December 27, 2024

Odia Express

Here, There and Everywhere

କଞ୍ଚା ଲଙ୍କାର ଔଷଧୀୟ ଗୁଣ – କଞ୍ଚା ଲଙ୍କାରେ ଏହି ରୋଗ ସବୁ ସହଜ ରେ ଭଲ ହେଇ ପାରିବ – ଏବେ ଜାଣିରଖନ୍ତୁ

1 min read

ବନ୍ଧୁମାନେ ଆଜି ଆମେ ଏଠାରେ କଞ୍ଚା ଲଙ୍କାରେ ଥିବା ଔଷଧୀୟ ଗୁଣ ଗୁଡ଼ିକ ବିଷୟରେ ଜାଣିବା।ତେବେ ଆପଣ ଭାବିବେ କି ଆଉ ଏହି ବିଷୟରେ କଣ ପଢ଼ିବାର ଅଛି ଲଙ୍କାତ ଆମେ ରୋଷେଇରେ ବ୍ୟବହାର କରୁଛେ।ତେବେ ଏହା ଆପଣଙ୍କର ହିଁ କ୍ଷତି ହେବ।ଯଦି ଆପଣ ଏଠାରେ ୨ରୁ ୩ ମିନିଟ୍ ବ୍ୟୟ କରି ଏହି ବିଷୟରେ ପଢ଼ିବେ ତେବେ ଆପଣଙ୍କୁ ଏଠି କଞ୍ଚା ଲଙ୍କାର ବହୁତ୍ ଆୟୁର୍ବେଦିକ୍ ଔଷଧୀୟ ଗୁଣ ଜାଣିବାକୁ ପାଇବେ ଯାହା ଆପଣଙ୍କର ଜୀବନ ସାରା କାମରେ ଆସିବ।ଏହା ଦ୍ଵାରା ଆପଣଙ୍କୁ କେତେ ମହଙ୍ଗା ମହଙ୍ଗା ଔଷଧରୁ ମୁକ୍ତି ମିଳିବ।

ଏମିତିବି ଅନେକ ରୋଗ ଅଛି ଆପଣଙ୍କ ଉପଚାର କଷ୍ଟ ହେଇଥାଏ ଏବଂ ବହୁତ୍ ଦିନ ହେଲା ରୋଗଟି ଲାଗି ରହିଥାଏ।ଏହି ଭଳି ରୋଗରୁ ମଧ୍ୟ ଆପଣଙ୍କୁ ଅଳ୍ପ ଦିନରେ ମୁକ୍ତି ମିଳିବ ତାହା ବି ଆପଣଙ୍କ ରୋଷେଇ ଘରେ ମିଳୁଥିବା ସାଧାରଣ ମସଲାଗୁଡ଼ିକରୁ।କଞ୍ଚା ଲଙ୍କା ଉଭୟ ନାଲି ଏବଂ ସବୁଜ ରଙ୍ଗର ଲଙ୍କାଟି ଶରୀର ପାଇଁ ବହୁତ୍ ଉପକାରୀ ହେଇଥାଏ।ତେବେ ଏହାର ସବୁ ପ୍ରକାରର ଉପକାର ଜାଣିବା ପାଇଁ ସମ୍ପୂର୍ଣ୍ଣ ରୂପେ ପଢନ୍ତୁ।

ଯଦି ଆପଣଙ୍କୁ ଶ୍ୱାସଜନିତ କିଛି ରୋଗ ଅଛି ତେବେ ଆପଣ ଏହିଭଳି ଭାବରେ ଲଙ୍କାକୁ ଖାଆନ୍ତୁ।ବହୁତ୍ କମ୍ ମାତ୍ରାରେ କଞ୍ଚା ଲଙ୍କା ଖାଇଦେଲେ ଏହା ଶ୍ୱାସ ଜନିତ ରୋଗ ଗୁଡିକରୁ ମୁକ୍ତି ଦେଇଥାଏ।ଆପଣଙ୍କୁ କହି ରଖୁଛୁ ଅଳ୍ପ ନେବା ହିଁ ଭଲ ହେଇଥାଏ, ବହୁତ୍ ନେବା ଦ୍ଵାରା ଏହା କ୍ଷତିକାରକ ହେଇଥାଏ।ତେବେ କୁକୁର କାମୁଡ଼ିବାର ମଧ୍ୟ କଞ୍ଚା ଲଙ୍କା ଦ୍ଵାରା ଉପଚାର ହେଇଥାଏ।ଏହାର ପେଷ୍ଟକୁ କୁକୁର କାମୁଡିବା ଜାଗାରେ ବାନ୍ଧିଲେ ସେ ବିଷଗୁଡ଼ିକ ବାହାରିଯାଏ।

ଏହା ମଧୁମେହ ନିୟନ୍ତ୍ରଣରେ ରଖିବାରେ ମଧ୍ୟ କାମରେ ଆସିଥାଏ।ତେବେ ଆଜିର ଆଧୁନିକ ଜୀବନରେ ମଧୁମେହ ରୋଗ ତ ସମସ୍ତଙ୍କୁ ଗ୍ରାସ କରିଚାଲିଛି।ଆଜିର ଖାଇବା,ପିଇବା ଓ ଶୋଇବାରେ ଲାଗି ରହିଥିବା ଅନିୟମିତତା ଯୋଗୁ ଏହି ରୋଗରୁ ମୁକ୍ତି ପାଇବା ଅସମ୍ଭବ ହେଇ ଯାଇଛି।ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ଲଙ୍କା ମଞ୍ଜିର ତେଲ ନିଅନ୍ତୁ।ଏହି ତେଲ ବଜାରରେ ସହଜରେ ମିଳିଥାଏ।ଏହି ତେଲରୁ ମାତ୍ର ୧-୨ ବୁନ୍ଦା ନିଅନ୍ତୁ ଓ ଏହାକୁ ମିଶ୍ରି ସହ ମିଶାଇ ଲସି କରି ପିଅନ୍ତୁ।ଏହା ସହ ଆପଣ ଏଥିରୁ ଏକ ବୁନ୍ଦା ନେଇ ପାଣିରେ ଗୋଳାଇ ପିଇବା ଦ୍ଵାରା ମଧୁମହେ ଭଳି ରୋଗ କିଛି ଦିନରେ ହିଁ ଅଧିକରୁ ଅଧିକ ଏକ ମାସ ଭିତରେ ଛାଡି ଯାଇଥାଏ।ତେବେ ଯଦି ମଧୁମେହର ପରିମାଣ ବଢି ସାରିଛି ତେବେ ମିଶ୍ରିର ପ୍ରୟୋଗ କରନ୍ତୁ ନାହିଁ, କେବଳ ଦ୍ଵିତୀୟ ଉପାୟଟି କଲେ ମଧ୍ୟ ପରିଣାମ ମିଳିଯିବ।

ଅଣ୍ଟା ବିନ୍ଧା ହେଲେ ମଧ୍ୟ ଏହି ତେଲକୁ ମାଲିସ୍ କରିବା ଦ୍ଵାରା ଏଥିରୁ ରକ୍ଷା ମିଳିଥାଏ।କିନ୍ତୁ ବନ୍ଧୁମାନେ ଧ୍ୟାନ ରଖିବେ ଏହା ରାଗ ହେଉଥିବାରୁ ଆପଣଙ୍କୁ କଷ୍ଟ ହେଇ ପାରେ।ଏହା ସହ ଯଦି ଛୋଟ ପିଲାଙ୍କର ପାରାଲିସିସ୍ ହେଉଛି ତେବେ ଲଙ୍କାକୁ ଗୁଣ୍ଡ କରିକି ଏଥିରେ ଗରମ ସୋରିଷ ତେଲ ମିଶାଇ ମାଲିସ୍ କଲେ ହାତ ଗୋଡ ଧୀରେ ଧୀରେ କାମ କରିବା ଆରମ୍ଭ କରିଥାଏ।ଏହା ହାତ ଗୋଡ଼ ପାରାଲିସିସ୍ ପାଇଁ ମଧ୍ୟ ସମାନ ରୁପରେ ଉପକାରୀ ହେଇଥାଏ।

ତେବେ ବନ୍ଧୁମାନେ ଆପଣ ଆଜି ଲଙ୍କାର ବିଷୟରେ ବହୁତ ଔଷଧୀୟ ଗୁଣ ଜାଣିଲେ, ତେବେ ଆମେ କହି ରଖୁଛୁ ଆପଣଙ୍କୁ କୌଣସି ମଧ୍ୟ ରୋଗ ହେଲେ ଏ ମଧ୍ୟରୁ କିଛିବି ଉପଚାର କରିବା ପୂର୍ବରୁ ନିହାତି ଭାବରେ ଡାକ୍ତରଙ୍କ ପରାମର୍ଶ ନେଇଯିବେ।ବିନା ଡାକ୍ତରଙ୍କ ପରାମର୍ଶରେ ଯଦି ଆପଣ କିଛିବି ଉପଚାର କରୁଛନ୍ତି ଏହାର ଫଳାଫଳ ପାଇଁ ଆମେ ଦାୟୀ ହେବୁ ନାହିଁ।

Leave a Reply

Your email address will not be published. Required fields are marked *