June 22, 2025

Odia Express

Here, There and Everywhere

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭୁଲରେ ବି ରଖନ୍ତୁ ନାହିଁ ଏହି ପାଞ୍ଚଟି ଜିନିଷ ନଚେତ କାଙ୍ଗାଳ ହୋଇଯିବେ..

ସାଙ୍ଗମାନେ ଆପଣ ତ ସୁଣିଥିବେ ଯେ ମଣିଷ ଯେପରି କାମ କରେ ସେପରି ଫଳ ପାଏ।ଆମେ ଯେଉଁ କାମ ପ୍ରତିଦିନ କରିଥାଉ ତାର ପ୍ରଭାବ ଆମ ଜୀବନ ଉପରେ ପଡିଥାଏ।ସମସ୍ତେ ଚାହାଁନ୍ତି କି ତାଙ୍କ ଜୀବନ ସୁଖ ଶାନ୍ତିରେ ଭରପୁର ରହୁ।ଏଥିପାଇଁ ଆମେ ବହୁତ ଉପାୟ ପ୍ରୟୋଗ କରିଥାଉ।ବେଳେବେଳେ ଏମିତି ହୋଇଥାଏ କି ଆମେ ଯେଉଁ ଉପାୟ ଆମ ଉନ୍ନତି ପାଇଁ କରିଥାଏ ସେହି ଉପାୟ ଆମକୁ କ୍ଷତି ପହଞ୍ଚାଇଥାଏ।ଆସନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜାଣିବା ଏମିତି କାହିଁକି ହୋଇଥାଏ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି କିଛି ଜିନିଷ ରହିଛି ଯାହା ଆମକୁ ନିଜ ପାଖରେ ରଖିବା ଉଚିତ ନୁହେଁ।

ପ୍ରଥମ ହେଉଛି ଚାବି ରିଙ୍ଗ ଉପରେ ଭଗବାନଙ୍କ ଛବି: କୌଣସି ଛବି ରିଙ୍ଗ ଉପରେ ଭଗବାନଙ୍କ ଛବି ରହିବା ବହୁତ ସାମାନ୍ୟ କଥା ଅଟେ।କିନ୍ତୁ ଯେଉଁ ରିଙ୍ଗ ଉପରେ ଭଗବାନଙ୍କ ଛବି ଥିବ ତାକୁ ନିଜ ପାଖରେ ରଖନ୍ତୁ ନାହିଁ।କାରଣ ହେଉଛି ଆମ ହାତରୁ କେତେ ଥର ରିଙ୍ଗ ଗଳିପଡିଥାଏ।ଆମ ହାତ ରିଙ୍ଗ ଉପରେ ଲାଗିକି ରହିଥାଏ ଯାହାଦ୍ଵାରା ଦେବତା ମାନଙ୍କ ଅପମାନ ହୋଇଥାଏ।ଏଥିପାଇଁ ଘରେ ସୁଖସମୃଦ୍ଧି ଆସିପାରେ ନାହିଁ।

ଦ୍ଵିତୀୟ ହେଉଛି ୱାଲେଟରେ ରଖନ୍ତୁ ନାହିଁ ଲକ୍ଷ୍ମୀ ଓ କୁବେରଙ୍କ ଛବି: ସାଧାରଣତଃ ଲୋକ ଧନ ବୃଦ୍ଧି ପାଇଁ ଲକ୍ଷ୍ମୀ ଓ କୁବେରଙ୍କ ଛବି ୱାଲେଟରେ ରଖିଥାନ୍ତି।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମେ ୱାଲେଟକୁ ପ୍ୟାଣ୍ଟ୍ ପକେଟରେ ରଖିଥାଉ ଯାହା ନାଭିର ତଳ ଭାଗ ହୋଇଥାଏ।ଶାସ୍ତ୍ରରେ ଏହି ଭାଗକୁ ଅଶୁଦ୍ଧ ବୋଲି କୁହାଯାଇଛି।

ତୃତୀୟ ହେଉଛି ଭଗବାନଙ୍କ ମୁଦି ପିନ୍ଧିବା: ଯଦି ଆପଣ ଭଗବାନଙ୍କ ଛବି ଥିବା ମୁଦି ବ୍ୟବହାର କରୁଛନ୍ତି ତ ଆଜି ହିଁ ଛାଡିଦିଅନ୍ତୁ କାରଣ ଏଥିରୁ ଆପଣଙ୍କ କୌଣସି ଲାଭ ହେବନାହିଁ।ଏମିତି କରିବା ଅଶୁଭ ହୋଇଥାଏ।ଏହାର କାରଣ ହେଉଛି ଭୋଜନ କରିବା ସମୟରେ ଆପଣଙ୍କ ଆଙ୍ଗୁଠି ଅଇଁଠା ହୋଇଥାଏ ଯାହା ଅଶୁଭ ଫଳଦାୟୀ ହୋଇଥାଏ।

ଚତୁର୍ଥ ହେଉଛି ଗାଡ଼ିରେ ଭଗବାନଙ୍କ ମୂର୍ତ୍ତି: ପ୍ରାୟତଃ ଲୋକମାନେ ନିଜ ଗାଡିରେ ଭଗବାନଙ୍କ ମୂର୍ତ୍ତୀ ରଖିଥାନ୍ତି।ଏପରି କରିବା ଭୁଲ ତ ନୁହେଁ କିନ୍ତୁ ଆପଣଙ୍କୁ ପ୍ରତିଦିନ ମୂର୍ତ୍ତିକୁ ପୂଜା ବା ଧୂପବତି ଦେବାକୁ ପଡ଼ିବ।ଯଦି ଆପଣ ଏହା ନକରିବେ ତ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦେବତା ମାନଙ୍କର ଅନାଦର ହୋଇଥାଏ।

ପଞ୍ଚମ ହେଉଛି ଧାରୁଆ ଜିନିଷ ବଢାଇଥାଏ ନକରାତ୍ମକ ଶକ୍ତି: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଧାରୁଆ ଜିନିଷ ଯେପରି ଛୁରୀ, ବ୍ଳେଡ,ନେଲକଟର ଆଦି ଜିନିଷ ନିଜ ପାଖରେ ରଖିବା ଉଚିତ ନୁହେଁ।ଏମାନେ ନକରାତ୍ମକତା ବଢାଇ କରି ହାନି ପହଞ୍ଚାଇଥାନ୍ତି।ଏଥିପାଇଁ ଏପରି କରିବା ଠାରୁ ଦୂରେଇ ରୁହନ୍ତୁ।

Leave a Reply

Your email address will not be published. Required fields are marked *