June 26, 2025

Odia Express

Here, There and Everywhere

ଏହି ରାଶିମାନେ ହୋଇଥାନ୍ତି ବହୁତ କଡା,ମୁହଁରେ ଦେଖାଯାଏ ଭରପୁର ରାଗ – ଏମାନଙ୍କ ବିଷୟରେ ଏବେ ଜାଣିରଖନ୍ତୁ ..

1 min read

ଜୀବନରେ ଆପଣ ଅଲଗା ଅଲଗା ପରିସ୍ଥିତିରେ କିପରି ବ୍ୟବହାର କରିଥାନ୍ତି ଏହା ଆପଣଙ୍କ ପ୍ରକୃତ ମୁହଁକୁ ଦେଖାଇଥାଏ।କିଛିଲୋକ ନିଜ ଜୀବନରୁ ମିଲୁଥିବା କଟୁ ଅନୁଭବରୁ ଶିଖିଯାଆନ୍ତି ଏବଂ କିଛି ଏମିତି ବି ଅଛନ୍ତି ଯିଏ କିଛି ଗୁରୁତ୍ଵ ଦିଅନ୍ତି ନାହିଁ ଏବଂ ନିଜକୁ କଡା କରିଦିଅନ୍ତି।କୌଣସି ବୁଦ୍ଧିମାନ ବ୍ୟକ୍ତି ଯାହାର ଜିନିଷ ମାନଙ୍କର ଟିକେ ବି ଜାନକାରୀ ଥାଏ ସିଏ କହିବ କି ଆମେ ଭୁଲରୁ ହି ଶିଖିଥାଉ ଏବଂ ତାହା ସାହାଯ୍ୟରେ ହିଁ ଆମେ ଭଲ ମଣିଷ ହୋଇଥାଉ।ମଣିଷକୁ ସମୟ ଆସିଲେ ଦାୟିତ୍ୱ ନେବାକୁ ପଡ଼ିଥାଏ।ଜୀବନରେ ମିଳୁଥିବ ନକାରତ୍ମକତାରୁ ବଞ୍ଚିବା ପାଇଁ ଈଗୋ ଛାଡିବାକୁ ପଡିବ ଏବଂ ନିଜ ଭାବନା ଉପରେ ନିୟନ୍ତ୍ରଣ ରଖିବାକୁ ପଡିବ କିନ୍ତୁ ଆଜି ଆମେ ଯେଉଁ ୪ ରାଶି ବିଷୟରେ କହିବୁ ତାଙ୍କ ପାଇଁ ଏହା କରି ପାରିବା ବହୁତ କଷ୍ଟ ହୋଇଥାଏ।ସେତେବେଳ ଆପଣ ଆଶ୍ଚର୍ଯ୍ୟ ହେବେ ନାହିଁ ଯେବେ ଏହି ରାଶିର ଲୋକ ଛୋଟ କଥାକୁ ନେଇକି ଆପଣଙ୍କ ଉପରେ ବର୍ଷିବେ।ତ ଆସନ୍ତୁ ଜାଣିବା ଏହି ରାଶିମାନଙ୍କ ବିଷୟରେ।

ପ୍ରଥମ ରାଶି ହେଉଛି ମକର ରାଶି:-ଏହି ରାଶିର ବ୍ୟକ୍ତିମାନେ ଏହି ସୂଚୀରେ ଶୀର୍ଷରେ ଅଛନ୍ତି।ଏମାନଙ୍କ ଭଳି କଠୋର ବ୍ୟବହାର କେହି କରନ୍ତି ନାହିଁ।ଏବେ ଆପଣ ଜାଣିପାରୁଥିବେ ଯେବେ ଜିନିଷ ଭୁଲ ହେବାକୁ ଲାଗିଥାଏ ତାହେଲେ ଏମାନେ କେତେ ଅଧିକ ଚିଡିଥାନ୍ତି।ଏମାନେ କେତେକଥର ନିରାଶବାଦୀ, କ୍ଷମା କରୁନଥିବା ଏବଂ ନକାରତ୍ମକ ବ୍ୟକ୍ତି ହୋଇଯାନ୍ତି।ଯେବେ ଏମାନଙ୍କୁ ଧୋକା କିମ୍ବା ମନ ମୁତାବକ କାମ ମିଳିନଥାଏ ସେତେବେଳ ଏମାନେ ରାଗରେ ଭରି ଯାଆନ୍ତି।

ଦ୍ୱିତୀୟ ହେଉଛି ବିଚ୍ଛା ରାଶି:-ଏମାନେ ଅନ୍ୟପ୍ରତି କଠୋର ହେବାକୁ ଚାହାନ୍ତି ନାହିଁ କିନ୍ତୁ ଏମାନେ ଏହାକୁ ନିଜ ପର୍ସନାଲିଟିର ଅଂଶ ଭାବି ସ୍ୱୀକାର କରିନିଅନ୍ତି।ଏମାଙ୍କର ଜୁନୁନୀ ଗୁଣ ରହିଥିବା ହେତୁ ଏମାନେ ପ୍ରେମ ଏବଂ କ୍ରୋଧ ବହୁତ ଅଧିକ କରିଥାନ୍ତି।ଏହି ରାଶିର ଲୋକଙ୍କ ମଧ୍ୟରେ ଇର୍ଷାର ଭାବନା ବହୁତ ରହିଥାଏ।ଏମାନଙ୍କ ଭିତରେ କଠୋରତା ଏବଂ ଇର୍ଷାର ଭାବନା ବହୁତ ଶୀଘ୍ର ଉତ୍ପନ ହୋଇଯାଇଥାଏ।

ତୃତୀୟ ହେଉଛି କନ୍ୟା ରାଶି:-ଏମାନଙ୍କ ଅସୁବିଧା ଏହା କି ଏହା କେବେଳ ଅନ୍ୟ ପାଇଁ ନୁହେଁ ନିଜ ପାଇଁ ମଧ୍ୟ ବହୁତ ବଡ଼ ଷ୍ଟାଣ୍ଡର୍ଡ ରଖନ୍ତି।ଯେବେ ଜିନିଷ ଏମାନଙ୍କ ଯୋଜନା ଭଳି ଆଗକୁ ବଢ଼ିନଥାଏ ତାହେଲେ ଏମାନେ ନିଜ ସହିତ ଅନ୍ୟର ମଧ୍ୟ ମୂଲ୍ୟାଙ୍କନ କରିବାରେ ଲାଗିଥାନ୍ତି ଏବଂ ଜାଣିବାକୁ ଚେଷ୍ଟା କରିଥାନ୍ତି କି ଭୁଲ କେଉଁଠି ହେଲା।ଏମାନେ ଏହାକୁ ବାହାରେ ଦେଖାନ୍ତି ନାହିଁ କିନ୍ତୁ ଭିତରେ ଭିତରେ କଠୋରତା ଏବଂ କ୍ରୋଧ ବଢ଼ିବାରେ ଲାଗିଥାଏ।

ଚତୁର୍ଥ ହେଉଛି ସିଂହ ରାଶି:-ଯଦି ଆପଣ ଚାହିଁଥାନ୍ତି କି ଦୁନିଆ ଆପଣଙ୍କ ପ୍ରଶଂସା କରୁ କିନ୍ତୁ ବାସ୍ତବରେ ଏହା ନ ହୁଏ ତାହେଲେ ୨ଟା ଜିନିଷ ଘଟିପାରେ।ଏକ ତ ଏହା କି ଆପଣଙ୍କୁ ଆଭାସ ଘଟେ କି ଆପଣ ନିଜ ବ୍ୟକ୍ତିତ୍ୱକୁ ନେଇକରି ଭୁଲ ଭାବୁଛନ୍ତି ଏବଂ ଦ୍ଵିତୀୟରେ ଆପଣ ଦୁନିଆ ଉପରେ ହିଁ ଆଙ୍ଗୁଳି ଉଠେଇବାକୁ ଲାଗିଲେ।ଆପଣ ବୁଝିଯାଇଥିବେ କି ସିଂହ ରାଶିର ବ୍ୟକ୍ତି କେଉଁ ବିକଳ୍ପ ବାଛୁଥିବେ।ଏମାନଙ୍କ ଭିତରେ ବହୁତ ଅଧିକ ଈଗୋ ଏବଂ ଘମଣ୍ଡ ଭରି ରହିଥାଏ।

Leave a Reply

Your email address will not be published. Required fields are marked *