February 5, 2025

Odia Express

Here, There and Everywhere

ନିଜ ରାଶି ଅନୁସାରେ ବାଛନ୍ତୁ ବ୍ୟବସାୟ ,ନିଶ୍ଚୟ ମିଳିବ ଫାଇଦା – ଜାଣିରଖନ୍ତୁ ଆପଣଙ୍କ ରାଶି ହିସାବରେ..

1 min read

ପ୍ରତ୍ୟେକ ବ୍ୟକ୍ତିର ଏହି କାମନା ଥାଏ କି ଏପରି ଏକ ଚାକିରୀ କରିବା ଯେଉଁଥିରେ ତାକୁ ୨ଗୁଣ ୪ଗୁଣ ସଫଳତା ମିଳିବ।ଏଥିପାଇଁ ବ୍ୟକ୍ତି ଯଦି ନିଜ ମନର କାମ କରିବ ତାହେଲେ ସଫଳତା ନିଶ୍ଚୟ ମିଳିବ।ଏହାସହିତ ବ୍ୟକ୍ତି ଯଦି ନିଜ ରାଶି ଅନୁସାରେ ବ୍ୟବସାୟ କରିଥାଏ ତାହେଲେ ଫାଇଦା ନିଶ୍ଚୟ ହୋଇଥାଏ।ଜ୍ୟୋତିଷ ଅନୁସାରେ ଯଦି ରାଶି ଅନୁସାରେ କାମ କିମ୍ବା ବ୍ୟବସାୟ ଆରମ୍ଭ କରାଯାଏ ତାହେଲେ ସଫଳତାର ସମ୍ଭାବନା ବହୁତ ଅଧିକ ବଢିଯାଇଥାଏ।ଏଥିପାଇଁ ଆଜି ଆମେ ଆପଣଙ୍କୁ ରାଶି ଅନୁସାରେ କାମ କହିବାକୁ ଯାଉଛୁ ଯାହା ଆପଣଙ୍କ ଭବିଷ୍ୟତ ପାଇଁ ଲାଭକାର ହେବ।ତ ଚାଲନ୍ତୁ ଆରମ୍ଭ କରିବା।

ପ୍ରଥମେ ଆମେ କଥା ହେବା ମଙ୍ଗଳ ରାଶି ବିଷୟରେ:-ଏହାର ସ୍ୱାମୀ ମଙ୍ଗଳ ହୋଇଥାନ୍ତି।ମଙ୍ଗଳକୁ ପୃଥିବୀର ପୁତ୍ର କୁହାଯାଇଥାଏ।ଏହାର ରକ୍ତ ବର୍ଣ ହୋଇଥାଏ।ଜମି,ଘର,ଚାଷ ଏବଂ ତାହା ସହ ଯୋଡିଥିବା ଉପକରଣରେ ନିଵେଶ କରିବା ଏମାନଙ୍କ ପାଇଁ ଲାଭକାରୀ ହୋଇଥାଏ।ଯଦି ଆପଣଙ୍କ ନିବେଶ ଅଟକିଥାଏ ତାହେଲେ ପ୍ରତ୍ୟେକ ମଙ୍ଗଳବାର ଦିନ ହନୁମାନଙ୍କୁ ସୋରିଷ ତେଲ ଚଢ଼େଇବା ଉଚିତ।

ବୃଷ ରାଶିର ସ୍ୱାମୀ ଶୁକ୍ର ହୋଇଥାନ୍ତି।ଏହା ଏକ ଚଂଚଳ ଗ୍ରହ ଅଟେ ତଥା ଏହି ରାଶିରେ ଚନ୍ଦ୍ର ଉଚ୍ଚ ହୋଇଥାଏ।ଏହି ଲୋକଙ୍କୁ ଚାଉଳ,କପଡା,ଚାନ୍ଦି ଚିନି,ସୌନ୍ଦର୍ଯ୍ୟ ସାମଗ୍ରୀ,ଖୀର ଏବଂ ଖୀରରେ ତିଆରି ପଦାର୍ଥ ଇତ୍ୟାଦିରେ ନିବେଶ କରିବା ଦ୍ୱାରା ଲାଭ ମିଳିଥାଏ।ଯଦି ଆପଣଙ୍କ ନିବେଶ ଅଟକିଥାଏ ତାହେଲେ ପୂର୍ଣ୍ଣିମା ଦିନ ଚଦ୍ରଙ୍କୁ ଘିଅର ଦୀପ ଲଗାନ୍ତୁ।

ମିଥୁନ ରାଶିର ସ୍ୱାମୀ ବୁଧ ହୋଇଥାନ୍ତି।ବୁଧ ଚନ୍ଦ୍ରକୁ ନିଜର ଶତ୍ରୁ ମଣିଥାଏ।ଏହା ବ୍ୟାପାର କରୁଥିବା ଲୋକଙ୍କୁ ଲାଭ ପ୍ରଦାନ କରିଲା ଭଳି ଗ୍ରହ ହୋଇଥାଏ।ଏମାନଙ୍କୁ ସୁନାରେ ନିବେଶ ଲାଭକାରୀ ହୋଇଥାଏ।ଏହାଛଡା କାଗଜ,ଗହମ,କାଠ,ଷ୍ଟିଲ,ପ୍ଲାଷ୍ଟିକ ଏବଂ ତେଲ ଆଦି କ୍ଷେତ୍ରରେ ମଧ୍ୟ ନିବେଶ କରିପାରିବେ।

କର୍କଟ ରାଶିର ସ୍ୱାମୀ ଚନ୍ଦ୍ରମା ହୋଇଥାଏ।ଏହି ରାଶିର ଲୋକମାନେ ବ୍ୟବସାୟ ସହିତ ଚାକିରୀରେ ମଧ୍ୟ ସଫଳ ହୋଇଥାନ୍ତି।ଏମାନଙ୍କୁ ଖାଦ୍ୟ ସମାଗତି,ଫିଲ୍ମ,ପିଲାଙ୍କ ଖେଳନା,ତାର ଆଦି କମ୍ପାନୀରେ ନିବେଶ କରିବା ଲାଭଦାୟୀ ହୋଇଥାଏ।ସେୟାର ମାର୍କେଟରେ ନିବେଶ ବିଲକୁଲ ମଧ୍ୟ କରିବା ଉଚିତ ନୁହଁ।

ଏହି ରାଶିର ସ୍ୱାମୀ ସୂର୍ଯ୍ୟ ହୋଇଥାଏ ଯାହା ଚନ୍ଦ୍ରମାର ମିତ୍ର ହୋଇଥାଏ।ଏମାନେ ନିଜ କାର୍ଯ୍ୟ ତଥା ବ୍ୟବସାୟରେ ସଫଳ ହୋଇଥାନ୍ତି।ଏମାନଙ୍କୁ ଚାକିରୀ ପସନ୍ଦ ହୋଇନଥାଏ।ଏମାନଙ୍କୁ,ଗହମ,କପଡା,ଔଷଧ ସାମଗ୍ରୀ,ସେୟାର ଏବଂ ଜମି ଆଦି କ୍ଷେତ୍ରରେ ନିବେଶ କରିବା ଉଚିତ।କ୍ଷତିରୁ ଏମାନେ ସବୁବେଳେ ବଞ୍ଚିଥାନ୍ତି।ପୂର୍ବର ନିବେଶ ଅଟକିଥାଏ ଯଦି ଭାଗବନ ହନୁମାନଙ୍କୁ ଚମେଳିର ତେଲ ଚଢ଼ାନ୍ତୁ।

କନ୍ୟାରାଶିର ସ୍ୱାମୀ ବୁଧ ହୋଇଥାଏ:-ଏହାର ଚନ୍ଦ୍ରମା ସହିତ ଶତ୍ରୁତା ରହିଥାଏ।ଏମାନଙ୍କୁ ଶିକ୍ଷା ସଂସ୍ଥାନ,ସୁନା,ଔଷଧ,ଚମଡା ଆଦି କ୍ଷେତ୍ରରେ ନିବେଶ କରିବା ଉଚିତ।ଜମି,ଚାନ୍ଦି,ସିମେଣ୍ଟ,ମେସିନ ଉପକରଣ,ପଶୁ ଏବଂ ଜଳ ସହ ଯୋଡିଥିବା କାର୍ଯ୍ୟରେ ନିବେଶରୁ ବଞ୍ଚିବା ଉଚିତ।

ଏବେ କଥା ହେବା ତୁଳାରାଶି ବିଷୟରେ:-ଏହି ରାଶିର ବ୍ୟକ୍ତିମାନଙ୍କୁ ଲୁହା,ସିମେଣ୍ଟ,ଷ୍ଟିଲ,ଔଷଧ,ଚମଡା,କପଡା,ତାର,ଇସ୍ପାତ,କୋଇଲା,ରତ୍ନ ଏବଂ ଆଧୁନିକ ଯନ୍ତ୍ର ଯେମିତି କମ୍ପ୍ୟୁଟର, ଟିଭି,କ୍ୟାମେରା ଆଦି କ୍ଷେତ୍ରର ନିବେଶ କରିବା ଉଚିତ।

ବିଚ୍ଛାରାଶିର ସ୍ୱାମୀ ମଙ୍ଗଳ ହୋଇଥାଏ:-ଚନ୍ଦ୍ରମା ଏହି ରାଶିରେ ନିଚ୍ଚ ହୋଇଥାଏ।ଏମାନଙ୍କୁ ଜମି,ଘର,ଦୋକାନ,ଚାଷ,ସିମେଣ୍ଟ,ରତ୍ନ ତଥା ଖଣିଜ ଆଦି କ୍ଷେତ୍ରରେ ନିବେଶ କରିବା ଉଚିତ।ଯଦି ଆପଣଙ୍କ କୁଣ୍ଡଳୀରେ ଚନ୍ଦ୍ର ଉପରେ ଶନିର ନଜର ରହିଥାଏ ତାହେଲେ ତେଲ,କେମିକାଲ ଏବଂ ତରଳ ପଦାର୍ଥରେ ନିବେଶ କରିବାରୁ ବଞ୍ଚନ୍ତୁ।ପୂର୍ବରୁ ନିବେଶ ଅଟକି ଥାଏ ଯଦି ମଙ୍ଗଳବାର ଦିନ ତେଲ ଅର୍ପଣ କରନ୍ତୁ।

ଏବେ ଆମେ କଥା ହେବା ଧନୁରାଶିର:-ଏହି ରାଶିର ସ୍ୱାମୀ ଗୁରୁଗ୍ରହ ହୋଇଥାଏ।ଏହା ବ୍ୟାପାରୀମାନଙ୍କୁ ଲାଭ ଦେଲାଭଳି ଗ୍ରହ ହୋଇଥାଏ।ଏମାନଙ୍କୁ ଆଭୂଷଣ,ରତ୍ନ,ସୁନା,ଚାନ୍ଦି,ଚିନି,ଚାଉଳ,ଔଷଧୀୟ, ସୌନ୍ଦର୍ଯ୍ୟ ସାମଗ୍ରୀ,ଖୀରରେ ତିଆରି ସାମଗ୍ରୀ ଆଦିରେ ନିବେଶ କରିବା ଦ୍ୱାରା ଲାଭ ହୋଇଥାଏ।

ଏବେ କଥା ହେବା ମକର ରାଶି ବିଷୟରେ:-ଏହି ରାଶିର ସ୍ୱାମୀ ଶନି ହୋଇଥାଏ।ଶନି ଚଦ୍ରମା ସହ ଶତ୍ରୁତା ରଖିଥାଏ।ଏହି ରାଶିର ଲୋକମାନଙ୍କୁ ଲୁହା,ଇସ୍ପାତ,ଇଲକ୍ଟ୍ରୋନିକ୍ସ, ସମସ୍ତ ପ୍ରକାର ଖାଦ୍ୟସମଗ୍ରୀ,ଖଣିଜ ପଦାର୍ଥ,ଚାଷ ଉପକରଣ,କପଡା,ଷ୍ଟିଲ ଆଦି କ୍ଷେତ୍ରରେ ନିବେଶ କରିବା ଉଚିତ।ଜମି,ଘର,ସୁନା,ଚାନ୍ଦି,ରତ୍ନ ଆଦିରେ ନିବେଶରୁ ବଞ୍ଚନ୍ତୁ।

ଏବେ କଥା ହେବା କୁମ୍ଭ ରାଶି ବିଷୟରେ:-ଏହାର ସ୍ୱାମୀ ମଧ୍ୟ ଶନି ହୋଇଥାଏ।ଏହି ରାଶିର ଲୋକମାନଙ୍କୁ ଲୁହା,ଇସ୍ପାତ,ଇଲକ୍ଟ୍ରୋନିକ୍ସ, ସମସ୍ତ ପ୍ରକାର ଖାଦ୍ୟସମଗ୍ରୀ,ଖଣିଜ ପଦାର୍ଥ,ଚାଷ ଉପକରଣ,କପଡା ଷ୍ଟିଲ ଆଦିରେ ନିବେଶ କଲେ ଲାଭ ମିଳିଥାଏ।ଜମି,ଘର,ସୁନା,ଚାନ୍ଦି, ରତ୍ନ,ପିତଳ ଆଦିରେ ନିବେଶରୁ ବଞ୍ଚନ୍ତୁ।

ମୀନ ରାଶିର ସ୍ୱାମୀ ଗ୍ରୁରୁ ହୋଇଥାଏ।ଏହା ଚନ୍ଦ୍ରର ମିତ୍ର ହୋଇଥାଏ।କୌଣସିବି ପ୍ରକାର ନିବେଶରୁ ଏମାନଙ୍କୁ ବଞ୍ଚିବା ଉଚିତ ବିଶେଷକରି ସେୟାର ମାର୍କେଟରେ।ଏମାନଙ୍କ ନିବେଶ ପାଇଁ ଆଭୂଷଣ,ସୁନା,ଚାନ୍ଦି, ଚିନି,ଚାଉଳ,ଔଷଧ,ସୌନ୍ଦର୍ଯ୍ୟ ସାମଗ୍ରୀ ଏବଂ ପଶୁ ବ୍ୟାପାର ଆଦି ଲାଭକାର ହୋଇଥାଏ।

Leave a Reply

Your email address will not be published. Required fields are marked *