ଭାରତର ୧୦ ଏପରି ରାଜ୍ୟ ଯାହା ଜନସଂଖ୍ୟା ହିସାବରେ ଏକ ଦେଶ ସହିତ ସମାନ ଅଟେ – ଦେଖନ୍ତୁ ଭାରତର କେଉଁ ରାଜ୍ୟ ଗୁଡିକ କେତେ ବଡ..
1 min readସାଙ୍ଗମାନେ ଆଜିକାଲି ସୋସିଆଲ ମିଡିଆରେ ଏକ ମେସେଜ ଫରୱାର୍ଡ ହେଉଛି ଏଥିରେ ଅଧିକଏହା କୁହାଯାଉଛିଯେ ଆମ ଦେଶର ପ୍ରତ୍ୟେକ ରାଜ୍ୟ ଜନସଂଖ୍ୟା ମାମଲାରେ ଏକ ଦେଶ ସଙ୍ଗେ ସମାନ ଅଟେ।ଏବଂ ଏହା ସତ ମଧ୍ୟ ଅଟେ।ଆମ ଦେଶର କିଛି ରାଜ୍ୟର ଜନସଂଖ୍ୟା ଦୁନିଆର କିଛି ବଡ଼ ଦେଶ ତୁଳନାରେ ମଧ୍ୟ ଅଧିକ ଅଟେ।ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜଣାଇବୁ ଜନସଂଖ୍ୟା ହିସାବରେ ଆମ ଦେଶର ୧୦ଟି ସବୁଠାରୁ ବଡ଼ ରାଜ୍ୟ ବିଷୟରେ।ଏବଂ ଏହା ସହିତ ଏହା ମଧ୍ୟ ଜଣାଇବୁ ସେହି ରାଜ୍ୟର ଜନସଂଖ୍ୟା କେଉଁ ଦେଶ ସହିତ ସମାନ।ତେବେ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଆରମ୍ଭ କରିବା।
ଏହି ଲିଷ୍ଟରେ ୧୦ ନମ୍ବରରେ ଅଛି ଆନ୍ଧ୍ରପ୍ରଦେଶ।ଭାରତର ଦକ୍ଷିଣପୂର୍ବରେ ସ୍ଥିତ ଆନ୍ଧ୍ରପ୍ରଦେଶର ଜନସଂଖ୍ୟା ୩୧ ଡିସେମ୍ବର ୨୦୧୯ ପର୍ଯ୍ୟନ୍ତ ୫ କୋଟି ୩୯ ଲକ୍ଷ ୩ ହଜାର ୩୯୩ ଥିଲା।ଏଠାରେ ପ୍ରତି ୧୦୦୦ ପୁରୁଷ ପିଛା ୯୯୩ ମହିଳା ଅଛନ୍ତି।ଏବଂ ଏହାସହିତ ଏଠାର ଶିକ୍ଷିତ ପ୍ରତିଶତ ପ୍ରାୟ ୬୮% ଅଟେ।ଏହି ରାଜ୍ୟ ତିରୁପତି ମନ୍ଦିର ଏବଂ ଜୋତିର୍ଲିଙ୍ଗ ଭଳି କିଛି ବଡ଼ ଧାର୍ମିକ ସ୍ଥଳ ପାଇଁ ପ୍ରସିଦ୍ଧ ଅଟେ।ଏବଂ ଏହା ବ୍ୟତୀତ ଏହା ଭାରତର ପ୍ରଥମ ଏପରି ଦେଶ ଯାହାର ସ୍ଥାପନ ଭାଷା ଆଧାରରେ ହୋଇଥିଲା।ଏବଂ ଏହାର ଜନସଂଖ୍ୟା କୌଣସି ଦେଶ ସହିତ ତୁଳନା କଲେ ତାହା ମିଆଁମାର ଏବଂ କେନିଆ ସହିତ ସମାନ ହେବ।କାରଣ ମିଆଁମାରର ଜନସଂଖ୍ୟା ପ୍ରାୟ ପାଞ୍ଚ କୋଟି ସାତ ଲକ୍ଷ ଥିବା ସଙ୍ଗେସଙ୍ଗେ କେନିଆର ଜନସଂଖ୍ୟା ପ୍ରାୟ ପାଞ୍ଚ କୋଟି ୪୮ ଲକ୍ଷ ହେବ।
ଏହାପରେ ଗୁଜରାଟ।ଭାରତର ପଶ୍ଚିମ ତଟରେ ସ୍ଥିତ ଗୁଜୁରାଟ ଜନସଂଖ୍ୟା ମାମଲାରେ ଭାରତର ନବମ ବୃହତ୍ତମ ରାଜ୍ୟ।୩୧ ଡିସେମ୍ବର ୨୦୧୯ ପର୍ଯ୍ୟନ୍ତ ଏହାର ଜନସଂଖ୍ୟା ପ୍ରାୟ ୬ କୋଟି ୩୮ ଲକ୍ଷ ୭୨ ହଜାର ୩୯୯ ଥିଲା।ହିନ୍ଦୁଧର୍ମର ଧାର୍ମିକ ସ୍ଥଳ ସୋମନାଥ ଏବଂ ଦ୍ଵାରିକା ଏହି ରାଜ୍ୟରେ ଅବସ୍ଥିତ।ଏଠାରେ ପ୍ରତି ୧୦୦୦ ପୁରୁଷ ତୁଳନାରେ ୯୧୯ ମହିଳା ଅଛନ୍ତି।ଏବଂ ଏଠାର ଶିକ୍ଷିତ ପ୍ରତିଶତ ପ୍ରାୟ ୭୮% ଅଟେ।ଏହାକୁ ଜନସଂଖ୍ୟା ଆଧାରରେ ଏକ ଦେଶ ସହିତ ତୁଳନା କଲେ ଏହା ପାଖାପାଖି ତଞ୍ଜାନିଆ ଏବଂ ଇଟାଲୀ ସହିତ ସମାନ ହେବ।
ଦକ୍ଷିଣ ପଶ୍ଚିମରେ ଥିବା କାର୍ଣ୍ଣାଟକ କ୍ଷେତ୍ରଫଳ ଅନୁସାରେ ଦକ୍ଷିଣ ଭାରତର ସବୁଠାରୁ ବଡ଼ ରାଜ୍ୟ ଅଟେ।ଭାରତର IT କ୍ଷେତ୍ର କୁହାଯାଉଥିବା ବ୍ୟାଙ୍ଗଲୋର ଏହି ରାଜ୍ୟର ରାଜଧାନୀ ଅଟେ।ଏଠାର ଜନସଂଖ୍ୟା ପ୍ରାୟ ୬କୋଟି ୭୫ ଲକ୍ଷ ୬୨ ହଜାର ୬୮୬ ଅଟେ।ଏଠାରେ ପୁରୁଷଙ୍କ ତୁଳନାରେ ପାୟ ୯୭୩ ମହିଳା ଅଛନ୍ତି।ଏଠାର ଶିକ୍ଷିତ ହାର ପ୍ରାୟ ୭୫% ଅଟେ।ଜନସଂଖ୍ୟା ମାମଲାରେ ଏହି ରାଜ୍ୟ ବ୍ରିଟେନ ଏବଂ ଫ୍ରାନ୍ସ ସହିତ ସମାନ ଅଟେ।
ସାଙ୍ଗମାନେ ମନ୍ଦିର ରାଜ୍ୟର ନାମରେ ପ୍ରସିଦ୍ଧ ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡୁ ଏହି ଲିଷ୍ଟର ସାତ ନମ୍ବରରେ ଆସେ।ତାମିଲନାଡୁର ଜନସଂଖ୍ୟା ୭ କୋଟି ୭୮ ଲକ୍ଷ ୪୧ ହଜାର ୨୬୭ ଅଟେ।ଏହା ରଙ୍ଗନାଥ ସ୍ୱମୀ ମନ୍ଦିର ଏବଂ ରାମେଶ୍ୱରମ ଇତ୍ୟାଦି ପାଇଁ ପ୍ରସିଦ୍ଧ ଅଟେ।ଏଥର ଶିକ୍ଷା ହାର ୮୦.୩୩% ଅଟେ।ଏଠାରେ ପ୍ରତି ୧୦୦୦ ପୁରୁଷଙ୍କ ପାଇଁ ୯୯୬ ମହିଳା ଅଛନ୍ତି।ଏହାର ଜନସଂଖ୍ୟା ଥାଇଲ୍ୟାଣ୍ଡର ଜନସଂଖ୍ୟା ସଙ୍ଗେ ପାଖାପାଖି ସମାନ ଅଟେ।
ଏହାପରେ ୬ ନମ୍ବରରେ ଆସେ ରାଜସ୍ଥାନ।ଭାରତର ସବୁଠାରୁ ବଡ଼ ମରୁଭୂମି ଥର ମରୁଭୂମି ପାଇଁ ଏହା ପ୍ରସିଦ୍ଧ ଅଟେ।ଏହାର ଜନସଂଖ୍ୟା ୮ କୋଟି ୧୦ ଲକ୍ଷ ୩୨ ହଜାର ୬୮୯ ଅଟେ।ଏଠାର ଶିକ୍ଷତା ହାର ୬୬.୧ ପ୍ରତିଶତ ଅଟେ।ଏଠାରେ ପ୍ରତି ୧୦୦୦ ପୁରୁଷଙ୍କ ପ୍ରତି ପ୍ରାୟ ୯୨୮ ମହିଳା ଅଛନ୍ତି।ଏହାର ଜନସଂଖ୍ୟା ପାଖାପାଖି ଜର୍ମାନୀର ଜନସଂଖ୍ୟା ସହିତ ସମାନ ଅଟେ।
ସାଙ୍ଗମାନେ ଭାରତର ମଧ୍ୟଭାଗରେ ସ୍ଥିତ ମଧ୍ୟପ୍ରଦେଶକୁ ଭାରତର ହୃଦୟ ମଧ୍ୟ କୁହାଯାଇଥାଏ।ଏହା ବୁଦ୍ଧିଷ୍ଟ ଧର୍ମସ୍ଥଳ ସାଞ୍ଚୀ ପାଇଁ ପୁରା ଦୁନିଆରେ ପ୍ରସିଦ୍ଧ ଅଟେ।ମଧ୍ୟପ୍ରଦେଶର ଜନସଂଖ୍ୟା ୮ କୋଟି ୫୩ ଲକ୍ଷ ୫୮ ହଜାର ୯୬୫ ଅଟେ।ଏଠାରେ ୧୦୦୦ ପୁରୁଷଙ୍କ ପ୍ରତି ପ୍ରାୟ ୯୩୧ ମହିଳା ଅଛନ୍ତି।ଏହାର ଶିକ୍ଷିତ ହାର ୭୦.୬% ଅଟେ।ଯଦି କେଉଁ ଦେଶର ମଧ୍ୟପ୍ରଦେଶ ସହିତ ତୁଳନା କରାଯାଏ ତେବେ ଏହା ଇରାନ ଏବଂ ତୁର୍କୀ ଅଟେ।
ଏହାପରେ ୪ ନମ୍ବରରେ ଆସେ ପଶ୍ଚିମବଙ୍ଗ।ପୂର୍ବଦିଗରେ ଥିବା ପଶ୍ଚିମବଙ୍ଗ ଜନସଂଖ୍ୟା ହିସାବରେ ଭାରତର ଚତୁର୍ଥ ସବୁଠାରୁ ବଡ଼ ରାଜ୍ୟ ଅଟେ।ଏହି ରାଜ୍ୟର ଜନସଂଖ୍ୟା ୯ କୋଟି ୯୬ ଲକ୍ଷ ୯ ହଜାର ୩୦୩ ଅଟେ।ଏଠାର ଶିକ୍ଷିତ ହାର ୭୭.୦୮% ଅଟେ।ଏଠାର ପ୍ରତି ଏକ ହଜାର ପୁରୁଷଙ୍କ ପ୍ରତି ୯୫୦ ମହିଳା ଅଛନ୍ତି।ଜନସଂଖ୍ୟା ମାମଲାରେ ଏହି ରାଜ୍ୟ ଭିଏତନାମ ସହିତ ସମାନ ଅଟେ।
ସାଙ୍ଗମାନେ ଭାରତର ପଶ୍ଚିମ ଦିଗରେ ଥିବା ମହାରାଷ୍ଟ୍ର କ୍ଷେତ୍ର ହିସାବରେ ଭାରତର ତୃତୀୟ ବଡ଼ ରାଜ୍ୟ ଅଟେ।ଏହାର ରାଜଧାନୀ ମୁମ୍ବାଇ ଭାରତର ଆର୍ଥିକ ରାଜଧାନୀ ମଧ୍ୟ ଅଟେ।ଏହି ରାଜ୍ୟର ଜନସଂଖ୍ୟା ୧୨ କୋଟି ୩୧ ଲକ୍ଷ ୪୪ ହଜାର ୨୨୩ ଅଟେ।ଏହି ରାଜ୍ୟର ଶିକ୍ଷିତ ହାର ୮୨.୩୮% ଅଟେ।ଏଠାରେ ପ୍ରତି ୧୦୦୦ ପୁରୁଷଙ୍କ ପ୍ରତି ୯୨୯ ମହିଳା ଅଛନ୍ତି।ଏହା ଜନସଂଖ୍ୟା ମାମଲାରେ ଆଫ୍ରିକାର ଦେଶ ଇଥୋପିଆ ସହିତ ସମାନ ଅଟେ।
ସାଙ୍ଗମାନେ ପ୍ରାଚୀନ କାଳରେ ମଗଧ ନାମରେ ପ୍ରସିଦ୍ଧ ଥିବା ବିହାର କ୍ଷେତ୍ର ହିସାବରେ ଭାରତର ଜନସଂଖ୍ୟା ମାମଲାରେ ଦ୍ୱିତୀୟ ସ୍ଥାନରେ ଅଟେ।ଏହି ରାଜ୍ୟର ଜନସଂଖ୍ୟା ୧୨ କୋଟି ୪୭ ଲକ୍ଷ ୯୯ ହଜାର ୯୨୬ ଅଟେ।ଏହି ରାଜ୍ୟର ଶିକ୍ଷିତ ହାର ୮୨.୩୮% ଅଟେ।ଏଠାରେ ପ୍ରତି ୧୦୦୦ ପୁରୁଷଙ୍କ ପ୍ରତି ୯୧୮ ମହିଳା ଅଛନ୍ତି।ଏହା ଜନସଂଖ୍ୟା ମାମଲାରେ ଏହା ପାଖାପାଖି ଜାପାନ ସହିତ ସମାନ ଅଟେ।
କ୍ଷେତ୍ରଫଳ ହିସାବରେ ଉତ୍ତରପ୍ରଦେଶ ଭାରତର ଚତୁର୍ଥ ସବୁଠାରୁ ବଡ଼ ରାଜ୍ୟ ଅଟେ।ଏହା ଜନସଂଖ୍ୟା ମାମଲାରେ ମଧ୍ୟ ଏକ ନମ୍ବରରେ ଆସେ।ଏହି ରାଜ୍ୟର ଜନସଂଖ୍ୟା ୨୩ କୋଟି ୭୮ ଲକ୍ଷ ୮୨ ହଜାର ୭୨୫ ଅଟେ।ଏହି ରାଜ୍ୟର ଶିକ୍ଷିତ ହାର ୬୯.୬୭% ଅଟେ।ଏଠାରେ ପ୍ରତି ୧୦୦୦ ପୁରୁଷଙ୍କ ପ୍ରତି ୯୧୨ ମହିଳା ଅଛନ୍ତି।ଜନସଂଖ୍ୟା ମାମଲାରେ ଜଦି ଉତ୍ତରପ୍ରଦେଶକୁ ଏକ ଦେଶ ମାନଯାଏ ତେବେ ଏହା ଦୁନିଆର ଜନସଂଖ୍ୟା ହିସାବରେ ପଞ୍ଚମ ସବୁଠାରୁ ବଡ଼ଦେଶ ହେବ।ଏବଂ ଏହି ସମୟରେ ଜନସଂଖ୍ୟା ହିସାବରେ ପଞ୍ଚମ ସବୁଠାରୁ ବଡ଼ଦେଶ ପାକିସ୍ତାନ ଅଟେ।