June 23, 2025

Odia Express

Here, There and Everywhere

ପୋଲିସଙ୍କର ପୋଷାକ ଦେଖି ତାଙ୍କ ପଦବୀ ଜାଣନ୍ତୁ – ମାତ୍ର ଗୋଟେ ମିନିଟ ରେ ଆପଣଙ୍କ ଏହି ଜାଗାରୁ ଜାଣିପାରିବେ ପୋଲିସ ଙ୍କ ପଦବୀ ବିଷୟରେ..

ଆମେ ଆମ ଦୈନିନ୍ଦିନ ଜୀବନରେ ଅନେକ ପୋଲିସ କର୍ମଚାରୀଙ୍କୁ ଦେଖି ଥାଉ।ମାତ୍ର ସେମାନେ ସମାନ ପ୍ରକାରର ପୋଷାକ ପିନ୍ଧିଥାନ୍ତି କିନ୍ତୁ ସେମାନଙ୍କ ପୋଷାକରେ ବିଭିନ୍ନ ପ୍ରକାରର ବ୍ୟାଚ ଲିଗିଥାଏ ଯାହା ସେମାନଙ୍କ ପଦବୀ,ସେମାନଙ୍କ କ୍ଷମତାକୁ ଦର୍ଶାଇ ଥାଏ।ସେମାନଙ୍କ ପଦବୀ ଅନୁସାରେ ସେମାନଙ୍କୁ ଅଲଗା ଅଲଗା ସୁବିଧା ଉପଲବ୍ଧ ହୋଇଥାଏ।ଲୋକମାନଙ୍କ ମନରେ ଅନେକ ଦ୍ଵନ୍ଦ ରହିଥାଏ କି କେଉଁ ପୋଲିସ ଅଧିକ କ୍ଷମତାଶାଳୀ।ସେମାନଙ୍କ ପୋଷାକ ପ୍ରାୟତଃ ସମାନ ହୋଇଥିବାରୁ ଏହା ସହଜରେ ଜଣା ପଡେ ନାହିଁ।

ଯେଉଁ ପୋଲିସ ମାନଙ୍କର ପୋଷାକରେ କୌଣସି ପ୍ରକାରର ବ୍ୟାଚ ନଥାଏ ସେମାନେ ହେଉଛନ୍ତି କନେଷ୍ଟବଳ,ଏହାପରେ ଆସିଥାନ୍ତି ସିନିଅର କନେଷ୍ଟବଳ ଯେଉଁମାନଙ୍କର ପୋଷାକରେ ଲାଲ ରଙ୍ଗର ବ୍ୟାଚ ଲାଗିଥାଏ।ଏହାପରେ ହେଉଛନ୍ତି ହେଡ କନେଷ୍ଟବଳ ଯେଉଁ ମାନଙ୍କର ପୋଷାକରେ ଲାଲ ଓ ହଳଦିଆ ଉଭୟ ରଙ୍ଗର ବ୍ୟାଚ ଲାଗିଥାଏ।ମାତ୍ର ମହାରାଷ୍ଟ୍ରର ପୋଲିସ ଲାଲ ରଙ୍ଗର ବ୍ୟାଚ ବ୍ୟବହାର କରନ୍ତି ନାହିଁ।ଏହାପରେ ସହାୟକ ଉପରକ୍ଷକ ଯାହାଙ୍କର ପୋଷାକରେ ଗୋଟେ ତାରା ଲାଗିଥାଏ।ଲାଲ ଓ ନୀଳ ରଙ୍ଗର ପଟି ଥିବା ବ୍ୟାଚ ମଧ୍ୟ ଥାଏ।

ଏହାପରେ ଉପ ନିରୀକ୍ଷକ ଯାହାଙ୍କର ପୋଷାକରେ ଦୁଇଟି ତାରା ଲାଗିଥାଏ ଓ ତାଙ୍କ କାନ୍ଧରେ ଲାଲ ଓ ନୀଳ ରଙ୍ଗର ପଟି ଥିବା ବ୍ୟାଚ ମଧ୍ୟ ଲାଗିଥାଏ।ଏହାପରେ ହେଉଛନ୍ତି ଆସିଷ୍ଟାଣ୍ଟ ଇନ୍ସପେକ୍ଟର ଯାହାଙ୍କର ପୋଷାକରେ ତିନୋଟି ତାରା ଥାଏ ମାତ୍ର ଏହି ପୋଷ୍ଟ କେବଳ ମହାରାଷ୍ଟ୍ରରେ ରହିଥାଏ।ଅନ୍ୟ କୌଣସି ରାଜ୍ୟରେ ଏହି ପୋଷ୍ଟ ଦେଖିବାକୁ ମିଳେନାହିଁ।ଏହାପରେ ଆସିଥାଏ ଇନ୍ସପେକ୍ଟର ପୋଷ୍ଟ।ଯାହାଙ୍କ ପୋଷାକରେ ତିନୋଟି ତାରା ସହିତ ଗୋଟେ ଲାଲ ଓ ନୀଳ ରଙ୍ଗର ପଟି ଥିବା ବ୍ୟାଚ ରହିଥାଏ।

ଇନ୍ସପେକ୍ଟର ଥାନାର ସବୁଠାରୁ ବଡ଼ ପୋଷ୍ଟ ହୋଇଥାଏ।ଏହାପରେ ଆସିଥାନ୍ତି ଡି ଏସ ପି।ଏମାନଙ୍କର ପୋଷାକରେ ତିନୋଟି ତାରା ଥିବା ବ୍ୟାଚ ଲାଗିଥାଏ।ଏମାନଙ୍କ ପୋଷାକରେ ଅନ୍ୟ କୌଣସି ନୀଳ ଅଥବା ନାଲି ରଙ୍ଗର ପଟି ନଥାଏ।ଏହାପରେ ହେଉଛନ୍ତି ଆଇ ପୀ ଏସ।ଏମାନଙ୍କର ପୋଷାକରେ ଗୋଟିଏ,କିମ୍ବା ଦୁଇଟି କିମ୍ବା ତିନୋଟି ତାରା ଲାଗିଥାଏ ଓ ଏହା ସହିତ ଆଇ ପି ଏସ ମଧ୍ୟ ଲେଖାଥାଏ।ଏହାପରେ ଆସିଥାନ୍ତି ଏସ ପି।ତାଙ୍କ ପୋଷାକରେ ଗୋଟେ ଅଶୋକ ସ୍ତମ୍ବ ସହିତ ଗୋଟେ ତାରା ଲାଗିଥାଏ।

ଏହାପରେ ଆସିଥାନ୍ତି ଏସ ଏସ ପି।ତାଙ୍କ ପୋଷାକରେ ଗୋଟିଏ ଅଶୋକ ସ୍ତମ୍ବ ସହିତ ଦୁଇଟି ତାରା ଲାଗିଥାଏ।ଏହାପରେ ଆସିଥାନ୍ତି ଡି ଆଇ ଜି।ତାଙ୍କ ପୋଷାକରେ ଗୋଟେ ଅଶୋକ ସ୍ତମ୍ବ ସହିତ ତିନୋଟି ତାରା ଲାଗିଥାଏ।ଏହାପରେ ଆସିଥାନ୍ତି ପୋଲିସ ମହାନିରିକ୍ଷକ ଯାହାଙ୍କ ପୋଷାକରେ ଗୋଟେ ଅଶୋକ ସ୍ତମ୍ବ ସହିତ ଖଣ୍ଡାର ଚିହ୍ନ ଲାଗିଥାଏ।ଏହାପରେ ଆସିଥାନ୍ତି ଏ ଡି ଜି ପି ତାଙ୍କ ପୋଷାକରେ ଗୋଟେ ଅଶୋକ ସ୍ତମ୍ବ ସହିତ ଦୁଇଟି ଖଣ୍ଡା ରହିଥାଏ।ଏହାପରେ ସର୍ବୋଚ୍ଚ ପୋଷ୍ଟ ଯାହା ହେଉଛି ଡି ଆଇ ବି ତାଙ୍କ ପୋଷାକରେ ଅଶୋକ ସ୍ତମ୍ବ ସହିତ ଖଣ୍ଡା ଓ ଗୋଟେ ତାରା ରହିଥାଏ।ଯାହା ପୋଲିସ ବିଭାଗର ସର୍ବୋଚ୍ଚ ପଦ।

Leave a Reply

Your email address will not be published. Required fields are marked *