିବା..

1 min read

ସାଙ୍ଗମାନେ ଏହି ଆର୍ଟିକିଲରେ ଆମେ ଜାଣିବା ଆପଣ ଯଦି ଆପଣ ଚୁଟିକୁ ଲମ୍ବା ଏବଂ ଘନ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏଥିପାଇଁ କଣ କରିବା ଉଚିତ?ପ୍ରତ୍ୟେକ ମହିଳାଙ୍କର ଇଚ୍ଛା ଥାଏ ଘନ ଏବଂ ଲମ୍ବା ଚୁଟି।ଏହାଦ୍ୱାରା ମହିଳାଙ୍କ ସୁନ୍ଦରତାରେ ବିଶେଷ ପ୍ରଭାବ ପଡିଥାଏ।ଏବଂ ଏହାଦ୍ୱାରା ତାଙ୍କର ଆତ୍ମବିଶ୍ୱାସ ମଧ୍ୟ ବଢ଼ିଥାଏ।ଆଜି କାଲିର ବ୍ୟସ୍ତ ଜୀବନରେ ଏବଂ ପ୍ରଦୂଷଣର କାରଣରୁ ଚୁଟି ଝଡ଼ିବାର ସମସ୍ୟା ବହୁତ ସାଧାରଣ ହୋଇଗଲାଣି।କିଛି ଲୋକ ଚୁଟି ଝଡ଼ିବାର ସମସ୍ୟା ଠାରୁ ବଞ୍ଚିବା ପାଇଁ ଚିକିତ୍ସକଙ୍କ ପାଖକୁ ମଧ୍ୟ ଯାଇଥାନ୍ତି।

କିନ୍ତୁ ଚିକିତ୍ସକଙ୍କ ପରାମର୍ଶ ବ୍ୟତୀତ ଆପଣ ଘରୋଇ ଉପାୟ ଦ୍ୱାରା ମଧ୍ୟ ନିଜ ଚୁଟିର ଯତ୍ନ ନେଇପାରିବେ।ଚୁଟିକୁ ଲମ୍ବା କରିବା ଏତେ ସହଜ ନୁହେଁ ତେଣୁ ଆମେ ଏପରି ଘରୋଇ ଉପାୟ ଆପଣଙ୍କୁ ଜଣାଇବୁ ଯାହାଦ୍ୱାରା ଆପଣ ନିଜ ଚୁଟିକୁ ଘନ ଏବଂ ଲମ୍ବା କରିପାରିବେ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ।

ପ୍ରଥମ ହେଉଛି ବାଦାମ ତେଲ:- ବାଦାମ ତେଲ ଚୁଟିର ତ୍ୱଚାରେ ନମି ବନାଇ ରଖିଥାଏ।ଏବଂ ଚୁଟିକୁ ମଜବୁତ କରିବା ସହିତ ଚୁଟିକୁ ଚମକଦାର କରିଥାଏ।ଏହା ଚୁଟିକୁ ପୋଷଣ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଚୁଟି ବଢ଼ିବାରେ ସାହାଯ୍ୟ କରିଥାଏ।ଏଥିପାଇଁ ଆପଣ ରାତିରେ ଶୋଇବା ଆଗରୁ ବାଦାମ ତେଲରେ ମାଲିସ କରନ୍ତୁ।

ଦ୍ୱିତୀୟରେ ହେଉଛି ଗ୍ରୀନ ଟି।ଏହା ମଧ୍ୟ ଆଣ୍ଟି ଅକ୍ସୀଡାଣ୍ଟର ଭଲ ସ୍ରୋତ ଅଟେ ଯଦି ଆପଣ ଚାହଁନ୍ତି ଆପଣଙ୍କ ଚୁଟି ସବୁ ବେଳେ କଳା ଏବଂ ଚମକଦାର ବନି ରୁହେ ତେବେ ଗ୍ରୀନ ଟିର ବ୍ୟବହାର କରନ୍ତୁ।

ତୃତୀୟରେ ନଡ଼ିଆ ତେଲ ଏବଂ ଭିଟାମିନ E।ଚୁଟି ବଢାଇବାପାଇଁ ନଡ଼ିଆ ତେଲ ଏବଂ ଭିଟାମିନ E ବହୁତ ଲାଭଦାୟୀ ହୋଇଥାଏ।ଏଥିପାଇଁ ଏକ ପାତ୍ରରେ ତିନିରୁ ଚାରି ଚାମଚ ନଡ଼ିଆ ତେଲ ପକାନ୍ତୁ ଏବଂ ସେଥିରେ ଏକ ଭିଟାମିନ Eର କ୍ୟାପସୁଲ ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ।ତାହାକୁ ଆଙ୍ଗୁଳି ସାହାଯ୍ୟରେ ଚୁଟିରେ ଭଲ ଭାବରେ ମାଲିସ କରନ୍ତୁ।ଏହାପରେ ଏକ ଘଣ୍ଟା ପରେ ସାମ୍ପୁ ଦ୍ୱାରା ଚୁଟିକୁ ଭଲ ଭାବରେ ଧୋଇଦିଅନ୍ତୁ।

ଚତୁର୍ଥରେ ଆରନଦୀର ତେଲ।ଏହା ଚୁଟିକୁ କଳା,ଲମ୍ବା ଏବଂ ଘନ କରିବାରେ ସାହାଯ୍ୟ କରିଥାଏ।ଏହା ପ୍ରାକୃତିକ ରୂପରେ ଚୁଟିକୁ ବଢାଇଥାଏ।ଏହାକୁ ଆପଣ ଚୁଟିର ଜଡରେ ଲଗାଇ ୩୫ରୁ ୪୦ ମିନିଟ ଛାଡି ଦିଅନ୍ତୁ ଏହାପରେ ଚୁଟିକୁ ସାମ୍ପୁ କରିଦିଅନ୍ତୁ।

ପଞ୍ଚମରେ ମେଥିର ମଞ୍ଜି।ଚୁଟିର ଝଡ଼ିବା ସମ୍ପୂର୍ଣ୍ଣ ଭାବରେ ରୋକିବାପାଇଁ ମେଥିର ମଞ୍ଜି ବହୁତ ଲାଭ ଦାୟୀ ହୋଇଥାଏ।ଏଥିପାଇଁ ଆପଣ ମେଥିର ମଞ୍ଜିକୁ ପାଣିରେ ରାତି ଭର ଭିଜାଇ ରଖିଦିଅନ୍ତୁ।ପର ଦିନ ସକାଳେ ଏହାର ପେଷ୍ଟ ତିଆରି କରନ୍ତୁ।ଏହାପରେ ଚୁଟିରେ ଭଲ ଭାବରେ ଲଗାନ୍ତୁ।ପେଷ୍ଟକୁ ଏକ ଘଣ୍ଟାପାଇଁ ରହିବାକୁ ଦିଅନ୍ତୁ।ଯଦି ଆପଣ ଚାହିଁବେ ଥଣ୍ଡାପାଣିରେ ଧୋଇଦିଅନ୍ତୁ।ଏହି ଉପଚାର କରିବାଦ୍ୱାରା ଏକ ମାସ ମଧ୍ୟରେ ଆପଣଙ୍କ ଚୁଟି ଘନ ଏବଂ ଲମ୍ବା ହୋଇଥାଏ।

Leave a Reply

Your email address will not be published. Required fields are marked *