June 21, 2025

Odia Express

Here, There and Everywhere

୧୦ ଟି ଘରୋଇ ଉପାୟ ଯାହା ଆମ ପେଟ ର ଚର୍ବି କମେଇବାରେ ବହୁତ ସାହାଯ୍ୟ କରିବ – ଆଜିଠୁ ଖାଇବା ଆରମ୍ଭ କରନ୍ତୁ..

1 min read

ସାଙ୍ଗମାନେ ରୋଷେଇ ଘର ଏକ ଏମିତି ଜାଗା ହୋଇଥାଏ ଯେଉଁଠାରେ ମହିଳା ମାନଙ୍କର ଅଧିକ ସମୟ ବିତିଥାଏ।ଏହି ରୋଷେଇ ଘରେ ଏମିତି ବହୁତ ଜିନିଷ ରହିଥାଏ ଯାହା ଆମର କାମରେ ଲାଗିଥାଏ।ଆଜି ମୁଁ ଆପଣ ମାନଙ୍କୁ କହିବି ପେଟରୁ ଚର୍ବି କମେଇବା ପାଇଁ କିଛି ଘରୋଇ ଉପାୟ।ଯାହା ଆପଣଙ୍କ ପେଟ ଓ ଅଣ୍ଟାର ଚର୍ବିକୁ କମାଇବରେ ସାହାଯ୍ୟ କରିବ।

୧-ପାଣି-: ପାଣି ପିଇବା ଏକ ଭଲ ଅଭ୍ୟାସ ଅଟେ।କିନ୍ତୁ ଖାଦ୍ୟ ଖାଇବା ସମୟରେ ପାଣି ପିଇବା ଦ୍ଵାରା ମୋଟାପଣ ବଢ଼ିଥାଏ।ଏହାର ସିଧା ପ୍ରଭାବ ଆପଣଙ୍କ ପାଚନ ଶକ୍ତି ଉପରେ ପଡିଥାଏ।ଏଥିପାଇଁ ପାଣି ସର୍ବଦା ଖାଇବାର ଏକ ଘଣ୍ଟା ପୂର୍ବରୁ ଓ ପରେ ପିଇବା ଉଚିତ।

୨- ମହୁ ଓ ଲେମ୍ବୁ-: ସବୁ ଦିନ ସକାଳେ ଏକ ଗ୍ଲାସ ଉଷୁମ ପାଣିରେ ଦୁଇ ଚାମଚ ମହୁ ଓ ଲେମ୍ବୁ ରସ ମିଶାଇ ପିଇବା ଦ୍ଵାରା ଶରୀରରୁ ଚର୍ବି କମି ଯାଇଥାଏ।ଏହାଦ୍ବାରା ମେଟାବଲିଜିମ ବଢିବା ସହିତ ଫ୍ୟାଟ ଜଲଦି ବର୍ଣ୍ଣ ହୋଇଥାଏ।

୩- ରସୁଣ-: ରସୁଣ ମୋଟାପଣ କମେଇବାରେ ବହୁତ ସହାୟକ ହୋଇଥାଏ।ସବୁଦିନ ରସୁଣର ଦୁଇ ପାଖୁଡା ଚୋବେଇବା ଦ୍ଵାରା ଓ ଏହା ସହିତ ଏକ ଗ୍ଲାସ ପାଣିରେ ଲେମ୍ବୁ ରସ ମିଶାଇ ପିଇବା ଦ୍ଵାରା ପେଟର ବଢୁଥିବା ଚର୍ବି କମି ଯାଇଥାଏ।

୪- ଅଦା-: ଅଦାକୁ ଭଲ ଭାବରେ ସଫା କରି ତାକୁ ଖଣ୍ଡ ଖଣ୍ଡ କରି କାଟିଦେବା ପରେ ଏକ କପ ପାଣିରେ ଫୁଟାଇ ଦିଅନ୍ତୁ। ଦଶ ମିନିଟ ପର୍ଯ୍ୟନ୍ତ ଏହାକୁ ଫୁଟାଇ ଦେବା ପରେ ଅଦା ଖଣ୍ଡକୁ ଏଥିରୁ ହଟାଇ ଦିଅନ୍ତୁ।ଏବେ ଏହାକୁ ଚା ଭଳି ପିଅନ୍ତୁ।ଏହା ବେଲି ଫ୍ୟାଟ କମାଇବାରେ ସହାୟକ ହୋଇଥାଏ।

୫- ଆଲୋଭେରା:- ଆଲୋଭେରାର ସେବନ ମେଟାବଲିଜିମ ଠିକ ରଖିଥାଏ।ଏହା ଶରୀରରେ ଫ୍ୟାଟ ଷ୍ଟୋର କରି ରଖି ନଥାଏ।ଦୁଇ ଚାମଚ ଆଲୋଭେରା ଜୁସରେ ଏକ ଚାମଚ ଜିରା ପାଉଡର ମିଶାଇ ଏହାକୁ ଅଧା ଗ୍ଲାସ ଉଷୁମ ପାଣିରେ ଖାଲି ପେଟରେ ପିଇବା ଦ୍ଵାରା ଏହା ପେଟର ଚର୍ବି କମ କରିଥାଏ।

୬- ବାଦାମ-: ବାଦାମ କେବଳ ଆପଣଙ୍କ ଓଜନ କମେଇବାରେ ସହାୟକ ହୁଏ ନାହିଁ ଏହା ଆପଣଙ୍କ ବୁଦ୍ଧି ବଢ଼ାଇବାରେ ସାହାଯ୍ୟ କରିଥାଏ।ଆପଣ ସବୁଦିନ ରାତିରେ ୪ ବା ୫ ଟି ବାଦାମ ଭିଜେଇ କରି ଆରଦିନ ସକାଳେ ଏହାକୁ ଖାଆନ୍ତୁ।ଏଥିରେ ଥିବା ଓମେଗା ୩ ଏସିଡ ଆପଣଙ୍କ ଚର୍ବି କମାଇଥାଏ।

୭- ଗ୍ରୀନ ଟି-: ଦିନରେ ଏକ ବା ଦୁଇ କପ ଗ୍ରୀନ ଟି ପିଇବା ଦ୍ଵାରା ଆପଣଙ୍କ ପେଟ ବା ଶରୀରର ଚର୍ବି କମ ହେବାକୁ ଲାଗେ, ମେଟାବଲିଜିମ ଠିକ ରୁହେ ଓ ଫ୍ୟାଟ ବର୍ଣ୍ଣ ହେବାକୁ ଲାଗେ।

୮- ଭୃଷଙ୍ଗ ପତ୍ର-: ଏହା ପେଟର ଚର୍ବି କମେଇବା ସହିତ ସହଜରେ ମିଳିଯାଇଥାଏ।ଆପଣ ସକାଳୁ ଉଠି ଖାଲି ପେଟରେ ଚାରି ପାଞ୍ଚୋଟି ପତ୍ର ଚୋବାନ୍ତୁ।

୯- ସେଓ-: ସେଓରେ ପାଇବାର ଉଚ୍ଚ ମାତ୍ରାରେ ମିଳିଥାଏ।ଏହା ବେଲି ଫ୍ୟାଟ କମାଇବାରେ ସାହାଯ୍ୟ କରେ।ଏହା ପେଟର ଚର୍ବି ସହିତ ଅଣ୍ଟାର ବି ଚର୍ଵିକୁ କମ କରେ।

୧୦- ଲୋକି-: ଏହା ସ୍ବାସ୍ଥ୍ୟ ଦୃଷ୍ଟିରୁ ବହୁତ ଲାଭକାରୀ ହୋଇଥାଏ।ଏହାକୁ ସାଲାଡ଼ ଭାବରେ ବା ଜୁସ ଭାବରେ ଖାଇବା ଦ୍ଵାରା ଶରୀରରୁ ଅନାବଶ୍ୟକ ଫ୍ୟାଟ କମିଯାଏ।

Leave a Reply

Your email address will not be published. Required fields are marked *