ସୂର୍ଯ୍ୟ ରାଶିରୁ ଜାଣନ୍ତୁ ଆପଣଙ୍କୁ କେଉଁ କଥାରୁ ମିଳୁଛି ଖୁସି – ଆପଣଙ୍କ ରାଶି ହିସାବ ରେ ଏବେ ଦେଖି ନିୟନ୍ତୁ ଓ ଜାଣିରଖନ୍ତୁ..
ସାଙ୍ଗମାନେ ପଜିଟିଭିଟି ଜଣେ ପାଖରୁ ଅନ୍ୟ ପାଖକୁ ଗଲା ଭଳି ଜିନିଷ ହୋଇଥାଏ।ଗୋଟେ ପୋଜିଟିବ ଭାଇବ ହି କେତେପ୍ରକାର ନେଗେଟିବିଟିକୁ ଦୂର କରିବା ପାଇଁ କାଫି ହୋଇଥାଏ।ଏହି ପ୍ରକାର ହୋଇଥାଏ ଖୁସି ଯାହା ଗୋଟେ ଜାଗାରୁ ଆଉ ଗୋଟେ ଜାଗା ଆପେଆପେ ପଳାଇଥାଏ।ପ୍ରତ୍ୟେକ ମଣିଷ ପାଇଁ ଏମିତି କିଛି ନିଶ୍ଚୟ ରହିଥାଏ ଯାହା ଫଳରେ ତାର ମନ ପରିବର୍ତ୍ତନ ହୋଇଯାଏ ଅଥବା ଯାହା ତାକୁ ଖୁସି ଦିଏ।ଆଜି ଆମେ ଆପଣଙ୍କୁ କହିବୁ ରାଶି ଅନୁସାରେ ତାହା କଣ ଅଟେ ଯାହା ଆପଣଙ୍କ ମୁହଁରେ ହସ ଆଣିପାରେ।ଏହା ସୂର୍ଯ୍ୟ ରାଶି ଉପରେ ଆଧାରିତ ଅଛି।
ଯେଉଁମାନଙ୍କର ଜନ୍ମ ୨୧ ମାର୍ଚ୍ଚ ରୁ ୨୦ ଏପ୍ରିଲ ଭିତରେ ହୋଇଥାଏ ସେମାନେ ମେଷ ରାଶିର ଜାତକ ହୋଇଥାନ୍ତି।ଏମାନେ ଉର୍ଜାରେ ଭରି ରହିଥାନ୍ତି।ଦୌଡ ଲଗେଇବା ଏବଂ ବ୍ୟାୟାମ କରିବା ଏମାନଙ୍କୁ ପସନ୍ଦ ହୋଇଥାଏ।ଯଦି ଏମାନେ ଦୁଃଖୀ ଥାଆନ୍ତି ତାହେଲେ ଏହି ଜିନିଷ ଏମାନଙ୍କୁ ଖୁସି ଦେଇପାରେ।
ଯେଉଁମାନଙ୍କର ଜନ୍ମ ୨୧ ଏପ୍ରିଲ ରୁ ୨୦ ମେ ଭିତରେ ହୋଇଥାଏ ସେମାନେ ବୃଷ ରାଶିର ଜାତକ ହୋଇଥାନ୍ତି।ଏମାନେ ମୂଳରୁ ବହୁତ ଶାନ୍ତ ଏବଂ ସରଳ ହୋଇଥାନ୍ତି।ଏମାନେ ବେଳେବେଳେ କୌଣସି କାରଣରୁ ବହୁତ ଦୁଃଖୀ ହୋଇଯାଆନ୍ତି।ଏପରି ପରିସ୍ଥିତିରେ ଏମାନଙ୍କୁ ମସାଜ ଅଥବା ବବଲ ବାଥ ଆରାମ ଦେଇପାରେ।
ଯେଉଁମାନଙ୍କର ଜନ୍ମ ୨୧ ମେ ରୁ ୨୦ ଜୁନ ଭିତରେ ହୋଇଥାଏ ସେମାନେ ମିଥୁନ ରାଶିର ଜାତକ ହୋଇଥାନ୍ତି।ଆପଣଙ୍କ ମୁଣ୍ଡ ଏମିତି ବତାବରଣରେ କାମ କରେ ଯେଉଁଠି ମୁଣ୍ଡ କାମ କରିପାରିବ।ଆପଣଙ୍କ ପାଇଁ କୌଣସି ବହି ପଢିବା କିମ୍ବା ସାଙ୍ଗ ସହ କଥା ହେବା ମନୋରଂଜକ ହୋଇଥାଏ।
ଯେଉଁମାନଙ୍କର ଜନ୍ମ ୨୧ ଜୁନ ରୁ ୨୨ ଜୁଲାଇ ଭିତରେ ହୋଇଥାଏ ସେମାନେ କର୍କଟ ରାଶିର ଜାତକ ହୋଇଥାନ୍ତି।ଏମାନଙ୍କୁ ସାଙ୍ଗମାନଙ୍କ ସହିତ ହେଙ୍ଗଆଉଟ କରିବା ପସନ୍ଦ ହୋଇଥାଏ।ରିସ୍ତେଦାରମାନଙ୍କୁ ଘରକୁ ଡାକି ତାଙ୍କ ଦେଖାଶୁଣା କରିବା ଏମାନଙ୍କୁ ଖୁସି ପ୍ରଦାନ କରିଥାଏ।
ଯେଉଁମାନଙ୍କର ଜନ୍ମ ୨୩ ଜୁଲାଇ ରୁ ୨୨ ଅଗଷ୍ଟ ଭିତରେ ହୋଇଥାଏ ସେମାନେ ସିଂହ ରାଶିର ଜାତକ ହୋଇଥାନ୍ତି।ଏମାନେ ବାହାରୁ ଶକ୍ତ ହୃଦୟ ଭଳି ଜଣାପଡନ୍ତି କିନ୍ତୁ ଭିତରୁ ଏମାନଙ୍କୁ ପ୍ରେମର ଖୋଜ ରହିଥାଏ।ଛୁଆମାନଙ୍କ ଭଳି ମଜା କରିବା ଏମାନଙ୍କୁ ପସନ୍ଦ ହୋଇଥାଏ।କିଣାକିଣି କରିବା ଏମାନଙ୍କୁ ଖୁସି ଦେଇଥାଏ।
ଯେଉଁମାନଙ୍କର ଜନ୍ମ ୨୩ ଅଗଷ୍ଟ ରୁ ୨୨ ସେପ୍ଟେମ୍ବର ଭିତରେ ହୋଇଥାଏ ସେମାନେ କନ୍ୟା ରାଶିର ଜାତକ ହୋଇଥାନ୍ତି।ଏମାନେ କ୍ରିଏଟିବ କାର୍ଯ୍ୟରେ ଖୁସି ରହିଥାନ୍ତି।ନିଜ ସାଥି ପାଇଁ ଖାଇବା ତିଆରି କରି ଏମାନଙ୍କ ସ୍ଵଭାଵ ବହୁତ ଶୀଘ୍ର ଠିକ ହୋଇଯାଏ।
ଯେଉଁମାନଙ୍କର ଜନ୍ମ ୨୩ ସେପ୍ଟେମ୍ବର ରୁ ୨୨ ଅକ୍ଟୋବର ଭିତରେ ହୋଇଥାଏ ସେମାନେ ତୁଳା ରାଶିର ଜାତକ ହୋଇଥାନ୍ତି।ଏମାନେ ନିଜ ମନକୁ ଭଲ କରିବା ପାଇଁ କିଛି ଏମିତି କରିଥାନ୍ତି ଯାହା ବେସି ତଡକ ଭଡ଼କ ହୋଇନଥାଏ।ମେଡିଟେସନ ଦ୍ୱାରା ଏମାନଙ୍କ ମନକୁ ଶାନ୍ତି ମିଳିଥାଏ।
ଯେଉଁମାନଙ୍କର ଜନ୍ମ ୨୩ ଅକ୍ଟୋବର ରୁ ୨୧ ନଭେମ୍ବର ଭିତରେ ହୋଇଥାଏ ସେମାନେ ବିଚ୍ଛା ରାଶିର ଜାତକ ହୋଇଥାନ୍ତି।ଏମାନେ ବହୁତ ରହସ୍ୟମୟ ହୋଇଥାନ୍ତି।ଏମାନେ ନିଜ ମନର କଥା ତ କହିନଥାନ୍ତି କିନ୍ତୁ ଅନ୍ୟର ମନ କଥା ଜାଣିବାକୁ ତତ୍ପର ରହିଥାନ୍ତି।କେହି ଭଲ ସାଙ୍ଗ ସହ କଥା ହେଲେ ଏମାନଙ୍କ ମନ ଭଲ ହୋଇଥାଏ।
ଯେଉଁମାନଙ୍କର ଜନ୍ମ ୨୨ ନଭେମ୍ବର ରୁ ୨୧ ଡିସେମ୍ବର ଭିତରେ ହୋଇଥାଏ ସେମାନେ ଧନୁ ରାଶିର ଜାତକ ହୋଇଥାନ୍ତି।ମେଷ ରାଶି ଭଳି ଏମାନଙ୍କୁ ମଧ୍ୟ ଏଡ଼ଭେଞ୍ଚର ପସନ୍ଦ ହୋଇଥାଏ।ଏମାନଙ୍କୁ ଅଲଗା ଅଲଗା ଜାଗା ଯିବାକୁ ପସନ୍ଦ ହୋଇଥାଏ।
ଯେଉଁମାନଙ୍କର ଜନ୍ମ ୨୨ ଡିସେମ୍ବର ରୁ ୧୯ ଜାନୁଆରୀ ଭିତରେ ହୋଇଥାଏ ସେମାନେ ମକର ରାଶିର ଜାତକ ହୋଇଥାନ୍ତି।ଏମାନଙ୍କୁ ସଂଯୋଜିତ ଜୀବନ ପସନ୍ଦ ଅଟେ।ଅନିୟନ୍ତ୍ରିତ ଏବଂ ଅନିୟଜିତ ଜିନିଷ ଏମାନଙ୍କୁ ଉଦାସ କରିଥାଏ।ଏମାନଙ୍କୁ ଆପଣ ସପିଙ୍ଗ କିମ୍ବା ଆଡ଼ଭେଞ୍ଚରକୁ ନେଇ ଖୁସି କରେଇପାରିବେ
ଯେଉଁମାନଙ୍କର ଜନ୍ମ ୨୦ ଜାନୁଆରୀରୁ ୧୮ ଫେବୃଆରୀ ଭିତରେ ହୋଇଥାଏ ସେମାନେ କୁମ୍ଭ ରାଶିର ଜାତକ ହୋଇଥାନ୍ତି।ଏମାନେ ଭଲ ଏବଂ ଠିକ କଥା ପାଇଁ ଲଢ଼ିବା ଜାଣିଛନ୍ତି।ଅନ୍ୟର ସାହାଯ୍ୟ କରି ଏମାନଙ୍କୁ ଖୁସି ମିଳିଥାଏ।
ଯେଉଁମାନଙ୍କର ଜନ୍ମ ୧୯ ଫେବୃଆରୀ ରୁ ୨୦ ମାର୍ଚ୍ଚ ଭିତରେ ହୋଇଥାଏ ସେମାନେ ମୀନ ରାଶିର ଜାତକ ହୋଇଥାନ୍ତି।ଏମାନେ ବହୁତ ଆକ୍ଟିଭ ହୋଇଥାନ୍ତି ଏବଂ ନିଜ କାମକୁ ମନ ଲଗେଇ ପୂରଣ କରନ୍ତି।ଏଥିପାଇଁ ଏମାନେ ଥକି ମଧ୍ୟ ଯାଇଥାନ୍ତି।ଏମାନଙ୍କୁ ସର୍ବପ୍ରଥମେ ଭଲ ନିଦ୍ରା ନେବା ଉଚିତ ଯାହା ଫଳରେ ଏମାନଙ୍କ ମନ ଭଲ ହୋଇଥାଏ।