October 21, 2024

Odia Express

Here, There and Everywhere

ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଦୂର କରିବାର ସର୍ବଶ୍ରେଷ୍ଠ ଉପାୟ – ଘରେ ବସି ବସି ଏହି ଉପାୟ ଆପଣ ଆପଣେଇପାରିବେ

ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କୁ ଏପରି ଉପାୟ କହିବି ଯାହା ଦ୍ଵାରା ଆପଣ ମାନଙ୍କ ଆଣ୍ଠୁ ଗଣ୍ଠିର ଯନ୍ତ୍ରଣା ଦୂର ହୋଇଯିବ ସବୁ ଦିନ ପାଇଁ।ଯଦି ଆପଣ ଏହି ଉପାୟକୁ ଆଉ କାହାକୁ କହୁଛନ୍ତି ତ ସେ ଆପଣଙ୍କୁ ଧନ୍ୟବାଦ ଦେବ।ବୟସ୍କ ବ୍ୟକ୍ତିମାନେ ଏହି ରୋଗରେ ବହୁତ ଅସୁବିଧା ଭୋଗ କରନ୍ତି,ଯେପରି ଥରେ ବସିଗଲେ ଆଉ ଉଠି ହୁଏନାହିଁ ଥରେ ଉଠିଗଲେ ଆଉ ବସି ହୁଏନାହିଁ ।ସେମାନଙ୍କ ପ୍ରତିଟି ଅଙ୍ଗରେ ଯନ୍ତ୍ରଣା ହୋଇଥାଏ।ଯେପରି ଆଣ୍ଠୁ ,ଗଣ୍ଠି ,ବେକ , କହୁଣି,ଜଙ୍ଘ,ଓ କିଛି ମାନଙ୍କର ତ ଆଙ୍ଗୁଠିରେ ବି ଯନ୍ତ୍ରଣା ହୋଇଥାଏ।ଆଜି ମୁଁ ଆପଣ ମାନଙ୍କୁ ଏହାଠାରୁ ମୁକ୍ତି ପାଇବା ପାଇଁ ଏକ ବଢିଆ ଉପାୟ କହିବି।

ସର୍ବ ପ୍ରଥମେ ଆପଣଙ୍କୁ ଏକ ଖାଲି ପାତ୍ରରେ ୨ଚାମଚ ସୋରିଷ ତେଲ ନେବାକୁ ପଡ଼ିବ କାରଣ ଏଥିରେ ବହୁତ କଷ୍ଟ ନିବାରଣ କରିବାର କ୍ଷମତା ଥାଏ ଓ ସୋରିଷ ତେଲରେ ପ୍ରଚୁର ଆୟର୍ବେଦିକ ଗୁଣ ରହିଥାଏ ଓ ଏହା ଭରସାଯୋଗ୍ୟ ଅଟେ,କିନ୍ତୁ ଧ୍ୟାନ ରଖିବେ ସୋରିଷ ତେଲ ଶୁଦ୍ଧ ହୋଇଥିବା ଆବଶ୍ୟକ।

ଦ୍ଵିତୀୟରେ ଆପଣଙ୍କୁ ସେହି ପାତ୍ରରେ ୨ଚାମଚ ମୁତାବକ ଅଦା ଗୁଣ୍ଡ ନେବାକୁ ପଡ଼ିବ କାରଣ ଅଦାରେ ବହୁତ ଗୁଣାତ୍ମକ ଜିନିଷ ରହିଥାଏ ଓ ଏହା ପୁରାତନ କାଳରୁ ବ୍ୟବହାର ହୋଇ ଆସୁଚି।ଅଦାରେ ବହୁତ୍ ଆୟର୍ବେଦିକ ଗୁଣ ରହିଥାଏ। ଆପଣ କଞ୍ଚା ଅଦାକୁ ଶୁଖାଇ କରି ତାକୁ ଗୁଣ୍ଡ ମଧ୍ୟ କରି ପାରିବେ ଓ ତାପରେ ଆପଣଙ୍କୁ ସେହି ପେଷ୍ଟକୁ ମିଶାଇବାକୁ ପଡ଼ିବ।

ଶେଷରେ ଆପଣଙ୍କୁ ଏହି ଲେପରେ କିଛି ଆଣ୍ଠୁ ଉପରେ ଭଲ ଭାବରେ ଶୁଖାଇ କରି ଏକ କପଡା ସହାୟତା ରେ ବାନ୍ଧି ଘୋଡାଇ ଦେବେ।ଏହି କପଡାକୁ ପରଦିନ ସକାଳେ ଖୋଲିବା ପରେ ଉଷୁମ ପାଣିରେ ଧୋଇ ଭଲ ଭାବରେ ଧୋଇଦେବେ ଓ ଦେଖିବେ ଆପଣଙ୍କ ଯନ୍ତ୍ରଣା କମିଯିବ,ଯଦି ଆପଣଙ୍କ ଯନ୍ତ୍ରଣା ଅଧିକ ହେଉଥାଏ ତ ଆପଣଙ୍କୁ ଏହାକୁ ୧୦ ଦିନ ଏହିପରି କରିବାକୁ ପଡ଼ିବ ତ ଦେଖିବେ ଆପଣଙ୍କ କଷ୍ଟ ପୁରା ଲାଘବ ହୋଇଯିବ।ଏହାକୁ ନିୟମିତ ଭାବେ କରିବା ଦ୍ୱାରା ଆପଣଙ୍କ ଆଣ୍ଠୁଗଣ୍ଠିରେ ଅଦ୍ଭୁତପୂର୍ବ ପରିବର୍ତ୍ତନ ଆସିବ।

ଅନ୍ୟ ଉପାୟଟି ହେଲା ଆପଣ ଗୋଟିଏ ଗ୍ଲାସ ଗରମ କ୍ଷୀରରେ ଏକ ଚାମଚ ହଳଦୀ ଓ ଏକ ଚାମଚ ଦେଶୀ ଗାଈଘିଅ ନେବେ। ପ୍ରଥମେ କ୍ଷୀରକୁ ଭଲଭାବରେ ଗରମ କରିଦେବେ ଓ ସେଥିରେ ହଳଦୀ ଓ ଗାଈଘିଅକୁ ମିଳାଇ ଦେବେ।ତା ପରେ ଏହାକୁ ଫେଣ ବାହାରିବା ଭଳି ଫେଣ୍ଟନ୍ତୁ ଓ ଏହାକୁ ଠିଆ ଠିଆ ପିଅନ୍ତୁ।ବସି କରି ପିଇବେ ନାହିଁ, ମୁଁ ଆଉ ଥରେ କହୁଚି ଠିଆ ହୋଇ କରି ହିଁ ପିଇବେ।ଏପରି କରିବା ଦ୍ବାରା ଆପଣଙ୍କ ସମସ୍ତ ଯନ୍ତ୍ରଣା କମିଯିବ।

Leave a Reply

Your email address will not be published. Required fields are marked *