ମଶା ଦୁରକରିବାର ଏକ ସହଜ ଏବଂ ସରଳ ଉପାୟ -ଏହା ଦ୍ୱାରା ମଶା କାମୁଡିବା ଦୂର କଥା ଆପଣଙ୍କ ଘର ପାଖକୁ ଆସିବେ ନାହିଁ…
ଆସନ୍ତୁ ଆଜି ଆମେ ଆପଣଙ୍କୁ ମଶାମାନଙ୍କୁ ଦୂର କରିବାର ଏକ ଉପାୟ ଜଣାଇବୁ।ସବୁବେଳେ ଆପଣ ଦେଖିଥିବେ ଛୋଟ ପିଲାମାନେ ପ୍ରାୟତଃ ପଡିଆକୁ ଖେଳିବାକୁ ଯାଇଥାନ୍ତି।ସେଠାରେ ଆପଣ ମଶା ମାରିବା ପାଇଁ ସ୍ପ୍ରେ ନେଇ ଯାଇପାରିବେ ନାହିଁ।ଏବଂ ଛୋଟପିଲା ମାନେ ସବୁବେଳେ ଜିଦି କରି ବହାରକୁ ଯାଆନ୍ତି ଖେଳିବା ପାଇଁ।ଆପଣ ମଧ୍ୟ କେତେବେଳେ କୌଣସି କାର୍ଯ୍ୟ ପାଇଁ ବାହାରକୁ ଗଲେ ସେଠାରେ ମଧ୍ୟ ମଶାମାନେ ହଇରାଣ କରନ୍ତି।ଏବଂ ଆପଣ ଭାବନ୍ତି ଏବେ ମଶାମାନଙ୍କ ପାଇଁ କିଛି କରିହେବ ନାହିଁ।ତେବେ କଣ କରିବେ ଆପଣ?
ଏବେ ଆସନ୍ତୁ ଆଜି ଆମେ ଜାଣିବା ଆପଣ ଘରେ କିପରି ନିଜେ ମଶା ଦୂରକରିବା ପାଇଁ କ୍ରିମ ତିଆରି କରିବେ ସେହି ବିଷୟରେ । ଆପଣ ଏହାକୁ ଘରେ ତିଆରି କରିପାରିବେ।ଯେବେ ଆପଣ ବାହାରକୁ ପିଲାମାନଙ୍କୁ ଛାଡନ୍ତି ସେତେବେଳେ ମଶାମାନଙ୍କ ଠାରୁ ରକ୍ଷା ପାଇବାପାଇଁ ଏହାର ବ୍ୟବହାର କରିପାରିବେ।ଆପଣ ସେହି କ୍ରିମ ନିଜ କିମ୍ବା ଛୋଟପିଲାଙ୍କ ଦେହରେ ଲଗାଇପାରିବେ।କିନ୍ତୁ ଧ୍ୟାନ ରଖନ୍ତୁ ଆଖି ପାଖରେ ଲଗାଇବେ ନାହିଁ।ଆଖିକୁ ଛାଡିକି ଅନ୍ୟ କୌଣସି ଜାଗାରେ ଆପଣ ଏହାକୁ ଲଗାଇପାରିବେ।ଏହା କରିବାଦ୍ୱାରା ମଶା ଆପଣଙ୍କ ଏବଂ ଆପଣଙ୍କ ପିଲାମାନଙ୍କ ନିକଟକୁ ଆସିନଥାଏ।
ତେବେ ଆପଣଙ୍କୁ କଣ କରିବାର ଅଛି ଆସନ୍ତୁ ଜାଣିବା।ଏଠାରେ ଆପଣଙ୍କୁ ବଜାରରୁ ଦୁଇଟି ଜିନିଷ ଆଣିବାର ଅଛି।ଏଠାରେ ପ୍ରଥମ ଜନିଷ ଆପଣଙ୍କୁ ଦରକାର ହେବ ପେଟ୍ରୋଲିୟମ ଜେଲି।ଏବଂ ଦୂତୀୟରେ ଆପଣଙ୍କୁ ଦରକାର ହେବ ସିଟ୍ରୋନିଲା ତେଲ।ଆପଣ ୨୫୦ ଗ୍ରାମ ପେଟ୍ରୋଲିୟମ ଜେଲି ଆଣନ୍ତୁ ଏବଂ ସେଥିରେ ୫୦ ଗ୍ରାମ ସିଟ୍ରୋନିଲା ତେଲ ମିଶାଇଦିଅନ୍ତୁ।ଏହାକୁ ଚାମଚ ସାହାଯ୍ୟରେ ଭଲଭାବରେ ମିଳାଇଦିଅନ୍ତୁ।
ଏହା କରିବାପରେ ପ୍ରସ୍ତୁତ ହୋଇଥିବା ମିଶ୍ରଣକୁ ଏକ ସଫା ପାତ୍ରରେ ବନ୍ଦ କରି ରଖିଦିଅନ୍ତୁ।ଏହା ହେଉଛି ଆପଣଙ୍କ ମଶା ଦୂରକରିବା କ୍ରିମ।ଏହା ଏକ ଦେଶୀ ଉପାୟ।ଏହାଦ୍ୱାରା ଆପଣଙ୍କୁ କୌଣସି ଅସୁବିଧା ହୋଇନଥାଏ।ଏବଂ ମଶା ମଧ୍ୟ ଦୂର ହୋଇଥାନ୍ତି।ଏହାକୁ ଆପଣ ପିଲାମାନେ ବାହାରକୁ ଯିବା ସମୟରେ ହାତର ଉପରଅଂଶ ଦୁଇ ବାହୁରେ ଏବଂ ଗୋଡ ଆଉ ବେକ ପାଖରେ ଲଗାଇଦିଅନ୍ତୁ।ଆଖିକୁ ଛାଡି ଅନ୍ୟ ଯେଉଁ ଭାଗ ପୋଷାକଦ୍ୱାରା ଆବରଣ ହୋଇନଥାଏ ସେଠାରେ ଲଗାଇ ବାହାରକୁ ଛାଡ଼ନ୍ତୁ।ଏହାପରେ ତାଙ୍କୁ ମଶା କାମୁଡ଼ିବେ ନାହିଁ।ଆପଣ ଏହାକୁ ନିଜପାଇଁ ମଧ୍ୟ ବ୍ୟବହାର କରିପାରିବେ।
ଏହାଦ୍ୱାରା ଆପଣଙ୍କୁ ବହୁତ ଅଧିକ ଲାଭ ମିଳିଥାଏ।ଏହା ଆପଣଙ୍କୁ ବହୁତ ଶସ୍ତା ମଧ୍ୟ ପଡିଥାଏ।ଏହାଏକ ଘରୋଇ ଉପାୟ ମଧ୍ୟ।ଏହାଦ୍ୱାରା କୌଣସି କ୍ଷତି ମଧ୍ୟ ହୋଇନଥାଏ।ଏହା ଶତ ପ୍ରତିଶତ କାର୍ଯ୍ୟକାରୀ ଅଟେ।ଏହାକୁ ନିଶ୍ଚିତ ବ୍ୟବହାର କରନ୍ତୁ।ଏହି କ୍ରିମ ଆପଣ ନିଜ ହାତ ପହଂଚିବା ସ୍ଥାନରେ ରଖନ୍ତୁ।ଯେଉଁ ଜାଗାକୁ ଛୋଟ ପିଲାଙ୍କ ହାତ ପହଞ୍ଚିପାରେ ନାହିଁ।କାରଣ ଏହାର ପ୍ରୟୋଗ ଆପଣ ନିଜ ହାତଦ୍ୱାରା କରିବେ।ଛୋଟପିଲାଙ୍କୁ ଏହାର ପ୍ରୟୋଗ କରିବାକୁ ଦିଅନ୍ତୁ ନାହିଁ।