June 21, 2025

Odia Express

Here, There and Everywhere

ଅସରପା ମାନଙ୍କୁ ମୂଳରୁ ଶେଷ କରିବାର ଘରୋଇ ଉପାୟ – ଏହି ଉପାୟ କଲେ ଆପଣଙ୍କ ଘର ଆଖପାଖକୁ ଆସିବେ ନାହିଁ ଅସରପା..

ସାଙ୍ଗମାନେ ଯଦି ରୋଷେଇ ଘରେ ଅସରପା ହୋଇଯାଆନ୍ତି ତ ରୋଷେଇଘରେ ଆଉ କାମ କରିବା ପାଇଁ ଇଚ୍ଛା ହୋଇନଥାଏ।ସବୁ ଜିନିଷକୁ ଅଇଁଠା କରି ଦିଅନ୍ତି ଓ ଡର ବି ବହୁତ ଲାଗିଥାଏ।ଯଦି ଆପଣଙ୍କ ଘରେ ଅସରପା ଅଛନ୍ତି ତ ମୁଁ କହିବାକୁ ଥିବା ଦୁଇଟି ଉପାୟ ମଧ୍ୟରୁ ଗୋଟିଏକୁ ପ୍ରୟୋଗ କଲେ ଆପଣଙ୍କ ଘରୁ ଅସରପା ନିହାତି ଚାଲିଯିବ।ଗୋଟିଏ ଦୁଇ ଦିନରେ ଆପଣଙ୍କୁ ଫରକ ଦେଖାଯିବ। ତ ଆଜି ମୁଁ ଆପଣଙ୍କୁ ଏଠାରେ ଦୁଇଟି ଉପାୟ କହିବି।ଆଜି ଆମେ ଅସରପା ମାନଙ୍କ ପାଇଁ ଲଡୁ ତିଆରି କରିବା।ଏହା ପାଇଁ ପ୍ରଥମେ ଆପଣ ନେବେ ବୋରିକ ଏସିଡ। କ୍ୟାରମ ଖେଳିବା ସମୟରେ ଆମେ ଯେଉଁ ଚିକ୍କଣ ପାଉଡର ବ୍ୟବହାର କରିଥାଏ ତାହା ହେଉଛି ବୋରିକ ଏସିଡ।ଏହା ଅସରପା ମାନଙ୍କୁ ବାହାର କରିଦେବ।ଏକ ପାତ୍ରରେ ଚାରି ଚାମଚ ଏହି ପାଉଡର ନିଅନ୍ତୁ।ଏହାପରେ ଦୁଇ ଚାମଚ ମଇଦା ନିଅନ୍ତୁ।ଏହାକୁ ଭଲ ଭାବେ ମିଶାଇ ଦିଅନ୍ତୁ।ଏବେ ଆପଣ ଏହି ସବୁକୁ ଭଲ ଭାବେ ଘାଣ୍ଟି ଦେବେ।ଅଟା ଚକଟିବା ପରି ଏହାକୁ ଦଳନ୍ତୁ।

ଏହାପରେ ଆପଣ ତୃତୀୟ ଜିନିଷ ମିଶାଇବେ ଯାହାକି ଚିନି।ଚିନି ଦ୍ଵାରା ଏମାନେ ଆକର୍ଷିତ ହୋଇଥାନ୍ତି ଓ ଏହାକୁ ଖାଇବାକୁ ଚେଷ୍ଟା କରିଥାନ୍ତି ଓ ଯେତେବେଳେ ଖାଇଥାନ୍ତି ସେତେବେଳେ ମରିଯାଆନ୍ତି।ପ୍ରଥମେ ଲଡୁ ତିଆରି କରି ଏକ ପାତ୍ରରେ ରଖନ୍ତୁ।ଏହାପରେ ଲଡୁ ଉପରେ ଟିକେ ଟିକେ ଚିନି ଦିଅନ୍ତୁ।ଚିନିକୁ ଦେଖିକି ସେମାନେ ଖାଇବାକୁ ଆସିବେ ଓ ମରିଯିବେ।ଆପଣ ଏହାକୁ ଆପଣଙ୍କ ଇଚ୍ଛା ମୁତାବକ ଜାଗାରେ ରଖିପାରିବେ।

ଏବେ ଚାଲନ୍ତୁ ଯିବା ଦ୍ଵିତୀୟ ଉପାୟ ଆଡ଼କୁ।ଏଥିପାଇଁ ମୁଁ ତିଆରି କରିବି ଏକ ସ୍ପ୍ରେ।ଏଥିପାଇଁ ମୁଁ ପ୍ରଥମେ ନେଇଛି ଅଗରବତୀ।ଆପଣ ଯାହାକୁ ପୂଜା ଘରେ ବ୍ୟବହାର କରନ୍ତି ସେହି ଅଗରବତୀ।ତିନି ଚାରୋଟି ଅଗରବତୀକୁ ଗୁଣ୍ଡ କରି ସେଥିରେ କିଛି କର୍ପୁର ଖଣ୍ଡ ମିଶାଇବେ।ଆପଣ ତ ଜାଣିଛନ୍ତି ଯେ କର୍ପୁରର ଗନ୍ଧ ବହୁତ କଡ଼ା ହୋଇଥାଏ।ଆପଣ ସୁଣିଥିବେ ଯେ କର୍ପୁର ଦ୍ଵାରା ମୁଣ୍ଡରୁ ଉକୁଣୀ ମଧ୍ୟ ଚାଲିଯାଆନ୍ତି।ନଡ଼ିଆ ତେଲ ସହିତ କର୍ପୁର ମିଶାଇ ମାରିଲେ ଉକୁଣୀ ପଳାଇ ଯାଇଥାନ୍ତି।

କର୍ପୁର ଓ ଅଗରବତୀ ଏହି ଦୁଇଟିକୁ ହେମଦସ୍ତାରେ ଭଲ ଭାବେ କୁଟି ଦିଅନ୍ତୁ।ଏବେ ଏଥିରେ ପାଣି ମିଶାଇ ଦେବେ।ପାଣି ସହିତ ଯଦି ଲେମ୍ବୁ କିମ୍ବା ଭିନେଗର ଅଛି ତ ନିହାତି ପକାଇବେ।ଯେବେ ଏହି ପାଣି ବହୁତ ଗନ୍ଧେଇବ ସେତେବେଳେ ଏହାକୁ ପୁରୁଣା ଛଣା ଦ୍ଵାରା ଛାଣିଦେବେ।ଏହାପରେ ଗୋଟିଏ ବୋତଲରେ ଏହାକୁ ପୁରାଇ ଦେବେ ଯେଉଁଥିରେ ସ୍ପ୍ରେ ଲାଗିଥିବ।ଏହାପରେ ଆପଣଙ୍କ ଇଚ୍ଛା ଅନୁଯାୟୀ ସ୍ପ୍ରେ କରିଦେବେ।ଆପଣ ଏହାକୁ ଆପଣଙ୍କ ରୋଷେଇ ଘର ଅନ୍ୟାନ୍ୟ ଘର ଆଦିରେ ସ୍ପ୍ରେ କରିପାରିବେ।

Leave a Reply

Your email address will not be published. Required fields are marked *