December 22, 2024

Odia Express

Here, There and Everywhere

ପ୍ରକୃତିକ ଉପାୟରେ ନିଜ ଆଖିର ଦୃଷ୍ଟିଶକ୍ତି ବଢ଼ାନ୍ତୁ – ଘରେ ବସି ବସି ନିଜ ଆଖିକୁ ସମ୍ପୂର୍ଣ ପରିସ୍କାର କରିବାର ଉପାୟ ଶିଖି ନିୟନ୍ତୁ..

ସାଙ୍ଗମାନେ କୁହାଯାଇଥାଏ ଆଖି ଆମ ଶରୀରର ସବୁଠାରୁ ଅମୂଲ୍ୟ ଅଙ୍ଗ ଅଟେ।ଆଖିର ସହାୟତା ଦ୍ୱାରାହିଁ ଆମେ ସମ୍ପୂର୍ଣ୍ଣ ଦୁନିଆକୁ ଦେଖିପାରି ଥାଉ।କିନ୍ତୁ ଆମେ ଘଣ୍ଟା ଘଣ୍ଟା ଧରି ମୋବାଇଲ ଏବଂ ଲ୍ୟାପଟପ ସ୍କ୍ରିନକୁ ଦେଖିବା ଦ୍ୱାରା ଆମ ଆଖିର ଦୃଷ୍ଟିଶକ୍ତି ଦିନକୁ ଦିନ ଖରପ ହେବାରେ ଲାଗିଛି।ଏବଂ ଯାହା ଏକ ବହୁତ ଚିନ୍ତାର ବିଷୟ ଅଟେ।ଏବଂ ଆଗକୁ ଆସିବାକୁ ଯାଉଥିବା ଦିନରେ ଏହା ଆହୁରି ଅଧିକ ଜୋରରେ ବଢିପାରେ।କାରଣ ଏବେ ଛୋଟ ପିଲା ମଧ୍ୟ ମୋବାଇଲ ଏବଂ ଲ୍ୟାପଟପର ବ୍ୟବହାର କରିବାକୁ ଲାଗିଲେଣି।

ସାଙ୍ଗମାନେ ଆମ ଆଖି ପାଞ୍ଚ ଜ୍ଞାନେନ୍ଦ୍ରିୟ ମାନଙ୍କ ମଧ୍ୟରୁ ଏକ।ଆଖି, ନାକ, କାନ, ଜିଭ ଏବଂ ତ୍ୱଚା।ଏମାନେ ପାଞ୍ଚ ଜ୍ଞାନେନ୍ଦ୍ରିୟ ଅଟନ୍ତି।ଏମାନଙ୍କ ମଧ୍ୟରୁ ଏକ ଆଖି ମଧ୍ୟ ଅଟେ।ଯଦି ଆପଣ ନିଜ ଆଖିର ଧ୍ୟାନ ରଖି ନଥାନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଖରାପ ଅଟେ।ବୟସ ବଢ଼ିବା ସଙ୍ଗେସଙ୍ଗେ ଆଖିର ଚମକ କମିବା ଏକ ସାଧାରଣ କଥା ଅଟେ।କିନ୍ତୁ ଅଳ୍ପ ବୟସରେ ଆଖିର ଦୃଷ୍ଟିଶକ୍ତି କମଜୋର ହେବା ସାମାନ୍ୟ କଥା ନୁହେଁ।ଯେପରି ପତଳା ଦୁର୍ବଳ ଶରୀରକୁ ଭଲ ଡ଼ାଏଟ ଦ୍ୱାରା ସୁଦୃଢ କରାଯାଇପାରେ ସେହିପରି ଆଖିର ଦୃଷ୍ଟିଶକ୍ତି ମଧ୍ୟ ବଢ଼ାଯାଇପାରେ।

ଆଜିର ଏହି ଆର୍ଟିକିଲରେ ଆମେ ଆପଣଙ୍କୁ ଦୁଇଟି ଏପରି ଜିନିଷ ବିଷୟରେ ଜଣାଇବୁ ଯାହାଦ୍ୱାରା ଆପଣଙ୍କ ଆଖିର ଚମକ ବଢିବା ସଙ୍ଗେ ସଙ୍ଗେ ଚଷମା ନମ୍ବର ମଧ୍ୟ କମ ହୋଇଥାଏ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷ୍ୟରେ।

ପ୍ରଥମ ଉପାୟ ପାଇଁ ଆପଣଙ୍କୁ ଦରକାର ହେବ ପାନ ମଧୁରୀ, ପେସ୍ତା ବାଦାମ ଏବଂ ମିଶ୍ରିର।ପ୍ରାୟତଃ ଏହି ଉପାୟ ବିଷୟରେ ଆପଣ ଜାଣିଥିବେ।ଏହି ତିନୋଟି ଜିନିଷର ମାତ୍ରା ସମାନ ଭାବରେ ନିଅନ୍ତୁ।ଯେତିକି ମାତ୍ରାରେ ପାନ ମଧୁରୀ ନେଇଛନ୍ତି ସେତିକି ମାତ୍ରାରେ ପେସ୍ତା ବାଦାମ ଏବଂ ମିଶ୍ରି ନିଅନ୍ତୁ।ଏହାକୁ ନେଵାପରେ ମିକ୍ସଚର ଦ୍ୱାରା ଏହାକୁ ଭଲ ଭାବରେ ପେଷି ଦିଅନ୍ତୁ।ପେଷିଦେବା ପରେ ଏହା ଏକ ପାଉଡର ଭଳି ପ୍ରସ୍ତୁତ ହୋଇଯିବ।ଏହାପରେ ଏକ କାଚର ଡବାରେ ଏହାକୁ ରଖିଦିଅନ୍ତୁ।ଆପଣ ରାତ୍ରିରେ ଭୋଜନ କରି ସାରିବାପରେ ଏକ ଗ୍ଲାସ କ୍ଷୀର ନେଇ ସେଥିରେ ଏକ ଚାମଚ ଏହି ପାଉଡର ମିଶାଇ ନିୟମିତ ସେବନ କରନ୍ତୁ।ଏହି ଉପାୟର ଉଲେଖ ଆୟୁର୍ବେଦରେ ମଧ୍ୟ ରହିଛି।ଏହାର ନିୟମିତ ସେବନ କରିବା ଦ୍ୱାରା ଆପଣଙ୍କ ଦୃଷ୍ଟିଶକ୍ତି ନିଶ୍ଚିତ ବଢ଼ିବାରେ ଲାଗିବ।ଏବଂ ଆପଣଙ୍କୁ ଚଷମା ବ୍ୟବହାର କରିବାକୁ ପଡିବ ନାହିଁ।

ଦ୍ୱିତୀୟ ଉପାୟ ପାଇଁ ଆପଣଙ୍କୁ ଦରକାର ହେବ ସୁଦ୍ଧ ସୋରିଷ ତେଲ।ରାତ୍ରିରେ ଶୋଇବାପରେ ପାଞ୍ଚ ମିନିଟ ପର୍ଯ୍ୟନ୍ତ ଏହାକୁ ନିଜ ପାଦ ତଳେ ଲଗାଇ ମସାଜ କରନ୍ତୁ।ସୋରିଷ ତେଲରେ ଏପରି ତତ୍ୱ ଥାଏ ଯାହା ଆପଣଙ୍କ ଥକାପଣକୁ ଦୂର କରିଥାଏ।ଏବଂ ଏହାଦ୍ୱାରା ଆଖିର ଚମକ ମଧ୍ୟ ବଢ଼ିଥାଏ।ଏହି ଦୁଇ ଉପାୟ ଦ୍ୱାରା ଆପଣଙ୍କ ଆଖିର ଦୃଷ୍ଟିଶକ୍ତି ନିଶ୍ଚିତ ବଢିବ।ତେବେ ଏହି ଉପାୟକୁ ନିଶ୍ଚିତ ବ୍ୟବହାର କରି ଦେଖନ୍ତୁ।

Leave a Reply

Your email address will not be published. Required fields are marked *