October 22, 2024

Odia Express

Here, There and Everywhere

ଘର ଗୃହସ୍ଥୀର ୧୩ଟି କଥା ଯାହାଦ୍ୱାରା ୩ ଦିନରେ ଉଜ୍ଜ୍ୱଳ ହେବ ଆପଣଙ୍କ ଭବିଷ୍ୟତ..

ଘର ଗୁହସ୍ଥୀରେ ମଧ୍ୟ କେତେକଥର କିଛି ଏମିତି ଭୁଲ ହୋଇଥାଏ ଯାହା ଦେଖିବାରେ ବହୁତ ଛୋଟ ଲାଗିଥାଏ କିନ୍ତୁ ଯାହା ଫଳରେ ସେହି ଘରେ ରହୁଥିବା ଲୋକଙ୍କ ଭାଗ୍ୟ ବିଗିଡି ଯାଇଥାଏ।ଆସନ୍ତୁ ଜାଣିବା ଏମିତିହି ୧୩ଟି କଥା ଯାହାକୁ ମାନିବା ଦ୍ୱାରା ଆପଣଙ୍କ ଭାଗ୍ୟ ଚମକୀଯିବ।ତ ଆସନ୍ତୁ ଆରମ୍ଭ କରିବା।

ପ୍ରଥମ ହେଉଛି ସୂର୍ଯ୍ୟାସ୍ତ ସମୟରେ କାହାକୁ ଖୀର,ଦହି ଏବଂ ପିଆଜ ଦିଅନ୍ତୁ ନାହିଁ ଏହା ଦ୍ୱାରା ଘରର ସୁଖ ,ସମୃଦ୍ଧି ଏବଂ ଶାନ୍ତି ଖରାପ ହୋଇଥାଏ।

ଦ୍ୱିତୀୟ ହେଉଛି ମାସରେ ଗୋଟେଥର ନିଜ ଅଫିସରେ କିଛି ନା କିଛି ମିଠା ନେବା ଦରକାର।ଏହାକୁ ନିଜ ବନ୍ଧୁ କିମ୍ବା ଅନ୍ୟ କର୍ମଚାରୀଙ୍କ ସହ ମିଶିକରି ଖାଆନ୍ତୁ।ଏହାଫଳରେ ଅଫିସରେ ଉନ୍ନତିର ମାର୍ଗ ଖୋଲିଥାଏ।

ତୃତୀୟରେ ରୋଷେଇ ଘରେ ରାତିରେ ଅଇଁଠା ବାସନ ଛାଡିବା ଉଚିତ ନୁହେଁ।ଯଦି ଏହାଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ କାମ କିଛି ରହିଛି ତାହେଲେ ତାହାକୁ ପାଣିରେ ଧୋଇ ଖାଲି ରଖିଦିଅନ୍ତୁ।ଏହାଦ୍ୱାରା ଧନହାନୀରୁ ବଞ୍ଚିପାରିବେ।

ଚତୁର୍ଥରେ ଘରର ମୁଖ୍ୟଦ୍ୱାର ପାଖରେ କେବେବି ଅଳିଆଜାଗା ରଖିବା ଉଚିତ ନୁହଁ।ଏହା ଫଳରେ ପଡୋଶୀମାନଙ୍କ ସହ ଶତ୍ରୁତା ବଢ଼ିଥାଏ।

ପଞ୍ଚମରେ ଘରେ ସକାଳ ସମୟରେ କିଛି ସମୟ ପାଇଁ ଧାର୍ମିକ ଭଜନ କିମ୍ବା ମନ୍ତ୍ରର ଉଚ୍ଚାରଣ କରିବା ଉଚିତ।ନିଜ ଦ୍ୱାରା ସମ୍ଭବ ନହେଲେ ବି ମୋବାଇଲ କିମ୍ବା ଟିଭି ଆଦିରେ ମନ୍ତ୍ର ଚଳାନ୍ତୁ।ଏହାଦ୍ୱାରା ଘରେ ଆସୁଥିବା ସଙ୍କଟର ନାଶ ହୋଇଥାଏ।

ଷଷ୍ଠରେ ମାସରେ ଗୋଟେଥର ଘରେ ମିଶ୍ରିଯୁକ୍ତ କ୍ଷୀରି ତିଆରି କରିବା ଉଚିତ ଏବଂ ପରିବାର ସହିତ ଖାଇବା ଉଚିତ।ଏହାଦ୍ୱାରା ଘରର ଦରିଦ୍ରତା ଦୂର ହୋଇ ମାତା ଲଷ୍ମୀଙ୍କର ବାସ ହୋଇଥାଏ।

ସପ୍ତମରେ ଶୋଇବା ଖଟ ଉପରେ ବସି କେବେ ଖାଇବା ଉଚିତ ନୁହେଁ। ଏହା ଫଳରେ ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ ତଥା ଘରେ ରହୁଥିବା ଲୋକଙ୍କ ଉପରେ ଋଣ ବଢ଼ିଥାଏ।

ଅଷ୍ଟମରେ ଯେବେବି ଫଳ ଖାଇବେ ତାହାର ଚୋପାକୁ କୌଣସି ଅଳିଆଗଦାରେ ପକାଇବ ଅପେକ୍ଷା କୌଣସି ପଶୁ ଅର୍ଥାତ ଗାଈ ଆଦିଙ୍କୁ ଖାଇବାକୁ ଦେଇ ଦିଅନ୍ତୁ।ଏହା ଫଳରେ ତୁରନ୍ତ ଧନ ଲାଭ ହୋଇଥାଏ।

ନବମରେ ରାତିରେ ଶୋଇବା ପୂର୍ବରୁ ରୋଷେଇଘରେ ଗୋଟେ ବାଲ୍ଟି ପାଣି ଭର୍ତ୍ତି କରି ରଖନ୍ତୁ।ଏହାଦ୍ୱାରା ଋଣରୁ ମୁକ୍ତି ମିଳିଥାଏ।ଏହିଭଳି ଯଦି ରାତିରେ ସ୍ନାନଗାରରେ ବାଲ୍ଟିରେ ପାଣି ଭରି ରଖିବେ ତାହେଲେ ଜୀବନରେ ଉନ୍ନତିର ରାସ୍ତା ନିଜେ ନିଜେ ଖୋଲିବାରେ ଲାଗିବ।

ଦଶମରେ କେବେବି ନିଜ ଘରେ ବୁଢିଆଣି ବସା ତଥା ଅନ୍ୟ ଧୂଳିମାଟି ଜମା ହେବାକୁ ଦିଅନ୍ତୁ ନାହିଁ।ଏହା ଦ୍ୱାରା ଘର ଲୋକଙ୍କ ଭାଗ୍ୟରେ ଜାଲ ଲାଗିବା ଆରମ୍ଭ ହୋଇଥାଏ।

ଏଗାରରେ ଆରତି, ପୂଜାଦୀପ ଆଦିକୁ କେବେବି ମୁହଁରେ ଫୁଙ୍କି ଲିଭେଇବା ଉଚିତ ନୁହେଁ।ଏହାସହିତ ଘରେ ଠାକୁର ଘରେ ଧୂପ,ଦୀପ ଏବଂ ପୂଜାସମଗ୍ରୀ ଆଦିକୁ ଅଗ୍ନେୟ ଦିଗ ଅର୍ଥାତ ଦକ୍ଷିଣ ପୂର୍ବ ଦିଗରେ ରଖନ୍ତୁ।

ବାରରେ ଘରେ ସପ୍ତାହରେ ଅତିକମରେ ଗୋଟେଥର ସମୁଦ୍ରି ଲୁଣ ଦ୍ୱାରା ଘରର ପୋଛା କରନ୍ତୁ।ଏହାଦ୍ୱାରା ଘରର ନକାରତ୍ମକ ଉର୍ଜା ଶେଷ ହୋଇଥାଏ।

ତେରରେ ଘରର ପୂଜାସ୍ଥାନରେ ସବୁବେଳେ ପୂଜାର ଏକ କଳସ କିମ୍ବା ପୂଜାପାତ୍ର ଭରିକରି ରଖନ୍ତୁ ଯାହା ଘରର ଇସାନ କୋଣରେ ରହିବ ତାହେଲେ ଘରେ ରହୁଥିବା ଲୋକଙ୍କ ପାଇଁ ଶୁଭ ହୋଇଥାଏ।

Leave a Reply

Your email address will not be published. Required fields are marked *