December 26, 2024

Odia Express

Here, There and Everywhere

A ନାମ ଥିବା ବ୍ୟକ୍ତି ମାନେ କିପରି ହେଇଥାନ୍ତି ତାଙ୍କର ଗୁଣ, ସଫଳତା ତଥା ବିଫଳତାର କାହାଣୀ – ଏମାନଙ୍କ ପାଖରେ ଏହି ବିଶେଷ ଗୁଣ ଗୁଡିକ ରହିଥାଏ..

1 min read

ଆଜି ଆମେ A ନାମଥିବା ବ୍ୟକ୍ତି ମାନଙ୍କର ଗୁଣ ତଥା ତାଙ୍କର ସଫଳତା ପାଇବାର ରହସ୍ୟ ବାବଦରେ ଜାଣିବାକୁ ଯାଉଛୁ। ତ ଆସନ୍ତୁ ଜାଣିବା A ନାମ ଥିବା ବ୍ୟକ୍ତି ମାନେ ବହୁତ ପରିଶ୍ରମୀ, ଅଧିକ ସ୍ୱପ୍ନ ଦେଖୁଥିବା ତଥା ନିଜ କାମ ଦ୍ୱାରା କେବେ ବି ସନ୍ତୁଷ୍ଟ ନ ହେଉଥିବା ବ୍ୟକ୍ତି ଅଟନ୍ତି।ସେମାନେ ନିଜର ଅତ୍ୟଧିକ ମେହନତ ଦ୍ୱାରା ହି ସଫଳତା ପାଇଁ ଥାଆନ୍ତି।ସେମାନଙ୍କ ଜୀବନରେ ସଂଘର୍ଷ ଥାଇ ପାରେ, କଷ୍ଟ ଥାଇ ପାରେ ମାତ୍ର ତାଙ୍କ ଜୀବନରେ ସଫଳତା ସର୍ବଦା ଥାଏ।ସେମାନେ ଅତ୍ୟଧିକ କାମ କରି ହି ନିଜ ଜୀବନରେ ସଫଳତା ଆଣି ଥାଆନ୍ତି।

ସେମାନେ ସାଧା ପସନ୍ଦ କରନ୍ତି।ତାଙ୍କ ରୂପରେ ହେଉ ଅଥବା ଖାଦ୍ୟରେ ତାଙ୍କୁ ସାଧା ହି ପସନ୍ଦ ଥାଏ।ଅଧିକ ଚମକ ଦମକ ରଙ୍ଗ ତଥା ପୋଷାକ ତାଙ୍କୁ ପସନ୍ଦ ନଥାଏ।ସେମାନଙ୍କ ଫ୍ୟାସନରେ ବି ଅଲଗା ପ୍ରକାରର ଏକ କ୍ଳାସ ଥାଏ।ତାଙ୍କର ସବୁଠୁ ବଡ଼ ଗୁଣ ହେଉଛି ସେମାନେ ସଭିଙ୍କୁ ସାଙ୍ଗରେ ନେଇ ଚାଲନ୍ତି।ସେମାନେ ସର୍ବଦା ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଥାଆନ୍ତି ଆଉ ତାଙ୍କର ଏହି ଗୁଣ ହି ତାଙ୍କୁ ସଫଳତା ମାର୍ଗରେ ଅଧିକ ଅଗ୍ରସର କରାଇ ଥାଏ।

ସେ ଭାବୁକ ହେଇଥାନ୍ତି ମାତ୍ର ନିଜର ଭାବନା କାହାରି ସାମ୍ନାରେ ବ୍ୟକ୍ତ କରନ୍ତି ନାହିଁ।ପ୍ରେମ କଥା କହିବା ତ ବହୁତ ଭଲ ପାଉଥାନ୍ତି ମାତ୍ର କାହାକୁ କେବେ ଜଣାନ୍ତି ନାହିଁ। ନିଜର ସାଥି ସାଙ୍ଗରେ ବହୁତ କମ ଥର ସ୍ନେହଭରା କଥା ବାର୍ତ୍ତା ହୁଅନ୍ତି ଆଉ ଆଗତୁରା କାହାକୁ ନିଜର ହୃଦୟ କଥା କୁହନ୍ତି ନାହିଁ।କେବଳ ସାମ୍ନା ଯଦି କହିବ ତାପରେ ହି ଜଣା ପଡେ କି ଏହା ତ କେବେ ଠାରୁ ନିଜ ହୃଦୟରେ ତାଙ୍କୁ ବସେଇ ଥାଆନ୍ତି।ନିଜର ମନର ଭାବନା ଅଧିକ କାହାରି ସାମ୍ନାରେ ବ୍ୟକ୍ତ କରନ୍ତି ନାହିଁ।

ସେମାନେ ଦେଖିବାରେ ବହୁତ ଅଳସୁଆ ଲାଗନ୍ତି ମାତ୍ର ସେମାନଙ୍କ ଭିତରେ ସାହସ ବହୁତ ଅଧିକ ଥାଏ ଆଉ ସେମାନେ କିଛି ବି ରିସ୍କ ଉଠେଇ ପାରନ୍ତି ଆଉ ତାଙ୍କର ବିଚାର ଧାରାରେ ଏକ ନୂତନ ଭାବନା ଥାଏ।ଟେକ୍ନୋଲୋଜି ସହ ତାଙ୍କର ଏକ ଭଲ ଭାବନା ଥାଏ ଆଉ ସେଥିପାଇଁ ହି ସେମାନେ ଯେଉଁ ଇନୋଭେଟିଭ ଫିଲଡ଼ରେ ଯାଆନ୍ତି ତ ତାଙ୍କୁ ଭଲ ସଫଳତା ମିଳେ।

ଛୋଟଥିବା ସମୟରେ ସାଧାରଣ କ୍ୟାରିଅର ଥାଏ ମାତ୍ର ପରେ ବହୁତ ପରିଶ୍ରମ କରି ନିଜର କ୍ୟାରିଅର ବନେଇ ହି ଦିଅନ୍ତି।ସେ ବହୁତ ସଫା ସଫା କଥା କୁହନ୍ତି।ଆପଣ ଯେତେ ସଫା କଥା କହିବେ ସେତେ ତାଙ୍କ ପାଖାପାଖି ରହିବେ ମାତ୍ର ଯଦି ଆପଣଚାଲାକି କରିବେ ତ ସେ ଆପଣଙ୍କୁ ଛାଡ଼ନ୍ତି ନାହିଁ।ଆପଣ ତାଙ୍କ ସଫା ଯେତେ ଖୋଲା ରହିବେ ତାହା ଆପଣଙ୍କ ପାଇଁ ସେତେ ଅଧିକ ଭଲ ହେଇପାରେ।

ସେ ଭଗବାନଙ୍କ ଉପରେ ବହୁତ ଅଧିକ ବିଶ୍ୱାସ ରଖନ୍ତି ଆଉ ଜଣେ ବହୁତ ବିଶ୍ୱାସୀ ହେଇଥାନ୍ତି।ତାଙ୍କର ନକାରାତ୍ମକ ପକ୍ଷ ଦେଖିବା ତ ସେ ବହୁତ ଜଲଦି ଜଲଦି କରନ୍ତି ଆଉ ବହୁତ ସମୟରେ ଭୁଲ ନିର୍ଣ୍ଣୟ ନେଇ ବସନ୍ତି।

Leave a Reply

Your email address will not be published. Required fields are marked *