November 22, 2024

Odia Express

Here, There and Everywhere

ବାଛନ୍ତୁ ଏକ ହାତର ମୁଠା ଏବଂ ଜାଣନ୍ତୁ ଆପଣଙ୍କ ବ୍ୟକ୍ତିତ୍ୱ ସହ ଯୋଡିଥିବା କେତେକ ରହସ୍ୟ

1 min read

ସାଙ୍ଗମାନେ ଆପଣ କେମିତି କରିଥାନ୍ତି ନିଜ ଆଙ୍ଗୁଳିଗୁଡିକରେ ମୁଠି ଏହା କହିଥାଏ ଆପଣଙ୍କ ବ୍ୟକ୍ତିତ୍ୱ ବିଷୟରେ।ଏକ ଗବେଷଣା ଅନୁସାରେ ଆପଣ କେମିତି ମୁଠି କରିଥାନ୍ତି ଏହା ଆପଣଙ୍କ ବିଷୟରେ ବହୁତ କିଛି କହିଥାଏ।ଏହି ପରୀକ୍ଷାରେ ୩ ପ୍ରକାରର ମୁଠି ବିଷୟରେ କୁହାଯାଇଛି ଏବଂ ଯାହା ଆଧାରରେ ଲୋକଙ୍କୁ ଏହାର ପରିଣାମ ଦିଆଯାଇଅଛି।ଆପଣଙ୍କୁ କେବେଳ ଏଠାରେ ଥିବା ଚିତ୍ରରେ ଦିଆଯାଇଥିବା ୩ଟି ମୁଠି ମଧ୍ୟରୁ ଗୋଟେକୁ ବାଛିବାର ଅଛି ଏବଂ ଏହାପରେ ଏହି ମୁଠିର ସେପ ଆଧାରରେ ଆମେ ଆପଣଙ୍କୁ କହିବୁ ଆପଣ କିପରି ସ୍ୱଭାବର ଅଟନ୍ତି ଏବଂ ଲୋକଙ୍କ ପ୍ରତି ଆପଣଙ୍କ ଚିନ୍ତାଧାରା କିପରି ଅଟେ।ତ ବାଛନ୍ତୁ ଏକ ମୁଠି।

ପ୍ରଥମ ମୁଠି:-ଯଦି ଆପଣ ପ୍ରଥମ ମୁଠି ବାଛିଛନ୍ତି ତାହେଲେ ଆପଣ ପରୋପକାରୀ ସ୍ୱଭାବର ଅଟନ୍ତି।ଆପଣ ସବୁବେଳେ ଲୋକଙ୍କ ସାହାଯ୍ୟ କରିବାରେ ତତ୍ପର ଥାଆନ୍ତି।ପରିସ୍ଥିତି ଯଦି ଆପଣଙ୍କ ଅନୁକୁଳ ହୋଇନଥିବ ତଥାପି ଆପଣ ସାହାଯ୍ୟ କରିବାରୁ ପଛାନ୍ତି ନାହିଁ।ଏହା ସହ ଆପଣଙ୍କ ବ୍ୟକ୍ତିତ୍ୱ ବିଷୟରେ କହିଲେ ଆପଣ ଜିଜ୍ଞାସୁ ଅଟନ୍ତି।ନୂଆ ନୂଆ କଥା ଜାଣିବା ଯାହା କିଏ ଜାଣିନଥିବେ ତାହା ଜାଣିବା ଆପଣଙ୍କ ସଉକ ଅଟେ।ଆପଣଙ୍କ ମଧ୍ୟରେ ଧର୍ଯ୍ୟର କମି ଥାଏ ଏବଂ ଶୀଘ୍ର ପରିସ୍ଥିତିକୁ ନେଇ ବ୍ୟାକୁଳ ହୋଇଯାଆନ୍ତି।ବହୁତଥର ଲୋକଁ ଆପଣଙ୍କ ସ୍ୱଭାବକୁ ନେଇ ବହୁତ ପ୍ରକାରର କଥା କହିଥାନ୍ତି କିନ୍ତୁ ତଥାପି ଆପଣ ସମସ୍ତଙ୍କ ସାହାଯ୍ୟ ପାଇଁ ଆଗକୁ ଆସିଥାନ୍ତି।

ଦ୍ୱିତୀୟ ମୁଠି:-ଯଦି ଆପଣ ଦ୍ୱିତୀୟ ମୁଠି ବାଛିଛନ୍ତି ତାହେଲେ ଆପଣ କଳାର ସରତାଜ ମନାଯାଇଥାନ୍ତି।ଏମିତି ଲୋକ ଅଧିକାଂସ କଳାକାର ହି ହୋଇଥାନ୍ତି।ଏମାନଙ୍କ ମୁଣ୍ଡ ବହୁତ ତୀକ୍ଷ୍ଣ ହୋଇଥାଏ ଏବଂ ଏହା ସହ ଏମାନେ ପରିପକ୍ଵ ମଧ୍ୟ ହୋଇଥାନ୍ତି କିନ୍ତୁ ତଥାପି ଏମାନେ ସଙ୍ଗେସଙ୍ଗେ ନିଷ୍ପତି ନବାଠୁ ପଛାନ୍ତି ନାହିଁ।ଏମିତି ଲୋକ ବ୍ୟାପାରି କିମ୍ବା ରାଜନୀତି କ୍ଷେତ୍ରରେ ବହୁତ ନାମ କମାଇଥାନ୍ତି କିନ୍ତୁ ସେତେଯାଏ ଯେତେଯାଏ ଏମାନଙ୍କ ଡର ଏମାନଙ୍କ ଆଗକୁ ନ ଆସେ।ଯଦି ଏମାନଙ୍କୁ କୌଣସି କଥାର ଚିନ୍ତା ଆସିଥାଏ ତାହେଲେ ଏମାନଙ୍କ ଆତ୍ମବିଶ୍ବାସ ତୁରନ୍ତ ଭାଙ୍ଗିଯାଇଥାଏ।

ତୃତୀୟ ମୁଠି:-ଯଦି ଆପଣ ଏହି ମୁଠିର ଚୟନ କରିଛନ୍ତି ତାହେଲେ ଆପଣ ଆକର୍ଷକ ପ୍ରବୃତିର ମନୁଷ୍ୟ ହୋଇଥାନ୍ତି।ଆପଣ ଭିଡରେ ଅଲଗା ଦେଖାଯାନ୍ତି।ବାକିଲୋକଙ୍କ ଭଳି ଆପଣ ଦେଖିବାରେ ସଧାରଣ ହୋଇଥିଲେ ମଧ୍ୟ ଏମିତି କିଛି କଥା ଆପଣଙ୍କ ଭିତରେ ରହିଥାଏ ଯାହା ଅନ୍ୟଙ୍କୁ ଆପଣଙ୍କ ଆଡକୁ ଆକର୍ଷିତ କରିଥାଏ କିନ୍ତି ହୁଏତ ଗୋଟେ କଥା ଉପରେ ଆପଣଙ୍କ ବିଶ୍ୱାସ ନ ହେବେ ତାହା ହେଲା କି ଆପଣ ବହୁତ ଲାଜକୁଳ ହୋଇଥାନ୍ତି।ଏଥିପାଇଁ କିଛି ଲୋକଙ୍କୁ ଏପରି ଲାଗିଥାଏ କି ଆପଣ କମ କଥା କହିଥାନ୍ତି ନହେଲେ ମିଶିଲା ଭଳି ବ୍ୟକ୍ତି ନୁହନ୍ତି କିନ୍ତୁ ପ୍ରକୃତରେ ଏହା ନ ଥାଏ।କାହା ସହ ମିଶିବା ପାଇଁ ଆପଣଙ୍କୁ ସମୟ ଲାଗିଥାଏ।ଯଦି ଆପଣଙ୍କୁ ସାମ୍ନା ମଣିଷ ପସନ୍ଦ ଆସିଯାଏ ତାହେଲେ ଆପଣ ତାଙ୍କ ସହ ଲମ୍ବା ସମୟ ପାଇଁ ରିସ୍ତା ରଖିଥାନ୍ତି।ଏହି କାରଣରୁ ଯେଉଁ ଲୋକ ଆପଣଙ୍କ ବହୁତ ପାଖ ହୋଇଥାନ୍ତି ସେ ଆପଣଙ୍କୁ ବହୁତ ମାନିଥାନ୍ତି।ଆପଣଙ୍କର ହୃଦୟରୁ ପ୍ରଶଂସା କରିଥାନ୍ତି ଏବଂ କେବେବି ଆପଣଙ୍କୁ ଅସୁବିଧାରେ ପକେଇବାକୁ ଭାବନ୍ତି ନାହିଁ।

Leave a Reply

Your email address will not be published. Required fields are marked *