June 22, 2025

Odia Express

Here, There and Everywhere

ସର୍ତ୍ତ ଲଗାନ୍ତୁ,ଜାପାନ ବିଷୟରେ ଏଭଳି କଥା ଆପଣ ଜାଣି ନଥିବେ – ଏବେ ଏହି କଥା ଗୁଡିକ ଜାଣିରଖନ୍ତୁ…

ସାଙ୍ଗମାନେ ଏ ପୃଥିବୀରେ ଏମିତି ଏକ ଦେଶ ରହିଛି ଯେଉଁଠି ଇମାନଦାରି ଏବେ ବି ଅଛି।ଲୋକମାନେ ଏଠାରେ ଲମ୍ବା ସମୟ ପର୍ଯ୍ୟନ୍ତ ବଂଚନ୍ତି ଓ ଅପରାଧ ବହୁତ କ୍ଷୀଣ ହୋଇଥାଏ।ଆଉ ଏହି ଦେଶର ନାମ ହେଉଛି ଜାପାନ।ଏମାନଙ୍କ ରହନଶୈଳୀ ଓ ଜ୍ଞାନ କୌଶଳ ଅନ୍ୟ ଦେଶ ମାନଙ୍କଠାରୁ ଉନ୍ନତ।ଆଜି ମୁଁ ଆପଣ ମାନଙ୍କୁ ଏଠାରେ ଜାପାନ ଦେଶ ବିଷୟରେ କିଛି ରୋଚକ ତଥ୍ୟ କହିବି।

ଜାପାନ ନାମର ଅର୍ଥ ହେଉଛି ଉଦୟ ହେଉଥିବା ସୂର୍ଯ୍ୟର ଭୂମି।ଏମିତି କୁହାଯାଏ ଯେ ଦୁନିଆରେ ସବୁଠୁ ପ୍ରଥମେ ସୁର୍ଯୋଦୟ ଜାପାନରେ ହିଁ ହୋଇଥାଏ। ଜାପାନ ଏସିଆ ମହାଦେଶର ଏକ ପ୍ରମୁଖ ଦେଶ ମଧ୍ୟରୁ ଗୋଟିଏ।ଏହା ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଏକ ଦ୍ଵୀପ ଅଟେ।ଏହି ଦେଶର ଜନସଂଖ୍ୟା ବାର କୋଟି ସାଠିଏ ଲକ୍ଷ ଅଟେ।ଜାପାନର ସତୁରୀ ଭାଗ ଅଂଚଳ ପାହାଡ ଅଟେ ଓ ଏଠାରେ ପ୍ରାୟ ୨୦୦ ରୁ ଅଧିକ ଜ୍ୱାଳାମୁଖୀ ରହିଛି।ଏହା ଭୂମିକମ୍ପ ପ୍ରବଣ ଅଞ୍ଚଳ ଅଟେ।ଏଠାରେ ପ୍ରତି ବର୍ଷରେ ୧୫୦୦ ରୁ ଅଧିକ ଭୂମିକମ୍ପ ଆସିଥାଏ।

ଏତେ କଷ୍ଟ ସତ୍ତ୍ୱେ ବି ଜାପାନ ଜ୍ଞାନକୌଶଳରେ ଅନ୍ୟ ଦେଶ ମାନଙ୍କ ତୁଳନାରେ ବହୁତ ଆଗୁଆ ରହିଛି।ଏହାର କ୍ରେଡିଟ ସେଠାରେ ଥିବା ପରିଶ୍ରମୀ ଲୋକମାନଙ୍କ ପାଖକୁ ଯାଏ।ଜାପାନରେ ଏକ ଏମିତି ଦ୍ଵୀପ ରହିଛି ଯେଉଁଠାରେ କୁକୁର ପାଳିବା ଆଇନ ଅନୁଯାୟୀ ଦଣ୍ଡନୀୟ।ଏଠାରେ ମାତ୍ର ୧୦୦ ଜଣ ଲୋକ ବାସ କରନ୍ତି।ମଜାଦାର କଥା ଏହା ଯେ ଏଠାରେ ବିଲେଇ ମାନଙ୍କର ସଂଖ୍ୟା ମନୁଷ୍ୟ ମାନଙ୍କଠାରୁ ଚାରି ଗୁଣ ଅଧିକ।ଜାପାନରେ ଛାତ୍ର ଓ ଶିକ୍ଷକ ମିଶିକରି ଶ୍ରେଣୀଗୃହ ସଫା କରିଥାନ୍ତି।ଜାପାନର ଲୋକ ସଫାସୁତୁରାକୁ ନେଇ ବହୁତ ସଚେତନ ଅଟନ୍ତି।ଏମାନଙ୍କ ସବୁଠୁ ପ୍ରିୟ ଖେଳ ସୁମୋ କୁସ୍ତି ହୋଇଥାଏ।

ଜାପାନର ଲୋକମାନଙ୍କ ବୟସ ବହୁତ ଅଧିକ ହୋଇଥାଏ।ଏଠାରେ ପୁରୁଷମାନେ ପ୍ରାୟ ୮୧ ବର୍ଷ ଓ ମହିଳାମାନେ ପ୍ରାୟ ୮୮ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିଥାନ୍ତି।ଜାପାନୀ ମାନଙ୍କୁ କ୍ଷମା ମାଗିବାର ୨୦ ପ୍ରକାର ଉପାୟ ଆସେ।ଜାପାନୀ ମାନେ ଫାଲତୁ କାମରେ ନିଜ ସମୟ ନଷ୍ଟ କରନ୍ତି ନାହିଁ।ସେମାନେ ଖାଲି ସମୟରେ କିଛି ନ କିଛି କାମ କରିଥାନ୍ତି।ଜାପାନରେ ଯେଉଁ ମାନଙ୍କ ପାଖରେ ଘର ନାହିଁ ସେମାନେ ମ୍ୟାକଡୋନାଲ୍ଡରେ ରହିଥାନ୍ତି କାରଣ ସେଠାରେ ତାହା ଚବିଶ ଘଣ୍ଟା ଖୋଲା ରହିଥାଏ।ଏମାନେ ଖେଳରେ ମଧ୍ୟ ବହୁତ ରୁଚି ରଖିଥାନ୍ତି।ଜାପାନୀ ଲୋକ କଳା ବିଲେଇକୁ ଶୁଭ ମାନିଥାନ୍ତି ଜେବେକି ଆମ ଦେଶରେ ଏହାକୁ ଅଶୁଭ ବୋଲି ଧରାଯାଏ।ଜାପାନରେ ପ୍ରାୟ ନବେ ପ୍ରତିଶତ ଫୋନ ୱାଟରପ୍ରୁଫ ହୋଇଥାଏ।ଜାପାନର ଲୋକ ମାନଙ୍କୁ ମାଛ ଖାଇବା ବହୁତ ପସନ୍ଦ ହୋଇଥାଏ।

Leave a Reply

Your email address will not be published. Required fields are marked *