June 27, 2025

Odia Express

Here, There and Everywhere

କେବଳ ୫ ମିନିଟ ମଧ୍ୟରେ ମଶା କାମୁଡିବା ତ ଦୂରର କଥା ଆପଣଙ୍କୁ ମଶା ଛୁଇଁ ମଧ୍ୟ ପାରିବେ ନାହିଁ..

1 min read

ବନ୍ଧୁଗଣ, ଗ୍ରୀଷ୍ମ ଋତୁ ଧୀରେ ଧୀରେ ସରିବାକୁ ବସିଲାଣି ଏବଂ ବର୍ଷା ଋତୁ ଧୀରେ ଧୀରେ ଆଗମନ କଲାଣି।ବର୍ଷା ଦିନରେ ଝାଳ ଆସୁକି ନା ଆସୁ ମଶା ବହୁତ୍ ଆସିବେ।ଏହି ସମୟଟି ମଶା ମାନଙ୍କ ପାଇଁ ବହୁତ୍ ଭଲ ସମୟ ହେଇଥାଏ।ଏହି ସମୟରେ ଅଳ୍ପ ବର୍ଷା ହେଇକି ପାଣି ଜମିଥିବାରୁ, ସେ ଜାଗାଗୁଡିକ ମଶାମାନଙ୍କ ପ୍ରଜନନ ପାଇଁ ବହୁତ୍ ଉପକୂଳ ହେଇଥାଏ।ବନ୍ଧୁ ମାନେ ମଶାକୁ ଦୁନିଆର ସବୁଠୁ ଅଧିକ ମାରାତ୍ମକ ଜୀବ ଗଣା ଯାଏ।କାରଣ ବର୍ଷକୁ ପ୍ରାୟ ୭୦କୋଟି ଲୋକଙ୍କୁ ମଶା ଦ୍ଵାରା ବ୍ୟାପୁଥିବା ରୋଗରେ ଆକ୍ରାନ୍ତ ହେଇଥାନ୍ତି, ଯେଉଁଥିରୁ ପ୍ରାୟ ୧୦ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି।

ପୁରା ଦୁନିଆରେ ପ୍ରାୟ ୩୦୦୦ ପ୍ରଜାତିର ମଶା ଦେଖା ଯାଆନ୍ତି।କିନ୍ତୁ ତା ଭିତରୁ ଅନେକ ମଣିଷ ମାନଙ୍କୁ କାମୁଡି ନଥାନ୍ତି।କିନ୍ତୁ ଯଦି ଆପଣଙ୍କ ଘରେ ଡେଙ୍ଗୁ, ମ୍ୟାଲେରିଆ କିମ୍ବା ଚିକେନଗୁନିଆ କରୁଥିବା ମଶା ପଶି ଯାଆନ୍ତି ଓ ଆପଣଙ୍କୁ କିମ୍ବା ଆପଣଙ୍କ ପିଲା ମାନଙ୍କୁ କାମୁଡି ଦିଏ ତେବେ ଏହା ବହୁତ୍ ମାରାତ୍ମକ ହେଇପାରେ।ସେଥିପାଇଁ ଘରୁ ମଶା ମାନଙ୍କୁ ଘରୁ ବିତାଡିତ କରିବା ନିହାତି ଜରୁରୀ।କିନ୍ତୁ ବଜାରରେ ମିଳୁଥିବା ମଶାଧୂପ ବା ମଶା କଏଲ୍ ଗୁଡିକରୁ ବାହାରୁଥିବା ଧୂଆଁ ଗୁଡ଼ିକ ଆମ ଫୁସଫୁସ୍ ଓ ସଂପୂର୍ଣ୍ଣ ଶ୍ୱାସକ୍ରିୟାକୁ ହାନି ପହଞ୍ଚାଇଥାଏ।

କିନ୍ତୁ ଆଜି ଆମେ ଏଠାରେ ଏକ ଏହି ଭଳି ଘରୋଇ ପଦ୍ଧତି ବିଷୟରେ ଜାଣିବା, ଯାହାକୁ ବ୍ୟବହାର କରି ଆମେ ପୁରା ୧୦୦ ପ୍ରତିଶତ ମଶାମାନଙ୍କଠାରୁ ମୁକ୍ତି ପାଇ ପାରିବା।ଏହି ପଦ୍ଧତିରେ ବାହାରୁଥିବା ଧୂଆଁ ମଧ୍ୟ ଦେହର କିଛି ଅସୁବିଧା କରି ନଥାଏ।

ପ୍ରଥମେ ଗୋଟେ ମାଟିର ପାତ୍ରଟିଏ ନିଅନ୍ତୁ।ତାପରେ ରୋଷେଇ ଘରକୁ ଯାଇ ସେଠାରୁ ଜୁଆଣି ଆଣନ୍ତୁ।ଯଦି ଘରେ ଜୁଆଣି ନଥାଏ, ତେବେ କିଛି ଜୁଆଣି କିଣି ଘରେ ରଖନ୍ତୁ।ବନ୍ଧୁମାନେ ଜୁଆଣି ଏକ ବହୁତ୍ ଉପକାରୀ ଦ୍ରବ୍ୟ।ତେବେ ଅଧା ଚାମଚ୍ ଜୁଆଣି ନେଇ ସେ ମାଟି ପାତ୍ରଟିରେ ରଖନ୍ତୁ।ଏହା ପରେ ନିଅନ୍ତୁ ୩-୪ ପାଖୁଡ଼ା ରସୁଣ।ମନେ ରଖନ୍ତୁ ରସୁଣ ପାଖୁଡ଼ା ଗୁଡ଼ିକର ଚୋପା ନ ଛଡ଼ାଇ, ହେମଦସ୍ତାରେ କୁଟି ଗୁଣ୍ଡ କରି ଦିଅନ୍ତୁ।ଅଳ୍ପ ଗୁଣ୍ଡ କରନ୍ତୁ, ଆପଣଙ୍କୁ ଗୁଣ୍ଡ କରିବାର ଅଛି, ବେଶୀ ଛେଚି ପେଷ୍ଟ କରି ଦିଅନ୍ତୁ ନାହିଁ।ଏହାପରେ ସେ ମାଟି ପାତ୍ରରେ ସେ ରସୁଣ ଛେଚାକୁ ପକାଇ ଦିଅନ୍ତୁ।ଏହାପରେ ଦେଶୀ ଘିଅ ଅଧା ଚାମଚ୍ ପକାଇ ଦିଅନ୍ତୁ।ଯଦି ଆପଣଙ୍କ ଘରେ ଘିଅ ନାହିଁ ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ, ଆପଣ ଏଥିରେ ଘିଅ ବଦଳରେ ନିମ୍ବର ତେଲ କିମ୍ବା ସୋରିଷ ତେଲ ମଧ୍ୟ ବ୍ୟବହାର କରିପାରିବେ।ଏହାପରେ ଅଳ୍ପ କର୍ପୁର ନିଅନ୍ତୁ ଓ ଏହାକୁ ଗୁଣ୍ଡ କରିକି ମାଟି ପାତ୍ରଟିରେ ପକାଇ ଦିଅନ୍ତୁ।ଏହାପରେ ସେ ସବୁକୁ ଭଲ ଭାବରେ ମିଶାଇ ଦିଅନ୍ତୁ।

ସବୁ ମିଶିଯିବା ପରେ ଉପରେ ୨ଟି କର୍ପୁର ଖଣ୍ଡ ରଖି ଜଳାଇ ଦିଅନ୍ତୁ।ଏହାପରେ ଏଥିରୁ ବାହାରୁ ଥିବା ଧୁଆଁକୁ ଘରର କୋଣ କୋଣ ଯାଏଁ ପହଞ୍ଚାଇ ଦିଅନ୍ତୁ।ମାଟି ପାତ୍ରଟିକୁ ହାତରେ ଧରି ଘରଯାକ ବୁଲାଇ ଦିଅନ୍ତୁ।ଆଉ ଏହା ଧ୍ୟାନରେ ରଖିଥିବେ କି ଯେଉଁ ଜାଗାରେ ଏହା ଜଳାଉଛନ୍ତି, ସେଠାରେ ଯେମିତି କିଛି କପଡା କିମ୍ବା ଅଲଗା ବସ୍ତୁ ନଥାଏ।ବନ୍ଧୁମାନେ ଏ ଉପାୟଟି ୧୦୦ ପ୍ରତିଶତ କାର୍ଯ୍ୟକାରୀ ଅଟେ, ବିଶ୍ୱାସ ହଉ ନାହିଁ ଯଦି ଆଜି ହିଁ ଚେଷ୍ଟା କରି ଦେଖି ନିଅନ୍ତୁ।

Leave a Reply

Your email address will not be published. Required fields are marked *