June 27, 2025

Odia Express

Here, There and Everywhere

ଏଇ ଚାରି ରାଶିର ବ୍ୟକ୍ତି ମାନଙ୍କ ସହ କରନ୍ତୁ ନାହିଁ ଯୁକ୍ତି,ଜିତି ପାରିବେନି ଆପଣ..

ସାଙ୍ଗ ମାନେ କହନ୍ତି ସରି ଏକ ଏମିତି ଶବ୍ଦ ଯାହା କାହାର ବି ରାଗକୁ ତରଳାଇ ଦେବ।କେବେ କେବେ ବଡ ବଡ ଭୁଲ୍ ବୁଝାମଣା ଦୂର ହୋଇ ଯାଇଥାଏ।ନିଜ ଭୁଲ୍ କୁ ମାନି ଅନ୍ୟ ଆଗରେ ମୁଣ୍ଡ ନୁଆଇଁବା ସମସ୍ତଙ୍କ ପାଇଁ ସହଜ ନୁହଁ।କିଛି ଲୋକ ଏମିତି ହୋଇଥାନ୍ତି ଯେ ସେମାନେ ଅତି ସହଜରେ ନିଜ ଭୁଲ ମାନି ଯାଆନ୍ତି।ଏମିତି ବି ଥାଆନ୍ତି ଯେଉଁ ମାନେ ନିଜ ଭୁଲ୍ ସତ୍ତ୍ୱେ ଭୁଲ୍ ମାଗନ୍ତି ନାହିଁ।ବେଳେବେଳେ ଏମିତି ଲୋକ ମାନଙ୍କ ସହ ଆପଣ ଝଗଡ଼ା କରିକି ଆପଣ ନିଜର ହିଁ ଲଶ କରାନ୍ତି।ଆଜି ମୁ ଆପଣ ମାନଙ୍କୁ କହିବି ଯେ କେଉଁ ରାଶିର ବ୍ୟକ୍ତି ମାନଙ୍କ ସହ ଝଗଡ଼ା କଲେ ଆପଣ କେବେବି ଜିତି ପାରିବେ ନାହିଁ।

ମିଥୁନ ରାଶିର ବ୍ୟକ୍ତି ମାନେ ନିଜ ଲୋକମାନଙ୍କୁ ବହୁତ୍ ଭଲ ପାଇଥାନ୍ତି।ସେମାନେ ନିଜ ଲୋକ ମାନଙ୍କୁ କେଉଁ ପ୍ରକାର ଅସୁବିଧାରେ ଦେଖିବାକୁ ଚାହାଁନ୍ତି ନାହିଁ।ଏମାନେ ଭାବନ୍ତି କି ଏମାନେ ଯାହା ବି କରୁଛନ୍ତି ନିଜ ଲୋକ ମାନଙ୍କ ଭଲ ପାଇଁ କରୁଛନ୍ତି।ଏମାନେ ସବୁବେଳେ ସତର୍କ ଥାଆନ୍ତି କି ଏମାନଙ୍କ ଆଖପାଖରେ କଣ ଘଟୁଛି।ଯଦି ଏମାନେ ଜାଣନ୍ତି ଯେ ଏମାନଙ୍କ ପିଠି ପଛରେ କିଛି କାମ ଚାଲୁଛି ତ ଏମାନେ ତୁରନ୍ତ ନିଜ ରୂପ ବଦଳେଇ ଦିଅନ୍ତି।

ସିଂହ ରାଶିର ବ୍ୟକ୍ତି ମାନେ ନିଜକୁ କେବେ ଭୁଲ୍ ବୋଲି ମାନନ୍ତି ନାହିଁ।ଏମାନଙ୍କ ଠାରେ ଏହି ଅହଙ୍କାର ଥାଏ ଯେ ଏମାନେ ସବୁବେଳେ ଠିକ୍ ହିଁ କୁହନ୍ତି।ଯଦି ଆପଣ ଏମାନଙ୍କୁ ଭୁଲ୍ ବୋଲି ପ୍ରମାଣିତ କରିବାକୁ ଚାଂହିବେ ତ ଏମାନେ ନିଜକୁ ଠିକ୍ ପ୍ରମାଣିତ କରିବା ପାଇଁ ଝଗଡ଼ା ଆରମ୍ଭ କରିଦେବେ।ଏମାନେ ଅତି ସହଜରେ ଆପଣଙ୍କ କଥାକୁ ଘୁରେଇ ଆପଣଙ୍କୁ ହିଁ ଭୁଲ୍ ପ୍ରମାଣିତ କରିଦେବେ।ଏମାନେ ନିଜ ଉପରେ ଆଙ୍ଗୁଠି ଉଠିବାକୁ ଦିଅନ୍ତି ନାହିଁ।

କନ୍ୟା ରାଶିର ବ୍ୟକ୍ତି ମାନେ ନିଜକୁ ପର୍ଫେକ୍ଟ୍ ବୋଲି ଭାବନ୍ତି କିନ୍ତୁ ପ୍ରକୃତରେ କଥା ଆଉ କିଛି ହୋଇଥାଏ।ଏମାନଙ୍କ ପାଖରେ କହିବାକୁ ବହୁତ୍ କିଛି ଥାଏ ଖାସ୍ କରିକି ନିଜ ଭାବନା ଉପରେ। ଏମାନଙ୍କୁ ଯୁକ୍ତିରେ ହାରିବା ପସନ୍ଦ ହୋଇନଥାଏ।ଜିତିବା ପାଇଁ ଏମାନେ ସବୁ ପ୍ରକାର ପ୍ରୟାସ କରିଥାନ୍ତି।ଏମାନେ ଏହା ଜଣାଇବାକୁ ଚାହିଁଥାନ୍ତି ଯେ ଏମାନେ ସାମ୍ନାବାଲା ଠାରୁ ଅଧିକ ଜାଣନ୍ତି।ନିଜର ଭୁଲ ସ୍ୱୀକାର କରିବା ପରିବର୍ତ୍ତେ ଅନ୍ୟର ଖୁଣ ବାହାର କରିଥାନ୍ତି।

ତୁଳା ରାଶିର ବ୍ୟକ୍ତି ମାନଙ୍କୁ ଏମାନଙ୍କ ରାଶି ଚିହ୍ନ ଭଳି ଜୀବନରେ ସନ୍ତୁଳନ ବନାଇ କରି ବଞ୍ଚିବା ପସନ୍ଦ ହୋଇଥାଏ।କିନ୍ତୁ ଆପଣ ଯଦି ଏମାନଙ୍କ ସାଥିରେ ଯୁକ୍ତି କରିବେ ତ ଏମାନଙ୍କ ଠୁ ଜିତିବା ବହୁତ୍ କଷ୍ଟ ହୋଇଥାଏ। ଏମାନଙ୍କୁ ବହୁତ୍ ଶକ୍ତିଶାଳୀ ଓ ଆକ୍ରାମକ ମିଯାଜ ର ହୋଇଥାନ୍ତି।ଯଦି ଆପଣ ଏମାନଙ୍କ ସହିତ ଯୁକ୍ତି କରିବେ ତ ଆପଣଙ୍କୁ ହାରିଗଲା ଭଳି ଲାଗିବ ଓ ଏହା ସାଥିରେ ଆପଣଙ୍କୁ ଅସନ୍ତୋଷ ବି ଲାଗିବ।ଆପଣ ଯେତେ ଚେଷ୍ଟା କଲେ ଆପଣ ଏମାନଙ୍କଠୁ ହାରିବେ।ଏଥିପାଇଁ ଭଲ ହେବ ଆପଣ ଏମାନଙ୍କ ସହିତ ଯୁକ୍ତିର ପଡନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *